ସେବା ସମବାୟ ସମିତିରେ ଦୁର୍ନୀତି ଅଭିଯୋଗ: ଜିଲାପାଳଙ୍କଠାରେ ଫେରାଦ ହେଲେ ଚାଷୀ

ଭଦ୍ରକ ଅଫିସ,୧୭।୧୦- ଭଦ୍ରକ ବ୍ଲକ ଚୂଡ଼ାକୁଟି ସେବା ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ କରାଯାଇଛି। ଏହି ସମବାୟ ସମିତି ଅଧୀନ ଚୂଡ଼ାକୁଟି, ଦଇପୁର ଓ କଲ୍ୟାଣୀର ଚାଷୀ ବୁଧବାର ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିକଟରେ ଫେରାଦ ହୋଇ ତଦନ୍ତ ଦାବି କରିଛନ୍ତି।
ଚାଷୀମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଏହି ସମବାୟ ସମିତିରେ ଧାନ କିଣାଠୁ ଆରମ୍ଭ କରି ରବି ଓ ଖରିଫ୍‌ ଋଣରେ ଲକ୍ଷ ଲକ୍ଷ ଟଙ୍କା ଆମତ୍ସାତ୍‌ ହୋଇଛି। ସମବାୟ ସମିତିର ସମ୍ପାଦକ ଏଥିରେ ସମ୍ପୃକ୍ତ ଅଛନ୍ତି। ସେ ନିର୍ଦ୍ଦିଷ୍ଟ ଭାବେ ଏକ ନେଟ୍‌ୱାର୍କିଂ ମାର୍କେଟିଂ କମ୍ପାନୀରେ କାମ କରୁଥିବାରୁ ସେବା ସମବାୟ ସମିତିରେ ଅଧିକାଂଶ ସମୟରେ ତାଲା ପଡୁଛି। ଜିଲାପାଳ ଦାସ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଆବଶ୍ୟକ ପଦକ୍ଷେପ ନିଆ ନ ଗଲେ ସମିତି ସମ୍ମୁଖରେ ଧାରଣା ଦେବେ ବୋଲି ଚାଷୀମାନେ ସେମାନଙ୍କ ନିଷ୍ପତ୍ତି ଜଣାଇଛନ୍ତି। ଜିଲାପାଳଙ୍କୁ ଭେଟିଥିବା ଏହି ପ୍ରତିନିଧି ଦଳରେ ଦୋଳଗୋବିନ୍ଦ ଜେନା, ବିକାଶ ରାଉତ, ସୁଶାନ୍ତ ସାହୁ, ଶମ୍ଭୁନାଥ ଦାସ, ପୀତାମ୍ବର ସାହୁ, କପିଳ ଜେନା ଓ ପାଗଳ ଜେନା ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁନି ଛାତ୍ର ନିର୍ମାଣ କଲେ ସାନିଟାଇଜ୍‌ ମେଶିନ

ଗୋପ,୨୫ା୭(ଡି.ଏନ୍‌.ଏ): କରୋନାକୁ ନେଇ ସାରା ଦେଶ ଔଷଧ ପ୍ରସ୍ତୁତ ଲାଗି ଉଦ୍ୟମ ଜାରି ରଖିଛନ୍ତି। ଏଭଳି ସମୟରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପୁରୀ ଜିଲା...

ଶ୍ରୀମନ୍ଦିରରେ ସହଜ ଦର୍ଶନର ନୂଆ ଉପାୟ

ପୁରୀ ଅଫିସ,୨।୩: ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରତ୍ୟହ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଛନ୍ତି। ଏମାନଙ୍କ ମଧ୍ୟରେ ଅନେକ ଭିଆଇପି ଏବଂ ଭିଭିଆଇପି ବି ରହୁଛନ୍ତି। ସେମାନଙ୍କୁ...

ପ୍ରତିପକ୍ଷ ଓକିଲଙ୍କ ପ୍ରଶ୍ନକୁ ନେଇ ଆପତ୍ତି ଉଠାଇଲେ ବର୍ଷା

କଟକ ଅଫିସ, ୨୦ା୧୨:ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ବାମୀ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି ସୋମବାର ପରିବାର...

ପ୍ରାକୃତିକ ବାଲିସ୍ତୂପ ଖୋଳି ବାଲି ନେଉଛନ୍ତି ମାଫିଆ

କୁଜଙ୍ଗ ୫ା୫ (ଡି.ଏନ.ଏ.): ଏରସମା ତହସିଲ ଅଭୟଚାନ୍ଦପୁର ମୌଜା ଅନ୍ତର୍ଗତ ବୋଷ୍କାଲିସ ପଏଣ୍ଟ ନିକଟରେ ଥିବା ପ୍ରାକୃତିକ ବାଲିସ୍ତୁପକୁ ଦିନ ଦ୍ୱିପ୍ରହରରେ ମାଫିଆମାନେ ଦୈନିକ ଶତାଧିକ...

ବାପାଙ୍କୁ ହତ୍ୟା କରି ଘରେ ପୋତି ଥିଲା ପୁଅ

ଭବାନୀପାଟଣା,୫।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ କାଡମ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାପାଙ୍କୁ ହତ୍ୟା କରି ଏକ ଭଙ୍ଗା...

କୁମ୍ଭାରିପଦାର ପାହାଡ଼ ଭୁସ୍ଖଳନ ଘଟଣା: ୪୦୦ ଲୋକଙ୍କୁ ହାତୀମୁଣ୍ଡା ସ୍ଥାନାନ୍ତର କଲା ପ୍ରଶାସନ

ଦାରିଙ୍ଗବାଡି,୬।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦାର ଗ୍ରାମ ନିକଟରେ ଥିବା ପାହାଡ ଭୁସ୍ଖଳନ ଘଟଣାକୁ ଜିଲାପାଳ ଆଶିଷ ଈଶ୍ୱର ପାଟିଲ...

ମୃତ ଘୋଷିତ ସ୍ବାମୀ ଫେରିଲେ, ସ୍ତ୍ରୀ ହେଲେ ସଧବା

ନିମାପଡ଼ା,୨୨।୧୧(ଡି.ଏନ୍‌.ଏ.): ମୃତ ଘୋଷିତ ହୋଇଥିବା ଜଣେ ବ୍ୟକ୍ତି ଦୀର୍ଘ ୨୩ ବର୍ଷ ପରେ ନିଜ ଘରକୁ ଫେରିଛନ୍ତି। ସେ ୧୯୯୯ ମହାବାତ୍ୟା ବେଳେ କେଉଁଆଡ଼େ ନିଖୋଜ...

ସ୍ବାଭିମାନ ଅଞ୍ଚଳରେ ଗଣତନ୍ତ୍ର ଦିବସ ପାଳନ କଲେ ପୋଲିସ ଉଚ୍ଚ ପଦାଧିକାରୀ

ମାଲକାନଗିରି,୨୬।୧(ଡି.ଏନ.ଏ.): ମାଲାକନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଜଡାମ୍ବ ଥାନାରେ ପୋଲିସ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ରହି ଗୁରୁବାର ୭୪ତମ ଗଣତନ୍ତ୍ର ଦିବସ ପାଳନ...

Advertisement
Archives

Model This Week