ସୁଦୀପ୍ତ ଇଣ୍ଡିଆନ ଅଏଲ ନିର୍ଦ୍ଦେଶକ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ଭାଜପା ନେତା ସୁଦୀପ୍ତ ରାୟ ଇଣ୍ଡିଆନ ଅଏଲର ନିର୍ଦ୍ଦେଶକ ରୂପେ ଦାୟିତ୍ୱ ପାଇଛନ୍ତି। ସୁଦୀପ୍ତ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ଅଧୀନରେ ଦୁଇ ଦୁଇଥର ଅଧ୍ୟକ୍ଷ ଭାବେ ସୁଚାରୁରୂପେ କାର୍ଯ୍ୟ ଭାର ତୁଲାଇଥିଲେ। ତାଙ୍କ ଅଧ୍ୟକ୍ଷତା ସମୟରେ ଚାଷୀମାନଙ୍କଠାରୁ ଧାନକିଣା ହେବା ଓ ରାଜ୍ୟରେ ୨ ଟଙ୍କିଆ ଚାଉଳ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସେ ଏବିଭିପି ରାଷ୍ଟ୍ରୀୟ ସମ୍ପାଦକ କାର୍ଯ୍ୟ ସହ ରାଜ୍ୟ ଭାଜପାର ବିଭିନ୍ନ ସଙ୍ଗଠନ ଦାୟିତ୍ୱରେ କାର୍ଯ୍ୟ କରିବା ସହ ବର୍ତ୍ତମାନ ଦଳର ମୁଖପାତ୍ର ରୂପେ ଅବସ୍ଥାପିତ ଅଛନ୍ତି। ସେ ଜଟଣୀ ବିଧାନସଭା ଭାଜପା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେହିପରି ଭାଜପା ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଭାରତ ହେଭି ଇଲେକ୍ଟିକାଲ ଲିମିଟେଡ୍‌ର ସ୍ବାଧୀନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ ଚାଉଳ ହେରଫେର

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଅନୁପୂରକ ପୁଷ୍ଟିକର କାର୍ଯ୍ୟକ୍ରମ(ଏସ୍‌ଏନ୍‌ପି) ଜରିଆରେ ରାଜ୍ୟରେ ଅଙ୍ଗନୱାଡି କେନ୍ଦ୍ରର ଶିଶୁଙ୍କୁ ଚାଉଳ ଯୋଗାଣରେ ବ୍ୟାପକ ହେରଫେର ହୋଇଛି।...

ଓଡ଼ିଶାରେ ଆନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ର଼୍ୟାକେଟ୍‌

ବଲାଙ୍ଗୀର ଅଫିସ, ୧।୩: ଓଡିଶାର ବିଭିନ୍ନ ସହରରେ ଏବେ ଆନ୍ତଃରାଜ୍ୟ ସେନ୍‌ସର ବ୍ଳକ୍‌ ଏଟିଏମ୍‌ ଲୁଟେରା ର଼୍ୟାକେଟ୍‌ ସକ୍ରିୟ ରହିଛନ୍ତି। ବଲାଙ୍ଗୀର ସହରର ବିଭିନ୍ନ ଏଟିଏମ୍‌ରୁ...

ଆଧୁନିକୀକରଣ କାର୍ଯ୍ୟ ଯୋଗୁ ପ୍ରଭାବିତ ହେବ ଟ୍ରେନ୍‌ ଚଳାଚଳ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ରେଳପଥର ଦାନାପୁର ରେଳମଣ୍ଡଳ ଅନ୍ତର୍ଗତ କିଉଲ ଷ୍ଟେଶନଠାରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ପୂର୍ବତଟ ରେଳପଥକୁ ଆସୁଥିବା ଏବଂ ଏହାର...

CORONAVIRUS UPDATE: ରାଜ୍ୟରେ ପୁଣି ୨୬ କରୋନା ପଜିଟିଭ୍‌ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ରେ ପହଞ୍ଚିଲା

ଭୁବନେଶ୍ୱର,୮ା୫(ବ୍ୟୁରୋ) : ଶୁକ୍ରବାର ରାଜ୍ୟରେ ପୁଣି ୨୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ରେ ପହଞ୍ଚିଛି। ଏନେଇ...

ଲକ୍‌ଡାଉନ କଟକଣାର ପ୍ରଭାବ: ଘରୋଇ ବସ୍‌ ମାଲିକ,କର୍ମଚାରୀ ହତାଶ

ଭବାନୀପାଟଣା,୨୮ା୪(ଡି.ଏନ୍‌.ଏ.)-ଲକ୍‌ଡାଉନ ଯୋଗୁ କଳାହାଣ୍ଡି ଜିଲାର ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ଗାଡି ମାଲିକ, ଡ୍ରାଇଭର, ହେଲପର, କଣ୍ଡକ୍ଟର ଏବଂ ଏହା ଉପରେ ନିର୍ଭର କରି ଚଳୁଥିବା ଅନ୍ୟାନ୍ୟ...

ସରଗରମ ହେଲାଣି ପ୍ରଚାର

ବାରିପଦା ଅଫିସ,୧୧ା୩ ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦ ନିର୍ବାଚନ ସରଗରମ ହେବାରେ ଲାଗିଲାଣି। ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ୧୭ଜଣ ପ୍ରାର୍ଥୀ ଅଧ୍ୟକ୍ଷ ପଦବୀ ନିମନ୍ତେ...

ଶ୍ରମିକଙ୍କୁ ପଥରରେ ଛେଚି ମାରିଲେ ସାଥୀ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜଧାନୀରେ ପୁଣି ଜଣେ ଶ୍ରମିକଙ୍କୁ ହତ୍ୟା। ଗତ ୮ ତାରିଖରେ ମାଷ୍ଟରକ୍ୟାଣ୍ଟିନ ଛକରେ ଜଣେ ଶ୍ରମିକଙ୍କୁ ତାଙ୍କ ସହଯୋଗୀ ପଥରରେ ଛେଚି ହତ୍ୟା କରିଥିବାବେଳେ...

ଆଇଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ଓଡ଼ିଶା ପ୍ରଶାସନରେ କାର୍ଯ୍ୟରତ କେତେକ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଅଧିକାରୀସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି। ଏନେଇ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ...

Advertisement
Archives

Model This Week