ସୋସିଆଲ ମିଡିଆରୁ ଦୂରେଇ ରହୁଛନ୍ତି ପରିଣୀତି

ମୁମ୍ବାଇ: ଚଳଚ୍ଚିତ୍ର ‘ଜବରିୟା ଯୋଡ଼ି’ ପରେ ଏବେ ଅଭିନେତ୍ରୀ ପରିଣୀତି ଚୋପ୍ରା ଫିଲ୍ମ ‘ଦ ଗର୍ଲ ଅନ୍‌ ଦ ଟ୍ରେନ୍‌’ର ଶୁଟିଂରେ ବ୍ୟସ୍ତ। ଫିଲ୍ମରେ ତାଙ୍କ ସହ ଅଦିତି ରାଓ ହୈଦରୀ ଓ କିର୍ତ୍ତୀ କୁଲ୍ହାରୀ ନଜର ଆସିବେ। ଫିଲ୍ମରେ ଜଣେ ବ୍ରିଟିଶ ପୋଲିସ ଅଫିସର ଆଲିୟା ଶେରଗିଲଙ୍କ ଭୂମିକାରେ ପରିଣୀତିଙ୍କୁ ଦେଖିବାକୁ ମିଳିବ। ଏହାକୁ ନିର୍ଦ୍ଦେଶନା ଦେବେ ଋଷି ଦାସଗୁପ୍ତା। ଏହା ଜୀବନର ସବୁଠୁ କଠିନ ଭୂମିକା ବୋଲି କହି ନିକଟରେ ପରିଣୀତି ସୋସିଆଲ ମିଡିଆରୁ ବିଦାୟ ନେଇଥିଲେ। ହେଲେ ଶନିବାର କିଛି ସମୟ ପାଇଁ ଏହାକୁ ଭାଙ୍ଗି ଏକ ଫଟୋ ଶେୟାର କରିଛନ୍ତି। କଳା ଚଷମା ଓ ଜ୍ୟାକେଟ୍‌ ପିନ୍ଧି ପରିଣୀତି ଖୁବ୍‌ ସୁନ୍ଦର ଲାଗୁଛନ୍ତି। ତେବେ ଫଟୋଟି ଶେୟାର କରିବାକୁ ସେ ଏପରି କହିଥିବା ସହ ପୁଣିଥରେ ବିଦାୟ ନେଉଥିବା କହିଛନ୍ତି।

ସିଦ୍ଧାର୍ଥଙ୍କ ସହ ‘ଜବରିୟା ଯୋଡ଼ି’ ଫିଲ୍ମକୁ ଦର୍ଶକ ପସନ୍ଦ କରି ନ ଥିଲେ ସୁଦ୍ଧା ପରିଣୀତିଙ୍କ ହାତରେ ଏବେ ଫିଲ୍ମର ଲମ୍ବା ଲାଇନ। ‘ଦ ଗର୍ଲ ଅନ୍‌ ଦ ଟ୍ରେନ୍‌, ଭୁଜ: ଦ ପ୍ରାଇଡ ଅଫ୍‌ ଇଣ୍ଡିଆ ଏବଂ ସନ୍ଦିପ ଏବଂ ପିଙ୍କି ଫେରାର’ରେ ସେ କାମ କରୁଛନ୍ତି। ଏବେ ଦ ଗର୍ଲ ଅନ୍‌ ଦ ଟ୍ରେନ୍‌ର ଶୁଟିଂ ପାଇଁ ସେ ଲଣ୍ଡନରେ। ଫିଲ୍ମରେ ନିଜ ଭୂମିକା ପ୍ରମୁଖ ରହିଥିବାରୁ ଅନ୍ୟ କୌଣସି କାର୍ଯ୍ୟରେ ମନ ଦେବାକୁ ତାଙ୍କୁ ସମୟ ମିଳୁନାହିଁ। ଫଳରେ କିଛି ଦିନ ପାଇଁ ସୋସିଆଲ ମିଡିଆଠାରୁ ନିଜକୁ ଦୂରେଇ ରଖିଛନ୍ତି ସେ। ସାରା ସମୟ ଶୁଟିଂକୁ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ମୋ’ ସମ୍ପତ୍ତି ପୁଅଝିଅଙ୍କ ମଧ୍ୟରେ ଅଧାଅଧା ବଣ୍ଟାଯିବ: ଅମିତାଭ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନ ଭଲ ଅଭିନେତା ସାଙ୍ଗକୁ ଜଣେ ଭଲ ପିତା ମଧ୍ୟ। କର୍ମକୁ ସେ ଯେତିକି ପ୍ରାଧାନ୍ୟ ଦେଇଥାନ୍ତି ତା’ଠାରୁ ଅଧିକ...

ଭାଇରାଲ ହେଲା ତୈମୁରଙ୍କ ଆଉ ଏକ ଫଟୋ

ମୁମ୍ବାଇ,୩୧।୫: ପଟୌଦି ଖାନଦାନର ଛୋଟେ ନବାବ ସୈଫ ଅଲ୍ଲୀ ଖାଁ, କରୀନା କପୁର ଖାଁ ଓ ତୈମୁରଙ୍କୁ ଗୁରୁବାର ରାତିରେ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଛି।...

‘କଲଙ୍କ’ରେ ଭୂମିକାକୁ ନେଇ ଖୁସି

ମୁମ୍ବାଇ,୨୦ା୪(ଆଇଏଏନ୍‌ଏସ୍‌): ଅଭିଷେକ୍‌ ବର୍ମନଙ୍କ ଚଳଚ୍ଚିତ୍ର ‘କଲଙ୍କ’ରେ ନିଜର ଭୂମିକାକୁ ନେଇ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଏଥିରେ ଅଭିନେତା ଆଦିତ୍ୟ ରୟ...

ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ କଲେ ଗୋବିନ୍ଦା

ମୁମ୍ବାଇ: ୮୦ ଦଶକରୁ ବହୁମୁଖୀ ପ୍ରତିଭା ଯୋଗେ ଦର୍ଶକଙ୍କ ମନୋରଞ୍ଜନ କରିଆସୁଥିବା ଗୋବିନ୍ଦା ନିଜର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ କରିଛନ୍ତି। ସମୟ ସହିତ ତାଳ...

ବାପାଙ୍କୁ ‘ହିରୋ’ ବୋଲି ସମ୍ବୋଧନ କଲେ ଅଭିଷେକ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କୁ ଭାରତୀୟ ସିନେମାର ସର୍ବଶ୍ରେଷ୍ଠ ପୁରସ୍କାର ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନୀତ କରାଯାଇଛି। ରବିବାର ନୂଆଦିଲ୍ଲୀରେ ଆୟାଜିତ ସ୍ବତନ୍ତ୍ର...

ପୁଣି ଟିଭିରେ ନଜର ଆସିବେ ସୁଶାନ୍ତ-ଅଙ୍କିତା ଯୋଡି

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ତାଙ୍କ ହଠାତ୍‌ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପରିବାର ଏବଂ...

କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ୍‌-୨’ ଶୁଟିଂ ସେଟ୍‌ରେ ଦୁର୍ଘଟଣା: ସହନିର୍ଦ୍ଦେଶକଙ୍କ ସମେତ ୩ ମୃତ

ଚେନ୍ନାଇ,୨୦।୨: ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ଇଣ୍ଡିଆନ୍‌-୨ ଶୁଟିଂ ସେଟ୍‌ରେ ବଡ ଦୁର୍ଘଟଣା ଘଟିଛି। ଚେନ୍ନାଇର ଇଭିପି ଷ୍ଟୁଡିଓ ସେଟ୍‌ରେ ଲାଗିଥିବା କ୍ରେନ୍‌ କ୍ରାଶ୍‌...

ପୋଷାକକୁ ନେଇ ଆକ୍ରୋଶର ଶିକାର ଅଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ ତାଙ୍କ ଅଭିନୟ ଓ ଆକ୍ସନ୍‌ ପାଇଁ ବେଶ୍‌ ପରିଚିତ। ବଡ ପରଦାରେ କେତେ ଗୁଡିଏ ହିଟ୍‌ ଫିଲ୍ମ ଦେଇ...

Play 250+ Trending Games
Archives

Model This Week

Why Dharitri