ମୁଣ୍ଡକୁ ଉଠିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ ଅଗଷ୍ଟରେ ନୂଆ ଟିକସ ସଂସ୍କାର ‘ଫେସ୍‌ଲେସ୍‌ ଟାକ୍ସ ଆସେସ୍‌ମେଣ୍ଟ ଆଣ୍ଡ୍‌ ଅପିଲ୍‌’କୁ ଶୁଭାରମ୍ଭ କରିଥିଲେ। ସେତିକିବେଳେ ସେ କହିଥିଲେ ଯେ, ଦେଶର ମାତ୍ର ୧.୫ କୋଟି ଲୋକ ପ୍ରକୃତପକ୍ଷେ ଆୟକର ଦେଉଛନ୍ତି। କିନ୍ତୁ ଖାତାରେ କରଦାତାଙ୍କ ସଂଖ୍ୟା ୨.୫ କୋଟି ଅଛିି। ୧୩୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଦେଶରେ ଦେଢ଼ କୋଟି ବ୍ୟକ୍ତି କର ଦେବା ନିଶ୍ଚିତ ଭାବେ ନଗଣ୍ୟ। ଅପରପକ୍ଷରେ ଆୟକର ଦେଉଥିବା ବ୍ୟକ୍ତି ଯେ କେବଳ ଟିକସ ଦେଉଛନ୍ତି, ତାହା ନୁହେଁ; ଦେଶର ପ୍ରତ୍ୟେକ ନାଗରିକ ପରୋକ୍ଷ ଭାବେ ବିଭିନ୍ନ ପ୍ରକାର ଟିକସ ଦେଇଚାଲିଛନ୍ତି। ସେସବୁକୁ ହିସାବ କଲେ ସରକାର ବିଭିନ୍ନ ଉପାୟରେ ରାଜସ୍ବ ଆଦାୟ କରୁଛନ୍ତି। ସମ୍ଭବତଃ ଭାରତରେ ଏଭଳି କୌଣସି ଜୀବିତ ମଣିଷ ନ ଥିବ ଯିଏ ପ୍ରତ୍ୟେକ ଦିନ କୌଣସି ଗୋଟିଏ ସାମଗ୍ରୀ ପାଇଁ ଟିକସ ଦେଉ ନ ଥିବ।
ଆଜିର ସ୍ଥିତିକୁ ଦେଖିଲେ ତୈଳ ବିପଣନ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ଲଗାତର ବଢ଼ାଇ ଚାଲିଛନ୍ତି। ଗତ ୯ ଦିନରେ ୮ ଥର ପେଟ୍ରୋଲ ବଢ଼ି ରେକର୍ଡ କରିଛି। ୨୪ ଅଗଷ୍ଟରେ ପେଟ୍ରୋଲ ଲିଟର ପିଛା ପୁଣି ୧୩ ପଇସା ବୃଦ୍ଧି ପାଇଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୨ ଟଙ୍କା ୧୭ ପଇସାରେ ପହଞ୍ଚିଛି। ଡିଜେଲ ଦର ଅପରିବର୍ତ୍ତିତ ୮୦ ଟଙ୍କା ୩ ପଇସା ଅଛି। ପେଟ୍ରୋଲ ଦର କ୍ରମାଗତ ବଢ଼ିଚାଲୁଥିଲେ ମଧ୍ୟ କେହି ସେହି ପ୍ରସଙ୍ଗରେ ପ୍ରଶ୍ନ ଉଠାଉ ନାହାନ୍ତି କି ପାଟି ଖୋଲୁନାହାନ୍ତି। ଯେଉଁମାନେ ନୀରବ ରହୁଛନ୍ତି ସେମାନଙ୍କ ମନରେ କ୍ରୋଧ ଜାତ ହେଉଥିଲେ ମଧ୍ୟ କିଛି କହିବାକୁ ଭୟ କରୁଛନ୍ତି। ଏତିକିରେ ଜନସାଧାରଣଙ୍କ ଦୁଃଖ ସରୁନାହିଁ। ରୋଡ୍‌ ଟିକସ, ଗାଡ଼ି ପଞ୍ଜୀକରଣ ଲାଗି ଦେୟ ଦେବାକୁ ପଡ଼ୁଛି। ପୁଣି ବିଭିନ୍ନ ଟୋଲ ଗେଟ୍‌ରେ ଦୀର୍ଘଦିନ ଧରି ଅର୍ଥ ଆଦାୟ କରାଯାଉଛି। ଏଥିସହିତ କିଣାଯାଉଥିବା ପ୍ରତ୍ୟେକ ଲିଟର ପେଟ୍ରୋଲ ଓ ଡିଜେଲରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସେସ୍‌ ଆଦାୟ କରାଯାଉଛି। ଯେମିତି ସବୁଆଡ଼ୁ ଜନସାଧାରଣଙ୍କୁ ଶୋଷି ଚାଲ ବୋଲି ଏକ ଅଘୋଷିତ ନିର୍ଦ୍ଦେଶ କାମ କଲା ଭଳି ମନେ ହେଲାଣି। ତେଲ ଦର କାହିଁକି ବଢ଼ୁଛି ବୋଲି ପ୍ରଶ୍ନ ହେଲେ ସରକାରୀ ଉତ୍ତର ମିଳିଥାଏ-ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତେଲ ଦର ବଢ଼ୁଥିବାରୁ ଏହାର ପ୍ରଭାବ ପେଟ୍ରୋଲ ଓ ଡିଜେଲ ଉପରେ ପଡ଼ିଛି। ଏଥିରୁ ଲୋକେ କ’ଣ ବୁଝନ୍ତି କେଜାଣି କିଛି ପ୍ରତିବାଦ କରନ୍ତି ନାହିଁ। ଅନ୍ୟପକ୍ଷରେ ସରକାରଙ୍କ ପାଇଁ କମ୍ପାନୀ ସ୍ବାର୍ଥ ସର୍ବାଗ୍ରେ ରହିଆସୁଛି। କେନ୍ଦ୍ର ସରକାର ବେପାରୀଙ୍କ ସ୍ବାର୍ଥ ପାଇଁ ଯେଭଳି ଯୁକ୍ତି ସାଇତି ରଖିଥାଆନ୍ତି, ସାଧାରଣ ଲୋକଙ୍କ ସପକ୍ଷରେ କିଛି କହି ନ ଥାନ୍ତି। ସମସ୍ତେ ଜାଣନ୍ତି ଯେ, ପେଟ୍ରୋଲ ଓ ଡିଜେଲ ଦର ବଢ଼ିଲେ ସାମଗ୍ରୀଗୁଡ଼ିକର ପରିବହନ ଖର୍ଚ୍ଚ ବହୁଗୁଣ ବୃଦ୍ଧିପାଏ, ଯଦ୍ଦ୍ବାରା ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବଢ଼ିଚାଲେ। ବର୍ତ୍ତମାନର କରୋନା ସମୟରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ ତେଲ ଦର ବଢ଼ିଚାଲିବା ‘ବୋଝ ଉପରେ ନଳିତା ବିଡ଼ା’ ସଦୃଶ।
ଆଜିର କେନ୍ଦ୍ର ସରକାର କରୋନା ସମୟରେ ଆର୍ଥିକ ବୋଝରେ ନଇଁଯାଇ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଅଂଶଧନ ବିକ୍ରି କରିବାରେ ବ୍ୟସ୍ତ। ଦେଶର ଅନେକ ବିମାନବନ୍ଦରକୁ ଆଦାନୀ ଭଳି ଘରୋଇ ସଂସ୍ଥା ହାତରେ ଟେକି ଦିଆଯାଉଛି। ହେଲେ କରୋନା ସମୟରେ ତେଲ ଦର ବଢ଼ିବା ଯୋଗୁ ଜିନିଷର ମୂଲ୍ୟ ବୃଦ୍ଧି ଲୋକଙ୍କୁ ବାଧୁଥିଲେ ମଧ୍ୟ ସରକାର ଦୃଷ୍ଟି ନ ଦେବା ଏକ ଜନମଙ୍ଗଳ ରାଷ୍ଟ୍ରରେ ପ୍ରଶାସନ ତା’ର ଦାୟିତ୍ୱ ଭୁଲିଯାଉଛିି ବୋଲି ଜୋର ଦେଇ କହିହେବ। ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦଠାରୁ ରାମ ମନ୍ଦିର ଲାଗି ଭୂମିପୂଜନ ଯେତେଗୁଡ଼ିଏ କାର୍ଯ୍ୟ ଲାଗି କେନ୍ଦ୍ର ସରକାର ବିଜୟ ଶିରପା ମୁଣ୍ଡାଉ ଥାଆନ୍ତୁ ନା କାହିଁକି ସାଧାରଣ ଲୋକଙ୍କ ଜୀବିକା ସୁରକ୍ଷିତ ରହି ଜୀବନ ସହଜ ନ ହେଲେ ଆଗକୁ ପରିସ୍ଥିତି ଭିନ୍ନ ମୋଡ଼ ନେବାର ଆଶଙ୍କା ରହିଛି। ଆଜିର କ୍ଷମତାସୀନ ବ୍ୟକ୍ତି ଭୁଲିଯିବା ଉଚିତ ନୁହେଁ ଯେ ଭାରତ ଏକ ସହନଶୀଳ ରାଷ୍ଟ୍ର। କରୋନା ସହିତ ସରକାରୀ ବ୍ୟବସ୍ଥାକୁ ଭୟ କରି ସାଧାରଣ ନାଗରିକ ଆଜି ନୀରବ ରହିଯାଇପାରେ। କିନ୍ତୁ ଅର୍ଥନୀତିର ମାଡ଼ ଯେଉଁଭଳି ଭାବେ ପେଟକୁ ବାଧିଲାଣି ତାହାର କ୍ରୋଧ ଏହି ଭାରତୀୟଙ୍କ ମୁଣ୍ଡକୁ ଉଠିବାକୁ ସମୟ ଲାଗିପାରେ, କିନ୍ତୁ ସେମାନେ ଭୁଲିଯିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

ଏଇ ଭାରତରେ

ତ୍ରିପୁରାର ଏକ ଛୋଟ ସହର ଖୋଓ୍ବାଇ। ୧୫ ଓ୍ବାର୍ଡବିଶିଷ୍ଟ ଏହି ସହରର ବର୍ଜ୍ୟ ପରିଚାଳନା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମ୍ୟୁନିସିପାଲିଟି ନୁହେଁ, ବରଂ ଏକ ସୋସାଇଟିର ପରିମଳ…

ଇଥାନଲ୍‌ ଓ ଇ୨୦ ଇନ୍ଧନ

ଆମ ପୁରାଣରେ ଦେବଲୋକରେ ଆନନ୍ଦ ଅନୁଭବ ପାଇଁ ସୁରା ପାନକରିବା କଥା ଉଲ୍ଲେଖ ଅଛି I ଉକ୍ତ ସୁରା ବା ମଦ୍ୟ ଅନ୍ୟ କିଛି ନୁହେଁ, ବରଂ…

ଜାତୀୟ ସୁରକ୍ଷା

ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଗଣତାନ୍ତ୍ରିକ ଦେଶ। ଏହାର ଭୌଗୋଳିକ ଅବସ୍ଥିତି ଓ ବିସ୍ତୃତି, ବହୁଭାଷିକ ଓ ବହୁଧର୍ମୀୟ ସମାଜ,ପଡ଼ୋଶୀ ଦେଶଗୁଡ଼ିକ ସହ ଲାଗି ରହିଥିବା ସୀମା…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri