ସୁଖର ସନ୍ଧାନ କେଉଁଠି

ମୀରା ବେଉରା

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ଶ୍ରେଷ୍ଠ ଜୀବ। ବିକାଶର ପ୍ରକ୍ରିୟାରେ ପ୍ରାୟ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ମାଙ୍କଡ଼ରୁ ଆସି ଆଜି ମଣିଷରେ ପରିଣତ ହୋଇଛି। ପ୍ରାଗ୍‌ ଐତିହାସିକ ଯୁଗରୁ ଆସି ଅତ୍ୟାଧୁନିକ ଯନ୍ତ୍ରଯୁଗରେ ପଦାର୍ପଣ କରିଛି। ସବୁ କିଛି ମଣିଷ କ୍ଷଣିକରେ ପାଇବାକୁ ଚାହୁଁଛି। ଏତେ ଉନ୍ନତିର ଶିଡି ଚଢ଼ିବା ପରେ ମଧ୍ୟ ଭୟ, ନିଦ୍ରାହୀନତା, କ୍ରୋଧ, ଈର୍ଷା ଭଳି ମାରାମତ୍କ ବ୍ୟାଧିରେ ସେ ଆଜି ଜର୍ଜରିତ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଯେଉଁ ମଣିଷ ପ୍ରତିଯୋଗିତା ଭିତ୍ତିରେ ମାରଣାସ୍ତ୍ର ନିର୍ମାଣ କରି ବିଶ୍ୱବାସୀଙ୍କୁ ଆତଙ୍କିତ କରି ଔଦ୍ଧତ୍ୟ, ଅହଂକାରରେ ଫାଟି ପଡୁଥିଲା ସେହି ମଣିଷ ଆଜି ଅଖଣ୍ଡ କ୍ଷମତା, ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନଶୈଳୀକୁ ଆପଣେଇ ଗୋଟିଏ କ୍ଷୁଦ୍ର ଅଦୃଶ୍ୟ ଶତ୍ରୁ କରୋନାର ଭୟରେ କବାଟ କିଳି କାଳାତିପାତ କରୁଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା- ସମଗ୍ର ମଣିଷ ଜାତିକୁ ଏବେ ଆଟମ୍‌ ବମ୍‌ଠାରୁ ମଧ୍ୟ ଭୟଙ୍କର ଆମତ୍ଘାତୀ ଚିନ୍ତାଧାରା ଗ୍ରାସ କରିଛି। ମଣିଷର ଏହି ଚିନ୍ତାଧାରା ମଣିଷକୁ ବିକାଶ ପଥରେ ନେବା ପରିବର୍ତ୍ତେ ଧୀରେ ଧୀରେ ବିନାଶ ଆଡକୁ ନେଇଯାଉଛି। ମଣିଷ ଆପଣା ହସ୍ତେ ଜିହ୍ବା ଛେଦିଲା ପରି ଜାଣି ଶୁଣି ନିଜକୁ ଧ୍ୱଂସ କରିବା ପାଇଁ ଯେପରି ପ୍ରତିଜ୍ଞାବଦ୍ଧ ହୋଇଛି। ଏତେ ସୁଖ ସମୃଦ୍ଧିରେ ଥାଇ ମଧ୍ୟ ପ୍ରତ୍ୟହ ସୁଖର ସନ୍ଧାନରେ ଆର୍ତ୍ତଚିକତ୍ାର କରୁଛି। ଖୋଜୁଛି ପ୍ରକୃତ ସୁଖ କେଉଁଠି ଅଛି। ସୁଖକୁ ଖୋଜି ଖୋଜି ଦୁଃଖକୁ ନିମନ୍ତ୍ରଣ କରି ଆଲିଙ୍ଗନ କରିବାକୁ ବାଧ୍ୟ ହେଉଛି। ବାରମ୍ବାର ସୁଖକୁ ଖୋଜି ଆମତ୍ସମୀକ୍ଷା କରୁଛି। ଭୁଲ୍‌ ରହିଲା କେଉଁଠି? ସୁଖର ସଂଜ୍ଞା ଆଜି ବଦଳି ଯାଇଛି ତା’ପାଇଁ। ଅହେତୁକ ଭୋଗବାଦୀ ଚିନ୍ତାଧାରା ଅତ୍ୟାଧୁନିକ ଜୀବନଶୈଳୀର ମାୟା ଓ ମୋହରେ ପଡ଼ି ସେ ଆଜି ଛଟପଟ ହେଉଛି। ଏହାର ଅନ୍ତ କେଉଁଠି ସେ ଜାଣିପାରୁନି, ଯାହା ଫଳରେ ମାନବବାଦ ସମାଜରୁ ହଜି ହଜି ଯାଉଛି। ମାନବବାଦ ପରିବର୍ତ୍ତେ ପୁଞ୍ଜିବାଦ, ପ୍ରଭୁତ୍ୱବାଦ ସୃଷ୍ଟି ହୋଇଛି। ସବୁଠୁ ଆଶ୍ଚର୍ଯ୍ୟ ମଣିଷ ମଣିଷକୁ ଭଲ ପାଇପାରୁନି। ଭଲ ପାଇବା ପରିବର୍ତ୍ତେ ତା’ ଭିତରେ ଘୃଣା, ଈର୍ଷା, ଦ୍ୱେଷ ପ୍ରକଟିତ ହୋଇଛି। କିନ୍ତୁ ମଣିଷ ଭୁଲିଯାଉଛି ଭୋଗ ବିଳାସରୁ ମିଳୁଥିବା ଖୁସି ସାମୟିକ। ଚିରନ୍ତନ ଖୁସି କିନ୍ତୁ ନିର୍ବିବାଦୀୟ, ଲାଳସା ବିହୀନ, ଈର୍ଷା ବିହୀନ ଜୀବନରୁ ହିଁ ମିଳିଥାଏ।
କଳିଙ୍ଗ ଯୁଦ୍ଧରେ ମୌର୍ଯ୍ୟ ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧରେ ଜୟ ଲାଭ କରିଥିଲେ ସୁଦ୍ଧା ଶାନ୍ତି କି ଆନନ୍ଦ ବା ସୁଖ ପାଇ ନ ଥିଲେ। ସେହିଭଳି ଦିଗ୍‌ବିଜୟୀ ଯୋଦ୍ଧା ଗ୍ରୀକ୍‌ ବୀର ଆଲେକ୍‌ଜାଣ୍ଡାର ପୃଥିବୀର ଅର୍ଦ୍ଧାଧିକ ଅଂଶ ଜୟ କରି ମଧ୍ୟ ସୁଖ ପାଇ ନ ଥିଲେ। ଗୋଟିଏ ପୃଥିବୀ ମଧ୍ୟ ତାଙ୍କ ପାଖରେ କମ୍‌ ପଡିଯାଇଥିଲା। ସେ ଚାହୁଁଥିଲେ ଆଉ ଗୋଟିଏ ପୃଥିବୀ ଥାଆନ୍ତା କି? ଦୁର୍ଦ୍ଧର୍ଷ ଏକଚ୍ଛତ୍ରବାଦୀ ଅମାପ ଧନସମ୍ପତ୍ତିର ମାଲିକ ହିଟଲରଙ୍କୁ ଏହି ଅହଂକାର ମଧ୍ୟ ସୁଖ ବଦଳରେ ଦୁଃଖ ହିଁ ଦେଇଥିଲା। ଆଜି ସକାରାମତ୍କ ଚିନ୍ତା ବଦଳରେ ମଣିଷ ପାଖରେ ଆମତ୍ଘାତୀ ଚିନ୍ତାଧାରା କାହଁିକି ଆସୁଛି? କାହଁିକି ସେ ପ୍ରତିଯୋଗିତା ଭିତ୍ତିରେ ଗଢିଚାଲିଛି ଗୋଟିଏ ପରେ ଗୋଟିଏ ପରମାଣୁ ବୋମା। ସେ ନିଉକ୍ଲିଅର ବୋମା ହେଉ ଅବା ଜୈବିକ ବୋମାର ଅସ୍ତ୍ର ହେଉ ମଣିଷ ମଣିଷକୁ ଭଲପାଇବା ପରିବର୍ତ୍ତେ ଈର୍ଷା କରି ଘୃଣା କରୁଛି। ପ୍ରତିଯୋଗିତାର ଅହେତୁକ ମୋହରେ ଅନ୍ଧ ହୋଇ ସଫଳତାର ଶୀର୍ଷକୁ ଉଠିବାକୁ ଚେଷ୍ଟା କରି ସମଗ୍ର ମଣିଷ ଜାତିକୁ ନିଜ ଅକ୍ତିଆରରେ ରଖି ଶାସନ ଡୋରିରେ ବାନ୍ଧିବାକୁ ଚାହୁଛି। ନିଜକୁ ଈଶ୍ୱରର ପ୍ରତୀକ ମହାଶକ୍ତିମାନ ଭାବି ସମଗ୍ର ବିଶ୍ୱକୁ ନିଜ ଅକ୍ତିଆରରେ ରଖିବାକୁ ବୃଥା ଅପଚେଷ୍ଟା କରୁଛି। ନିଃସ୍ବାର୍ଥପର ନିରଅଂହକାର ବଦଳେ ଧୀରେ ଧୀରେ ସ୍ବାର୍ଥପର ହୋଇଯାଉଛି। ପ୍ରତିଯୋଗିତାର ଶିଡି ଚଢି ଚଢି କ୍ରୋଧର ବଶବର୍ତ୍ତୀ ହୋଇ ଏଡେ ଅହଂକାରୀ ହୋଇଯାଇଛି ଯେ ନିଜକୁ ମଧ୍ୟ ଏହି ଆମତ୍ଘାତୀ ଚିନ୍ତାଧାରା ଦ୍ୱାରା ଧ୍ୱଂସ କରିବାକୁ ପଛାଉ ନାହଁି। ଏହି ଚିନ୍ତାଧାରାରୁ ସେ ଯଦି ଓହରି ନ ଯାଏ ତେବେ ଡାଇନୋସର ପ୍ରାଣୀ ଭଳି ଏ ମଣିଷ ଜାତି ଯେ ଦିନେ ପୃଥିବୀ ପୃଷ୍ଠରୁ ଧ୍ୱଂସ ପାଇନଯିବ ଏ କଥା କିଏ କହିବ।
ଜାତି ସଂଘର ‘ଗ୍ଲୋବାଲ ହାପିନେସ୍‌ ଇଣ୍ଡେକ୍ସ’ (ବୈଶ୍ୱିକ ଖୁସି ତାଲିକା)କୁ ଦେଖନ୍ତୁ। ଏଥିରେ ପ୍ରକାଶ ପାଇଛି ଯେ,୨୦୧୯ ମାର୍ଚ୍ଚ ୨୦ରେ ହୋଇଥିବା ସର୍ଭେ ଅନୁଯାୟୀ ଭାରତର ସ୍ଥାନ ୧୪୦। ବିଶ୍ୱର ସର୍ବାଧିକ ଖୁସିର ରାଷ୍ଟ୍ର ହେଉଛି ଫିନ୍‌ ଲାଣ୍ଡ। ଏହାପରେ ଡେନ୍‌ମାର୍କ, ନରୱେ, ଆୟର ଲାଣ୍ଡ, ନେଦେର ଲାଣ୍ଡ ଇତ୍ୟାଦି କ୍ରମାନୁସାରେ ଅଛନ୍ତି। ୨୦୧୮ରେ ଖୁସିର ତାଲିକାରେ ଭାରତର ସ୍ଥାନ ଥିଲା ୧୩୩। ସେହିପରି ୨୦୧୭ରେ ଖୁସି ତାଲିକାରେ ଭାରତର ସ୍ଥାନ ଥିଲା ୧୨୨। ଯଦି ବିଶ୍ଳେଷଣ କରିବା ତେବେ ଜାଣିପାରିବା ବିଶ୍ୱରେ ଖୁସିର ତାଲିକାରେ ଭାରତର ସ୍ଥାନ କ୍ରମାନ୍ବୟରେ ତଳକୁ ତଳକୁ ଆସୁଛି। ବିକାଶରେ ଯେତେ ଆଗକୁ ଗଲେ ମଧ୍ୟ ଆମେ ଖୁସିର ତାଲିକାରେ ତଳକୁ ଖସି ଖସି ଆସିଛୁ। ଏହି ‘ବୈଶ୍ୱିକ ଖୁସି ତାଲିକା’ ଭାରତ ସମେତ ବହୁ ଦେଶ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ , ଯେଉଁମାନେ କେବଳ ଉପତ୍ାଦନର ହାରକୁ ବିକାଶର ମାପ ଦଣ୍ଡ ବୋଲି ଧରି ନେଇଛନ୍ତି। କିନ୍ତୁ ଆମକୁ ଓ ପ୍ରତ୍ୟେକ ମଣିଷକୁ ଖୁସିରେ ରଖିବାକୁ ହେଲେ ସାମାଜିକ ନ୍ୟାୟ, ସମାନତା, ସ୍ବାଧୀନତା, ସହଭାଗିତା ଭଳି ମୂଲ୍ୟବୋଧଗୁଡିକ ପ୍ରତି ଧ୍ୟାନଦେବାକୁ ହେବ। ସମସ୍ତଙ୍କ ଭିତରେ ସ୍ନେହ, ଶ୍ରଦ୍ଧା, ଭଲପାଇବା ବଜାୟ ରଖିବାକୁ ପଡିବ।
ଆମେ କଦାପି ଭୁଲିବା ଉଚିତ ନୁହେଁ ଯେ ସାଧୁ, ସନ୍ଥଙ୍କ ଦେଶ ଭାରତବର୍ଷ ‘ସର୍ବେ ଅମୃତସ୍ୟ ପୁତ୍ରାଃ’ ଏବଂ ‘ବସୁଧୈବ କୁଟୁମ୍ବକମ୍‌’ର ପୃଷ୍ଠଭୂମି ଉପରେ ଦଣ୍ଡାୟମାନ। ଏ ମଣିଷ ଜାତି କେବେ ବୁଝିବ ଯେ ବିଶ୍ୱ ଶାନ୍ତି ପାଇଁ ଆଟମ୍‌ ବମ୍‌ ନୁହେଁ କି ଜୈବିକ ବମ୍‌ ନୁହେଁ, ବିଶ୍ୱ ଶାନ୍ତି ପାଇଁ ଲୋଡା ଆମତ୍ନ ବମ୍‌। ଅର୍ଥାତ୍‌ ଆତ୍ମାକୁ ସୁଖ ଦେଉଥିବା କାର୍ଯ୍ୟ ଯଦି ମଣିଷ ଆପଣେଇବ ତେବେ ସୁଖ ଶାନ୍ତି ଲାଭ କରିବାକୁ ସମର୍ଥ ହେବ। ପରୋପକାର, ଦୟା, ଦାନ, ସ୍ନେହଶୀଳ ମନୋଭାବ ହିଁ ମଣିଷକୁ ଖୁସି ଦିଏ ଅନ୍ୟଥା ଅମାପ ଧନ ସମ୍ପତ୍ତି ଠୁଳ କରି ନିଜର ଆଧିପତ୍ୟ ବିସ୍ତାର କରିବା ଚିନ୍ତାଧାରା ହିଁ ମଣିଷକୁ ଯନ୍ତ୍ରଣା ଦେଇଥାଏ। ଗୌତମ ବୁଦ୍ଧଙ୍କ ଭାଷାରେ କାମନା ହଁି ଦୁଃଖର କାରଣ। ସୁଖରେ ରହିବା ହେଉଛି ଏକ ମାନସିକ ସ୍ଥିତି, ଯାହା ଅନ୍ୟକୁ ଦେଲେ ଏହା ବୃଦ୍ଧି ପାଏ। ସେହି ମଣିଷ ସୁଖୀ ଏବଂ ଆନନ୍ଦ ପ୍ରାପ୍ତ କରେ ଯିଏ ଅନ୍ୟ ପାଇଁ ବଞ୍ଚିଥାଏ, ଅନ୍ୟର ଖୁସିରେ ଖୁସି ଦୁଃଖରେ ଦୁଃଖୀ ହୁଏ। ଯାହାର ହୃଦୟ ବଡ, ମନ ନିର୍ମଳ ହୋଇଥାଏ ତାହା ଅମାପ ଧନ ସମ୍ପତ୍ତି କି ଆଧିପତ୍ୟରେ ନୁହେଁ ବରଂ ଅହଂ ବ୍ରହ୍ମାଽସି ଅର୍ଥାତ୍‌ ମୁ ହିଁ ବ୍ରହ୍ମ ଭାବରୁ ହିଁ ହୋଇଥାଏ। ମଣିଷ ନିଜ ଆମତ୍ା ଭିତରେ ବ୍ରହ୍ମକୁ ଆବିଷ୍କାର କରି ଆମତ୍ା ଭିତରେ ସୁଖକୁ ସନ୍ଧାନ କରି ସମସ୍ତ ପ୍ରାଣୀଙ୍କୁ ସୁଖ ପ୍ରଦାନ କରେ। ସେ ହଁି ମଣିଷ। ଯେ ପର୍ଯ୍ୟନ୍ତ ମଣିଷ ନିଜ ଭିତରେ ଶ୍ରଦ୍ଧାକୁ ଖୋଜି ନ ପାଇଛି ତା’ ଭିତରେ ଆମତ୍ବିଶ୍ୱାସ ନ ଜାଗିଛି, ଚେତନା ଜାଗ୍ରତ ନ ହୋଇଛି ଏବଂ ସେହି ଚେତନାରୁ ତା’ର କର୍ମ, ଚରିତ୍ର ଓ ଲକ୍ଷ୍ୟ ନ ବଦଳିଛି ସେପର୍ଯ୍ୟନ୍ତ ସେ ସୁଖର ସନ୍ଧାନ ପାଇବ ନାହଁି।
ରଘୁନାଥଜୀଉ ମହାବିଦ୍ୟାଳୟ, କଟକ,
ମୋ- ୯୮୫୩୩୫୦୩୮୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri