ସୁନ୍ଦରତା ବଢ଼ାଏ ଜାଇଫଳ

କବଳ ଖାଦ୍ୟରେ ନୁହେଁ ବରଂ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଜାଇଫଳଔଷଧ ଭଳି କାମ କରିଥାଏ।  ଏଥିରେ ଥିବା ମ୍ୟାଗ୍ନେସିୟମ୍‌, ମାଙ୍ଗାନିଜ୍‌ ଭଳି  ପୋଷକ ତତ୍ତ୍ୱ ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ…

ପିଗ୍‌ମେଣ୍ଟେଶନ କମ୍‌ କରିଥାଏ – ତ୍ୱଚାର ପିଗ୍‌ମେଣ୍ଟେଶନ ଏବଂ ଡାର୍କ ସର୍କଲ ଦୂର କରିବା ପାଇଁ ଜାଇଫଳ ବେଶ୍‌ ଉପକାରୀ। ଡାଲଚିନି ପାଉଡର, ଲେମ୍ବୁରସ ଓ ଦହିର ମିଶ୍ରଣକୁ ମୁହଁରେ ଲଗାନ୍ତୁ। ୫ରୁ୧୦ ମିନିଟ୍‌ ପରେ ମୁହଁ ଧୋଇଦିଅନ୍ତୁ। ସପ୍ତାହରେ ଅନ୍ତତଃ ତିନିଥର ଏପରି କରନ୍ତୁ।
ତ୍ୱଚାକୁ କୋମଳ ରଖିଥାଏ – ମହୁ,ବେକିଂ ସୋଡ଼ା, ଲବଙ୍ଗତେଲ, ଜାଇଫଳ ଓ ଲେମ୍ବୁରସର ମିଶ୍ରଣକୁ ମୁହଁରେ ଲଗାଇ ମସାଜ କରନ୍ତୁ। ଏହା ତ୍ୱଚାରେ ପ୍ରବେଶ କରିବା ଦ୍ୱାରା ତ୍ୱଚା ଟାଇଟ୍‌ ରହିଥାଏ ଏବଂ ଖୋଲିଯାଇଥିବା ପୋର୍ସ ବନ୍ଦ ହୋଇଥାଏ। ଏବେ ମୁହଁକୁ ହାଲ୍‌କା ଉଷୁମ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହରେ ୨ ରୁ ୩ଥର ଏପରି କରନ୍ତୁ। ତ୍ୱଚା କୋମଳ ରହିବା ସହ ଚମକ ଆସିଥାଏ।
ତୈଳୀୟ ତ୍ୱଚା – ତୈଳୀୟ ତ୍ୱଚା ପାଇଁ ଏହା ବେଶ୍‌ ଉପକାରୀ। ଜାଇଫଳ ପାଉଡର ଏବଂ ମହୁର ମିଶ୍ରଣକୁ ତ୍ୱଚାରେ ଲଗାଇ ୫ରୁ୧୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ। ଉଭୟରେ ମହଜୁଦ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟି ଇନ୍‌ଫ୍ଲାମେଟୋରି ଉପାଦାନ ତ୍ୱଚାରୁ ବ୍ରଣ ଆଦି ଦୂର କରିଥାଏ।
ଆଣ୍ଟି ଏଜିଂ – ଜାଇଫଳରେ ମହଜୁଦ ଥିବା ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଏଜିଂ ତତ୍ତ୍ୱ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ଜାଇଫଳ ପାଉଡର, ଦହି ଏବଂ ମହୁର ମିଶ୍ରଣକୁ ମୁହଁରେ ଲଗାଇ ୧୦ ମିନିଟ୍‌ ପରେ ଧୋଇଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

ଭାରତକୁ ବଡ଼ ଝଟ୍‌କା: ଏସିଆନ୍‌ ଗେମ୍ସରେ ଖେଳିବେନି ହର୍ଡଲ୍ସ ଷ୍ଟାର ଶୀର୍ସେ, ଜାଣନ୍ତୁ…

ନୂଆଦିଲ୍ଲୀ,୪ା୮: ଆସନ୍ତା ମାସରେ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୧୧୦ ମି. ହର୍ଡଲ୍ସ ଷ୍ଟାର ତେଜସ ଶୀର୍ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏ ନେଇ…

ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହେଲା ପାକିସ୍ତାନ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

କରାଚି,୪ା୮: ପୁଣି ଥରେ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହୋଇଛି ପାକିସ୍ତାନ। ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ପାକିସ୍ତାନୀ ବକ୍ସର କୁଦ୍ରାତୁଲା ଦଳୀୟ…

କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କଲେ ଶରଣକୁଳ ନିଲମ୍ବିତ IIC

ଭୁବନେଶ୍ୱର,୪।୮: ଶରଣକୁଳ ନିଲମ୍ବିତ IIC ସୁଜିତ ଦାସ ମଙ୍ଗଳବାର କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆତ୍ମସମର୍ପଣ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri