ସୁନେଇ ଓ କାଳ ବନ୍ଧରୁ ବନ୍ୟା ଜଳ ନିଷ୍କାସନ

କପ୍ତିପଦା,୧୩ା୯(ଡ଼ି.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ରେ ଥିବା ସୁନେଇ ଓ କାଳ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଉତ୍ତର ଓଡ଼ିଶାରେ ଆଗକୁ ବର୍ଷା ହେବାର ସୂଚନା ମିଳିବା ପରେ ସୁନେଇ ଡ୍ୟାମ୍‌ର ଗୋଟିଏ ଗେଟ୍‌ରୁ ଗୁରୁବାର ୨ ମିଟର ଜଳ ନିଷ୍କାସନ କରାଯାଇଛି। ପ୍ରତି ସେକେଣ୍ଡ୍‌ରେ ୯୦କ୍ୟୁମାକ୍ସ ଜଳ ନିଷ୍କାସନ ହେଉଥିବାର ବନ୍ଧ ଦାୟିତ୍ୱରେ ଥିବା ଏସ୍‌ଡ଼ିଓ ମଦନମୋହନ ବେହେରା ପ୍ରକାଶ କରିଛନ୍ତି। ବନ୍ଧର ବିପଦ ସଂକେତ ୮୫ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୮୪.୪ ମିଟର ଥିବା ଜଣାପଡିଛି। ସେହିପରି କାଳ ବନ୍ଧରୁ ଗୋଟିଏ ଗେଟ୍‌ରେ ୨ମିଟର ଜଳ ଛଡ଼ାଯାଇଛି। ପ୍ରତି ସେକେଣ୍ଡ୍‌ରେ ୧୪୦ କ୍ୟୁମାକ୍ସ ଜଳ ନିଷ୍କାସନ ହେଉଥିବା ବେଳେ ୫୪.୩୭ କ୍ୟୁମାକ୍ସ ଜଳ ଡ୍ୟାମକୁ ପ୍ରବେଶ କରୁଥିବା ଜାଣିବାକୁ ମିଳିଛି। ଏହି ସମୟରେ କାଳବନ୍ଧ ଏସ୍‌ଡ଼ିଓ କେମ୍‌ଲିନ୍‌ ସାହୁ, କନିଷ୍ଠ ଯନ୍ତ୍ରୀ ସ୍ବରୂପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅରୁଣ ବୋଥ୍ରାଙ୍କୁ ଲିଗାଲ ନୋଟିସ

ବଲାଙ୍ଗୀର ଅଫିସ,୧୫-୧:ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ତତ୍କାଳୀନ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ସ୍ତ୍ରୀ ସୌଦାମିନୀ ମେହେର...

ଥାକରେ ବିରଜାକ୍ଷେତ୍ରକୁ ରେଳପଥ ସଂଯୋଗ

ଯାଜପୁର ଅଫିସ,୧୮ା୧୧: ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନଠାରୁ ଧାମରା ପର୍ଯ୍ୟନ୍ତ ଭାୟା ଯାଜପୁରକୁ ପ୍ରସ୍ତାବିତ ନୂତନ ରେଳଲାଇନ ପ୍ରକଳ୍ପକୁ ୨୦୧୮-୧୯ ବର୍ଷରୁ ଥାକରେ ରଖାଯାଇଛି।...

ଫାଇନାଲରେ ଉତ୍ତରପ୍ରଦେଶ, ଓଡ଼ିଶା

ରାଉରକେଲା ଅଫିସ୍‌,୨୮ା୫: ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ତ୍ରୟୋଦଶ ଉପକନିଷ୍ଠ ପୁରୁଷ ଜାତୀୟ ହକି ଚାମ୍ପିୟନଶିପ୍‌ର ଦଶମ ଦିନରେ ୨ଟି ସେମିଫାଇନାଲ ମ୍ୟାଚ୍‌...

କାର-ଅଟୋ ଧକ୍କା: ଚାଲିଗଲା ୩ ଜୀବନ, ୭ ଗୁରୁତର

ସୋନପୁର,୧୨।୭(ନି. ପ୍ର. ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଖାରି ନିକଟସ୍ଥ ବଡ଼ବାହାଲିଠାରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ଅଟୋ...

ଜଣେ ବରକୁ ୨ ଥର ବିବାହ କଲେ ନାବାଳିକା

ନୟାଗଡ଼ ଅଫିସ,୧୯।୧: ମଙ୍ଗଳବାର ସନ୍ଧ୍ୟାରେ ନୟାଗଡ଼ ଚାଇଲ୍ଡ ଲାଇନ ବିବାହ ବେଦୀରୁ ଉଠାଇ ଆଣିଥିବା ଜଣେ ୧୫ ବର୍ଷର ନାବାଳିକା ବିଳମ୍ବିତ ରାତିରେ ପୁନଃ ବିବାହ...

୪ଦିନ ହେଲା ମଧ୍ୟାହ୍ନଭୋଜନ ବନ୍ଦ

ୟାଗଡ଼ ଅଫିସ,୧।୨:  ନୟାଗଡ଼ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଭାଟସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪ ଦିନ ହେଲା ମଧ୍ୟାହ୍ନଭୋଜନ ଦିଆଯାଉନି...

ଛାତ୍ରୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା

ଭବାନୀପାଟଣା,୨୨।୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଧୀନ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଏକ ଛାତ୍ରୀ...

ଗଣତନ୍ତ୍ରର ୩ ସ୍ତମ୍ଭକୁ ଧରି ରଖିଛି ଗଣମାଧ୍ୟମ

ଜଗତ୍‌ସିଂହପୁର, ୨୬।୭ (ପ୍ରମୋଦ କୁମାର ନାୟକ ) ଗଣତନ୍ତ୍ରର ୩ଟି ସ୍ତମ୍ଭ କଥା ଆମେ ଜାଣିଛନ୍ତି, କିନ୍ତୁ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ କୁହାଯାଉଛି। ଏହା ଆଜିର...

Advertisement
Archives

Model This Week