ସେଲ୍‌ଫି ନେଲା ବେଳେ ଯୁବକଙ୍କୁ କଚାଡ଼ିଲା ଦନ୍ତା

କୁଆମରା,୨୮ା୧୨(ଡି.ଏନ୍‌.ଏ.)- ହାତୀ ଦେଖିବାକୁ ଯାଇ ଜଣେ ଯୁବକ ମୋବାଇଲରେ ସେଲ୍‌ଫି ନେବା ବେଳେ ମାଡ଼ି ଆସିଲା ବିପଦ। ୫୦୦ ମିଟର ପର୍ଯ୍ୟନ୍ତ ଗୋଡାଇଲା ଦନ୍ତାହାତୀ। ଶୁଣ୍ଢରେ ତାଙ୍କୁ ଉଠାଇ ଫିଙ୍ଗିଦେଲା କିଛି ଦୂରକୁ । ସୌଭାଗ୍ୟବଶତଃ ହାତୀ ଆକ୍ରମଣରୁ ବର୍ତ୍ତି ଯାଇଥିଲେ ଏହି ଯୁବକ। ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ଜୟପୁର ପଞ୍ଚାୟତର ଦାମାସାହି ଗ୍ରାମ ନିକଟରେ ଶୁକ୍ରବାର ଏହି ଘଟଣା ଘଟିଛି। ସେଲ୍‌ଫି ଉଠାଉଥିବା ଏହି ଯୁବକଙ୍କ ପରିଚୟ ଜଣାପଡ଼ି ନାହିଁ।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିିହା ଅଞ୍ଚଳରୁ ୭ଟି ହାତୀ କୁଆମରା ବନାଞ୍ଚଳକୁ ବୁଧବାର ରାତିରେ ପଶି ଆସିଥିଲେ। କଡଦା ଗ୍ରାମର ଚାଷ ଜମିରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିଲେ। ଗୁରୁବାର କୁଆମରା ଫରେଷ୍ଟର ଧ୍ରୁବଚରଣ ବସନ୍ତିଆଙ୍କ ତତ୍ତ୍ୱାବଧାନ ଓ ଗ୍ରାମ ଲୋକଙ୍କ ସହାୟତାରେ ହାତୀ ପଲଙ୍କୁ ନୀଳଗିରି ଅଞ୍ଚଳକୁ ଘଉଡାଇ ଦିଆଯାଇଥିଲା। ତେବେ ହାତୀପଲ ନୀଳଗିରି ରେଞ୍ଜ ଅନ୍ତର୍ଗତ କାଠପାଳ ନିକଟରେ ପହଞ୍ଚିବା ବେଳକୁ ଗୋଟିଏ ହାତୀ ଗୋଠଛଡା ହୋଇ ଯାଇଥିଲା। ଦଳର ବାକି ୬ଟି ହାତୀ ପୁଣି ପଛକୁ ଫେରି ଆସି ପୁରୁଣା ଗାଁ ନିକଟରେ ପହଞ୍ଚିଥିଲେ। ତେବେ ରାତିରେ ସାଇଁକୁଳା ରାସ୍ତାରେ ଆସି କଲେଜ ସମ୍ମୁଖରେ ଥିବା ଏକ ଧାନଖଳାରେ ରଖା ଯାଇଥିବା ଧାନବିଡାକୁ ଖାଇ ଯାଇଥିଲେ। ପରେ ଜୟପୁର ପଞ୍ଚାୟତସ୍ଥିତ ଦାମାସାହି ଗ୍ରାମର ଜିତେନ ନାୟକଙ୍କ ଶାଗୁଆନ ବଗିଚାରେ ଶୁକ୍ରବାର ଦିନତମାମ ରହି ଉତ୍ପାତ କରିଥିଲେ। ବାରିପଦା, ଡୁକୁରା ଓ ଉଦଳାରୁ ୪୦ରୁ ଊର୍ଦ୍ଧ୍ୱ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀପଲଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ସ୍ଥାନ ଛାଡ଼ି ଯାଇ ନ ଥିଲେ। ଶେଷରେ ସାରେ ବାଣ ଫୁଟାଇବା ସହ ନିଆଁ ହୁଳା ଦେଖାଇବାରୁ ହାତୀ ପଲ ମୁଖ୍ୟ ରାସ୍ତା ପାର ହୋଇ ବିଲ ମଧ୍ୟରେ ପଶି ନୀଳଗିରି ମୁହଁା ହୋଇଥିଲେ। ତେବେ ହାତୀଙ୍କ ପାଇଁ ଖୁଣ୍ଟା- କୁଆମରା ମୁଖ୍ୟ ରାସ୍ତାର ଦାମାସାହି ନିକଟରେ ପ୍ରାୟ ୨/୩ ଘଣ୍ଟା ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ହାତୀ ଦେଖିବାକୁ ଆସିଥିବା ଲୋକଙ୍କ ମଧ୍ୟରୁ ଜଣେ ଯୁବକ ହାତୀ ପାଖକୁ ଯାଇ ନିଜ ମୋବାଇଲରେ ସେଲ୍‌ଫି ନେଉଥିବା ବେଳେ ହାତୀଟି ରାଗି ଯାଇ ତାଙ୍କୁ ଆକ୍ରମଣ କରିଥିଲା, ଯାହାକି ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଭିତରକୁ ପଶିଗଲା କାର

  ବାରିପଦା ଅଫିସ,୧।୭: ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ମଞ୍ଚାବନ୍ଧାଠାରେ ଦୁଇ କାର ମଧ୍ୟରେ ଧକ୍କା ହୋଇଛି। ଏଥିରେ ଗୋଟିଏ କାର ଜଣଙ୍କ ଘର ଭିତରକୁ...

୩ ଶହୀଦଙ୍କ ଘରୁ ଗଲା ମାଟି

ରାଇରଙ୍ଗପୁର,୬।୯(ମନୋରଞ୍ଜନ ତିରିଆ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ‘ମେରି ମାଟି, ମେରା ଦେଶ’ କାର୍ଯ୍ୟକ୍ରମ ନିମନ୍ତେ ଶହୀଦ୍‌ ଯବାନଙ୍କ ଘରୁ ପବିତ୍ର ମାଟି ସଂଗ୍ରହ...

ନିଶା ନିବାରଣ କେନ୍ଦ୍ରକୁ ନେବା ବାଟରେ ଯୁବକଙ୍କୁ ହତ୍ୟା

ବାରିପଦା ଅଫିସ,୩୦।୩: ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅଞ୍ଚଳର ଏକ ଜଙ୍ଗଲରୁ ଜନୈକ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଅଭିଯୁକ୍ତମାନେ...

ସରଗରମ ହେଲାଣି ପ୍ରଚାର

ବାରିପଦା ଅଫିସ,୧୧ା୩ ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦ ନିର୍ବାଚନ ସରଗରମ ହେବାରେ ଲାଗିଲାଣି। ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ୧୭ଜଣ ପ୍ରାର୍ଥୀ ଅଧ୍ୟକ୍ଷ ପଦବୀ ନିମନ୍ତେ...

ହାତୀ ପାଇଁ ଗଲା ଜୀବନ

ଚିତ୍ରଡ଼ା,୧୮।୯(ଡି.ଏନ.ଏ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବନାଞ୍ଚଳରେ ହାତୀ ଆତଙ୍କ ଥମିବାର ନାଁ ଧରୁନି। ପୁଣି ହାତୀ ପାଇଁ ଜଣେ ବାଳକଙ୍କ ଜୀବନ ଯାଇଛି। ମୃତକ ହେଲେ...

ବାରିପଦା ପୌର ପରିଷଦ: ଦରମା ପ୍ରଦାନ ପରେ ସଫେଇ କାର୍ଯ୍ୟ ସ୍ବାଭାବିକ

ବାରିପଦା ଅଫିସ,୧୫ା୧୧- ବାରିପଦା ପୌର ପରିଷଦର ସଫେଇ କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀମାନେ ଦରମା ପ୍ରଦାନ ଦାବିରେ ମଙ୍ଗଳବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ପ୍ରତିଶ୍ରୁତି ମୁତାବକ...

ଜନ୍ମମାଟିରେ ୩ ଦିନ ରହିବେ ରାଷ୍ଟ୍ରପତି

ବାରିପଦା ଅଫିସ,୨୮ା୪: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିବେ। ଆସନ୍ତା ମେ’ ୪ରୁ ୬ତାରିଖ ପର୍ଯ୍ୟନ୍ତ ଜିଲାର ରାଇରଙ୍ଗପୁର, ପାହାଡ଼ପୁର...

ବାରିପଦା ସହରକୁ ପଶିଆସିଛି ଦନ୍ତା

ବାରିପଦା ଅଫିସ,୨୪ା୮: ଶିମିଳିପାଳ ଜାତୀୟ ଉଦ୍ୟାନରୁ ବାଟବଣା ହୋଇଥିବା ଏକ ଦନ୍ତାହାତୀ ସୋମବାର ସକାଳେ ବାରିପଦା ସହରରେ ବୁଲୁଥିବା ଦେଖିବାକୁ ମିଳିଛି। ସକାଳୁ ସହର ମୁର୍ଗାବାଡ଼ି...

Advertisement
Archives

Model This Week