ସୀମା ଲଂଘିଲା ଇରାନ

ତେହେରାନ୍‌,୩ା୭: ୟୁରାନିୟମ୍‌ ଉତ୍ପାଦନ କ୍ଷେତ୍ରରେ ସୀମା ଲଂଘିଛି ଇରାନ। ୨୦୧୫ରେ ବିଶ୍ୱ ଶକ୍ତିଗୁଡ଼ିକ ସହ ଚୁକ୍ତି ଅନୁସାରେ ନିର୍ଦ୍ଧାରିତ ପରିମାଣ ୩୦୦ କେ.ଜି.ଠାରୁ ଅଧିକ ୟୁରାନିୟମ୍‌ ଉତ୍ପାଦନ କରିଛି ପଶ୍ଚିମ ଏସିଆର ଏହି ଇସ୍‌ଲାମିକ୍‌ ରାଷ୍ଟ୍ର। ୩.୬୭%ରୁ ଊର୍ଦ୍ଧ୍ୱ ୟୁରାନିୟମ୍‌ ଗଚ୍ଛିତ ରଖିବା ପରବର୍ତ୍ତୀ ପଦକ୍ଷେପ ହେବ ବୋଲି ତେହେରାନ ଘୋଷଣା କରିବା ପରେ ବିବାଦ ମୁଣ୍ଡଟେକିଛି। ରିଆକ୍ଟର ଇନ୍ଧନ ପାଇଁ ଉଦ୍ଦିଷ୍ଟ ୟୁରାନିୟମ୍‌ ବିପୁଳ ପରିମାଣରେ ଗଚ୍ଛିତ ରଖିବା ଯୋଗୁ ପରମାଣୁ ବୋମା ତିଆରିର ଆଶଙ୍କା ବଢ଼ିବାରେ ଲାଗିଛି। ତେହେରାନ୍‌ର ଏହି ପଦକ୍ଷେପକୁ ଆମେରିକା, ବ୍ରିଟେନ ଓ ଜର୍ମାନୀ ସମେତ ଅନେକ ରାଷ୍ଟ୍ର ନିନ୍ଦା କରିଛନ୍ତି।
ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହ ଇରାନ ମିଳିତ ବିସ୍ତୃତ କାର୍ଯ୍ୟ ଯୋଜନା (ଜେସିଓପିଏ) ଚୁକ୍ତି ସ୍ବାକ୍ଷର କରିଥିଲା। ଚୁକ୍ତିନାମା ଅନୁସାରେ ୟୁରାନିୟମ୍‌ ଉତ୍ପାଦନ ୯୮% ହ୍ରାସକରି ଏହାର ପରିମାଣ ୩୦୦ କେ.ଜି. ମଧ୍ୟରେ ସୀମିତ ରଖିବାକୁ ଇରାନ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଗତ ମେ’ରେ ଏହି ଦେଶ ଏଥିରୁ ଅଧିକ ପରିମାଣର ୟୁରାନିୟମ୍‌ ଉତ୍ପାଦନ କରିଥିବା ନିରୀକ୍ଷକମାନେ ଜାଣିବାକୁ ପାଇଛନ୍ତି ବୋଲି ଏବେ ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ) ସ୍ପଷ୍ଟ କରିଛି। ଇରାନ ଅର୍ଥମନ୍ତ୍ରୀ ମହମ୍ମଦ ଜାଭେଦ ଜରିଫ୍‌ ସୋମବାର ଅପରାହ୍ନରେ ଘୋଷଣା କରିଛନ୍ତି ଯେ, ବେସାମରିକ ଆଣବିକ ଶକ୍ତି ପାଇଁ ଆବଶ୍ୟକ ୟୁରାନିୟମ୍‌ ଉତ୍ପାଦନ ସ୍ତର ତାଙ୍କ ଦେଶ ଟପି ସାରିଛି। ଚୁକ୍ତି ଅନୁସାରେ ୟୁରୋପୀୟମାନେ ଇରାନର ସ୍ବାର୍ଥକୁ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ ପରବର୍ତ୍ତୀ ଟାର୍ଗେଟ ୩.୬୭% ଅତିକ୍ରମ କରିବ। କିନ୍ତୁ ସେମାନେ ନିଜ ପ୍ରତିଶ୍ରୁତି ରଖିବା ପାଇଁ ପଦକ୍ଷେପ ନେବା ଆରମ୍ଭ କଲେ ଇରାନ ଏଥିରୁ କ୍ଷାନ୍ତ ରହିପାରେ।
ବ୍ରିଟେନ ଓ ଜର୍ମାନୀ ଇରାନକୁ ନିଷ୍ପତ୍ତି ପ୍ରତ୍ୟାହାର କରିବା ଲାଗି ତାଗିଦ୍‌ କରିଥିବାବେଳେ ତେହେରାନ ଉପରେ ‘ସର୍ବାଧିକ ଚାପ’ ବଜାୟ ରହିବ ବୋଲି ଆମେରିକା କହିଛି। ଏହାକୁ ନେଇ କ୍ଷୁବ୍ଧ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି, ଇରାନ ନିଜ ସୀମା ଅତିକ୍ରମ କରି ନିଆଁ ସହ ଖେଳୁଛି। ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ମଧ୍ୟ ୟୁରାନିୟମ୍‌ ଉତ୍ପାଦନ ବନ୍ଦ କରିବାକୁ କଡ଼ା ଚେତାବନୀ ଦେଇଛନ୍ତି। ସେହିପରି କୌଣସି ପ୍ରକାର ଉଲ୍ଲଂଘନର ପରିମାଣ ଭଲ ହେବନାହିଁ। ଚୁକ୍ତି ଅନୁସାରେ ଇରାନ ଉପରେ ବହୁପାକ୍ଷିକ କଟକଣା ପୁନଃ ଜାରି କରାଯିବ ବୋଲି ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଧମକ ଦେଇଛନ୍ତି। ଗତବର୍ଷ ଆମେରିକା ଆଣବିକ ଚୁକ୍ତିରୁ ଓହରି ତେହେରାନ ଉପରେ କଟକଣା ଜାରି କରିବା ପରଠୁ ଦୁଇଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏବେ ୟୁରାନିୟମ ଉତ୍ପାଦନରେ ସୀମା ଟିପବା ପରେ ସ୍ଥିତି ଆହୁରି ସଙ୍ଗିନ ହେବ ବୋଲି ଚାଇନା ବହିର୍ବ୍ୟାପାର ମୁଖପାତ୍ର ଜେଙ୍ଗ୍‌ ଶୁଆଙ୍ଗ୍‌ ଚିନ୍ତାବ୍ୟକ୍ତ କରିଛନ୍ତି। ଏବେ ମଧ୍ୟପ୍ରାଚ୍ୟରେ ଚରମ ଉତ୍ତେଜନା ଲାଗିରହିଛି। ହର୍ମୁଜ୍‌ ପ୍ରଣାଳୀ ଆକାଶରେ ଆମେରିକାର ଏକ ଡ୍ରୋନ୍‌କୁ ଇରାନ ଖସାଇଦେଇଛି। ଆମେରିକାର ଦୁଇଟି ତୈଳବାହୀ ଜାହାଜ ଉପରେ ଆକ୍ରମଣ ପଛରେ ତେହେରାନର ସମ୍ପୃକ୍ତି ଥିବା ନେଇ ଓ୍ବାଶିଂଟନ ଅଭିଯୋଗ ଆଣୁଥିବାବେଳେ ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ସାମ୍ନାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଶିଖ୍‌ ଯୁବକଙ୍କୁ ହତ୍ୟା

ଇସ୍‌ଲାମାବାଦ,୫।୧: ପାକିସ୍ତାନର ପେଶାୱାରଠାରେ ଜଣେ ଶିଖ୍‌ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ରବୀନ୍ଦ୍ର ସିଂହ। ଚାମକାନି ପୋଲିସ ଷ୍ଟେସନ ଅଞ୍ଚଳରୁ ରବୀନ୍ଦ୍ରଙ୍କ ମୃତଦେହ ମିଳିଛି।...

୨୦୨୩ରେ ଚାଇନାକୁ ଟପିବ ଭାରତ

ଓ୍ବାଶିଂଟନ୍‌,୧୨।୧୧: ବିଶ୍ୱର ସବୁଠାରୁ ଅଧିକ ସଂଖ୍ୟକ ଲୋକ ଚାଇନାରେ ବସବାସ କରନ୍ତି। ବିଶ୍ୱ ଜନସଂଖ୍ୟାରେ ଚାଇନା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଏହାପଛକୁ ଅର୍ଥାତ୍‌ ଦ୍ୱିତୀୟରେ...

ତାଇଓ୍ବାନ-ଆମେରିକା ଯୁଦ୍ଧାସ୍ତ୍ର ଡିଲ୍‌

ତାଇପେଇ, ୨୮ା୮: ଚାଇନା-ତାଇଓ୍ବାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଆମେରିକା ଏହି ଦ୍ୱୀପରାଷ୍ଟ୍ରକୁ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧବାହନ ଦେବାକୁ ଚୁକ୍ତି କରିଛି। ତାଇଓ୍ବାନ ଏବଂ ଆମେରିକା...

ଚାଇନାରେ ହୁ ହୁ ହୋଇ ବଢ଼ୁଛି କରୋନା

ବେଜିଂ,୧୫।୩: କରୋନା ମହାମାରୀର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣି ଥରେ କରୋନା ପ୍ରକୋପ ଦେଖିବାକୁ ମିଳିଛି। ଚାଇନାରେ ଏବେ କରୋନା ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି।...

ଟ୍ରମ୍ପ୍‌ଙ୍କ ଆସନ ଟଳମଳ: ଆମେରିକା ସ୍ଥିତି ଅସମ୍ଭାଳ

ଓ୍ବାଶିଂଟନ,୩୦ା୩: କୋଭିଡ୍‌-୧୯ ମାଡ଼ରେ ବିଶ୍ୱର ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର ପାଲଟିବାକୁ ଯାଉଛି ଶକ୍ତିଶାଳୀ ଆମେରିକା। ମହାମାରୀ କରୋନା ବିଶ୍ୱବ୍ୟାପୀ କାୟା ବିସ୍ତାର କରି ମୁଣ୍ଡ ପରେ...

ମାସ୍କ୍‌ ନ ପିନ୍ଧିଲେ ଜେଲଦଣ୍ଡ

କଲୋମ୍ବୋ, ୧୮।୧୦: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଶ୍ରୀଲଙ୍କାରେ କଡ଼ା ଆଇନ ଲାଗୁ କରାଯାଇଛି। ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ, ମାସ୍କ୍‌...

ଫ୍ରାନ୍ସରେ ବିସ୍ଫୋରଣ: ୭ ମୃତ

ପ୍ୟାରିସ୍‌,୧୬ା୨: ଦକ୍ଷିଣ ଫ୍ରାନ୍ସର ଏକ ଆପାର୍ଟମେଣ୍ଟ ବିଲ୍ଡିଂରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡରେ ୨ ପିଲାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୨...

ଆଗ୍ନେୟଗିରି ହେବ ଥଣ୍ଡା: ନଳ ଲଗାଇ ଭୂଗର୍ଭକୁ ଛଡ଼ାଯିବ ଥଣ୍ଡାପାଣି

ଓ୍ବାଶିଂଟନ,୬।୪: ଆମେରିକାରେ ଥିବା ୟେଲୋଷ୍ଟୋନ ଆଗ୍ନେୟଗିରିକୁ ଥଣ୍ଡା କରାଯିବା ଲାଗି ନାସାର ବୈଜ୍ଞାନିକମାନେ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରତିବର୍ଷ ଆଗ୍ନେୟଗିରି ରହିଥିବା ଅଞ୍ଚଳରେ ୩୦୦୦ରୁ ଅଧିକ...

Advertisement
Archives

Model This Week