ସୁସ୍ଥ ଶିଶୁ ପାଇଁ…

ଗର୍ଭାବସ୍ଥାରେ ମହିଳାମାନେ ଉତ୍ତମ ଖାଦ୍ୟପେୟ ସହିତ ସ୍ବାସ୍ଥ୍ୟର ସଠିକ୍‌ ଯତ୍ନ ନେବାର ଆବଶ୍ୟକତା ପଡ଼ିଥାଏ। ଏହି ସମୟରେ ସାମାନ୍ୟ ତ୍ରୁଟି ମା’ ଓ ଛୁଆ ଉଭୟଙ୍କୁ କ୍ଷତି ପହଞ୍ଚାଇଥାଏ। ରକ୍ତ ଶର୍କରା, ବ୍ଲଡ୍‌ ପ୍ରେସର ଓ ଶରୀରର ଓଜନ ଆଦି ଦିଗ ପ୍ରତି ଏହି ସମୟରେ ବିଶେଷ ଦୃଷ୍ଟି ଦିଆଯିବା ଆବଶ୍ୟକ । ବହୁ ସମୟରେ ଗର୍ଭବତୀ ମହିଳାମାନେ ଅଜାଣତରେ ଏପରି ଜିନିଷ ଖାଇଥାନ୍ତି ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ବଡ଼ ବିପଦ ଆଣିଥାଏ । ଗର୍ଭବତୀ ମହିଳା ଏପରି କିଛି ଜିନିଷ ଖାଇବା ଅନୁଚିତ ଯାହା ଗର୍ଭରେ ଥିବା ଶିଶୁକୁ ହାନି ପହଞ୍ଚାଇବ। ଡାକ୍ତରଙ୍କ ପରାମର୍ଶ ନେଇ ଖାଦ୍ୟପେୟ ଗ୍ରହଣ କଲେ ଏହି ସମୟରେ ବିଶେଷ ଲାଭଦାୟୀ ହୋଇଥାଏ । ଗର୍ଭାବସ୍ଥା ସମୟରେ ବହୁ ମହିଳା ମୃଦୁପାନୀୟ ପିଇଥାନ୍ତି। ଏହି ସମୟରେ ମୃଦୁପାନୀୟ ପିଇବା ବହୁତ କ୍ଷତିକାରକ । ଗର୍ଭାବସ୍ଥାରେ ମୃଦୁପାନୀୟ, ସୋଡ଼ା କିମ୍ବା ଶର୍କରା ଥିବା ଯେକୌଣସି  ପାନୀୟ ପିଇବା ଦ୍ୱାରା ଶିଶୁ ମୋଟାପାର ଶିକାର ହେବାର ଆଶଙ୍କା ରହିଥାଏ। ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଗର୍ଭାବସ୍ଥାରେ ଯେଉଁ ମହିଳାମାନେ ନିୟମିତ ମୃଦୁପାନୀୟ ପିଇଥାନ୍ତି ସେମାନଙ୍କଠାରୁ ଜନ୍ମ ନେବାକୁ ଯାଉଥିବା ଶିଶୁର ବଡି ମାସ୍‌ ଇଣ୍ଡେକ୍ସ ବହୁତ ଅଧିକ ହୋଇଥାଏ। ଗର୍ଭାବସ୍ଥାରେ ମୃଦୁପାନୀୟ ପିଉଥିବା ମହିଳାମାନଙ୍କ ସନ୍ତାନମାନେ ଖୁବ୍‌ କମ୍‌ ବୟସରେ ପାଚନ ଓ ଓଜନ ସହ ଜଡିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପିଲା ଭୁଲ୍‌ କରୁଥିଲେ, କେମିତି ସମ୍ଭାଳିବେ: ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ

ଅଭିଭାବକଙ୍କ ବ୍ୟବହାର ପିଲାଙ୍କ ବ୍ୟକ୍ତିତ୍ୱକୁ ଆକାର ଦେଇଥାଏ। ତେଣୁ ପିଲାଙ୍କର କୌଣସି ଭୁଲ୍‌ରେ ହଠାତ୍‌ ରାଗିଯାଇ ଗାଳିଦେବା କିମ୍ବା ମାଡ଼ ମାରିବା ପରିବର୍ତ୍ତେ ପ୍ରଥମେ ତାଙ୍କୁ...

ରାତିରେ ଖାଆନ୍ତୁନି ଏହି ଖାଦ୍ୟ: ନଚେତ୍‌ ହୋଇପାରେ ବଡ଼ ସମସ୍ୟା

ଫଳ: ଫଳରେ ଅନେକ ପୋଷକତତ୍ତ୍ୱ ଭରି ରହିଛି। ହେଲେ ଏହାକୁ ରାତିରେ ଖାଇଲେ ହଜମ ହେବାରେ କଷ୍ଟ ହୋଇଥାଏ। ତା’ଛଡ଼ା ଏହାଦ୍ୱାରା ଛାତିରେ କଫ ଜମା...

ପ୍ରତିଦିନ ୪୫ ମିନିଟ୍ ଚାଲିଲେ ରକ୍ତ ଶର୍କରା ସ୍ତରରେ ହେବ ଏପରି ପରିବର୍ତ୍ତନ

ପ୍ରତିଦିନ ୪୫ ମିନିଟ୍ ଚାଲିବା ଦ୍ୱାରା ରକ୍ତ ଶର୍କରା (ବ୍ଲଡ୍ ଷୁଗର) ସ୍ତରରେ ଗୋଟିଏ ସକାରାତ୍ମକ ପରିବର୍ତ୍ତନ ଆସିଥାଏ, ଯାହା ଡାଏବେଟିସ୍ ପରିଚାଳନା ଏବଂ ଶରୀରିକ...

ଅଜୀର୍ଣ୍ଣ ସମସ୍ୟା ହୋଇଥିଲେ…

ଆଜିକାଲି ମନଲୋଭା ଖାଦ୍ୟ ଦେଖିଲେ ତାହାକୁ ଖାଇବାକୁ ପ୍ରାୟ ଅନେକେ ମନ ବଳାଇ ଥାଆନ୍ତି। ଏହି ସମୟରେ ନିଜ ଲୋଭକୁ ସମ୍ବରଣ କରି ନ ପାରି...

କିପରି ହୋଇଥାଏ ବ୍ରେନ୍‌ ଷ୍ଟ୍ରୋକ୍‌

କିପରି ସଂଘଟିତ ହୁଏ ବ୍ରେନ୍‌ ଷ୍ଟ୍ରୋକ୍‌- ଏ ବିଷୟରେ ଆମେ ନିଶ୍ଚୟ କିଛି ଜାଣିବା ନିହାତି ଦରକାର। ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ଧମନୀ ଅଭ୍ୟନ୍ତରରେ ରକ୍ତ...

ଦୀର୍ଘାୟୁ ହେବାର ସରଳ ଉପାୟ

ଆମ ଭାରତୀୟ ସଂସ୍କୃତି, ପରମ୍ପରା ଅତି ମହାନ୍‌। ଆମ ପୂର୍ବ ପୁରୁଷମାନେ ନିଜ ନିଜର କୌଳିକ, ଆଧ୍ୟାତ୍ମିକ ଚିନ୍ତାଧାରା ସହ ଦୈନନ୍ଦିନ ନିଜ ସ୍ବାସ୍ଥ୍ୟକୁ ସୁସ୍ଥ...

ବେଡ୍‌ରୁମ୍‌ ରଙ୍ଗ କରିଛନ୍ତି କି ଏପରି ତେବେ ଜାଣି ରଖନ୍ତୁ….

ବାସ୍ତୁଶାସ୍ତ୍ର ଅନୁଯାୟୀ, ବେଡ୍‌ରୁମ୍‌ର ରଙ୍ଗ ବି ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ଓ ମାନସିକତା ଉପରେ ଅନେକ ପ୍ରଭାବ ପକାଇଥାଏ। ଯେମିତିକି: ଧଳା ରଙ୍ଗକୁ ବାସ୍ତୁଶାସ୍ତ୍ରରେ ଶାନ୍ତି ଓ...

୨୦୨୫ ପାଇଁ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ବର୍ଷ ଶେଷବେଳକୁ ଏହି ୫ରାଶିଙ୍କୁ ମନଇଛା ମିଳିବ ଟଙ୍କା!

ବୁଲଗେରୀୟ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ୨୦୨୫ ବର୍ଷ ପାଇଁ ତାଙ୍କ ଭବିଷ୍ୟବାଣୀ ଅନୁଯାୟୀ, କିଛି ରାଶିର ଲୋକଙ୍କ ଜୀବନରେ ସଫଳତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri