ସୁରକ୍ଷିତ ଶୈଶବ, ପୂର୍ଣ୍ଣ ବିକାଶ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର, ୧୮ା୯(ବ୍ୟୁରୋ): ଶିଶୁଙ୍କ ସୁରକ୍ଷିତ ଶୈଶବ ଓ ପୂର୍ଣ୍ଣ ବିକାଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଅନାଥ ଓ ଏକକ ଅଭିଭାବକ ଥିବା ଶିଶୁଙ୍କୁ ଚିହ୍ନଟ କରାଯିବ। ଏଥିପାଇଁ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସହାୟତାରେ ସ୍ବତନ୍ତ୍ର ସର୍ଭେ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ବୁଧବାର ସମସ୍ତ ଜିଲାପାଳଙ୍କୁ ଚିଠି ଲେଖାଯାଇଛି। ଏଥିସହ ଆବଶ୍ୟକ ଫର୍ମାଟ ସଂଲଗ୍ନ କରି ପ୍ରେରଣ କରାଯାଇଛି। ଏ ସମସ୍ତ କାର୍ଯ୍ୟ ଅକ୍ଟୋବର ୫ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଭାଗ ପକ୍ଷରୁ ରାଜ୍ୟରେ ଶିଶୁ ଯତ୍ନ ଗୃହ, ପୋଷ୍ୟ ସନ୍ତାନ ଗ୍ରହଣ, ବିଜୁ ଶିଶୁ ସୁରକ୍ଷା ଯୋଜନା ଆଦି କାର୍ଯ୍ୟକାରୀ ହେଉଛି। କିନ୍ତୁ ଠିକ୍‌ ଭାବେ ଚିହ୍ନଟ ହୋଇପାରୁ ନ ଥିବାରୁ ରାଜ୍ୟର ପିତା-ମାତା ନ ଥିବା (ଅନାଥ, ଅସହାୟ) ଓ ଏକକ ଅଭିଭାବକ ଥିବା ଶିଶୁଙ୍କ ପାଇଁ ଏଭଳି କଲ୍ୟାଣମୂଳକ ଯୋଜନା କାର୍ଯ୍ୟରେ ଆସୁନି। ତେଣୁ ଏହି ବର୍ଗର ଶିଶୁଙ୍କ ଚିହ୍ନଟକରଣ ଉପରେ ବିଭାଗ ଗୁରୁତ୍ୱ ଦେଇ ସର୍ଭେ କରାଯିବ। ଏଥିପାଇଁ ଉଦ୍ଦିଷ୍ଟ ଫର୍ମାଟରେ ଅଙ୍ଗନଓ୍ବାଡ଼ି କର୍ମୀମାନେ ଅନାଥ ଓ ଏକକ ଅଭିଭାବ ଥିବା ଶିଶୁଙ୍କୁ ଭିନ୍ନ ଭିନ୍ନ ଭାବେ ଚିହ୍ନଟ କରିବା ସହ ସେମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସୁପରଭାଇଜରଙ୍କୁ ପ୍ରଦାନ କରିବେ। ସେଥିରେ ଶିଶୁ ପରିବାରର ସମ୍ପୂର୍ଣ୍ଣ ତଥ୍ୟ, ଲିଙ୍ଗ, ବୟସ, ବିଦ୍ୟାଳୟ ଶିକ୍ଷା, ଠିକଣା, ପରିବାରର ଆର୍ଥିକ ସ୍ଥିତି, ଶିଶୁଟି କାହା ପାଖରେ ଅଛନ୍ତି ଆଦି ତଥ୍ୟ ରହିବ। ସୁପରଭାଇଜରମାନେ ଏହାକୁ ଯାଞ୍ଚ କରି ବ୍ଲକ୍‌ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଜରିଆରେ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ। ଜିଲାପାଳ ଏହାକୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ନିକଟକୁ ପ୍ରେରଣ କରିବେ।
ଏହି କାର୍ଯ୍ୟ ପାଇଁ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ପାରିତୋଷିକ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ସୂତ୍ର ଆଧାରରେ ଶିଶୁ ସର୍ବେକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ନିର୍ଦ୍ଦାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରୟାସ କରାଯାଉଛି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଏକ ପ୍ରେସ୍‌ ବିବୃତ୍ତିରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର ହେଉ: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ, ୧୯।୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜଗନ୍ନାଥପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପଇଛି।...

ଚାନ୍ଦିପୁର ଆଇଟିଆରରେ ବ୍ୟବହାରିକ ପରୀକ୍ଷଣ:‘ବଂଶୀ’କୁ ଭେଦ କଲା ‘କ୍ୟୁଆର୍‌ଏସ୍‌ଏମ୍‌’

ବାଲେଶ୍ୱର ଅଫିସ, ୪।୮-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ ରେଞ୍ଜ(ଆଇଟିଆର୍‌)ରୁ ଭ୍ରାମ୍ୟମାଣ ଟ୍ରକ ସାହାଯ୍ୟରେ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଉଥିବା ‘କ୍ୟୁଆର୍‌ଏସ୍‌ଏମ୍‌’ (କୁଇକ୍‌ ରିଆକଶନ୍‌...

କମାରସାହି ବାସିନ୍ଦାଙ୍କୁ ମିଳୁନି ଘରଡିହ ପଟ୍ଟା

ଅନଗୁଳ ସହର, ୩ା୩ ଅନୁଗୋଳ ସହର ହୁଲୁରିସିଙ୍ଗା ଜେମାଦେଈପୁର କମାରସାହି ବାସିନ୍ଦାଙ୍କୁ ମିଳୁନି ଘରଡିହ ପଟ୍ଟା। ଦୀର୍ଘ ବର୍ଷ ଧରି ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୪୦...

କୂଅ ସଫା କାଳ ହେଲା: ଶ୍ୱାସରୁଦ୍ଧ ହୋଇ ୨ଭାଇ ମୃତ

ଜଗନ୍ନାଥପ୍ରସାଦ,୬ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଜଗନ୍ନାଥପାଟଣା ଗ୍ରାମରେ ଶନିବାର କୂଅ ସଫା କରିବାବେଳେ ଶ୍ୱାସରୁଦ୍ଧ ହୋଇ ୨ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ...

ବଳଦା ଲୁହାପଥର ଖଣି ହାତେଇଲା ସିରାଜୁଦ୍ଦିନ୍‌

ଭୁବନେଶ୍ୱର,୫-୨(ବ୍ୟୁରୋ):କେନ୍ଦୁଝର ଜିଲାରେ ଥିବା ବଳଦା ଲୁହା ପଥର ଖଣିକୁ ସିରାଜୁଦ୍ଦିନ୍‌ ଆଣ୍ଡ କୋ ନିଜ ପାଖରେ ରଖିବାରେ ସମର୍ଥ ହୋଇଛି। ସୋମବାର ମଧ୍ୟରାତ୍ର ପରେ ମଧ୍ୟ...

ଆଦିବାସୀଙ୍କ ଜୀବିକା ବିପନ୍ନ: ବିକ୍ରି ହେଉନି ଶାଳମଞ୍ଜି, ମିଳୁନି ସହାୟକ ମୂଲ୍ୟ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ମହାମାରୀ କରୋନା କେବଳ ସ୍ବାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିନାହିଁ, ଏହି ଭୂତାଣୁ ଜୀବନଜୀବିକାକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଛି। କରୋନା ରୋକିବା...

ଏନ୍‌ଏଚ୍‌ ନିର୍ମାଣ,ମରାମତି ପୂର୍ବରୁ ରାଜ୍ୟର ପରାମର୍ଶ ନିଆଯାଉ

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ଓଡ଼ିଶା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ(ଏନ୍‌ଏଚ୍‌)ଗୁଡ଼ିକର ନିର୍ମାଣ, ରକ୍ଷଣାବେକ୍ଷଣ ନେଇ ବିଧାନସଭା ପୂର୍ତ୍ତ ବିଭାଗ ସ୍ଥାୟୀ କମିଟିରେ ଉଦ୍‌ବେଗ ପ୍ରକାଶ ପାଇଛି। ବିଶେଷ...

ସଡ଼କ ସୁରକ୍ଷା ବୈଠକ: ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ନୋଟିସ

ଯାଜପୁର ଅଫିସ,୨୨ା୬: ଯାଜପୁର ଜିଲା ସଡକ ସୁରକ୍ଷା ସମ୍ପର୍କିତ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ) ଓ ପୌର ପ୍ରଶାସନର ତଥ୍ୟ...

Coronavirus Update


Archives

Model This Week

Why Dharitri