Posted inଜାତୀୟ

ପ୍ରଶାନ୍ତ କିଶୋରଙ୍କୁ ଭେଟିଲେ ସିନ୍ଧୁ

ନୂଆଦିଲ୍ଲୀ, ୨୭।୪: ଦୀର୍ଘ ଦିନର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ଗତ ଅନେକ ଦିନ ଧରି କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଯାହାକୁ ନେଇ ପ୍ରଶାନ୍ତ କିଶୋର ମଙ୍ଗଳବାର କଂଗ୍ରେସରେ ଯୋଗ ଦେବାକୁ ମନା କରିଦେଇଛନ୍ତି। ଏହାରି ମଧ୍ୟରେ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଦ୍ଧୁ ପ୍ରଶାନ୍ତ କିଶୋରଙ୍କ ସହ ସାକ୍ଷାତ କରିଛନ୍ତି ଏବଂ ଦୁହିଁଙ୍କ ଫଟୋ ସିଦ୍ଧୁ ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏଥିସହ ସେ ଲେଖିଛନ୍ତି ‘ମୋର ପୁରୁଣା ବନ୍ଧୁ ପିକେଙ୍କ ସହ ଏକ ସାକ୍ଷାତ ହୋଇଛି ।
ସୂଚନାଯୋଗ୍ୟ, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପାର୍ଟିରେ ଯୋଗ ଦେବାକୁ ପ୍ରଶାନ୍ତଙ୍କୁ ପ୍ରସ୍ତାବ ଦେଇଥିଲେ। ତେବେ ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ଗ୍ରହଣ କରାଯିବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ବରିଷ୍ଠ ନେତାମାନଙ୍କ ସହ ଏକ ବୈଠକରେ ଏକାଠି ହୋଇଥିଲେ। ପ୍ରଶାନ୍ତ କିଶୋରଙ୍କ ଯୋଗଦାନ ଏବଂ ସେ ଦେଇଥିବା ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିହାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆଜି, ତେଜ ପ୍ରତାପଙ୍କୁ ମିଳିପାରେ ମନ୍ତ୍ରୀପଦ

ପାଟନା,୧୬ ।୮: ବିହାରରେ ଭାରତୀୟ ଜନତା ପାର୍ଟି(ଭାଜପା) ହାତ ଛାଡି ନୀତୀଶ କୁମାର ତେଜସ୍ୱୀ ଯାଦବଙ୍କୁ ଆପଣେଇ ନେଇଛନ୍ତି । ଆରଜେଡି ଓ ଜେଡିୟୁ ନୂଆ...

ଦେଶକୁ ନଷ୍ଟ କରୁଛନ୍ତି ମୋଦି: ରାହୁଲ

ନୂଆଦିଲ୍ଲୀ,୩୦।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲଗାତାର ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଚାଲିଛନ୍ତି। ବୁଧବାର ଯୁଦ୍ଧ ବିମାନ ରାଫେଲକୁ ନେଇ...

ଆସାମରେ ଭାଜପା ସହିତ କଂଗ୍ରେସର କଡ଼ା ମୁକାବିଲା: ୫ ଦଳ ସହିତ ମିଳାଇବ ହାତ

ଗୁଆହାଟି, ୨୦।୧: ଆଗକୁ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ନିଜର ସ୍ଥିତି ସୁଦୃଢ଼ କରିବା ସହିତ ଭାଜପା ସହ କଡ଼ା ମୁକାବିଲା କରିବା...

ସେକ୍ସ୍‌ ସିଡ଼ି ମାମଲା: ମନ୍ତ୍ରୀ ଦେଲେ ଇସ୍ତଫା, ଚାକିରି ଦେବାକୁ କହି ଯୌନଶୋଷଣ କରୁଥିବା ଅଭିଯୋଗ

ବେଙ୍ଗାଲୁରୁ,୩।୩: ସେକ୍ସ୍‌ ସିଡ଼ି ମାମଲାକୁ ନେଇ କର୍ନାଟକ ସରକାର ହରଡ଼ଘଣାରେ ପଡ଼ିଛନ୍ତି। ମନ୍ତ୍ରୀ ରମେଶ ଜାରକିହୋଲିଙ୍କ ବିରୋଧରେ ଚାକିରି ଦେବାକୁ କହି ଯୌନଶୋଷଣ କରୁଥିବା ଅଭିଯୋଗ...

ଏଆଇଏଡିଏମ୍‌କେରୁ ୧୭ ନେତା ବହିଷ୍କୃତ

ଚେନ୍ନାଇ, ୧୫।୬(ଆଇଏଏନ୍‌ଏସ୍‌): ପୂର୍ବତନ ସାଧାରଣ ସମ୍ପାଦକ ଭି.କେ. ଶଶିକଳାଙ୍କ ସହ ସମ୍ପର୍କ ରଖିଥିବା ଏଆଇଏଡିଏମ୍‌କେର ମୁଖପାତ୍ର ଭି. ପୁଗାଝେନ୍ଦିଙ୍କ ସମେତ ୧୭ ଜଣ ନେତାଙ୍କୁ ସୋମବାର...

ଏହି ସହରରେ ଅମାନିଆଙ୍କୁ ୨ ଘଣ୍ଟା ଜେଲଦଣ୍ଡ: ଜିଲାପାଳଙ୍କ ନିର୍ଦ୍ଦେଶ ଜାରି…

ଇନ୍ଦୋର,୧୩।୪: କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଥିବାରୁ ମଧ୍ୟପ୍ରଦେଶର କେତେକ ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ କେତେକ ଅମାନିଆ ଆଇନର ଉଲ୍ଲଂଘନ କରୁଛନ୍ତି।...

ଗୋବରରୁ ପ୍ରସ୍ତୁତ ୩୫ ଫୁଟ୍‌ର ହନୁମାନଙ୍କ ମୂର୍ତ୍ତି: ହଜାର ବର୍ଷ ପର୍ଯ୍ୟନ୍ତ ହେବ ନାହିଁ କ୍ଷତି

ଜୟପୁର,୧୫।୨: ରାଜସ୍ଥାନର ଜୟପୁରରେ ଗାଈ ଗୋବର ଓ ମାଟିରେ ନିର୍ମିତ ହୋଇଛି ହନୁମାନ ଜୀଙ୍କର ମୂର୍ତ୍ତି ସ୍ଥାପନ କରାଯାଇଛି। ଏହାର ଉଚ୍ଚତା ୩୫ ଫୁଟ। ମହାଲକ୍ଷ୍ମୀ...

ମୁଖ୍ୟମନ୍ତ୍ରୀ ହେବାପରେ ଆଦର୍ଶ ଭୁଲିଯାଇଛନ୍ତି କେଜ୍‌ରିଓ୍ବାଲ: ଆନ୍ନା ହଜାରେ

ନୂଆଦିଲ୍ଲୀ,୩୦।୮: ଦିଲ୍ଲୀରେ ଅବକାରୀ ନୀତିକୁ ନେଇ ଖୋଳତାଡ ଆରମ୍ଭ ହୋଇଛି। ଏସବୁ ଭିତରେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଆମ ଆଦମୀ ପାର୍ଟି ନେତା ତଥା...

Advertisement
Archives

Model This Week