ସୂଚନା ଅଧିକାର କର୍ମୀଙ୍କୁ ଗୁଳିକରି ହତ୍ୟା

ବାଲିଗୁଡ଼ା(ଡି.ଏନ୍‌.ଏ.)/ଫୁଲବାଣୀ ଅଫିସ,୧୧ା୧୨-କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳର ଜଣେ ସୂଚନା ଅଧିକାର କର୍ମୀଙ୍କୁ ମଙ୍ଗଳବାର ସକାଳେ ଗୁଳିକରି ହତ୍ୟା କରାଯାଇଛି। ମୃତକ ହେଲେ ସ୍ଥାନୀୟ ପାତ୍ର ସାହିର ଅଭିମନ୍ୟୁ ପଣ୍ଡା ା ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଅଭିମନ୍ୟୁଙ୍କୁ ତାଙ୍କ ଘର ସମ୍ମୁଖରେ ଗୁଳି କରିଥିଲେ। ବାଲିଗୁଡ଼ା ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତ ଏପରି ହତ୍ୟାକାଣ୍ଡ ଭିଆଇବା ଘଟଣା ସମଗ୍ର ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ା ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଘଟଣାସ୍ଥଳରୁ ୨ଟି ଖୋକା ଜବତ କରାଯାଇଛି। ଗୁଳିକାଣ୍ଡକୁ ନେଇ ବାଲିଗୁଡା ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ା କଂଗ୍ରେସ ପକ୍ଷରୁ ରାସ୍ତାରୋକୋ କରାଯିବା ସହ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ନିମନ୍ତେ ଦାବି କରାଯାଇଛି ା
ଅଭିମନ୍ୟୁ କଂଗ୍ରେସର ଜଣେ ବରିଷ୍ଠ କର୍ମୀ। ସ୍ଥାନୀୟ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ମଧ୍ୟ ସେ ସଦସ୍ୟ ଥିଲେ ା ସୂଚନା ଅଧିକାର ଆଇନ ବଳରେ ଜିଲାରେ ହେଉଥିବା ବଡ଼ ବଡ଼ ଠିକା ସଂସ୍ଥାର କାର୍ଯ୍ୟ, ବ୍ୟବସାୟୀ ନେଉଥିବା ଟେଣ୍ଡରର ତଥ୍ୟ ମାଗୁଥିଲେ। ଶନିବାର ସକାଳ ପ୍ରାୟ ୭ଟାରେ ଏକ ବାଇକ୍‌ରେ ଦୁଇ ଯୁବକ ଅଭିମନ୍ୟୁଙ୍କ ଘର ନିକଟକୁ ଆସିଥିଲେ। ସେମାନେ ଅଭିମନ୍ୟୁଙ୍କୁ ଡାକି କଥାବାର୍ତ୍ତା କରିବା ପରେ କିଛି କାଗଜପତ୍ର ମାଗିଥିଲେ। ଏହି ସମୟରେ ଜଣେ ଯୁବକ ଚାଲିଯାଇ ବାଇକ୍‌ରେ ବସିଥିଲେ ା ଅନ୍ୟ ଯୁବକ ଜଣକ ଗୁଳିମାଡ଼ କରି ଉକ୍ତ ବାଇକ୍‌ ପଛରେ ବସି ଫେରାର ହୋଇଯାଇଥିଲେ। ଅଭିମନ୍ୟୁଙ୍କ ଛାତିରେ ୨ଟି ଗୁଳି ବାଜିଥିବାରୁ ସେ ତଳେ ପଡ଼ି ଛଟପଟ ହେଉଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାଲିଗୁଡା ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ଅପରାହ୍ନରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ରାଜନୈତିକ କାରଣ ନା ପୂର୍ବ ଶତ୍ରୁତା କିମ୍ବା ସୂଚନା ଅଧିକାର ବଳରେ ମାଗିଥିବା ତଥ୍ୟକୁ ନେଇ ଅଭିମନ୍ୟୁଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ଜଣାପଡିନାହିଁ। ଅନ୍ୟପକ୍ଷରେ ଥାନା ଏବଂ ସିଆର୍‌ପିଏଫ କ୍ୟାମ୍ପଠାରୁ ମାତ୍ର ୧୦୦ ମିଟର ଦୂରରେ ଗୁଳିକାଣ୍ଡ ଘଟିବା ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ା


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମବରଦା ‘କଣ୍ଟେନମେଣ୍ଟ ଜୋନ’ ଘୋଷିତ

ଯାଜପୁର ଅଫିସ/ଯାଜପୁର ଟାଉନ,୬ା୪(ଡି.ଏନ.ଏ.) ଯାଜପୁର ଜିଲାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରସୁଲପୁର ବ୍ଲକର ବ୍ରହ୍ମବରଦା ଗ୍ରାମ ଏବଂ ଏହାର ୩ କି.ମି. ପରିଧି ଅଞ୍ଚଳକୁ...

ଧଣ୍ଡାମୁଣ୍ଡା ପଞ୍ଚାୟତ ସଟ୍‌ଡାଉନ, ଦୋକାନ ବଜାର ବନ୍ଦ

ଖପ୍ରାଖୋଲ, ୧୩ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳକୁ ରାଜ୍ୟ ବାହାରୁ ଅନେକ ପ୍ରବାସୀ ଶ୍ରମିକ ଫେରିଛନ୍ତି। ସଂକ୍ରମଣ ଭୟରେ ବ୍ଲକ ଅନ୍ତର୍ଗତ ଧଣ୍ଡାମୁଣ୍ଡା ପଞ୍ଚାୟତର...

ଅପରାହ୍ନ ୩ଟାରୁ ଖୋଲାଯିବ ବାରବାଟୀ ଗେଟ୍‌, ଜାଲ ଟିକେଟ ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ

କଟକ ଅଫିସ,୧୨।୬: ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଦ୍ୱିତୀୟ ଟି-୨୦ ମୁକାବିଲା ଖେଳାଯିବ। ଏହି ମ୍ୟାଚ ଦେଖିବା ପାଇଁ ଅପରାହ୍ନ ୩ଟାରୁ ବାରବାଟୀ ଷ୍ଟାଡିୟମ୍‌ର...

ସମ୍ଭାବ୍ୟ ବାତ୍ୟାରେ ଜରୁରୀ ବିଷୟ ପ୍ରତି ଧ୍ୟାନ ଦେବାକୁ ଲୋକଙ୍କୁ ଅନୁରୋଧ କଲେ ଜିଲାପାଳ

ବାଲେଶ୍ୱର ଅଫିସ,୨୪।୫: ଆସନ୍ତା ମେ ୨୬ତାରିଖରେ ବାତ୍ୟା ଆଶଙ୍କା ଥିବାରୁ ଜନସାଧାରଣ ସେମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପ୍ରାକ ସାବଧାନତା ଅବଲମ୍ବନ କରିବେ...

ବାଲିପଟା ଗ୍ରାମବାସୀଙ୍କ ଶପଥ: ନିଯୁକ୍ତି, ଥଇଥାନ ନ ହେଲେ ଛଡାଯିବନି ଜମି

କଣିହାଁ, ୧୯।୮(ଡି.ଏନ.ଏ.) କଣିହାଁ ବ୍ଲକ କାକୁଡିଆ ପଞ୍ଚାୟତ ବାଲିପଟ୍ଟା ଗ୍ରାମର ୨ ସାହିରେ କୋଇଲା ଖଣି ପ୍ରକଳ୍ପ ପାଇଁ ଏନ୍‌ଟିପିସି ପକ୍ଷରୁ ଜମି ଅଧିଗ୍ରହଣ ନିମନ୍ତେ ବିଜ୍ଞପ୍ତି...

କାଦୁଅରେ ଉବୁଟୁବୁ ମେଡୁବାଡ଼ିଠାରୁ ତଜଡ଼ବାଡ଼ି ରାସ୍ତା

ଦାରିଙ୍ଗବାଡ଼ି,୧୦।୭(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର କିରିକୁଟି ପଞ୍ଚାୟତ ତଜଡ଼ବାଡ଼ି ଗ୍ରାମକୁ ସବୁଦିନିଆ ରାସ୍ତାଟିଏ ନଥିବା ବେଳେ ଏବେ ସେହି ପାଦଚଲା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି...

ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ନେଇ ଭାଜପାର ବିରୋଧ

ଛତ୍ରପୁର,୨୫।୬(ଡି.ଏନ୍‌.ଏ.): କେନ୍ଦ୍ର ସରକାର ଦେଶବାସୀଙ୍କୁ ମାଗଣା ଟିକା ଯୋଗାଉଥିବା ବେଳେ ରାଜ୍ୟରେ ବିଜେଡି ନେତୃତ୍ୱଧିନ ସରକାର ହୀନ ରାଜନୀତି କରୁଥିବା ନେଇ ଛତ୍ରପୁର ଭାଜପା ଅଭିଯୋଗ...

ପାରିବାରିକ କଳହରେ ବିଷ ପିଇ ଜୀବନ ହାରିଲେ ବିବାହିତା ମହିଳା

କୋକସରା,୧୨।୫(ଡି.ଏନ.ଏ) ପାରିବାରିକ କଳହ ଅସହ୍ୟ ହେବାରୁ ମାନସିକ ଚାପରେ ଆସି କୀଟନାଶକ ଔଷଧ ପିଇ ବିବାହିତ ମହିଳା ଆତ୍ମହତ୍ୟା କରିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା...

Advertisement
Archives

Model This Week