ସୁରଟ ଫେରନ୍ତା ଅଧା ରାସ୍ତାରେ ଓହ୍ଲାଇ ପଳାଉଥିଲେ, ଅଟକାଇଲେ ଲୋକେ

ଭଦ୍ରକ ଅଫିସ,୪ା୫: ସୁରଟରୁ ଫେରୁଥିବା ବେଳେ ଅଧା ରାସ୍ତାରେ ଗାଡ଼ିରୁ ଓହ୍ଲାଇ ପଳାଉଥିଲେ। ଜଣେ ନୁହଁ କି ଦୁଇଜଣ ନୁହେଁ। ୨୨ରୁ ଅଧିକ ଲୋକ ଖସି ପଳାଉଥିଲେ। ସ୍ଥାନୀୟ ଲୋକେ କେତେଜଣଙ୍କୁ ଅଟକାଇଥିବା ବେଳେ ଆଉ କେତେଜଣ ଖସି ପଳାଇଛନ୍ତି। ଏପରି ଘଟଣା ଘଟିଛି ଭଦ୍ରକ ସହରରେ। ରବିବାର ରାତିରେ ଏକ ବସ୍‌ ଆସି ବନ୍ତ ଛକ ନିକଟରେ ଅଟକିଥିଲା। ବସ୍‌ରୁ ପ୍ରାୟ ୨୦ରୁ ଅଧିକ ଲୋକ ଓହ୍ଲାଇ ପଳାଇଥିବା ବେଳେ ଖବରଦାତାମାନେ ଯାଇ ବସ୍‌କୁ ଅଟକାଇଥିଲେ। ସେହି ବସ୍‌ରେ ବାଲେଶ୍ୱର ଜିଲାର କେତେକ ଲୋକ ଥିବା ବେଳେ ଭଦ୍ରକ ଜିଲାର ୨୨ଜଣ ଥିଲେ ବୋଲି ସୂଚନା ମିଳିଛି। ତେବେ ଭଦ୍ରକ ଟାଉନ୍‌ ପୋଲିସ ଆସି ବସ୍‌ର କାଗଜପତ୍ର ଯାଞ୍ଚ କରିବା ସହ ବସ୍‌କୁ ପୁଣି ଭଣ୍ଡାରିପୋଖରୀ ଆଇଟିଆଇକୁ ପଠାଇଛି। ତେବେ ବସ୍‌ରୁ ଓହ୍ଲାଇ ପଳାଇଥିବା ଲୋକଙ୍କୁ ପୋଲିସ ଖୋଜୁଛି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଆଇଟିଆଇଠାରେ ହୋଇଥିବା ଶିବିରରେ ବସ୍‌ଟି ଭଦ୍ରକ ଲୋକଙ୍କୁ ଛାଡ଼ିବା ପରେ ଅନ୍ୟ ଜିଲାକୁ ଯାଇଥାନ୍ତା। ସେଠାରେ ପ୍ରଶାସନ ଓ ପୋଲସ ପକ୍ଷରୁ ବସ୍‌କୁ ଅଟକାଇବା ପାଇଁ କୌଣସି ବ୍ୟବସ୍ଥା ହୋଇ ନ ଥିବାରୁ ବସ୍‌ଟି ପଳାଇଆସିଥିବା ଯାତ୍ରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିମେଳା ବିଦ୍ୟୁତ୍‌ ପ୍ରକଳ୍ପ ପାଓ୍ବାର ହାଉସ୍‌ କୋଠାରେ ଫାଟ

  ମାଲକାନଗିରି,୩୦।୪ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ବାଲିମେଳା ଜଳବିଦ୍ୟୁତ୍‌ ପ୍ରକଳ୍ପରେ ଫାଟ ସୃଷ୍ଟି ହୋଇଛି। ତେବେ ଏନେଇ ସବୁ ଜାଣି ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ୫୦...

ଭାଇରାଲ ଭିଡିଓରେ ପରୀ ହତ୍ୟା

ନୟାଗଡ଼ ଅଫିସ,୧୯।୨:ବହୁଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ନାବାଳକ କଲେଜ ଛାତ୍ରଙ୍କ ସହ ଜଣେ ବ୍ୟକ୍ତିିଙ୍କ କଥୋପକଥନର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ କଲେଜ ଛାତ୍ର...

ବୁଗୁଡ଼ାରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ଦାବି

ବୁଗୁଡ଼ା,୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ପୌରାଞ୍ଚଳରେ ଉଦୀୟମାନ କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ କୌଣସି ଷ୍ଟାଡିୟମ ନାହିଁ। ଏ ନେଇ ପ୍ରତିଭାର ଉପଯୁକ୍ତ ବିକାଶ...

ଟ୍ରକ୍‌ ସହ ଜଳିଗଲେ ଚାଳକ

ପରଜଙ୍ଗ,୩୧।୧(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ ନଂ. ଜାତୀୟ ରାଜପଥର ବଡ଼ଝରା ଗ୍ରାମସ୍ଥିତ ରେଙ୍ଗାଲି ବାମପାର୍ଶ୍ୱ କେନାଲ ନିକଟରେ ସୋମବାର ସାରେ ଏକ କୋଇଲା...

ସତ୍ତା ହରାଇବାକୁ ବସିଲାଣି ସୁନାନଦୀ-ଜଳ ପ୍ରଦୂଷଣ କରୁଛି ଖଣିର ବର୍ଜ୍ୟବସ୍ତୁ, ଆବର୍ଜନା

ଯୋଡ଼ା,୧୨।୮(ମାନସ ରଞ୍ଜନ ମହାନ୍ତି)- କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳରେ ଥିବା ବିଭିନ୍ନ ଖଣି ଦ୍ୱାରା ନଦୀନାଳ ପ୍ରଭାବିତ ହେଉଛି। ଯୋଡା ଅଞ୍ଚଳର ଜୀବନରେଖା କୁହାଯାଉଥିବା ସୁନା...

ବିବାହ, ଶୁଦ୍ଧିକ୍ରିୟା ପାଇଁ ୨୦୦ ଲୋକଙ୍କୁ ଅନୁମତି

କଟକ ଅଫିସ,୮।୧୦: ଆସୁଛି ଶୀତଋତୁ। ଏହି ସମୟରେ ବିବାହ, ବ୍ରତ, ଶୁଦ୍ଧିକ୍ରିୟା ପାଇଁ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଗୁରୁବାର ନୂତନ ଗାଇଡଲାଇନ ଜାରି...

ମଦ ସହ ବାଇକ ଜବତ କରି ପୋଲିସ ଜିମାଦେଲେ ଏସ୍‌ଏଚ୍‌ଜି ମହିଳା

ଦେଓଗାଁ,୨୧ା୭(ଡି.ଏନ.ଏ.)ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ କେନ୍ଦୁଘାଟ ଗ୍ରାମର ମହିଳା ଗୋଷ୍ଠୀର ସଦସ୍ୟାମାନେ ରବିବାର ଜଣେ ବେପାରୀଙ୍କଠାରୁ ମଦ ଓ ବାଇକ ଜବତ କରି ପୋଲିସ ଜିମା...

ଦୁରଦିନ୍‌ରେ ବିତୁଛେ ମା’ପୁଓର ଜୀବନ୍‌

ଲୋଇସିଂହା, ୪।୧୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଟେନପାଲି ପଁଚେତ୍‌ ଅଧୀନ ଦୁମଦୁମି ଗଁାର ବିଧବା ମହିଲା ଉଷା ଡାଙ୍ଗ(୭୫)। ଗୁଟେବଲି ପୁଓ ଶ୍ରୀରାମ(୫୦) ଆଏଜ୍‌କେ...

Advertisement
Archives

Model This Week