ସେପ୍ଟେମ୍ବରରେ ଉତ୍ତର ରେଳପଥରେ ୪ଟ୍ରେନ ବାତିଲ

ଭୁବନେଶ୍ୱର, ୨୮-୮(ବ୍ୟୁରୋ)-ଉତ୍ତର ରେଳପଥରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁ ୪ଟି ଏକ୍ସପ୍ରେସକୁ ବାତିଲ କରାଯାଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ବିଶାଖାପାଟଣା-ଅମୃତସର-ବିଶାଖାପାଟଣା ହୀରାକୁଦ ଏକ୍ସପ୍ରେସ(୧୮୫୦୭-୧୮୫୦୮) ବିଶାଖାପାଟଣାରୁ ସେପ୍ଟେମ୍ବର ୫ ଓ ୬ ଏବଂ ଅମୃତସରଠାରୁ ସେପ୍ଟେମ୍ବର ୮ ଓ ୧୧ରେ ବାତିଲ ରହିବ। ବିଶାଖାପାଟଣା-ହଜରତ ନିଜାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ(୧୨୮୦୭-୧୨୮୦୮) ବିଶାଖାପାଟଣାରୁ ସେପ୍ଟେମ୍ବର ୪ ଓ ୫ ଏବଂ ନିଜାମୁଦ୍ଦିନରୁ ସେପ୍ଟେମ୍ବର ୬ ଓ ୭ରେ ବାତିଲ ରହିବ। ସମ୍ବଲପୁର-ରାଇଗଡ-ସମ୍ବଲପୁର ସ୍ବତନ୍ତ୍ର ଲିଙ୍କ ଟ୍ରେନ ସମ୍ବଲପୁରରୁ ସେପ୍ଟେମ୍ବର ୭ ଓ ରାଇଗଡରୁ ୮ରେ ବାତିଲ ରହିବ। ସେହିଭଳି ବିଶାଖାପାଟଣା-ନୂଆଦିଲ୍ଲୀ-ବିଶାଖାପାଟଣା ଏପି ଏକ୍ସପ୍ରେସ (୨୨୪୧୫-୨୨୪୧୬) ବିଶାଖାପାଟଣାରୁ ସେପ୍ଟେମ୍ବର ୬ ଓ ନୂଆଦିଲ୍ଲୀରୁ ୮ରେ ବାତିଲ ରହିବ। ଏହା ସହ ପୁରୀ-ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ(୧୮୪୭୭-୧୮୪୭୮) ର ମାର୍ଗ ପରିବର୍ତ୍ତନ କରାଯାଇଛି। ଏହି ଏକ୍ସପ୍ରେସ ପୁରୀଠାରୁ ସେପ୍ଟେମ୍ବର ୨କୁ ଛାଡି ୧ତାରିଖରୁ ୬ ତାରିଖ ଯାଏଁ ଏବଂ ହରିଦ୍ୱାରଠାରୁ ୬ ଓ ୮ରେ ପରିବର୍ତ୍ତିତ ମାର୍ଗରେ ଯାତାୟାତ କରିବ। ମଥୁରା ଓ ନିଜାମୁଦ୍ଦିନ ଷ୍ଟେସନ ମାର୍ଗରେ ନ ଯାଇ ଆଗ୍ରା କ୍ୟାଣ୍ଟ-ମିତାଓ୍ବାଲି-ଖୁରଜା-ମିରଟ ସିଟି-ତାପ୍ରି ଷ୍ଟେସନ ମାର୍ଗରେ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ଚଳାଚଳ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ବିଦ୍ୟୁତ୍‌ ଚୋରି, ଦେୟ ଭରୁଛନ୍ତି କର୍ତ୍ତୃପକ୍ଷ

ବାରଙ୍ଗ,୯।୭(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଆର୍ଥିକ ସହଯୋଗ ରହିଛି। ଏହାସହ ସେଠାରୁ ମିଳୁଥିବା ରାଜସ୍ବକୁ ନିଜେ ନନ୍ଦନକାନନ...

ପୁଣି ରାଜ୍ୟରେ ୧୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୧୩ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୯୭ରେ ପହଞ୍ଚିଥିବା ରାଜ୍ୟ...

‘ମଧୁ ଆପ୍‌’ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ‘ମଧୁ ଆପ୍‌’କୁ ମଙ୍ଗଳବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ପିଲାମାନଙ୍କୁ ସହଜରେ...

ଚନ୍ଦ୍ରଭାଗା ଉପକୂଳରେ ଡଲ୍‌ଫିନ

ପୁରୀ ଅଫିସ, ୨୬ା୧୨: ଚନ୍ଦ୍ରଭାଗା ଉପକୂଳରେ ଡଲ୍‌ଫିନ। ଗତ କିଛିଦିନ ହେଲା କୂଳଠାରୁ ପ୍ରାୟ ୫୦୦ ମିଟର ଦୂରରେ କିଛି ଡଲ୍‌ଫିନ ଖେଳୁଥିବା ଦେଖାଯାଉଛି। ତେବେ...

ଛାତ୍ରୀଙ୍କୁ ବଳାତ୍କାର କଲେ ଶିକ୍ଷକ

ରାଉରକେଲା ଅଫିସ୍‌, ୧୨।୧୦: ଜଲଦା ଫାଣ୍ଡି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ଏ ନେଇ ପୀଡିତାଙ୍କ ପରିବାର ଲୋକେ ଜଲଦା ଫାଣ୍ଡିରେ ଅଭିଯୋଗ କରିଛନ୍ତି।...

ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ଘଟଣା: ଦ୍ୱିତୀୟ ଦିନରେ ଭିଜିଲାନ୍ସ ତଦନ୍ତ

ବରୀ,୧୯ା୧୦(ସ୍ବ.ପ୍ର.): ବରୀ ବ୍ଲକର ବିକାଶମୂଳକ କାର୍ଯ୍ୟରେ ହୋଇଥିବା ଅନିୟମିତତାକୁ ନେଇ ଭିଜିଲାନ୍ସ ତଦନ୍ତ ଶୁକ୍ରବାର ଦ୍ୱିତୀୟ ଦିନରେ ପହଞ୍ଚତ୍ଛି। ଗୋଟିଏ ପ୍ରକଳ୍ପ ପାଇଁ ଦୁଇ ଥର...

ଥାନାକୁ ଆସିଲେନି ସୂର୍ଯ୍ୟକାନ୍ତ

ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ‘ମୋ ସାଇକେଲ’ କବାଡିଖାନାକୁ ଯିବା ତଥା ୩ଶହ ସାଇକେଲ ହଜିବା ନେଇ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ଶହୀଦ ନଗର ଥାନାରେ...

ମୁର୍ମୂଷୁ ଅବସ୍ଥାରେ ମଠ ମହନ୍ତଙ୍କୁ ବ୍ୟାଙ୍କକୁ ବୋହି ଆଣିଲେ ଶିଷ୍ୟ

ଭବାନୀପାଟଣା/ଧର୍ମଗଡ଼,୭।୭(ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ଜଣେ ମୁମୂର୍ଷୁ ବୃଦ୍ଧ ମହନ୍ତଙ୍କୁ ବୋହି ଆଣାଯାଇଛି। ମହନ୍ତଙ୍କୁ ବୋହି ଆଣୁଥିବା ଦୃଶ୍ୟ...

Advertisement
Archives

Model This Week