ସୋସିଆଲ ମିଡିଆରେ ଟ୍ରୋଲ୍‌ ହେଲେ ଗୋୟଲ

ନୂଆଦିଲ୍ଲୀ,୧୩-୯: ମହାନ୍‌ ବୈଜ୍ଞାନିକ ସାର୍‌ ଆଇଜାକ୍‌ ନ୍ୟୁଟନ୍‌ ମାଧ୍ୟାକର୍ଷଣ ଶକ୍ତିକୁ ଖୋଜି ବାହାର କରିଥିଲେ ବୋଲି ସମସ୍ତେ ଜାଣନ୍ତି। ତେବେ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଏହାର ଆବିଷ୍କାରକ ଆଇନ୍‌ଷ୍ଟାଇନ୍‌ ବୋଲି ଅଭିହିତ କରିଛନ୍ତି। ଗୋୟଲଙ୍କ ଏହି ଟିପ୍ପଣୀ ଇଣ୍ଟରନେଟ୍‌ରେ ହସର ଖୋରାକ୍‌ ଯୋଗାଇଛି। ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍‌ କରାଯାଇଛି ଓ ୟୁଜରମାନେ ତାଙ୍କୁ ଏଥିନେଇ ସମାଲୋଚନା କରିଛନ୍ତି। ଇଣ୍ଟରନେଟ ୟୁଜର ମିମ୍ସ ତିଆରି କରି ଗୋୟଲଙ୍କୁ ପରିହାସ କରିବାକୁ ପଛାଇ ନାହାନ୍ତି। ଗୁରୁବାର ବୋର୍ଡ ଅଫ୍‌ ଟ୍ରେଡ଼୍‌ର ବୈଠକରେ ଯୋଗଦେଇ ଗୋୟଲ ଅର୍ଥନୀତି ଉପରେ ନିଜର ମତ ରଖିବା ବେଳେ ଆଇନଷ୍ଟାଇନ୍‌ଙ୍କୁ ମାଧ୍ୟାକର୍ଷଣ ଶକ୍ତି ଖୋଜିବା ବେଳେ ଗଣିତ ସହାୟତା କରି ନ ଥିଲା ବୋଲି କହିଛନ୍ତି। ଏଣୁ ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପରିଣତ କରିବା ଲକ୍ଷ୍ୟକୁ ଗାଣିତିକ ନଜରରେ ଦେଖିବା ଅନୁଚିତ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି। ତାଙ୍କର ଏହି ଟିପ୍ପଣୀ ପରେ ୟୁଜରମାନେ ଟୁଇଟର ଓ ଫେସ୍‌ବୁକ୍‌ରେ ମାଧ୍ୟାକର୍ଷଣ ଶକ୍ତିର ଆବିଷ୍କାରକ ନ୍ୟୁଟନ ବୋଲି ଉଲ୍ଲେଖ କରି ଗୋୟଲଙ୍କୁ ତାଚ୍ଛଲ୍ୟ କରିବା ଆରମ୍ଭ କରିଦେଇଛନ୍ତି। ଏଥିପୂର୍ବରୁ ଓଲା, ଉବରକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌୍‌ଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଟ୍ରୋଲ୍‌ କରାଯାଇଥିଲା। କିଛି ୟୁଜର ସୀତାରାମନ୍‌ ଓ ଗୋୟଲଙ୍କ ମନ୍ତବ୍ୟକୁ ମିଶାଇ ମଜା ଉଠାଉଥିବାର ଦେଖାଯାଇଛି। ଜଣେ ୟୁଜର ଲେଖିଛନ୍ତି ଯେ, ଭାରତର ଜିଡିପି ହ୍ରାସ ପାଉଛି କାରଣ ଯୁବବର୍ଗ ଏବେ ଜିଡିପିର ଗଣିତକୁ ଦେଖୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ବିଆଇର ନୂଆ ଗ୍ରାହକ ସେବା ନମ୍ବର

ମୁମ୍ବାଇ,୧୦।୮: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ନୂଆ ଗ୍ରାହକ ସେବା ଟୋଲ ଫ୍ରି ନମ୍ବର ୧୮୦୦-୧୨୩୪ ଓ ୧୮୦୦-୨୧୦୦ ର ଜାରି କରାଯାଇଛି। ଏହାଦ୍ୱାରା...

ସାମାଜିକ ନବସୃଜନକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୯।୨: ଦେଶର ପ୍ରମୁଖ ସାମାଜିକ ଅନୁଷ୍ଠାନ ଇନ୍‌ଫୋସିସ୍‌ ଫାଉଣ୍ଡେଶନ ପକ୍ଷରୁ ଚଳିତ ବର୍ଷ ପାଇଁ ‘ଆରୋହଣ ସାମାଜିକ ଅଭିନବ ପୁରସ୍କାରର ୩ୟ ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ...

ନୟାଗଡ଼ ସହରରେ ‘ଟ୍ରେଣ୍ଡ୍‌ସ ମ୍ୟାନ୍‌’

ଭୁବନେଶ୍ୱର,୧୨।୧୨: ରିଲାଏନ୍ସ ରିଟେଲର ପ୍ରମୁଖ ବ୍ରାଣ୍ଡ୍‌ ‘ଟ୍ରେଣ୍ଡସ’ର ପୁରୁଷ ବର୍ଗଙ୍କ ସ୍ବତନ୍ତ୍ର ଷ୍ଟୋର ‘ଟ୍ରେଣ୍ଡ୍‌ସ ମ୍ୟାନ୍‌’ ପକ୍ଷରୁ ନୟାଗଡ଼ ସହରରେ ପ୍ରଥମ ତଥା ନୂଆ ଟ୍ରେଣ୍ଡସ...

୫ ଦିନରେ ରିଲାଏନ୍ସର ୧ ଲକ୍ଷ କୋଟି କ୍ଷତି

ମୁମ୍ବାଇ,୧୨-୫: ଗତ ୫ ଦିନ ହେବ ଦେଶର ଷ୍ଟକ୍‌ ବଜାରରେ ଉଠାପକା ଚାଲିବା କାରଣରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌)ର ଶେୟାର ଉପରେ ବଡ଼ ପ୍ରଭାବ ପଡିଛି।...

ଟାଟା ଏଆଇଏ ଲାଇଫ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୩।୫ : ଟାଟା ଏଆଇଏ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂତନ ଉତ୍ପାଦ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହାର ପ୍ରମୁଖ ଆନୁଇଟି ପ୍ଲାନ୍‌ ‘ଟାଟା ଏଆଇଏ ଲାଇଫ୍‌...

ଏସ୍‌ବିଆଇ ଜେନେରାଲର ନୂତନ ଉତ୍ପାଦ

ଭୁବନେଶ୍ୱର, ୧୫।୯:ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍ସର ନୂତନ ଉତ୍ପାଦ ‘ସୁପର ହେଲ୍‌ଥ ଇନ୍‌ସ୍ୟୁରାନ୍ସ’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍ସର ପୂର୍ଣ୍ଣକାଳୀନ...

ଶ୍ରମିକ ଧର୍ମଘଟ: ରାଜ୍ୟରେ ୧୦୦ କୋଟିର କାରବାର କ୍ଷତିଗ୍ରସ୍ତ

ଭୁବନେଶ୍ୱର: ଶ୍ରମିକ ଧର୍ମଘଟ ପ୍ରଭାବ ଯୋଗୁ ରାଜ୍ୟର ପ୍ରମୁଖ ସ୍ଥାନଗୁଡ଼ିକରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଅନ୍ୟ ସବୁ ସ୍ଥାନରେ ଆଂଶିକ ବନ୍ଦ ରହିଥିବା...

ମେଗା ଗ୍ରାହକ ସଂଯୋଗୀକରଣ ଅଭିଯାନ

ଭୁବନେଶ୍ୱର,୧୦।୬: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଓଆଇ) ରାୟଗଡ଼ା କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ମେଗା ଗ୍ରାହକ ସଂଯୋଗୀକରଣ ଅଭିଯାନ ବ୍ୟାଙ୍କର ମହାପ୍ରବନ୍ଧକ ଜି.ଏନ୍‌.ଦାସ୍‌...

Advertisement
Archives

Model This Week