ସୁସଜ୍ଜିତ ପଟୁଆରରେ ବାହାରିଲେ ଶଙ୍କର

ବାଲେଶ୍ୱର ଅଫିସ, ୩୧।୫-ବାଲେଶ୍ୱର ଗାନ୍ଧୀ ସ୍ମୃତିଭବନ ପ୍ରାଙ୍ଗଣରେ ବୁଧବାର ସନ୍ଧ୍ୟାରେ ବାହାଘର ଉତ୍ସବକୁ ଅତିଥିମାନେ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିବା ପରେ ମଙ୍ଗଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଚିତ୍ରାଙ୍କନ, ହୁଳହୁଳି, ଶଙ୍ଖଫୁଙ୍କା ଓ ଲୋକନୃତ୍ୟ ପ୍ରତିଯୋଗିତା କରାଯାଇଥିଲା। ଗୁରୁବାର ଅପରାହ୍ନ ୫ଟା ସମୟରେ ସମ୍ପର୍କ ଯାତ୍ରା ଆରମ୍ଭ ହୋଇଥିଲା। ବର ଶଙ୍କର ସୁସଜ୍ଜିତ ପଟୁଆରରେ ଦାମୋଦରପୁରସ୍ଥିତ ଶ୍ୟାମସୁନ୍ଦର ମନ୍ଦିର ଅଭିମୁଖେ ବାହାରିଥିଲେ। ଉକ୍ତ ମନ୍ଦିରରେ କନ୍ୟା ଟୁସୁଙ୍କ ସହିତ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଓଡ଼ିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ କଳା ଓ ସାଂସ୍କୃତିକ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।
ସଦର ବିଧାୟକ ମଦନମୋହନ ଦତ୍ତ ଯୋଗଦେଇ ଏହି ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି। ମୁଖ୍ୟଅତିଥି ଭାବେ ଉପଜିଲାପାଳ ନିଲୁ ମହାପାତ୍ର, ପର୍ଯ୍ୟଟନ ଅଧିକାରୀ ଶଶାଙ୍କ ଶେଖର ରଥ, ଚିତ୍ରଶିଳ୍ପୀ ଚିନ୍ତାମଣି ବିଶ୍ୱାଳ, ବରକର୍ତ୍ତା ସୁରଞ୍ଜନ ଦାସ ମହାପାତ୍ର, ବରିଷ୍ଠ ଖବରଦାତା ଗୌତମ ବୁଦ୍ଧ ଦାସ ଓ ରଞ୍ଜନ କୁମାର ବାଗ ପ୍ରମୁଖ ଯୋଗଦେଇ ଜଉକଣ୍ଢେଇ ବାହାଘରକୁ ଲୋକାଭିମୁଖୀ କରାଯାଉଥିବାରୁ ସାଧୁବାଦ ଜଣାଇଥିଲେ। ଅନୁଷ୍ଠାନ କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ପାତ୍ର ପୌରୋହିତ୍ୟ କରିଥିଲେ। ଆବାହକ କେଶୁ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଇଂ. ହୃଷୀକେଶ ସାହୁ ମଞ୍ଚ ଆହ୍ବାନ କରିଥିଲେ। ସାଧାରଣ ସମ୍ପାଦକ ଡା. କୁମାର ଗୋପାଲ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନ ସହସମ୍ପାଦକ ରଘୁନାଥ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନରେ ଜଉକଣ୍ଢେଇ ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଶହେରୁ ଊର୍ଦ୍ଧ୍ୱ ପିଲା ଯୋଗ ଦେଇଥିଲେ। ପରେ ମହିଳାମାନେ ଶଙ୍କରଙ୍କର ମଙ୍ଗଳନ କାର୍ଯ୍ୟ କରିଥିଲେ। ସେମାନେ ଏକ ପଟୁଆରରେ ଗାନ୍ଧୀ ସ୍ମୃତିଭବନରୁ ବାହାରି ଝାଡ଼େଶ୍ୱର ମନ୍ଦିରରେ ପହଞ୍ଚିଥିଲେ। ସେଠାରୁ କଳସରେ ପାଣି ଆଣିବା ପରେ ବର ଶଙ୍କରଙ୍କୁ ଗାଧୁଆ ଯାଇ ନୂତନ ବସ୍ତ୍ର ପିନ୍ଧାଯାଇଥିଲା। ଏହି ଅବସରରେ ମହିଳାମାନଙ୍କର କାନ୍ଦଣା ଓ ହୁଳହୁଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସଭାପରେ ଶ୍ରୀତମ ସିଂହ ଏକକ ଅଭିନୟ କରିଥିବା ବେଳେ ଦୟାଲ ଡ୍ୟାନ୍ସ ଗ୍ରୁପ୍‌ର ପିଲାମାନେ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ସମସ୍ତ କାର୍ଯ୍ୟ ରାଜେଶ ଗିରି, ବ୍ୟମନାଥ ରଥ, ଅରୁଣ କର, ବାରିକ ସଂଘର ସମ୍ପାଦକ ବିମଳ ବାରିକ, ରାଜେନ୍ଦ୍ର ରାଉତ, ସେକ ଇକବାଲ, ଗୌରାଙ୍ଗ ପାଣିଗ୍ରାହୀ, ବିଜୟ ଆଚାର୍ଯ୍ୟ, ପୋଦାରବିନ୍ଦ ମହାପାତ୍ର, ସୁଶାନ୍ତ କୁମାର ବେହେରା, ମନସ୍ବିନୀ ଦେବୀ, ଜୟଶ୍ରୀ ସାହୁ, ଚୌତାଳି କର, ରଚନା ସେନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଏହା ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?