ସୋସିଆଲ ମିଡିଆରେ ମହାପ୍ରଭୁଙ୍କ ଗୁପ୍ତ ବିଧି

ପୁରୀ ଅଫିସ,୨୯ା୭:ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ। ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ମନ୍ଦିର ରହିଛି। ସେଠାରେ ଶ୍ରଦ୍ଧାଳୁମାନେ ଠାକୁରମାନଙ୍କୁ ଉପାସନା କରୁଛନ୍ତି। ଏମିତି କି ଅନେକ ଦେଶରେ ରଥଯାତ୍ରା ବି ଅନୁଷ୍ଠିତ ହେଉଛି। ହେଲେ ଶ୍ରୀମନ୍ଦିରରେ ଦାରୁବିଗ୍ରହଙ୍କ ସେବାପୂଜା, ରୀତିନୀତି ଯେଉଁଭଳି କରାଯାଉଛି ତାହା ଅନ୍ୟ କେଉଁଠି ଦେଖିବାକୁ ମିଳି ନ ଥାଏ। ଶ୍ରୀମନ୍ଦିରର ପରମ୍ପରା, ସଂସ୍କୃତି ଅନ୍ୟ ସବୁ ମନ୍ଦିରଠାରୁ ଭିନ୍ନ ଓ ସ୍ବତନ୍ତ୍ର। ସେମିତି ବଡ଼ଦେଉଳରେ ମହାପ୍ରଭୁଙ୍କ ଏକାଧିକ ଗୁପ୍ତ ବିଧି ରହିଛି, ଯାହା ସେବା ସହ ସମ୍ପୃକ୍ତ ସେବକଙ୍କ ଛଡ଼ା ଅନ୍ୟ କେହି ଜାଣି ନ ଥାନ୍ତି। ସେହିପରି ଶ୍ରୀମନ୍ଦିରରେ ଦୈନିକ କେତେକ ନୀତି ଯେପରି କି ଗୋପାଳ ବଲ୍ଲଭ, ଷୋଡ଼ଶ ଉପଚାର ପୂଜା ମଧ୍ୟ ଭକ୍ତଙ୍କ ଆଢୁଆଳରେ କରାଯାଏ। ମହାସ୍ନାନ ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରୁହେ। ଏମିତି ଶ୍ରୀମନ୍ଦିରର ଅନେକ ସ୍ବାତନ୍ତ୍ର୍ୟ ରହିଛି। ହେଲେ ଶ୍ରୀମନ୍ଦିରରେ ହେଉଥିବା ସମସ୍ତ ସେବାପୂଜା ଓ ରୀତିନୀତି ରାଜ୍ୟ ବାହାରେ (ମନ୍ଦିର କିମ୍ବା ଘରେ) କରାଯାଉଥିବା ବେଳର ଫଟୋ ସୋସିଆଲ ମିଡିଆରେ ଘୂରିବୁଲୁଛି। ସବୁଠୁ ପରିତାପର ବିଷୟ ହେଉଛି ଶ୍ରୀମନ୍ଦିରର କେତେଜଣ ନିର୍ଦ୍ଦିଷ୍ଟ ଗୋଷ୍ଠୀର ସେବାୟତ ଅନ୍ୟତ୍ର ଯାଇ ଠାକୁରଙ୍କ ପୂଜାବିଧି ସମ୍ପନ୍ନ କରୁଛନ୍ତି। ଫଳରେ ମହାପ୍ରଭୁଙ୍କ ଅନେକ ଗୁପ୍ତ ବିଧି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରବିବାର ଏହି ଭାଇରାଲ ଫଟୋ ଜଣାପଡ଼ିବା ପରେ ଏହାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି।
କୌଶିକ ନାମଧାରୀ ଜଣେ ବ୍ୟକ୍ତିଙ୍କ ଫେସ୍‌ବୁକ ଆକାଉଣ୍ଟରେ ଏହିଭଳି ସଂଖ୍ୟାଧିକ ଫଟୋ ଅପ୍‌ଲୋଡ ହୋଇଥିବା ଦେଖିବାକୁ ମିଳିଛି। ଏଥିରୁ କେତେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରିବୁଲୁଛି। ତେବେ ଏଥିରେ ମହାପ୍ରଭୁଙ୍କ ଅବକାଶଠାରୁ ଆରମ୍ଭ କରି ବିଭିନ୍ନ ପୂଜା ସମୟର ଫଟୋ ରହିଛି। ଶ୍ରୀମନ୍ଦିରରେ ଠାକୁରମାନଙ୍କୁ ଯେପରି ବେଶ କରାଯାଏ ଠିକ୍‌ ସେହିପରି ବେଶ କରାଯାଇଛି। ସମ୍ମୁଖରେ କୁଡୁଆରେ ଭୋଗ ବି ରହିଛି। ତେବେ ଏହାର ସତ୍ୟତା କ’ଣ, ଏହା କେଉଁ ରାଜ୍ୟର ଏବଂ ମନ୍ଦିରରେ ନା ଘରେ ଚତୁର୍ଦ୍ଧାବିଗ୍ରହଙ୍କୁ ଏହିଭଳି ଉପାସନା କରାଯାଉଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ।
ଘଟଣାକୁ ନେଇ ଶ୍ରୀଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୁରୀର ମହେଶ୍ୱର ବେହେରା କହିଛନ୍ତି, ମହାପ୍ରଭୁଙ୍କ ସେବାପୂଜାରେ ଶ୍ରୀମନ୍ଦିରର କିଛିଟା ସ୍ବତନ୍ତ୍ର ରହିଛି। ଏହାକୁ ବାହାରେ ପ୍ରଘଟ କରିବା ଠିକ୍‌ ନୁହେଁ। ଶ୍ରୀମନ୍ଦିରର କେତେଜଣ ସେବକ ବାହାରକୁ ଯାଇ ମହାପ୍ରଭୁଙ୍କ ବିଧି ସମ୍ପନ୍ନ କରିଛନ୍ତି। ତାହାର ଫଟୋ ଏବଂ ଭିଡିଓ ଉତ୍ତୋଳନ କରାଯାଇ ସୋସିଆଲ ମିଡିଆରେ ଅପ୍‌ଲୋଡ କରାଯାଇଛି। ଏହାଠୁ ଭଳି ଦୁର୍ଭାଗ୍ୟଜନକ ଘଟଣା କ’ଣ ବା ହୋଇପାରେ ବୋଲି ସେ ପ୍ରଶ୍ନ ଉଠାଇବା ସହ ଏହା ଶାସ୍ତ୍ରସମ୍ମତ କି ନୁହେଁ ତାହା ବିଚାରଯୋଗ୍ୟ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ସୁଇପରଙ୍କ ଘରୁ ମିଳିଲା ୨ ହଜାର କଫ ସିରପ

ବରଗଡ଼ ଅଫିସ,୨୭।୮: ବରଗଡ଼ ସହରର ଗଳିକନ୍ଦିରେ ଚାଳିଛି ନିଶା କାରବାର। ଏଥିରୁ ସ୍ଥାନୀୟ ଉପ କାରାଗାର(ସବ୍‌ଜେଲରେ) ପରିସର ମଧ୍ୟ ବାଦ ପଡିନାହିଁ । ଶୁକ୍ରବାର ବରଗଡ଼...

ବିହାର ଘଟଣା ପରେ ରାଜ୍ୟ ସରକାରଙ୍କ ଚେତା ପଶିଲା : ଲିଚୁର ମାନ ଯାଞ୍ଚ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ବିହାରରେ ମସ୍ତିଷ୍କ ଜ୍ୱରରେ ଶହେରୁ ଅଧିକ ଶିଶୁଙ୍କ ଜୀବନ ଗଲାଣି। ଏହା ପଛର କାରଣ ସ୍ପଷ୍ଟ ହୋଇ ନ ଥିଲେ ବି ଲିଚୁରେ ଥିବା...

ଏଣିକି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଏକକ ପରୀକ୍ଷା: ଗୋଟିଏ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଏଣିକି ଗୋଟିଏ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ। ଚଳିତ ବର୍ଷଠାରୁ ଷାଣ୍ମାସିକ ଏବଂ...

ନିୟମଗିରି ପାହାଡ଼ରେ କୁଇ ଭାଷାରେ ସଚେତନ କରାଉଛି ରଥ

ବିଷମକଟକ,୧୭ା୫: ରାୟଗଡ଼ା ଜିଲାର ଅପହଞ୍ଚ ଇଲାକା ନିୟମଗିରି ପାହାଡ଼ରେ ପହଞ୍ଚିଛି କରୋନା। ୨ ଦିନ ମଧ୍ୟରେ ଜିଲାର କଲ୍ୟାଣସିଂହପୁର ଏବଂ ବିଷମକଟକ ବ୍ଲକ୍‌ ଅଧୀନ ନିୟମଗିରି...

ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ରାଜ୍ୟରେ ସୋମବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୩୬ କୁ ବୃଦ୍ଧି...

ଦୂରଗାମୀ ଆଇଟିସିଏମ୍‌ କ୍ଷେପଣାସ୍ତ୍ର ପରୀକ୍ଷଣ: ୧୦୦୦ କିମି ରହିଛି ଲକ୍ଷ୍ୟଭେଦ ଦୂରତା

ବାଲେଶ୍ୱର ଅଫିସ,୨୧।୨: ବାଲେଶ୍ୱର ଜିଲା ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୧୫ମିନିଟରେ ଦୂରଗାମୀ କ୍ଷେପଣାସ୍ତ୍ର ଆଇଟିସିଏମ୍‌ର...

ବମିଖାଲରେ ତ୍ୱରାନ୍ବିତ ହେବ ବିଶୋଧନ, ସ୍ବାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର,୬ା୪(ବ୍ୟୁରୋ): ଭୁବନେଶ୍ୱର ବମିଖାଲ ଅଞ୍ଚଳରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଏହି ଅଞ୍ଚଳରେ ୩ ଜଣଙ୍କଠାରେ କରୋନା ପଜେଟିିଭ ଚିହ୍ନଟ ହୋଇଥିବାବେଳେ...

ପ୍ରାଥମିକ ବିଦ୍ୟାଳୟକୁ ହାଇସ୍କୁଲରେ ମିଶ୍ରଣ ଦାବି

ବନ୍ତଳା,୩।୧୨(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ମିଶାଇବା ପାଇଁ ସୋମବାର ଜିଲାପାଳଙ୍କ ନିକଟରେ ଗ୍ରାମର ଯୁବକମାନେ...

Advertisement
Archives

Model This Week