‘ସୁସ୍ଥ ଜୀବନ ଲାଗି ତମାଖୁ ବର୍ଜନ କର’

ବାଲେଶ୍ୱର ଅଫିସ, ୧ା୬-ବାଲେଶ୍ୱର ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟ ପରିସରରେ ବିଶ୍ୱ ତମାଖୁ ବର୍ଜନ ଦିବସ ଜାତୀୟ ସେବା ଯୋଜନା ତରଫରୁ ଶୁକ୍ରବାର ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ମିନତି ସେଠୀ ଏହାକୁ ଉଦ୍‌ଘାଟନ କରି ସୁସ୍ଥ ଜୀବନଯାପନ ପାଇଁ ତମାଖୁ ବର୍ଜନ ନିତାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟ ଯୁଗ୍ମ ପ୍ରଶାସନିକ ଅଧିକାରୀ ଡ. ସନ୍ତୋଷ କୁମାର ରାଉତ ଓ ଡ. ଭାଗବତ ଭୂୟାଁ ବିଶ୍ୱତମାଖୁ ବର୍ଜନ ଦିବସର ତାତ୍ପର୍ଯ୍ୟ ଓ ଉପାଦେୟତା ସମ୍ପର୍କରେ ମତ ରଖିଥିଲେ। ଏହି ଉପଲକ୍ଷେ ଏନ୍‌ଏସ୍‌ଏସ୍‌ର ସ୍ବେଚ୍ଛାସେବୀ ଓ ଛାତ୍ରୀଛାତ୍ର ଶପଥପାଠ କରି ତମାଖୁ ବର୍ଜନ ପାଇଁ ବ୍ୟକ୍ତିଗତ ଓ ସାମାଜିକ ସଚେତନତା ଉପରେ ସେମାନଙ୍କର ପ୍ରତିକ୍ରିୟା ପ୍ରଦାନ କରିଥିଲେ। ଅଧ୍ୟାପକ ଅଶୋକ ପ୍ରିୟଦର୍ଶୀ, ପ୍ରଦୀପ କୁମାର ରଣା, ଶୁଭକାନ୍ତ ସେଠୀ, ଅଦୈତ ରଞ୍ଜନ ନାୟକ, ଆକାଉଣ୍ଟାଣ୍ଟ ପ୍ରଦୀପ ଶତପଥୀ, ସାମ୍‌ ଡିଇଓ ଅତନୁ ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ। ସାମାଜିକ ଏବଂ ବ୍ୟକ୍ତିଗତ ସଚେତନତା ସୃଷ୍ଟି ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri