ସୁଶାନ୍ତ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ

ପୋଲସରା,୩୦ା୮(ଡି.ଏନ.ଏ.)- ପୋଲସରା ଥାନା ପାଣ୍ଡିରିପଡ଼ା ପଞ୍ଚାୟତ ଇଚ୍ଛାପୁର ଗ୍ରାମରେ ଜୁନ ୧୮ ତାରିଖ ରାତିରେ ସୁଶାନ୍ତ ନାୟକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ପୋଲିସ ୯ ଜଣଙ୍କୁ ଗିରଫ କରିଥିଲା। ବୁଧବାର ରାତିରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ପୋଲିସ ସିଂହାସନୀ ଜଙ୍ଗଲ ଅଞ୍ଚଳରୁ ଗିରଫ କରିଛି। ସେମାନେ ହେଲେ ଇଚ୍ଛାପୁର ଗ୍ରାମର ରଙ୍କ ନାୟକ, ଭାସ୍କର ନାୟକ, ଫକୀର ନାୟକ ଓ ଭଗବାନ ନାୟକ। ରଙ୍କ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି। ୪ ଅଭିଯୁକ୍ତଙ୍କୁ ଗୁରୁବାର କୋଦଳା କୋର୍ଟ ଚାଲାଣ କରାଯାଇଥିଲା। ସୁଶାନ୍ତ ହତ୍ୟା ଘଟଣାରେ ଗିରଫଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ ପୂର୍ବତନ ସରପଞ୍ଚ ଦଣ୍ଡପାଣି ନାୟକଙ୍କ ପୁଅ ସୁଶାନ୍ତ କୌଣସି କାମ ପାଇଁ ମିସ୍ତ୍ରି ଡ଼ାକିବାକୁ ନିଜ ବାଇକ ଯୋଗେ ଇଚ୍ଛାପୁର ଗ୍ରାମକୁ ଯାଇଥିଲେ। ଫେରିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ଉକ୍ତ ଗ୍ରାମର ରଙ୍କଙ୍କ ସମେତ ଅନ୍ୟ କେତେଜଣ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ସୁଶାନ୍ତଙ୍କ ବାପା ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାମରେ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ନଂ.୧୩୪/୧୯ରେ ମାମଲା ରୁଜୁ ହୋଇଥିଲା। ପୋଲିସର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରଖଁଡ଼େ ଲାଗି ଗୁହାରି କରି ନିରାଶ: ଦଦ୍‌ରା ମାଏଟ୍‌ କୁରିଆରେ ୬ ପରାନୀ କୁଟୁମ୍‌

ଲାଠୋର, ୧୬।୨ (ଡି.ଏନ୍‌.ଏ.)- ସରକାର ନିସାହା, ଗରିବ୍‌ ଦୁଖିକୁ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଅବାସ, ମୋ କୁଡ଼ିଆ, ବିଜୁ ପକାଘର ଯୋଜନାରେ ଘର ଯୁଗେଇ ଦେଉଛନ୍‌।...

ଜନ୍ମଦିନ ପାଳନ କରିବାକୁ ଯାଉଥିବା ବେଳେ ଦୁର୍ଘଟଣା

କୋକସରା,୨୮ା୩(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମାଝିଗୁଡା-କୋକସରା ରାସ୍ତାରେ ସୋମବାର ୩ଜଣ ଛାତ୍ରୀ ଏକ ସ୍କୁଟିରେ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଛନ୍ତି। ଫଳରେ...

ପାଣି ପାଇଁ ୨୦୦ ପରିବାର ହଇରାଣ

ଆରଡ଼ି, ୮।୨(ଡି.ଏନ.ଏ.) ଦୁଇମାସ ହେଲା ସରକାରୀ ନଳକୂପ ଭାଙ୍ଗିଯାଇଛି। ଆଉ ଦୁଇଦିନ ହେବ ମୋଟର ପୋଡ଼ିଯିବା ଯୋଗୁ ପ୍ରକଳ୍ପ ପାଣି ମଧ୍ୟ ମିଳିପାରୁନି। ଫଳରେ ନାହିଁ...

ମା’ ଛେଉଣ୍ଡ ୩ପିଲା ଭିକ୍ଷା ବୃତ୍ତିକରି ଆଣୁଥିଲେ ଟଙ୍କା, ମଦ ପିଉଥିଲେ ବାପା

କୋଦଳା,୧।୩(ଡି.ଏନ୍‌.ଏ.): ମା’ ଛେଉଣ୍ଡ ୩ ପିଲାଙ୍କୁ ଭିକ୍ଷା ବୃଦ୍ଧିରେ ଲଗାଇ ସେହି ଟଙ୍କାରେ ମଦ ପିଉଛନ୍ତି ବାପା। କିଛି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି...

ଗଞ୍ଜାମର ନାଟ୍ୟ ପରମ୍ପରାରେ ‘ଭାରତଲୀଳା’

ଦିଗପହଣ୍ଡି, ୧୭ା୩: ଗଞ୍ଜାମର ନୃତ୍ୟ ପରମ୍ପରା ବହୁ ପ୍ରାଚୀନ। ଏହି ଅଞ୍ଚଳରେ ପୂର୍ବେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ବିଭିନ୍ନ ଲୋକ ନୃତ୍ୟ, ଲୋକ ନାଟକ ପ୍ରଚଳିତ...

ବିନା ମଉଜରେ ରଜ

ସାତମାଇଲ, ୧୪।୬:  ସ୍ଥିତି ଠିକ୍‌ ଥିଲେ ଏତେବେଳକୁ କମ୍ପୁଥାଆନ୍ତା ମହୋତ୍ସବ ପଡ଼ିଆ। ବନ୍ଧା ସରନ୍ତାଣି ଦୋଳି। ପସରା ମେଲାଇ ସାରନ୍ତେଣି ବ୍ୟବସାୟୀ। ଖୋଲି ସାରିଥାଆନ୍ତା ମିନାବଜାର।...

କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଆଇ ପ୍ରୋଟେକ୍ସନ ଗ୍ଲାସ

ଛତ୍ରପୁର,୨୦।୭( ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦ୍ରୁତଗତିରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିସହ କରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ କରୋନା ଯୋଦ୍ଧା କରୋନା ଆକ୍ରାନ୍ତ ହେଉଛନ୍ତି।...

ମୃତଦେହ ନେଇ ଆମ୍ବୁଲାନ୍ସ ଫେରିବା ବେଳେ ଦୁର୍ଘଟଣା, ଚାଲିଗଲା ୪ ଜୀବନ

ରାୟଗଡା ଅଫିସ,୧୩।୮: ରାୟଗଡ଼ା ଜିଲା ଅମ୍ବାଦଳା ଥାନା ମଞ୍ଜୁରୁକୁପା ନିକଟରେ ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି।...

Advertisement
Archives

Model This Week