ସେବାରେ ଲାଗୁନି ମାର୍କୋଣା ଶାଖା ଡାକଘର

ସିମୁଳିଆ, ୨ା୮- କେନ୍ଦ୍ର ସରକାର ଡାକସେବାକୁ ଅଧିକ ଗୁରୁତ୍ୱ ଦେବା ସହିତ ଜନସାଧାରଣଙ୍କ ପାଇଁ ବିଭିନ୍ନ ଲାଭଦାୟକ ଯୋଜନା ପ୍ରଣୟନ କରିଛନ୍ତି| ତେବେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ସଦର ମହକୁମା ମାର୍କୋଣାରେ ଗତ ୧୯୮୩ ମସିହାରୁ ପ୍ରତିଷ୍ଠିତ ଶାଖା ଡାକଘର ଜନସାଧାରଣଙ୍କ କାର୍ଯ୍ୟରେ ଲାଗିପାରୁନାହଁି। ଉପଭୋକ୍ତାମାନଙ୍କୁ ସେବା ଯୋଗାଇଦେବା ପାଇଁ ଏହି ଶାଖା ଡାକଘର ପରିସରରେ କମ୍ପ୍ୟୁଟର, ଓଜନ ମେଶିନ, ମନି ଟ୍ରାନ୍ସଫର ମେଶିନ, କରେଣ୍ଟ ବ୍ୟାକ୍‌ଅପ୍‌ ଯୋଗାଇବା ପାଇଁ ୟୁପିଏସ୍‌, ଜେନେରେଟର, ଇଣ୍ଟରନେଟ୍‌ ଉପକରଣ ଆଦି ରହିଛି ା ତେବେ କୌଣସି ଉପକରଣ ଏଠାରେ ଠିକ୍‌ଭାବେ କାର୍ଯ୍ୟ କରୁ ନ ଥିବା ସୂଚନା ମିଳିଛି। ଇଣ୍ଟରନେଟ୍‌ ପ୍ରୋସେସିଂରେ ବିଳମ୍ବ ହେଉଥିବାରୁ ୟୁପିଏସ୍‌ ମେଶିନ ବ୍ୟାକ୍‌ଅପ୍‌ ଯୋଗାଇ ପାରୁନାହିଁ। ଫଳରେ ବିଦ୍ୟୁତ୍‌ ଗଲାକ୍ଷଣି ଏହା ବନ୍ଦ ହୋଇଯାଉଛି। ସେହିପରି ଜେନେରେଟର ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତେଲର ବ୍ୟବସ୍ଥା ନ ଥିବାରୁ ଏହା ମଧ୍ୟ ବନ୍ଦହୋଇ ପଡ଼ିଛି। ଅପରପକ୍ଷେ ଏହି ଶାଖା ଡାକଘରେ ଡାକଟିକେଟ, ଆଇପିଓ ଆଦି କୌଣସି ସାମଗ୍ରୀ ମିଳୁ ନ ଥିବାରୁ ଉପଭୋକ୍ତାମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଗତ ୪ ମାସ ପୂର୍ବେ ଶାଖା ଡାକଘର ପୋଷ୍ଟମାଷ୍ଟର କୈଳାସ ନାୟକଙ୍କ ବଦଳି ହେବା ପରେ ମାର୍କୋଣା ଉପଡାକଘର ସହକାରୀ କର୍ମୀ (ପୋଷ୍ଟାଲ ଆସିଷ୍ଟାଣ୍ଟ) ସାଜାଦ ବେଗ୍‌ ଏଠାକାର ଦାୟିତ୍ୱରେ ଅଛନ୍ତି ା ଭଦ୍ରକ ଜିଲାର ଘଣ୍ଟେଶ୍ୱର ଡାକଘର ପୋଷ୍ଟମାଷ୍ଟର କୈଳାସ ସିଂଙ୍କ ବଦଳି ଏଠାକୁ ହୋଇଥିଲେ ହେଁ ସେ ଏଠାରେ ଯୋଗଦେଇନାହାନ୍ତି। ଏପରି କି ସୁପରିଣ୍ଟେଣ୍ଡେଣ୍ଟଙ୍କ ନମ୍ବର କାନ୍ଥରେ ଲେଖା ନ ଥିବାବେଳେ ଅଭିଯୋଗ ରେଜିଷ୍ଟର ମଧ୍ୟ ନାହିଁ ା କୌଣସି ସାମଗ୍ରୀ ନ ମିଳିବା ଓ ସେବାରେ ଅବହେଳା ସମ୍ପର୍କରେ ଦାୟିତ୍ୱରେ ଥିବା ସାଜାଦ ବେଗ୍‌ଙ୍କୁ ପଚାରିବାରୁ ପୋଷ୍ଟାଲ ଆଇଡି (ପୋଷ୍ଟମାଷ୍ଟରଙ୍କ ଆଇଡି) ନ ଥିବାରୁ ସେ କୌଣସି କାମ କରିପାରୁ ନ ଥିବାବେଳେ କୌଣସି ସାମଗ୍ରୀ ଯୋଗାଇବାରେ ଅସୁବିଧା ହେଉଥିବା ସେ କହିଛନ୍ତି ା
ଉଲ୍ଲେଖଯୋଗ୍ୟ ଯେ, ଭଦ୍ରକ ହେଡ୍‌ ପୋଷ୍ଟଅଫିସ ଅଧୀନରେ ୧୯୪୪ ମସିହାରୁ ମାର୍କୋଣା ଷ୍ଟେଶନ ବଜାରରେ ଉପଡାକଘର ପ୍ରତିଷ୍ଠା ହୋଇଛି। ଏହା ଅଧୀନରେ ସିମୁଳିଆ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ବରିହା, ଆନନ୍ଦପୁର, ବରି, ବାଟି, ଗୋବିନ୍ଦପୁର, ଜାମୁଝାଡ଼ି, ମହମ୍ମଦପୁର, ଗାଁ ମାର୍କୋଣା, ରୁଢୁଙ୍ଗା ଓ ସହିଗାଁରେ ୧୦ଟି ଶାଖା ଡାକଘର ରହିଛି। ତେବେ ଉପଡାକଘରର କାର୍ଯ୍ୟଭାର କମ୍‌ କରିବା ସହିତ ଉପଭୋକ୍ତାଙ୍କ ଭିଡ଼ କମାଇବା ପାଇଁ ୧୯୮୩ ମସିହାରେ ଉପଡାକଘରଠାରୁ ୧କି.ମି. ଦୂର ସିମୁଳିଆ ବ୍ଲକ କାର୍ଯ୍ୟାଳୟ ନିକଟରେ ଏନ୍‌ଡିଟିଏସ୍‌ଓ (ନନ୍‌ ଡେଲିଭରି ଟାଉନ ସବ୍‌-ଅଫିସ) ଯୋଜନାରେ ଏକ ଶାଖା ଡାକଘର ଖୋଲାଯାଇଥିଲା। ଏହା ଖୋଲାଯିବାର ୨୦ବର୍ଷ ପରେ ତତ୍କାଳୀନ ପୋଷ୍ଟମାଷ୍ଟର ଏହାକୁ ମାର୍କୋଣା ବସ୍‌ଷ୍ଟାଣ୍ଡ ନିକଟସ୍ଥ ବନ୍ଦ ପଡ଼ିଥିବା ଏକ ମିଲ୍‌ ପରିସରକୁ ସ୍ଥାନାନ୍ତର କରିଥିଲେ। ତେବେ କୌଣସି ସୂଚନା ଫଳକ କିମ୍ବା ଗମନାଗମନର ସୁବିଧା ନ ଥିବାରୁ ଅଧିକାଂଶ ଏହି ଶାଖାଡାକଘର ସମ୍ପର୍କରେ ଅଜ୍ଞ ଥିଲେ।
ପୁନଶ୍ଚ ଏହା ବ୍ଲକ ନିକଟକୁ ସ୍ଥାନାନ୍ତରିତ ହେଲେ ଅଧିକ ରାଜସ୍ବ ଆଦାୟ ହେବା ସହ ଉପଭୋକ୍ତାମାନେ ସୁବିଧା ପାଇପାରିବେ ନେଇ ଦାବି ସମ୍ପର୍କରେ ‘ଧରିତ୍ରୀ’ରେ ଗତ ୧୬ା୬ା୨୦୧୪ରେ ‘ଦୃଷ୍ଟି ଆଢୁଆଳରେ ମାର୍କୋଣା ଶାଖା ଡାକଘର’ ଶୀର୍ଷକରେ ଖବର ପ୍ରକାଶ ପାଇଥିଲା। ପରେ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଅନ୍ୟ ଏକ ଭଡ଼ାଘରକୁ ଏହା ସ୍ଥାନାନ୍ତର ହୋଇଥିଲେ ହେଁ ସମସ୍ୟାରେ ସୁଧାର ଆସିପାରିନାହିଁ ା ବର୍ତ୍ତମାନ ଏହା ୨ ଜଣ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଛି ା

(ସନ୍ତୋଷ କୁମାର ନାୟକ)


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ବିସ୍କୁଟ ଲୋଭ ଦେଖାଇ ଯୌନ ନିର୍ଯାତନା, ଚାଲିଗଲା ୩ବର୍ଷ ଶିଶୁର ଜୀବନ

ଚେନ୍ନାଇ,୧୫।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାର ଗୁମ୍ମିଡିପୁଣ୍ଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ । ଯୌନ ନିର୍ଯାତନା ପରେ ତିନି ବର୍ଷର ଛୁଆର ମୃତ୍ୟୁ ହୋଇଛି । ବିହାରର…

ପରକୀୟା ପ୍ରୀତିକୁ ନେଇ ହତ୍ୟା: ସାଙ୍ଗନେଲା ସାଙ୍ଗର ଜୀବନ ୨୨ ଦିନ ପରେ…

ନୀଳଗିରି, ୧୫।୬ (ପ୍ରଶାନ୍ତ କୁମାର ବିଶ୍ୱାଳ): ବନ୍ଧୁତ୍ୱର ପବିତ୍ର ସମ୍ପର୍କକୁ କଳଙ୍କିତ କରିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପରକୀୟା ପ୍ରୀତିକୁ କେନ୍ଦ୍ରକରି ଜଣେ ବନ୍ଧୁ ଅନ୍ୟ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri