ସୂର୍ଯ୍ୟୋପରାଗ: ପଠାଣି ସାମନ୍ତ ପ୍ଲାନେଟାରିୟମରେ ଦର୍ଶକଙ୍କ ଗହଳି, ଆକାଶ ମେଘାଚ୍ଛନ୍ନ ଲାଗି ଦେଖିବାରୁ ବଞ୍ଚିତ

ଭୁବନେଶ୍ୱର, ୨୬।୧୨(ବ୍ୟୁରୋ): ଆରମ୍ଭ ହୋଇଛି ଚଳିତ ବର୍ଷର ତୃତୀୟ ତଥା ବିରଳ ସୂର୍ଯ୍ୟୋପରାଗ। ଏହି ମହାଜାଗତିକ ଦୃଶ୍ୟ ଦେଖିବା ଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ, ବୁର୍ଲାସ୍ଥିତ ଅବଦୁଲ କଲାମ ପ୍ଲାନେଟାରିୟମ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ପରିସରରେ ଲୋକ ଓ ଛାତ୍ରୀଛାତ୍ରଙ୍କ ଗହଳି ଦେଖିବାକୁ ମିଳିଛି। ତେବେ କେତେକ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ଥିବାରୁ ପରାଗ ଦେଖିବାରୁ ଲୋକେ ବଞ୍ଚିତ ହୋଇଛନ୍ତି। ସେହିଭଳି ବୁର୍ଲାରେ ମଧ୍ୟ ବର୍ଷା ହେଉଥିବା ଜଣାପଡ଼ିଛି।

ଅପରପକ୍ଷେ ପରାଗ ସକାଳ ୮ଟା ୧୯ ମିନିଟ ୨୪ ସେକେଣ୍ଡରେ ସ୍ପର୍ଶ କରିଥିବା ବେଳେ ଦିନ ୧୧ଟା ୨୯ ମିନିଟ ୧୬ ସେକେଣ୍ଡରେ ସର୍ବମୋକ୍ଷ ହେବ। ଏହି ସମୟ ମଧ୍ୟରେ ସୂର୍ଯ୍ୟ କିରଣ ଆଖିରେ ପଡ଼ିଲେ କ୍ଷତି କରିବ। ଏଣୁ ଖାଲି ଆଖିରେ ଏହାକୁ ଦେଖିବା ଲାଗି ବାରଣ କରାଯାଇଛି। ହେଲେ ଦୃଶ୍ୟକୁ ନିରାପଦରେ ଦେଖିବା ପାଇଁ ପ୍ଲାନେଟାରିୟମରେ ସୌର ଚଷମା ଯୋଗାଇ ଦିଆଯାଇଛି। ଏଥିସହ ଏକ ବଡ଼ ପ୍ରୋଜେକ୍ଟର ଓ ଟେଲିସ୍କୋପ୍‌ର ବନ୍ଦୋବସ୍ତ କରାଯାଇଛି।

ପ୍ରକାଶଯୋଗ୍ୟ, ଏହି ବିରଳ ସୂର୍ଯ୍ୟୋପରାଗ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଓ ଓଡ଼ିଶାରେ ଆଶିଂକ ଭାବେ ଦେଖାଯାଉଛି। ଏହା ୩ ଘଣ୍ଟା ୯ ମିନିଟ ରହିବ। ଦୀର୍ଘ ଦଶବର୍ଷ ପରେ ଓଡ଼ିଶାରେ ଏଭଳି ବିରଳ ସୂର୍ଯ୍ୟୋପରାଗ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଜିତିବା ପଛରେ ବିହାରର ଏହି ସାଇଲେଣ୍ଚ ନେତା, ପ୍ରଥମ ହିମାଚଳ ଏବଂ ବଙ୍ଗଳାରେ ବିଜୟ….

କୋଲକାତା,୪।୫:  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଭାଜପାର ଏହି ବିସ୍ମୟକର ବିଜୟ ପଛରେ ଅନେକ ନାୟକ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଅନେକ ରାଲିକୁ ସମ୍ବୋଧିତ…

ନନ୍ଦିତା-ଶୁଭଶ୍ରୀଙ୍କୁ ସଫଳତା:ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସତ୍ୟ ସାଇ ବିଦ୍ୟା ବିହାରର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପାସ ହାର ଶତ ପ୍ରତିଶତ ହୋଇଛି। ବିଦ୍ୟାଳୟର…

ପ୍ରଚଣ୍ଡ ବିଜୟ ପରେ ହଠାତ୍‌ ଥଲାପତିଙ୍କ ଘରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ: ବାପା-ମା’ଙ୍କ ସହ କଲେ ଏମିତି କାମ

ଅଭିନେତା ଥଲାପତି ବିଜୟ ତାମିଲ ରାଜନୀତିରେ ହିରୋ ଭଳି ପ୍ରବେଶ କରିଛନ୍ତି। ତାମିଲନାଡୁ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଟିଭିକେ ୧୦୦ରୁ ଅଧିକ ଆସନରେ ଆଗୁଆ ରହିଛି।…

ଚମତ୍କାର କଲେ ଥଲାପଥି ବିଜୟ: ଭାଙ୍ଗିଲା ୬୦ ବର୍ଷର ରାଜନୈତିକ ଚକ୍ର

ଚେନ୍ନାଇ,୪।୫: ତାମିଲନାଡୁ ରାଜନୀତି ପୁଣି ଥରେ ଏକ ନୂତନ ମୋଡ଼ ନେଇଛି। ଷ୍ଟାଲିନଙ୍କୁ ଅଭିନେତା ଥଲାପଥି ବିଜୟଙ୍କ ଟିଭିକେ ଦଳ କ୍ଷମତାରୁ ବାହାର କରିଦେଇଛି। ଟିଭିକେ ତାମିଲନାଡୁର…

ବଡ଼ ଓଲଟପାଲଟ: ହାରିଗଲେ ମୁଖ୍ୟମନ୍ତ୍ରୀ, ତାଙ୍କର ଅତି ଘନିଷ୍ଠ ସହଯୋଗୀଙ୍କଠୁ ହେଲେ ପରାସ୍ତ

ଚେନ୍ନାଇ,୪।୫: ବର୍ତ୍ତମାନର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଡିଏମକେ ମୁଖ୍ୟ ଏମ୍‌କେ ଷ୍ଟାଲିନ ତାଙ୍କର କୋଲାଥୁର ଆସନ ହରାଇଛନ୍ତି। ଏହି ଆସନକୁ ତାଙ୍କର ଗଡ଼ ବୋଲି ବିବେଚନା କରାଯାଉଥିଲା,…

ହାରିଯିବେ ଥଲାପଥି ବିଜୟ… ଏହି ଗୁଜବ ଶୁଣି ନିଜ ଗଳା କାଟିଲେ ପ୍ରଶଂସକ

ଚେନ୍ନାଇ,୪।୫: ତାମିଲନାଡୁ ବିଧାନସଭାର ୨୩୪ଟି ଆସନ ପାଇଁ ଭୋଟ ଗଣତି ଚାଲିଛି। ଏଥର ସୁପରଷ୍ଟାର ଥଲାପଥି ବିଜୟଙ୍କ ଦଳ ଟିଭିକେ (ତାମିଲାଗା ଭେଟ୍ରି କାଝାଗମ) ମଧ୍ୟ ନିର୍ବାଚନ…

ଅମିତ ଶାହାଙ୍କ ୧୨ ବର୍ଷର ତପସ୍ୟା ହେଲା ସଫଳ! ୨୦୧୪ରେ ପଶ୍ଚିମବଙ୍ଗର ବିଜୟ ପାଇଁ ସ୍କ୍ରିପ୍ଟ ଲେଖିଥିଲେ ଭାଜପାର ଚାଣକ୍ୟ, ଓଡ଼ିଶା ପରେ…

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପା ଶାସକ ଟିଏମସିକୁ ପଛରେ ପକାଇ ଦେଇଛି। ରାଜ୍ୟର ୨୯୪ ଆସନ ପାଇଁ ଭୋଟ ଗଣତି ଚାଲିଛି ଏବଂ ଟ୍ରେଣ୍ଡଗୁଡ଼ିକ ଭାଜପାକୁ…

ତାମିଲନାଡୁ ନିର୍ବାଚନରେ ​​ଚମତ୍କାର ପ୍ରଦର୍ଶନ ପରେ ପ୍ରଥମ ବୟାନ ଦେଲେ ବିଜୟଙ୍କ ମାତାପିତା, ପରିବର୍ତ୍ତନ….

୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନର ଫଳାଫଳ ବହୁତ ଆଶ୍ଚର୍ଯ୍ୟଜନକ ପ୍ରମାଣିତ ହୋଇଛି । ସୁପରଷ୍ଟାର ବିଜୟଙ୍କ ଦଳ, ଟିଭିକେ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri