Posted inଜାତୀୟ

ସିଜେଆଇଙ୍କୁ ଫସାଇବା ଲାଗି ଯଚାଯାଇଥିଲା ଦେଢ଼କୋଟି

ନୂଆଦିଲ୍ଲୀ,୨୪ା୪: ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ମିଥ୍ୟା ଯୌନ ବ୍ୟଭିଚାର ମାମଲା ରୁଜୁ କରିବା ଲାଗି ଅଜୟ ନାମକ ଜଣେ ବ୍ୟକ୍ତି ଦେଢ଼ କୋଟି ଟଙ୍କା ଯାଚିଥିଲେ ବୋଲି ଓକିଲ ଉତ୍ସବ ବେନ୍ସ ଦାବି କରିଛନ୍ତି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମଙ୍ଗଳବାର ସମ୍ପୃକ୍ତ ଓକିଲଙ୍କୁ ନୋଟିସ ଜାରି କରିଛନ୍ତି। ଏହାସହ ବ୍ୟକ୍ତିଗତଭାବେ ଏପ୍ରିଲ ୨୪ ପୂର୍ବାହ୍ଣ ୧୦.୩୦ରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସିଜେଆଇ ଗୋଗୋଇଙ୍କୁ ବଦନାମ କରିବା ପାଇଁ ଅଜୟ ତାଙ୍କୁ ପ୍ରେସ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆରେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ କହିଥିଲେ ବୋଲି ଉତ୍ସବ କହିଛନ୍ତି। ତେବେ ସେ ଏହି କଥାରେ ସେ ରାଜି ନ ହୋଇ ମହିଳାଙ୍କ ସହ ତାଙ୍କର ସମ୍ପର୍କ କ’ଣ ବୋଲି ପଚାରିଥିଲେ। ଜଷ୍ଟିସ ଗୋଗୋଇ ଇସ୍ତଫା ଦେବା ଲାଗି ସମସ୍ତ ଷଡଯନ୍ତ୍ର ରଚାଯାଇଥିଲା ବୋଲି ଉତ୍ସବ ଅଭିଯୋଗ କରିଛନ୍ତି। ନ୍ୟାୟପାଳିକାର ସ୍ବାଧୀନତାରେ ଆଘାତ ପହଞ୍ଚାଇବା ଲାଗି ଉଦ୍ଦିଷ୍ଟ ଷଡଯନ୍ତ୍ରର ନ୍ୟାୟିକ ତଦନ୍ତ କରାଯିବା ଉଚିତ ବୋଲି ଉତ୍ସବ କହିଛନ୍ତି। ଏକ୍ଷେତ୍ରରେ ଏକ କର୍ପୋରେଟର ଫିଗର କାମ କରୁଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିସ୍‌ ୱାର୍ଲଡ -୨୦୨୧ ପ୍ରତିଯୋଗିତା ସ୍ଥଗିତ

ନୂଆଦିଲ୍ଲୀ,୧୭।୧୨: କୋଭିଡ୍‌ ପାଇଁ ମିସ୍‌- ୱାର୍ଲଡ ୨୦୨୧ ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଛି। ଏହି ପ୍ରତିଯୋଗିତାର ଫାଇନାଲ ପୁଏର୍ତ୍ତୋ ରିକୋରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏଥିରେ...

ଲିବ୍ୟାରେ ଅପହରଣର ଶିକାର ହେଲେ ୭ ଭାରତୀୟ

ନୂଆଦିଲ୍ଲୀ,୯।୧୦: ୭ ଭାରତୀୟଙ୍କୁ ଲିବ୍ୟାରୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଛନ୍ତି। ଏନେଇ  ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅପହୃତଙ୍କୁ ମୁକୁଳାଇବା ପାଇଁ ଭାରତ...

ଗୋଟିଏ ମିନିଟ୍‌ରେ ଆଙ୍ଗୁଠିରେ ମାରିଲେ ୧୦୯ ପୁଶ ଅପ୍ସ

ଇମ୍ଫାଲ,୨୩।୧: ଆଙ୍ଗୁଠି ସହାୟତାରେ ଗୋଟିଏ ମିନିଟ୍‌ରେ ପୁଶ୍‌ ଅପ୍ସ ମାରିବାରେ ନୂଆ ଗିନିଜ ଓ୍ବାଲର୍‌ଡ ରେକର୍ଡ କରିଛନ୍ତି ମଣିପୁରର ଥୋଉନାଓଜାମ ନିରାଞ୍ଜୟ। ୨୪ ବର୍ଷୀୟ ଯୁବକ...

କ୍ୟାବିନେଟ୍‌ ବୈଠକରେ ଏନ୍‌ପିଆର୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୪।୧୨: ସିଏଏ ଏବଂ ଏନ୍‌ଆର୍‌ସିକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ ଏବଂ ହିଂସା ଜାରି ରହିଥିବାବେଳେ ମଙ୍ଗଳବାର କ୍ୟାବିନେଟ୍‌ ବୈଠକରେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନ୍‌ପିଆର୍‌)କୁ ମଞ୍ଜୁରୀ...

ଦେଶ ଛାଡ଼ି ପଳାଉଥିବାବେଳେ ଦାଉଦ୍‌ଙ୍କ ପୁତୁରା ଗିରଫ

ମୁମ୍ବାଇ,୧୮।୭: ଦେଶ ଛାଡ଼ି ପାଉଥିବାବେଳେ ଅଣ୍ଡରଓ୍ବାଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ପୁତୁରା ରିଜ୍‌ଓ୍ବାନ କାସକରଙ୍କୁ ଗିରଫ କରାଯାଇଛି। ରିଜ୍‌ଓ୍ବାନ ଦାଉଦ୍‌ଙ୍କ ସାନଭାଇ ଇକବାଲ୍‌ କାସକରଙ୍କ ପୁଅ।...

ହିରୋଶିମା: ଯୁଦ୍ଧ, ଯନ୍ତ୍ରଣାର ଦସ୍ତାବିଜ

ନୂଆଦିଲ୍ଲୀ: ବିଶ୍ୱ ଇତିହାସରେ ପରମାଣୁ ଯୁଦ୍ଧର ଏକମାତ୍ର ମୂଖସାକ୍ଷୀ ହେଉଛି ଜାପାନ। ୧୯୪୫ରେ ଆମେରିକା କେବଳ ଯୁଦ୍ଧକୁ ଅବଦମିତ କରିବାକୁ ଜାପାନ ଉପରେ ପରମାଣୁ ଆକ୍ରମଣ...

ଏସ୍‌ଟିଏଫ୍‌ଙ୍କ ଏନ୍‌କାଉଣ୍ଟରରେ ୪ ମାଓବାଦୀ ନିହତ

ରାୟପୁର,୬।୭: ଛତିଶଗଡ଼ରେ ସ୍ପେଶାଲ ଟାସ୍କ୍‌ ଫୋର୍ସ(ଏସ୍‌ଟିଏଫ୍‌୍‌)ଙ୍କ ଏନ୍‌କାଉଣ୍ଟରରେ ୪  ମାଓବାଦୀ ନିହତ ହୋଇଛନ୍ତି। ସ୍ଥାନୀୟ ଧାମତାରୀ ଜିଲାର ମେଚକା ଜଙ୍ଗଲ ଅଞ୍ଚଳରେ ମାଓବାଦୀମାନେ ଲୁଚିଥିବା ଖବର...

କାର୍ଯ୍ୟ ବନ୍ଦ ଧମକ ଦେଲେ ବର୍ଷେ ହେଲା ଦରମା ପାଇ ନ ଥିବା ଶବଦାହ କର୍ମୀ

ବେଙ୍ଗାଲୁରୁ,୧୫।୪ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ବର୍ତ୍ତମାନ କରୋନା ବିସ୍ଫୋରଣ ଭଳି ସ୍ଥିତି। ସାଧାରଣ ଠାରୁ ଢ଼େର ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ଫଳରେ ଶବଦାହ...

Advertisement
Archives

Model This Week