ସେଲ୍‌ଫି ଅନ୍ତରାଳେ..

ଆଜିକାଲି ସେଲ୍‌ଫି ନେବା ଏକ ମାନିଆ ପାଲଟି ଗଲାଣି। ଫଟୋରେ କମେଡିଆନ୍‌ ହରିହର ମହାପାତ୍ର ଓରଫ ହରି ଭାଇ ଅଭିନେତ୍ରୀ ପିଙ୍କି ପ୍ରିୟଦର୍ଶିନୀଙ୍କ ସହ ଏକ ସେଲ୍‌ଫି ନେଉଛନ୍ତି। ପୁଣି କେଉଁ ପୋଜ୍‌ରେ ଥରେ ଦେଖନ୍ତୁ ନା ! ଫଟୋ ଫଛରେ ସତ୍ୟତା ତ ନିଶ୍ଚୟ ରହିଛି, ହେଲେ ଏହା ହରି ଭାଇଙ୍କ ବାସ୍ତବ ଜୀବନ ନୁହେଁ, ଅଭିନୟ ଜୀବନରେ ହିଁ ଘଟିଛି। ରିଲିଜ ଅପେକ୍ଷାରେ ଥିବା ଓଡିଆ ସିନେମା ‘ଜୋର୍‌ କା ଝଟକା’ରେ ସେ ଏକ ଦମ୍‌ଦାର ଭୂମିକାରେ ଅଭିନୟ କରୁଛନ୍ତି। ସେହି କୌତୂହଳ ନାମଟି ହେଲା-‘ଏବିସି’ ଯାହାର ଫୁଲଫର୍ମ ହେଉଛି ‘ଅନୁଭବ ବାବୁସାନ୍‌ଙ୍କ କକ୍‌ଟେଲ’। ଏବିସି ଏକ ୟୁନିଭର୍ସିଟିରେ ପାଠ ପଢ଼ୁଛି। ଜଣେ ଝିଅକୁ ସେ ମନେ ମନେ ଭଲ ପାଇ ବସିଛି। ହେଲେ ସେ ଝିଅ ତାକୁ ଭଲ ପାଏ କି ଆଉ କାହାର ପ୍ରେମିକା ସେକଥା ସେ ଜାଣେନା। ବାସ୍‌ ଏବିସି ନିଜ ଭାବନା ରାଇଜରେ ବୁଡି ସେ ଝିଅକୁ ନେଇ ଅନେକ ସ୍ବପ୍ନ ଦେଖୁଛି। ହେଲେ ଏହି ପ୍ରେମ ନିଶାରେ ଏକ ଜୋର୍‌ କା ଝଟକା ଲାଗୁଛି। ତାହା କ’ଣ ଏବଂ ପରବର୍ତ୍ତୀ ସମୟରେ ଏବିସି ନିଜ ପ୍ରେମକୁ କିପରି ଶେଷ ରୂପ ଦେଉଛି ତାହା ଫିଲ୍ମଟି ଦେଖିଲେ ହିଁ ଜାଣିପାରିବେ। ନିଜ ପ୍ରେମ ପାଇଁ ସେ କେତେବେଳେ ଖଳନାୟକ ପାଲଟି ଯାଉଛି ତ କେତେବେଳେ ନିଜର ଭୁଲ ପାଇଁ ଅନୁତାପ କରୁଛି। ସେପଟେ ଏପରି ଏକ ମନଲାଖି କମେଡି ଭୂମିକା ଦର୍ଶକଙ୍କ ମନକୁ ନିଶ୍ଚୟ ଛୁଇଁବ ବୋଲି ଆଶା ରଖିଛନ୍ତି ହରି। ଅଶୋକ ବେହେରା-ଶିବାନୀ ବେହେରାଙ୍କ ପ୍ରଯୋଜିତ ଏହି ସିନେମାର ନାୟକ ଭୂମିକାରେ ଅଭିନୟ କରିଛନ୍ତି ଦୀପକ। ହାସ୍ୟାଭିନେତା ପ୍ରଜ୍ଞା ଏବଂ ଚରିତ୍ର ଅଭିନେତା ମିହିର ଦାସ ଚରିତ୍ର ଏହାର ଅନ୍ୟତମ ଆକର୍ଷଣ ବୋଲି କହନ୍ତି ଏହାର ନିର୍ଦ୍ଦେଶକ ପିନୁ ନାୟକ। ଫିଲ୍ମରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ଅଭିଜିତ ମଜୁମଦାର।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ କିଛି ଫଟୋ ଶେୟାର କରି ସ୍ମୃତିକୁ ତାଜା କଲେ ରଣବୀର

ଜୁଲାଇ ୬ ଅର୍ଥାତ ଆଜି ରଣବୀର ସିଂହଙ୍କ ଜନ୍ମଦିନ। ଚଳିତବର୍ଷ ରଣବୀର ୩୪ତମ ଜନ୍ମ ଦିବସ ପାଳନ କରୁଛନ୍ତି। ବ୍ୟସ୍ତତା ଭିତରେ ନିଜ ପରିବାରକୁ ରଣବୀର...

ଡିସେମ୍ବରରେ ଆଲିୟା-ରଣବୀରଙ୍କ ବାହାଘର

ମୁମ୍ବାଇ: ବଲିଉଡ୍‌ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ଯଦି ଆପଣ ରଣବୀର କପୁର ଆଉ ଆଲିୟା ଭଟ୍ଟଙ୍କ ଫ୍ୟାନ୍‌ ତେବେ ଆପଣଙ୍କୁ ଏହି ଲାଟେଷ୍ଟ...

ଗଣିତ ପଢାଇବେ ବିଦ୍ୟା

ମୁମ୍ବାଇ: ବଲିଉଡ୍‌ର ଡାର୍ଟି ଗର୍ଲ ବିଦ୍ୟା ବଲାନ ଏବେ ଗଣିତ ପଢାଇବେ ବୋଲି ଜଣାପଡିଛି। ବଲିଉଡ୍‌ ବାୟୋପିକ ମୁଭି ‘ଶକୁନ୍ତଳା ଦେବୀ‘ରେ ନଜର ଆସିଥିବା ବିଦ୍ୟାଙ୍କର...

ଚ୍ୟାଲେଞ୍ଜ୍‌ ଦେବେ ବିଶ୍ୱରୂପ

ଚଳଚ୍ଚିତ୍ରର ନାୟକ ସାଜିଥିବା କଳାକାରଙ୍କ ନାମ ଯାହା ଫିଲ୍ମର ଟାଇଟଲ ମଧ୍ୟ ସେଇଆ। ସେ ହେଲେ ବିଶ୍ୱରୂପ। ରିଲିଜ ଅପେକ୍ଷାରେ ଥିବା ଆକ୍ସନଭିତ୍ତିକ ଓଡିଆ ସିନେମା...

ପ୍ରତିଭା ବିକେ, ବିବେକ ନୁହେଁ

ମୁମ୍ବାଇ: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲିଛି। ଏହି ବିକ୍ଷୋଭରେ ସାମିଲ ହେବା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମହଙ୍ଗା ପଡ଼ିଛି।...

ବକ୍ସ ଅଫିିସ୍‌ରେ କମାଲ୍‌ କରୁଛି ଫିଲ୍ମ କବିର ସିଂହ: ୩ ଦିନରେ ୭୦କୋଟି

ମୁମ୍ବାଇ: ସାହିଦ କପୁରଙ୍କ ଫିଲ୍ମ କବିର ସିଂହ ରିଲିଜ ହୋଇସାରିଥିବା ବେଳେ ବକ୍ସ ଅଫିସ୍‌ରେ ଏବେ ଧମାଲ୍‌ କରୁଛି। ପ୍ରଥମ ଦିନରୁ ଏହି ଫିଲ୍ମ ୨୦...

ଭଲ ଲାଗୁଥିବା ଯାଏ ଯାତ୍ରାରେ ଥିବି: ଜ୍ୟୋତ୍ସ୍ନାରାଣୀ

ନା ଆଗରୁ ଯାତ୍ରା କରିଥିଲେ ନା ଅଭିନୟରେ ତାଲିମ୍‌ ନେଇଥିଲେ। ତେବେ ଯାତ୍ରା ପ୍ରତି ରୁଚି ରହିଥିଲା। ଅଚାନକ ମିଳିଗଲା ସୁଯୋଗ। ତ ଚାଲି ଆସିଲେ...

ପୂଜାପାଠରୁ ଦିନ ଆରମ୍ଭ କରୁଥିଲେ ସୁଶାନ୍ତ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବେ ଆଉ ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କ ସ୍ମୃତି ସବୁବେଳେ ଆମ ସହ ରହିବ। ଏବେ...

Coronavirus Update


Archives

Model This Week

Why Dharitri