Posted inଜାତୀୟ

ସିକିମ୍‌ରେ ସରକାର ଗଠନ ଲାଗି ଏସ୍‌କେଏମ୍‌ର ଦାବି

ଗାଙ୍ଗଟକ୍‌,୨୬ା୫(ପି.ଟି.): ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍‌କେଏମ୍‌)ର ଏକ ପ୍ରତିନିଧି ଦଳ ଏହାର ଅଧ୍ୟକ୍ଷ ପି.ଏସ୍‌. ଗୋଲେଙ୍କ ନେତୃତ୍ୱରେ ଶନିବାର ରାଜ୍ୟପାଳ ଗଙ୍ଗାପ୍ରସାଦଙ୍କୁ ଭେଟି ପରବର୍ତ୍ତୀ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି। ତେବେ ନବନିର୍ବାଚିତ ବିଧାୟକ ଦଳ ନେତା କିଏ ତାହା ଏପର୍ଯ୍ୟନ୍ତ ଏସ୍‌କେଏମ୍‌ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ୨୦୧୩ରେ ଗଠନ ହୋଇଥିବା ଏସ୍‌କେଏମ୍‌ ୩୨ ଆସନ ବିଶିଷ୍ଟ ସିକିମ ବିଧାନସଭାରେ ୧୭ ଆସନରେ ବିଜୟୀ ହୋଇଥିବା ବେଳେ ଶାସକ ସିକିମ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ଏସ୍‌ଡିଏଫ୍‌)କୁ ୧୫ ଆସନ ମିଳିଛି। ପରବର୍ତ୍ତୀ ସରକାର ଗଠନ ଲାଗି ଏସ୍‌କେଏମ୍‌କୁ ଆମନ୍ତ୍ରଣ କରିବା ଲାଗି ରାଜ୍ୟପାଳଙ୍କୁ ଭେଟି ଅନୁରୋଧ କରିଥିବା ଗୋଲେ ଗଣମାଧ୍ୟମକୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଥିଲେ। ନିଷ୍ପତ୍ତି ନେବା ଦାୟିତ୍ୱ ଗୋଲେଙ୍କୁ ଦିଆଯାଇଥିବା ଦଳ ସୂତ୍ରରୁ ଜଣାପଡିଛି। ସେ ନିର୍ବାଚନ ଲଢ଼ି ନ ଥିଲେ ମଧ୍ୟ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ଦଳ ଚାହୁଁଛି।
ସିକିମ ବିଧାନସଭା ନିର୍ବାଚନରେ ଏସ୍‌ଡିଏଫ୍‌ର ପରାଜୟ ପରେ ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଆସିଥିବା ପଓ୍ବନ କୁମାର ଚାମ୍‌ଲିଙ୍ଗ ବିରୋଧୀ ଦଳ ନେତା ଭୂମିକା ତୁଲାଇବାକୁ ପ୍ରସ୍ତୁତ ଥିବା ଶନିବାର କହିଛନ୍ତି। ଜନସାଧାରଣଙ୍କ ରାୟକୁ ସେ ସମ୍ମାନ ଜଣାଇଛନ୍ତି। ୧୯୯୪ ଡିସେମ୍ବରରୁ ଚାମଲିଙ୍ଗ୍‌ ସିକିମ ମୁଖ୍ୟମନ୍ତ୍ରୀ ରହିଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପରବର୍ତ୍ତୀ ହିଂସାରେ ୭ ଗିରଫ

କୋଲକାତା,୨୫।୭: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ଶ୍ରୀଧର ଦାସଙ୍କ ମୃତ୍ୟୁ ଘଟଣାରେ ସୋମବାର କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି (ସିବିଆଇ) ୭ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ...

୯୦ ବୁଥ୍‌କୁ ଆସିଲେନି ଜଣେ ବି ଭୋଟର

ଶ୍ରୀନଗର,୧୯।୪: ଜମ୍ମୁ-କଶ୍ମୀର ଶ୍ରୀନଗରରେ ୨୦୧୯ ଲୋକ ସଭା ନିର୍ବାଚନକୁ ବର୍ଜନ କରିବାକୁ ପୂର୍ବରୁ ସୂଚନା ମିଳୁଥିଲା। ତେବେ ଗୁରୁବାର ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକ...

କ୍ୟାବିନେଟ ପାଇଁ କସରତ: ଶିବସେନା ୧୫, ଏନ୍‌ସିପି ୧୫, କଂଗ୍ରେସ ଭାଗରେ ୧୩ ମନ୍ତ୍ରୀପଦ

ମୁମ୍ବାଇ,୨୮ା୧୧(ପି.ଟି.): ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବାବେଳେ ବୁଧବାର ମହାରାଷ୍ଟ୍ର ବିକାଶ ଅଘାଡ଼ି (ଏମ୍‌ଭିଏ) ପକ୍ଷରୁ କ୍ୟାବିନେଟର ରୂପରେଖ ସ୍ଥିର...

ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ପାରନ୍ତି ମୋଦି

ନୂଆଦିଲ୍ଲୀ,୫।୬: ଜୁନ୍‌ ୨୧ରେ ପାଳନ ହେବାକୁ ଯାଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଏହା ପୂର୍ବରୁ ଶୁକ୍ରବାର ଅନ୍ତରାଷ୍ଟ୍ରୀୟ ଭିଡିଓ ବ୍ଲଗ ପ୍ରତିଯୋଗୀତା ‘ମାଇଁ ଲାଇଫ ମାଇଁ...

ରାଜ୍ୟପାଳ ଘରେ ଖାଇବାରୁ ଆସିଲା ୧୪ ହଜାର ଟଙ୍କାର ବିଲ୍‌

ଭୋପାଳ,୨୬।୧୨: ବୁଧରାମ ଆଦିବାସୀ ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ଭଙ୍ଗା କୁଡ଼ିଆ ଘରେ ରହୁଥିଲେ। ଗତ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ପକ୍କା ଘର...

ପାର୍କିଂ ସ୍ଥଳରେ ଅଗ୍ନିକାଣ୍ଡ ଶତାଧିକ ଗାଡ଼ି ପୋଡ଼ି ପାଉଁଶ…

ନୂଆଦିଲ୍ଲୀ, ୮।୬ : ଦିଲ୍ଲୀର ଜାମିଆ ନଗର ସ୍ଥିତ ପାର୍କିଂ ସ୍ଥଳରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଶତାଧିକ ଗାଡ଼ିରେ ନିଆଁ ଲାଗିଯାଇଛି। ଜଳି ଯାଇଥିବା ଗାଡ଼ିଗୁଡ଼ିକ...

ମୂସଓ୍ବୋଲା ହତ୍ୟାର ବିଚାର ବିଭାଗୀୟ ତଦନ୍ତ ହେବ

ଚଣ୍ଡିଗଡ଼,୩୧।୫: ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଜଣେ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ବିଚାର ବିଭାଗୀୟ କମିଶନ ଲୋକପ୍ରିୟ ଗାୟକ ସିଦ୍ଧୁ ମୂସଓ୍ବୋଲା ହତ୍ୟା ଘଟଣାର ତଦନ୍ତ...

୫ ରାଜ୍ୟବାସୀଙ୍କୁ ଦିଲ୍ଲୀ ମନା

ନୂଆଦିଲ୍ଳୀ,୨୪।୨: ଦେଶର କରୋନା ସଂକ୍ରମଣ ପୁଣି ଫେରିଛି। ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦି ୫ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏସବୁ...

Advertisement
Archives

Model This Week