Posted inଖେଳ

ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ବେଙ୍ଗାଲୁରୁ,୨୧।୯ (ପି.ଟି.)- ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ରବିବାର ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହେବା ପରେ ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ବିଜୟୀ ହୋଇ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଅନ୍ତିମ ମ୍ୟାଚ୍‌ରେ ବିଜୟୀ ହୋଇ ଭାରତ ୨-୦ରେ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ଦ୍ୱିତୀୟ ଟି୨୦ରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଭାରତ ବିଜୟ ହାସଲ କରିଥିଲା। ବୋଲର ଓ ଅଧିନାୟକ ବିରାଟା କୋହଲିଙ୍କ ପ୍ରଦର୍ଶନ ସହାୟତାରେ ଭାରତ ସହଜରେ ବିଜୟ ହାସଲ କରିଥିଲା। ଅନ୍ତିମ ମ୍ୟାଚ୍‌ରେ ଭାରତ ମଧ୍ୟ ଏହି ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ରହିଛି।
ଯୁବ ଖେଳାଳିଙ୍କୁ ନେଇ ଗଠିତ ଅନଭିଜ୍ଞ ଦକ୍ଷିଣ ଆଫ୍ରିକା ଦଳ ଅବଶ୍ୟ ଘରୋଇ ଭାରତ ତୁଳାନାରେ ସାମାନ୍ୟ ପଛରେ ଥିବା ପରି ମନେ ହେଉଛି। ତେଣୁ ଭାରତ ଏହି ମୁକାବିଲାରେ ଫେଭରାଇଟ୍‌ କୁହାଯାଉଛି। ଖରାପ ଶଟ୍‌ ଖେଳି ବେପରୁଆ ଭାବେ ଆଉଟ୍‌ ହେଉଥିବା ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଗତ ମ୍ୟାଚ୍‌ରେ ମଧ୍ୟ ସମାନ କାରଣ ଯୋଗୁ ବିଫଳ ହୋଇଥିଲେ। ଫଳରେ ଏବେ ସେ ସମସ୍ତଙ୍କ ନଜରରେ ରହିବା ସହ ଯାଞ୍ଚ୍‌ ପରିସରରେ ରହିଛନ୍ତି। ଏବେ ପନ୍ତଙ୍କୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ତାଙ୍କ ଶଟ୍‌ ଚୟନ ଓ ସ୍ବଭାବ ନେଇ କେତେକେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଫର୍ମରେ ମଧ୍ୟ ଯଥେଷ୍ଟ ଅବନତୀ ହୋଇଛି। ଫଳରେ ତାଙ୍କ ପ୍ରତିଭାକୁ ନେଇ ଚର୍ଚ୍ଚା ହେଉଥିବା ଚର୍ଚ୍ଚାକୁ ମଧ୍ୟ କେତେକେ ଅସ୍ମୀକାର କରିବାକୁ ପଛାଇ ନାହାନ୍ତି। ଅବଶ୍ୟ ସୁନୀଲ ଗାଭାସ୍କରଙ୍କ ଭଳି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ୨୧ ପନ୍ତଙ୍କୁ ଉତ୍ସାହିତ କରିବା ସହ ସମର୍ଥନ କରିଛନ୍ତି। ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ ଆୟୋଜନ ହେବାକୁ ଆଉ ମାତ୍ର ବର୍ଷେ ବାକି ରହିଛି। ଏପରି ସ୍ଥଳେ ମହେନ୍ଦ୍ର ସିଂ ଧୋନୀଙ୍କୁ ବାଦ୍‌ ଦେଇ ଭବିଷ୍ୟତ କରିବା କଥା ଚିନ୍ତା କରିବାକୁ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଦଳ ଭଲ ପ୍ରଦର୍ଶନ କରି ବିଜୟୀ ହେଉଥିବାରୁ ପନ୍ତଙ୍କ ପ୍ରଦର୍ଶନକୁ ନେଇ ଅବଶ୍ୟ ସେତେଟା ଚର୍ଚ୍ଚା ହେଉ ନାହିଁ।
ମୋହାଲିରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ କୋହଲିଙ୍କୁ ରୋକିବାରେ ଦକ୍ଷିଣ ଆଫ୍ରିକା ବୋଲରମାନେ ବିଫଳ ହୋଇଥିଲେ। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମ ମଧ୍ୟ ମୋହଲି ଭଳି ମନେ ହେଉଥିବାରୁ କୋହଲି ପୁଣି ଥରେ କମାଲ କରିବେ ବୋଲି ଆଶା କରାଯାଉଛି। କୋହଲିଙ୍କ ପୂର୍ବରୁ ଭାରତୀୟ ଓପିନିଂ ଯୋଡି ରୋହିତ ଶର୍ମା ଓ ଶିଖର ଧାଓ୍ବନ୍‌ଙ୍କୁ ପୁଣି ଥରେ କମାଲ କରିବାକୁ ପଡିବ। କାଗିସୋ ରାବାଡ଼ାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ପେସ୍‌ ବୋଲିଂ ଆଟାକକୁ ଏହି ଦୁଇ ବ୍ୟାଟ୍ସମ୍ୟାନ ପ୍ରତିହତ କରିବା ଜରୁରୀ ହୋଇ ପଡିଛି। ଏହି ଗ୍ରାଉଣ୍ଡ ସେତେଟା ବଡ଼ ନ ଥିବାରୁ ଏହି ଯୋଡି ଛକା ଓ ଚୌକା ବର୍ଷା କରିବା ଆଶା କରାଯାଉଛି। ମୋହଲିରେ ରୋହିତ ବିଫଳ ହୋଇଥିବାରୁ ଏଠାରେ ବଡ଼ ସ୍କୋର କରିବେ ବୋଲି ଆଶା କରାଯାଉଛି। ପନ୍ତ ମଧ୍ୟ ଭଲ ପ୍ରଦର୍ଶନ କରି ସମାଲୋଚକଙ୍କୁ ଚୁପ୍‌ କରାଇବା ଲକ୍ଷ୍ୟରେ ରହିବେ। ମିଡଲ ଅର୍ଡରରେ ଶ୍ରେୟାସ ଆୟାରଙ୍କ ଭଲି ପ୍ରତିଭା ସମ୍ପର୍ନ୍ନ ବ୍ୟାଟ୍ସମ୍ୟାନ ରହିଛନ୍ତି। ଆୟାରଙ୍କ ପରେ ଦୁଇ ଅଲରାଉଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ରହିଛନ୍ତି।
ଦୁଇ ନିୟମିତ ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ଭୁବନେଶ୍ୱର କୁମାରଙ୍କ ଅନୁପସ୍ଥିତିରେ ଦୀପକ ଚହର ଓ ନବଦୀପ ସଇନି ଅବଶ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର ଅଭିଜ୍ଞତା ନ ଥିଲେ ମଧ୍ୟ ଏହି ଦୁଇ ଯୁବ ଦ୍ରୁତ ବୋଲର ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କ କଡ଼ା ଚ୍ୟାଲେଞ୍ଜ ଦେବାର କ୍ଷମତା ରଖୁଛନ୍ତି।
ଦକ୍ଷିଣ ଆଫ୍ରିକା ନୂଆ ଅଧିନାୟକ କ୍ୱିଣ୍ଟନ ଡିକକ୍‌ଙ୍କୁ ଅଧିକ ଦାୟିତ୍ୱ ସମ୍ପନ୍ନ ହୋଇ ଖେଳିବାକୁ ପଡିବ। ଡେଭିଡ ମିଲର ଓ ରିଜା ହିଣ୍ଡ୍ରିକ୍ସଙ୍କ ଭଳି ବ୍ୟାଟ୍ସମ୍ୟାନ ତାଙ୍କୁ ସହଯୋଗ କରିବେ ବୋଲି ଆଶା କରାଯାଉଛି। ଦ୍ୱିତୀୟ ମ୍ୟାଚ୍‌ରେ ଡିକକ୍‌ ବୋଲରମାନଙ୍କୁ ଠିକ୍‌ ଭାବେ ହ୍ୟାଣ୍ଡଲ କରିପାରି ନ ଥିଲେ। ଦ୍ରୁତ ବୋଲରଙ୍କୁ ଭାରତୀୟ ବ୍ୟାଟ୍ସମ୍ୟାନ ସୁନ୍ଦର ଭାବେ ଖେଳିଥିଲେ। ତେବେ ଏହା ସତ୍ତ୍ୱେ ସେ ସ୍ପିନରଙ୍କମାନଙ୍କୁ ଡେରିରେ ବୋଲିଂ କରିବାକୁ ସୁଯୋଗ ଦେଇଥିଲେ। ସେ ଏହି ତ୍ରୁଟି ସୁଧାରିବେ ବୋଲି ଆଶା କରାଯାଉଛି। ଦକ୍ଷିଣ ଆଫ୍ରିକ ଏହି ମ୍ୟାଚ୍‌ ଜିତି ଅତିକମ୍‌ରେ ସିରିଜ ଅମୀମାଂସିତ ରଖିବାକୁ ଚେଷ୍ଟା କରିବ। ଫଳରେ ରବିବାର ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାଓ୍ବନ, ଲୋକେଶ ରାହୁଲ, ଶ୍ରେୟାସ ଆୟାର, ମନୀଷ ପଣ୍ଡେ, ରିଷଭ ପନ୍ତ (ଉଇକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କ୍ରୁନାଲ ପାଣ୍ଡ୍ୟା, ଓ୍ବାଶିଂଟନ ସୁନ୍ଦର, ରାହୁଲ ଚହର, ଖଲିଲ ଅହମ୍ମଦ, ଦୀପକ ଚହର ଓ ନବଦୀପ ସଇନି।
ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ ଡିକକ୍‌ (ଅଧିନାୟକ), ରାସି ଭାନଡେର ଡୁସେନ (ଉପ- ଅଧିନାୟକ), ଟେମ୍ବା ବଭୁମା, ଜନିୟର ଡାଲା, ବିଜୋର୍ନ ଫର୍ଚ୍ୟୁନ, ବେଉରାନ ହେଣ୍ଡ୍ରିକ୍ସ, ରିଜା ହେଣ୍ଡ୍ରିକ୍ସ, ଡେଭିଡ ମିଲର, ଅନରିଚ ନୋର୍ଜ, ଆଣ୍ଡିଲ ଫେଲୁକ୍ୱାୟୋ, ଡ୍ବେନ ପ୍ରିଟୋରିୟସ, କାଗିସୋ ରାବାଡ଼ା, ତାବ୍ରେଜ ଶାମସି ଓ ଜନ-ଜନ ସ୍ମୁଟ୍ସ।
ସମୟ: ସନ୍ଧ୍ୟା ୭ଟା
ସ୍ଥାନ: ବେଙ୍ଗାଲୁରୁ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରୀଲଙ୍କା କ୍ରିକେଟର ରେକର୍ଡ ଆୟ

କଲମ୍ବୋ, ୨୫ା୨ (ପି.ଟି.): ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି) ୨୦୨୨ରେ ରେକର୍ଡ ୬.୩ ବିଲିୟନ ଟଙ୍କା ଉପାର୍ଜନ କରିଛି। ଅନ୍ତର୍ଜାତୀୟ କ୍ରିକେଟ, ଘରୋଇ କ୍ରିକେଟ, ପ୍ରାୟୋଜକ ଚୁକ୍ତି...

ଘରୋଇ ପଡ଼ିଆରେ ହାଇଦ୍ରାବାଦକୁ ଭେଟିବ ଚେନ୍ନାଇ

ଚେନ୍ନାଇ,୨୧।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସେ୍‌କେ) ଚଳିତ ଆଇପିଏଲ୍‌ରେ ଶୁକ୍ରବାର ଏମ୍‌ଏ ଚିନାମ୍ବରମ ଷ୍ଟାଡିୟମରେ ସନ୍‌ରାଇଜର୍ସ ହାଇଦ୍ରାବାଦ(ଏସ୍‌ଆର୍‌ଏଚ୍‌) ବିପକ୍ଷରେ ଖେଳିବ। ନିକଟରେ ରାଜସ୍ଥାନ ରୟାଲ୍ସଠୁ କଡା...

କୋଚ୍‌ଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ, ୨।୭- ଜିମ୍ବାଓ୍ବେର ପୂର୍ବତନ କ୍ରିକେଟର୍‌ ଗ୍ରାଣ୍ଟ ପ୍ଲାଓ୍ବାର ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପାକିସ୍ତାନ ଜାତୀୟ କ୍ରିକେଟ୍‌ ଦଳର ବ୍ୟାଟିଂ କୋଚ୍‌ ରହିଥିଲେ। ଏହି ସମୟ...

ଖୋର୍ଦ୍ଧା ଜିଲା ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଉଦ୍‌ଯାପିତ

ଭୁବନେଶ୍ୱର,୩୦ା୫,(ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଦୁଇ ଦିନିଆ ଖୋର୍ଦ୍ଧା ଜିଲା ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ବିଭିନ୍ନପ...

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ନାପିଅର,୨୨।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନିଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ ଆଜି ଖେଳାଯିବ। ନାପିଅରରେ ଉଭୟ ଦଳ ମୁହାଁମୁହିଁ ହେବେ।...

ଚେନ୍ନାଇ-ମୁମ୍ବାଇ ରୋମାଞ୍ଚକ ମୁକାବିଲା ଆଜି

ଚେନ୍ନାଇ, ୨୬।୪(ପି.ଟି.)- ଆଇପିଏଲ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଏକ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ। ତିନିଥର ଲେଖାଏ ଟାଇଟଲ ଜିତିଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ମୁମ୍ବାଇ...

କୋହଲିଙ୍କ ଖରାପ ଫର୍ମକୁ ନେଇ ଜବାବ ରଖିଲେ ଗାଙ୍ଗୁଲି

ଲଣ୍ଡନ,୧୪।୭: ଗତ କିଛି ବର୍ଷ ହେଲା ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଖରାପ ଫର୍ମରେ ଅଛନ୍ତି। ଗତ ଅଢେଇ ବର୍ଷ ମଧ୍ୟରେ ସେ ଅନ୍ତର୍ଜାତୀୟ...

ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ଓଡ଼ିଆ ଝିଅ ଝିଲ୍ଲୀଙ୍କୁ ରୌପ୍ୟ, ମୀରାବାଇ ନିରାଶ

ନିଙ୍ଗ୍‌ବୋ (ଚାଇନା), ୨୨।୪(ପି.ଟି.)- ପ୍ରାକ୍ତନ ବିଶ୍ୱ ବିଜୟିନୀ ମୀରାବାଇ ଚାଣୁ ଏଠାରେ ଚାଲିଥିବା ଏସିଆନ୍‌ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ମଧ୍ୟ ୪ର୍ଥ...

Advertisement
Archives

Model This Week