ସୁଧୁରୁନି ବ୍ୟାସନଗର ସହରରେ ବିଦ୍ୟୁତ୍‌ ସେବା : ଚାନ୍ଦାମା, ମୁଣ୍ଡୋମାଳ ସବ୍‌ଷ୍ଟେଶନ ଅଧପନ୍ତରିଆ

ଯାଜପୁର ଅଫିସ,୧୮ା୯ :  ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ୨୬ ୱାର୍ଡ଼ ବିଶିଷ୍ଟ କ୍ରୋମନଗରୀ ବ୍ୟାସନଗର ପୌରାଞ୍ଚଳରେ ବିଦ୍ୟୁତ୍‌ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଭାରତ ସରକାରଙ୍କ ଶକ୍ତିି ମନ୍ତ୍ରଣାଳୟର ନୋଟିଫାଏଡ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ବ୍ୟାସନଗର ସହରାଞ୍ଚଳର ବ୍ୟାସ ସରୋବର ନିକଟସ୍ଥ ମୁଣ୍ଡମାଳ ଏବଂ ଚାନ୍ଦମା ଜାତୀୟ ରାଜପଥ ଗୋଲେଇ ଛକ ନିକଟସ୍ଥ ରାଜପଥ ପାର୍ଶ୍ୱରେ ୨ଟି ବିଦ୍ୟୁତ୍‌ ସବଷ୍ଟେଶନ ଆଜକୁ ପ୍ରାୟ ୩ବର୍ଷ ଧରି ନିର୍ମାଣ ଚାଲିଛି। ହେଲେ କାର୍ଯ୍ୟକାରୀ ହେବାର ନାଁ ଧରୁନାହିଁ। ୨୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମାଣାଧିନ ୩୩/୧୧ କେଭି ବିଶିଷ୍ଟ ଏହି ଦୁଇ ସବ୍‌ଷ୍ଟେଶନ ମାର୍ଚ୍ଚ ୨୦୧୭ରୁ ନିର୍ମାଣ ଆରମ୍ଭ ହୋଇ ୧୮ ମାସ ମଧ୍ୟରେ ଶେଷ ହେବା କଥା। ହେଲେ ବ୍ୟାସ ସରୋବର ସବ୍‌ଷ୍ଟେଶନର ଅଧିକାଂଶ କାମ ଏବେ ବି ବାକି ରହିଛି। ଚାନ୍ଦମା ସବ୍‌ଷ୍ଟେଶନର ସିଭିଲ କାମ ଶେଷ ପର୍ଯ୍ୟାୟରେ ଥିଲେ ବି ଉଭୟ ସବଷ୍ଟେଶନର ନିର୍ମାଣ କାର୍ଯ୍ୟ ଏବେ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଷ୍ଟୋରରେ ଆବଶ୍ୟକୀୟ ମେଶିନ ଓ ଯନ୍ତ୍ରପାତିର ଅଭାବ ପରିଲ୍ଲକ୍ଷିତ ହୋଇଛି। ତାର ଟଣା କାମ ଆରମ୍ଭ ହୋଇନି। ଟ୍ରାନ୍ସଫରମର ଚାର୍ଜ ହେବାକୁ ଆଉ କେତେ ସମୟ ଲାଗିବ ତାହାର ହିସାବ କାହା ପାଖରେ ନାହିଁ। ଏହାଦ୍ୱାରା ପ୍ରାୟ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ବ୍ୟାସନଗର ସହରବାସୀ ପୂର୍ବଭଳି ବିପର୍ଯ୍ୟସ୍ତ ବିଜୁଳି ସମସ୍ୟାରେ ପେଷି ହେଉଛନ୍ତି। ଉଭୟ ସବ୍‌ଷ୍ଟେଶନ ନିର୍ମାଣ ସମ୍ପନ୍ନ ହେଲେ ସହରର ୯୦ପ୍ରତିଶତରୁ ଅଧିକ ବିଜୁଳି ସମସ୍ୟା ଦୂର ହେବାର ଲକ୍ଷ୍ୟ ରଖି ଏଭଳି ବ୍ୟୟବରାଦ କରାଯାଇଥିଲା। ମାତ୍ର ବିଭାଗୀୟ ସ୍ଥାଣୁତା ଯୋଗୁ ସବ୍‌ଷ୍ଟେଶନ ନିର୍ମାଣ କାର୍ଯ୍ୟ ଶେଷ ହେବାର ନା ନେଉନାହିଁ।
ସୂଚନାଯୋଗ୍ୟ ଯେ, ସହରାଞ୍ଚଳରେ ବିଦ୍ୟୁତ ସଂସ୍କାର, ସବ୍‌ ଟ୍ରାନ୍ସମିଶନ ଓ ବିଦ୍ୟୁତ୍‌ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଶକ୍ତି ବିଭାଗ ୩ା୧୨ା୨୦୧୪ରେ ସମନ୍ବିତ ଶକ୍ତି ବିକାଶ ଯୋଜନା (ଆଇପିଡିଏସ୍‌) ପ୍ରଣୟନ କରିଥିଲେ। ଏହି ଯୋଜନାରେ ଯାଜପୁର ଜିଲାରେ କେବଳ ବ୍ୟାସନଗର ପାୈରାଞ୍ଚଳରେ ୨ଟି ସବଷ୍ଟେଶନ ନିର୍ମାଣ ପରିକଳ୍ପନା କରାଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାଜ୍ୟ ସରକାରଙ୍କ ଓଏସ୍‌ଆଇସି ସଂସ୍ଥା ଜରିଆରେ ବ୍ୟାକ୍‌ ଟୁ ବ୍ୟାକରେ ଲେଜର ପାୱାର ଆଣ୍ଡ ଇନ୍‌ଫ୍ରା ପ୍ରାଇଭେଟ ଲିମିଟେଡ ନାମକ ଏକ ଘରୋଇ ଠିକା ସଂସ୍ଥାକୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଛି। ମୁଣ୍ଡୋମାଳ ସବଷ୍ଟେଶନ କାର୍ଯ୍ୟକୁ ଏହି ଠିକାସଂସ୍ଥା ପୁଣି ଏକ ସ୍ଥାନୀୟ ଠିକାଦାରଙ୍କୁ ଦାୟିତ୍ୱ ଦେଇଛି। ଗୋଟିଏ ସମ୍ବେଦନଶୀଳ ସମୂହ ଆବଶ୍ୟକତା ଥିବା କାମକୁ କେତେ ଜଣଙ୍କୁ ସବ୍‌ଲେଟ କରାଯାଏ ତାହ ମଧ୍ୟ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବଡ଼ ବଡ଼ କାମକୁ ଠିକ୍‌ ସମୟରେ ଶେଷ କରିବା ପାଇଁ ମାନ୍ୟତା ସମ୍ପନ୍ନ ତଥା ଅଭିଜ୍ଞ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥାଏ। କିନ୍ତୁ ଏଠାରେ ଏହାର ଓଲଟା ହୋଇଛି। ଏହାବାଦ ସବ୍‌ଷ୍ଟେଶନ କଂକ୍ରିଟ କାର୍ଯ୍ୟ ବହୁ ନିମ୍ନମାନର କରାଯାଇଥିବାବେଳେ ଯେଉଁ ଖୁଣ୍ଟ ସବୁ ପୋତାଯାଇଛି ତାହାର ମୂଳକୁ କଂକ୍ରିଟ କରାଯାଇ ନାହିଁ। ଏହାଛଡ଼ା ଗାତର ଗଭୀର ମଧ୍ୟ ନିୟମ ଅନୁଯାୟୀ ଖୋଳାଯାଇ ନାହିଁ। ଫଳତଃ ଏହି ସଂସ୍ଥା କଂକ୍ରିଟ ନାମରେ ବ୍ୟାପକ ହରିଲୁଟ କରିଥିବା ଅଭିଯୋଗ ହୋଇଛି। ସବ୍‌ଷ୍ଟେଶନ କଂକ୍ରିଟର ସାମର୍ଥ କ’ଣ ରହିଛି ତାହାର କ୍ୟୁବ୍‌ ଟେଷ୍ଟ ଓ ମୋଲ୍ଡ ଟେଷ୍ଟ କରିବାକୁ ସାମାଜିକ କର୍ମୀ ଦୁଷ୍ମନ୍ତ ରାଉତ ଦାବି କରିଛନ୍ତି। ବ୍ୟାସ ସରୋବର ମୋରମବହୁଳ ଅଞ୍ଚଳ ହୋଇଥିଲେ ବି ଏହାର ମାଟି ପରୀକ୍ଷା ହୋଇ ନ ଥିବାରୁ ମାଟିର ପ୍ରତିରୋଧକ ଶକ୍ତି ଉପରେ ପ୍ରକୃତ ଆକଳନ କରା ନ ଯାଇ ଆର୍ଥିଂ ନିର୍ମାଣ ହେଉଛି। ମୋରମ ଅଞ୍ଚଳରେ ଅଧିକ ସଂଖ୍ୟାରେ ଇଲେକ୍‌ଟ୍ରୋଡ ଆଥିର୍ଂ ନିର୍ମାଣର ଆବଶ୍ୟକତା ଥିଲେ ବି ଏହାକୁ ଠିକାସଂସ୍ଥା ଅଣଦେଖା କରୁଥିବା ଜଣାଯାଇଛି। ବିଭିନ୍ନ ଆବଶ୍ୟକତା ଓ ନିୟମକୁ ଖୋଲାଖୋଲି ଜଳାଞ୍ଜଳି ଦେଇ ଲେଜର ସଂସ୍ଥା ଏଠାରେ ମନମାନି ଭାବେ ନିମ୍ନମାନର କାମ କରି ଖସିଯିବାକୁ ଉଦ୍ୟମ ରଖିଛି। ଏଭଳି ଅବ୍ୟବସ୍ଥା ନେଇ ଯାଜପୁରରୋଡ ନେସ୍କୋର ନିର୍ବାହୀ ଯନ୍ତ୍ରୀ ତପନ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଠିକାଦାର କାର୍ଯ୍ୟରେ ବିଳମ୍ବ କରୁଛି। ଏନେଇ ସମ୍ପୃକ୍ତ ଠିକାଦାରଙ୍କୁ ଦାଗିଦ କରାଯାଇଛି। ନିର୍ମାଣା ସାମଗ୍ରୀ ଯଥା ମେଟାଲ ପାଇବାରେ ଅସୁବିଧା ଯୋଗୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଛି। ୩ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ହୋଇଛି ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଂସୁଆ ପୋଲରୁ ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ରାଜନଗର,୨୬।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ହଂସୁଆ ପୋଲରୁ ନଦୀକୁ ଡେଇଁ ମଙ୍ଗଳବାର ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ କାବୁ କରାଯାଇ ପୋଲିସ ଜିମା...

ପାଳରେ ଜୀବନ ଆଙ୍କୁଥିବା ମଣିଷ

ଲୋଇସିଂହା,୨୫।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଡେଲିମାର୍କେଟର ଅବସରପ୍ରାପ୍ତ ଶିକ୍ଷକ ଗୌରୀଶଙ୍କର ବେଜ(୬୫)। ସୁବର୍ଣ୍ଣପୁର ଜିଲା ନାରାୟଣପୁରର ମୂଳ ବାସିନ୍ଦା ଗୌରୀଶଙ୍କର ୨୦୧୪ମସିହାରେ ଅବସର ଗ୍ରହଣ ପରେ...

ଆଲୋଚନା ବିଫଳ, ୪ରେ ତାଳଚେର ବନ୍ଦ ଡାକରା

ତାଳଚେର, ୩।୭(ନି.ପ୍ର.): ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ପ୍ରସଙ୍ଗରେ ହୋଇଥିବା ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିନାହିଁ। ଫଳରେ ଆସନ୍ତା ୪ ତାରିଖରେ ୧୨ ଘଣ୍ଟିଆ ତାଳଚେର ବନ୍ଦ...

କାର୍ଯ୍ୟକ୍ଷମ ନ ହେଉଣୁ ନେଇଗଲେ

ବରଗଡ଼ ଅଫିସ୍‌,୧୧।୧: ବରଗଡ଼ ଜିଲାରେ କରୋନା ସଂକ୍ରମଣ ବଢ଼ି ଚାଲିଛି । ସଂକ୍ରମଣ ବୃଦ୍ଧି ଏବଂ ଅମ୍ଳଜାନ(ଅକ୍ସିଜେନ)ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗତବର୍ଷ ଦ୍ୱିତୀୟ ଲହର...

କେଜିବିଭି ହଷ୍ଟେଲରେ ପାଣି ସମସ୍ୟା, ଛାତ୍ରୀଙ୍କୁ ଧମକଚମକ: ରାସ୍ତାକୁ ଓହ୍ଲାଇଲେ ଅନ୍ତେବାସିନୀ

ଲୋଇସିଂହା,୬।୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ(କେଜିବିଭି)ର ଅନ୍ତେବାସିନୀମାନେ ନାନା ସମସ୍ୟା ଦେଇ ଗତି କରୁଛନ୍ତି। ଏହାର ପ୍ରତିବାଦ କଲେ ସେମାନଙ୍କୁ...

୧୫୫୦୧ ଟଙ୍କାରେ ଆଜ୍ଞା ଲଡ଼ୁ ନିଲାମ

ବଇଣ୍ଡା,୧୦।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ଗ୍ରାମରେ ଚାଲିଥିବା ସପ୍ତାହେବ୍ୟାପୀ ଦୁର୍ଗାପୂଜାର ଭସାଣି ଉତ୍ସବ ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିସହିତ ମା’ଙ୍କଠାରେ ଲାଗିଥିବା...

ଅଗଷ୍ଟ ୧୫ରେ ଲାଗିଥିଲା ୨୧ଲକ୍ଷ ଟଙ୍କାର ଲାଇଟ୍‌: ନେଇଗଲେ ଦୁର୍ବୃତ୍ତ

ବିନିକା,୧୮ା୯(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବିନିକା ସହରାଞ୍ଚଳର ବିନିକା -ଲକ୍ଷ୍ମଣପୁର ମହାନଦୀ ବ୍ରିଜରେ ଲାଗିଥିବା ରୋପ (ଲିଚୁ) ଲାଇଟକୁ କେତେକ ଦୁର୍ବୃତ୍ତ ଚୋରି କରି ନେଇଛନ୍ତି। ମିଳିଥିବା...

୧୪ ଦଫା ଦାବିରେ ଆଶାକର୍ମୀଙ୍କ ବିକ୍ଷୋଭ

ନୟାଗଡ଼ ଅଫିସ,୫ା୯- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ଓ କର୍ମଚାରୀ ମାରଣନୀତିର ପ୍ରତିବାଦ ଏବଂ ଆଶାକର୍ମୀମାନଙ୍କ ବିଭିନ୍ନ ଦାବି ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ...

Advertisement
Archives

Model This Week