ମୁଣ୍ଡକୁ ଉଠିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ ଅଗଷ୍ଟରେ ନୂଆ ଟିକସ ସଂସ୍କାର ‘ଫେସ୍‌ଲେସ୍‌ ଟାକ୍ସ ଆସେସ୍‌ମେଣ୍ଟ ଆଣ୍ଡ୍‌ ଅପିଲ୍‌’କୁ ଶୁଭାରମ୍ଭ କରିଥିଲେ। ସେତିକିବେଳେ ସେ କହିଥିଲେ ଯେ, ଦେଶର ମାତ୍ର ୧.୫ କୋଟି ଲୋକ ପ୍ରକୃତପକ୍ଷେ ଆୟକର ଦେଉଛନ୍ତି। କିନ୍ତୁ ଖାତାରେ କରଦାତାଙ୍କ ସଂଖ୍ୟା ୨.୫ କୋଟି ଅଛିି। ୧୩୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଦେଶରେ ଦେଢ଼ କୋଟି ବ୍ୟକ୍ତି କର ଦେବା ନିଶ୍ଚିତ ଭାବେ ନଗଣ୍ୟ। ଅପରପକ୍ଷରେ ଆୟକର ଦେଉଥିବା ବ୍ୟକ୍ତି ଯେ କେବଳ ଟିକସ ଦେଉଛନ୍ତି, ତାହା ନୁହେଁ; ଦେଶର ପ୍ରତ୍ୟେକ ନାଗରିକ ପରୋକ୍ଷ ଭାବେ ବିଭିନ୍ନ ପ୍ରକାର ଟିକସ ଦେଇଚାଲିଛନ୍ତି। ସେସବୁକୁ ହିସାବ କଲେ ସରକାର ବିଭିନ୍ନ ଉପାୟରେ ରାଜସ୍ବ ଆଦାୟ କରୁଛନ୍ତି। ସମ୍ଭବତଃ ଭାରତରେ ଏଭଳି କୌଣସି ଜୀବିତ ମଣିଷ ନ ଥିବ ଯିଏ ପ୍ରତ୍ୟେକ ଦିନ କୌଣସି ଗୋଟିଏ ସାମଗ୍ରୀ ପାଇଁ ଟିକସ ଦେଉ ନ ଥିବ।
ଆଜିର ସ୍ଥିତିକୁ ଦେଖିଲେ ତୈଳ ବିପଣନ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ଲଗାତର ବଢ଼ାଇ ଚାଲିଛନ୍ତି। ଗତ ୯ ଦିନରେ ୮ ଥର ପେଟ୍ରୋଲ ବଢ଼ି ରେକର୍ଡ କରିଛି। ୨୪ ଅଗଷ୍ଟରେ ପେଟ୍ରୋଲ ଲିଟର ପିଛା ପୁଣି ୧୩ ପଇସା ବୃଦ୍ଧି ପାଇଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୨ ଟଙ୍କା ୧୭ ପଇସାରେ ପହଞ୍ଚିଛି। ଡିଜେଲ ଦର ଅପରିବର୍ତ୍ତିତ ୮୦ ଟଙ୍କା ୩ ପଇସା ଅଛି। ପେଟ୍ରୋଲ ଦର କ୍ରମାଗତ ବଢ଼ିଚାଲୁଥିଲେ ମଧ୍ୟ କେହି ସେହି ପ୍ରସଙ୍ଗରେ ପ୍ରଶ୍ନ ଉଠାଉ ନାହାନ୍ତି କି ପାଟି ଖୋଲୁନାହାନ୍ତି। ଯେଉଁମାନେ ନୀରବ ରହୁଛନ୍ତି ସେମାନଙ୍କ ମନରେ କ୍ରୋଧ ଜାତ ହେଉଥିଲେ ମଧ୍ୟ କିଛି କହିବାକୁ ଭୟ କରୁଛନ୍ତି। ଏତିକିରେ ଜନସାଧାରଣଙ୍କ ଦୁଃଖ ସରୁନାହିଁ। ରୋଡ୍‌ ଟିକସ, ଗାଡ଼ି ପଞ୍ଜୀକରଣ ଲାଗି ଦେୟ ଦେବାକୁ ପଡ଼ୁଛି। ପୁଣି ବିଭିନ୍ନ ଟୋଲ ଗେଟ୍‌ରେ ଦୀର୍ଘଦିନ ଧରି ଅର୍ଥ ଆଦାୟ କରାଯାଉଛି। ଏଥିସହିତ କିଣାଯାଉଥିବା ପ୍ରତ୍ୟେକ ଲିଟର ପେଟ୍ରୋଲ ଓ ଡିଜେଲରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସେସ୍‌ ଆଦାୟ କରାଯାଉଛି। ଯେମିତି ସବୁଆଡ଼ୁ ଜନସାଧାରଣଙ୍କୁ ଶୋଷି ଚାଲ ବୋଲି ଏକ ଅଘୋଷିତ ନିର୍ଦ୍ଦେଶ କାମ କଲା ଭଳି ମନେ ହେଲାଣି। ତେଲ ଦର କାହିଁକି ବଢ଼ୁଛି ବୋଲି ପ୍ରଶ୍ନ ହେଲେ ସରକାରୀ ଉତ୍ତର ମିଳିଥାଏ-ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତେଲ ଦର ବଢ଼ୁଥିବାରୁ ଏହାର ପ୍ରଭାବ ପେଟ୍ରୋଲ ଓ ଡିଜେଲ ଉପରେ ପଡ଼ିଛି। ଏଥିରୁ ଲୋକେ କ’ଣ ବୁଝନ୍ତି କେଜାଣି କିଛି ପ୍ରତିବାଦ କରନ୍ତି ନାହିଁ। ଅନ୍ୟପକ୍ଷରେ ସରକାରଙ୍କ ପାଇଁ କମ୍ପାନୀ ସ୍ବାର୍ଥ ସର୍ବାଗ୍ରେ ରହିଆସୁଛି। କେନ୍ଦ୍ର ସରକାର ବେପାରୀଙ୍କ ସ୍ବାର୍ଥ ପାଇଁ ଯେଭଳି ଯୁକ୍ତି ସାଇତି ରଖିଥାଆନ୍ତି, ସାଧାରଣ ଲୋକଙ୍କ ସପକ୍ଷରେ କିଛି କହି ନ ଥାନ୍ତି। ସମସ୍ତେ ଜାଣନ୍ତି ଯେ, ପେଟ୍ରୋଲ ଓ ଡିଜେଲ ଦର ବଢ଼ିଲେ ସାମଗ୍ରୀଗୁଡ଼ିକର ପରିବହନ ଖର୍ଚ୍ଚ ବହୁଗୁଣ ବୃଦ୍ଧିପାଏ, ଯଦ୍ଦ୍ବାରା ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବଢ଼ିଚାଲେ। ବର୍ତ୍ତମାନର କରୋନା ସମୟରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ ତେଲ ଦର ବଢ଼ିଚାଲିବା ‘ବୋଝ ଉପରେ ନଳିତା ବିଡ଼ା’ ସଦୃଶ।
ଆଜିର କେନ୍ଦ୍ର ସରକାର କରୋନା ସମୟରେ ଆର୍ଥିକ ବୋଝରେ ନଇଁଯାଇ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଅଂଶଧନ ବିକ୍ରି କରିବାରେ ବ୍ୟସ୍ତ। ଦେଶର ଅନେକ ବିମାନବନ୍ଦରକୁ ଆଦାନୀ ଭଳି ଘରୋଇ ସଂସ୍ଥା ହାତରେ ଟେକି ଦିଆଯାଉଛି। ହେଲେ କରୋନା ସମୟରେ ତେଲ ଦର ବଢ଼ିବା ଯୋଗୁ ଜିନିଷର ମୂଲ୍ୟ ବୃଦ୍ଧି ଲୋକଙ୍କୁ ବାଧୁଥିଲେ ମଧ୍ୟ ସରକାର ଦୃଷ୍ଟି ନ ଦେବା ଏକ ଜନମଙ୍ଗଳ ରାଷ୍ଟ୍ରରେ ପ୍ରଶାସନ ତା’ର ଦାୟିତ୍ୱ ଭୁଲିଯାଉଛିି ବୋଲି ଜୋର ଦେଇ କହିହେବ। ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦଠାରୁ ରାମ ମନ୍ଦିର ଲାଗି ଭୂମିପୂଜନ ଯେତେଗୁଡ଼ିଏ କାର୍ଯ୍ୟ ଲାଗି କେନ୍ଦ୍ର ସରକାର ବିଜୟ ଶିରପା ମୁଣ୍ଡାଉ ଥାଆନ୍ତୁ ନା କାହିଁକି ସାଧାରଣ ଲୋକଙ୍କ ଜୀବିକା ସୁରକ୍ଷିତ ରହି ଜୀବନ ସହଜ ନ ହେଲେ ଆଗକୁ ପରିସ୍ଥିତି ଭିନ୍ନ ମୋଡ଼ ନେବାର ଆଶଙ୍କା ରହିଛି। ଆଜିର କ୍ଷମତାସୀନ ବ୍ୟକ୍ତି ଭୁଲିଯିବା ଉଚିତ ନୁହେଁ ଯେ ଭାରତ ଏକ ସହନଶୀଳ ରାଷ୍ଟ୍ର। କରୋନା ସହିତ ସରକାରୀ ବ୍ୟବସ୍ଥାକୁ ଭୟ କରି ସାଧାରଣ ନାଗରିକ ଆଜି ନୀରବ ରହିଯାଇପାରେ। କିନ୍ତୁ ଅର୍ଥନୀତିର ମାଡ଼ ଯେଉଁଭଳି ଭାବେ ପେଟକୁ ବାଧିଲାଣି ତାହାର କ୍ରୋଧ ଏହି ଭାରତୀୟଙ୍କ ମୁଣ୍ଡକୁ ଉଠିବାକୁ ସମୟ ଲାଗିପାରେ, କିନ୍ତୁ ସେମାନେ ଭୁଲିଯିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?