ସୋସିଆଲ ମିଡ଼ିଆରେ ବନ୍ଧୁତ୍ୱ: ବନ୍ଧୁଙ୍କୁ ଭେଟିବା ଲାଗି କୋରିଆରୁ ସୁନ୍ଦରଗଡ଼

ସୁନ୍ଦରଗଡ଼, ୫।୧(ଡି.ଏନ୍‌.ଏ.) -ସବୁ ସମ୍ପର୍କ ମଧ୍ୟରେ ବନ୍ଧୁତ୍ୱ ଭାବ ନିଆରା । କେତେବେଳେ କାହା ସହିତ ଅନ୍ତରଙ୍ଗ ବନ୍ଧୁତ୍ୱ ସୃଷ୍ଟି ହୁଏ ତାହାର କୌଣସି ନିର୍ଦ୍ଦିଷ୍ଟ ସୀମା ନ ଥାଏ। ସେହିପରି ଏକ ନିଆରା ବନ୍ଧୁତ୍ୱ ସୋସିଆଲ ମିଡିଆ ଫେସ୍‌ବୁକର ଚାଟିଂ ମାଧ୍ୟମରେ ସୃଷ୍ଟି ହୋଇଥିଲା ସୁଦୂର କୋରିଆର ଜେମ୍‌ସ ଓ ସୁନ୍ଦରଗଡ ରଙ୍ଗାଢିପାର ଅଙ୍କିତ ପାଣ୍ଡିଆଙ୍କ ମଧ୍ୟରେ। ୩ବର୍ଷ ହେବ ଫେସବୁକ୍‌ରେ ଅଙ୍କିତ ଜେମ୍‌ସଙ୍କ ସହିତ ଚାଟିଂ କରୁଥିଲେ। ତାଙ୍କ ସହିତ ଭାବ ବିନିମୟ ଦ୍ୱାରା ଭାରତ ତଥା ତାଙ୍କ ଘରକୁ ଆସିବାକୁ ଆଗ୍ରହୀ ହେଲେ ଜେମ୍‌ସ। ଅଙ୍କିତ ବିଭିନ୍ନ ରକେଟ ତଥା ହେଲିକପ୍ଟରର ମଡେଲ ତିଆରି କରି ଫେସ୍‌ବୁକ୍‌ରେ ପୋଷ୍ଟ କରୁଥିଲେ। ଅନ୍ତରଙ୍ଗ ବନ୍ଧୁତ୍ୱ ସୃଷ୍ଟି ହେବା ପରେ ଏହି ସବୁ ମଡେଲକୁ ଦେଖିବା ଓ ଅଙ୍କିତଙ୍କୁ ଭେଟିବା ପାଇଁ ତାଙ୍କ ମନରେ ଗଭୀର ଆଗ୍ରହ ସୃଷ୍ଟି ହୋଇଥିଲା। ଶେଷରେ ସୁଦୂର କୋରିଆରୁ ଓଡିଶାର ଉପାନ୍ତ ଜିଲା ସୁନ୍ଦରଗଡ ସହରରେ ଆସି ପହଞ୍ଚିଥିଲେ ଜେମ୍‌ସ। ଇଂଲଣ୍ଡର ମୂଳବାସିନ୍ଦା ଜେମ୍‌ସ କେ. ଡେଭିଡ କୋରିଆରେ ଇଂଲିଶ ଅଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି। କୋରିଆରୁ ଥାଇଲାଣ୍ଡ ପରେ ଭାରତର କୋଲକତା ବିମାନବନ୍ଦର ଦେଇ ଜେମ୍‌ସ ଗତ ୩୦ ତାରିଖରେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରୁ ବନ୍ଧୁ ଅଙ୍କିତ ତାଙ୍କୁ ସଡକପଥରେ ଆଣି ସୁନ୍ଦରଗଡ଼ରେ ପହଞ୍ଚିଥିଲେ। ଏଠାରେ ପହଞ୍ଚିବା ପରେ ବନ୍ଧୁ ଅଙ୍କିତ ଓ ତାଙ୍କ ପରିବାରଙ୍କ ଆତିଥ୍ୟ ତାଙ୍କୁ ବିମୋହିତ କରିଥିଲା। ଅଙ୍କିତଙ୍କ ପରିବାର ସଦସ୍ୟମାନଙ୍କ ସହ ଏକାଠି ବସି ପାରମ୍ପରିକ ଓଡିଆ ଖାଦ୍ୟ ଖାଇବା ସହ ସୁନ୍ଦରଗଡ ନିକଟବର୍ତ୍ତୀ ଦର୍ଶନୀୟ ସ୍ଥାନ ସରଫଗଡ ଡ୍ୟାମ ବୁଲିବାକୁ ଯାଇଥିଲେ। ଏହାପରେ ହୀରାକୁଦ ଡ୍ୟାମ ଓ ସୁନ୍ଦରଗଡ ଜିଲାର ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ଏଠାରେ ନୂୂଆବର୍ଷ ପାଳନ କରିଥିଲେ। ଏପରିକି ସୁନ୍ଦରଗଡରେ ଚା ଷ୍ଟଲରେ ଅଦା, ଗୋଲମରିଚ ଦିଆ ନାଲି ଚା ତାଙ୍କର ବେଶ ପସନ୍ଦ ହୋଇଥିଲା। ପୁଅର ଏହି ନିଆରା ବନ୍ଧୁତ୍ୱକୁ ଦେଖି ବାପା ଚିନ୍ତାମଣି ପାଣ୍ଡିଆ, ମା’ ବନ୍ଦନା ପାଣ୍ଡିଆ, ଭଉଣୀ ମୋନାଲିସା ପାଣ୍ଡିଆ ମଧ୍ୟ ବେଶ୍‌ ଖୁସି ହୋଇଥିଲେ। ଅଙ୍କିତ ପରି ଜେମ୍‌ସ ମଧ୍ୟ ତାଙ୍କର ଆଉ ଗୋଟିଏ ପୁଅ ବୋଲି ଭାବବିହ୍ବଳ ହୋଇ ବାପା ଚିନ୍ତାମଣି ପ୍ରକାଶ କରିଥିଲେ। ଜେମ୍‌ସଙ୍କ ସରଳ ଅମାୟିକ ବ୍ୟବହାର ସମସ୍ତଙ୍କୁ ବେଶ ଖୁସି ଦେଇଥିଲା । ସୁନ୍ଦରଗଡ ଭାଷା ସଂସ୍କୃତି, ଚଳଣି ପ୍ରତି ଗଭୀର ଆଗ୍ରହ ପ୍ରକାଶ କରିଥିବା ଜେମ୍‌ସ ଓଡିଆ ଭାଷା ମଧ୍ୟ ଶିଖିବାକୁ ଚେଷ୍ଟା କରୁଛନ୍ତି। ବନ୍ଧୁ ଅଙ୍କିତ ଓ ତାଙ୍କ ପରିବାରବର୍ଗଙ୍କୁ କୋରିଆ ନିମନ୍ତ୍ରଣ କରି ଶୁକ୍ରବାର ଝାରସୁଗୁଡା ବିମାନବନ୍ଦରରୁ ଫେରି ଯାଇଛନ୍ତି ଜେମ୍‌ସ । ବନ୍ଧୁଙ୍କ ପରିବାର ବର୍ଗ ପାଇଁ ଛାଡି ଯାଇଛନ୍ତି ଅପାସୋରା ସ୍ମୃତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି…

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ପୀଡ଼ିତା ୪ ମାସର ଗର୍ଭବତୀ, ଓ୍ବାଚ୍‌ମ୍ୟାନ୍‌…

କେନ୍ଦ୍ରାପଡ଼ା,୯ା୯(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଏକ ସରକାରୀ ଅନୁଦାନପ୍ରାପ୍ତ ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ)ରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ…

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri