ସିଏଏ: ସୁନ୍ଦରଗଡ଼ରେ ହିଂସା; ୨ଗୋଷ୍ଠୀ ମୁହାଁମୁହିଁ, ପଥର ମାଡ଼ରେ ଆଇଆଇସିଙ୍କ ସମେତ ୧୦ ଆହତ

ସୁନ୍ଦରଗଡ଼,୧୫-୧(ଡି.ଏନ୍‌.ଏ.):ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ସୁନ୍ଦରଗଡ଼ରେ ସୋମବାର ଉତ୍ତେଜନା ସୃଷ୍ଟି ହୋଇଥିଲା। ମଙ୍ଗଳବାର ଏହା ହିଂସାର ରୂପ ନେଇଛି। ସ୍ଥାନୀୟ ରିଜେଣ୍ଟ ମାର୍କେଟ ଅଞ୍ଚଳରେ ମଙ୍ଗଳବାର ୨ ଗୋଷ୍ଠୀ ମୁହଁାମୁହିଁ ହେବା ସହ ପଥର ମାଡ଼ କରିଥିଲେ। ଏଥିରେ ଆଇଆଇସିଙ୍କ ସମେତ ୫ ପୋଲିସ ଆହତ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିଚାଳନା କରିବାକୁ ପଡିଛି। ଏସ୍‌ପି ସୌମ୍ୟା ମିଶ୍ରା ସ୍ବତନ୍ତ୍ର ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରିଛନ୍ତି। ସହରରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଏସ୍‌.ପି ମିଶ୍ରା, ସଦର ଏସ୍‌ଡିପିଓ ମଧୁସିକ୍ତା ମିଶ୍ର, ଟାଉନ ଥାନା ଆଇଆଇସି ବିଭିତ୍ସ ପ୍ରଧାନ, ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ସହ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ବିଭିନ୍ନ ସ୍ଥାନରେ ୧୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ରାଉରକେଲା ଏସ୍‌ପି କେ.ଶିବା ସୁବ୍ରମଣି, ରାଉରକେଲା ଅତିରିକ୍ତ ଏସ୍‌ପି ସୁରେଶଚନ୍ଦ୍ର ପାଠୀ ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି। ସୁନ୍ଦରଗଡ଼ ଓ ରାଉରକେଲା ଉଭୟ ପୋଲିସ ଜିଲାର ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି।
ସୋମବାର ଜିଲା କଂଗ୍ରେସ କମିଟି ପକ୍ଷରୁ ସିଏଏ ବିରୋଧରେ ଡିଆର୍‌ଡିଏ ଛକରେ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା। ଏହି ସମୟରେ କେତେଜଣ ସିଏଏ ସପକ୍ଷବାଦୀ ସେଠାରେ ପହଞ୍ଚି ବିଭିନ୍ନ ନାରା ଦେବା ସହ ଜଣେ କଂଗ୍ରେସ କର୍ମୀଙ୍କୁ ଧସ୍ତାଧସ୍ତି କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଉଭୟ ଗୋଷ୍ଠୀକୁ ନିୟନ୍ତ୍ରଣ କରିବା ପାଇଁ ନାକେଦମ୍‌ ହେବାକୁ ପଡିଥିଲା। ଏହି ଘଟଣାରେ ମାଡଖାଇଥିବା କଂଗ୍ରେସ କର୍ମୀଙ୍କ ପକ୍ଷରୁ ସନ୍ଧ୍ୟାରେ ଟାଉନ ଥାନାରେ ରିପୋର୍ଟ କରାଯିବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ମାଡ଼ ମାରିବାକୁ ବିରୋଧ କରି କଂଗ୍ରେସର ଏକ ପ୍ରତିନିଧି ଦଳ ଏସ୍‌ପିଙ୍କୁ ଭେଟିଥିଲେ। ଏହି ଘଟଣା ପରଠୁ ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଉତ୍ତେଜନା ଆଶଙ୍କା କରି ସୋମବାର ରାତିରୁ ସ୍ବତନ୍ତ୍ର ପୋଲିସ ମୁତୟନ କରାଯାଇଥିଲା। ଏପରିକି ଏହି ଘଟଣାକୁ ନେଇ ଗତ ରାତିରେ ପୁଣି ଥରେ ଗଣ୍ଡଗୋଳ ହୋଇଥିଲେ ହେଁ ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ହେଲେ ମଙ୍ଗଳବାର ସକାଳେ ରିଜେଣ୍ଟ ମାର୍କେଟର ଜଣେ ଯୁବକ ନିକଟସ୍ଥ ଘସିଆପଡାର ଏକ ଦୋକାନକୁ ରାଶନ ସାମଗ୍ରୀ କିଣିବାକୁ ଯାଇଥିଲେ। ତାଙ୍କୁ ମାରପିଟ କରାଯାଇଥିବା ଅଭିଯୋଗ ହୋଇଛି। ଅପରାହ୍ନ ପ୍ରାୟ ସାଢେ ୧ଟା ବେଳେ ସେହି ଅଞ୍ଚଳରେ ଗୋଟିଏ ଗୋଷ୍ଠୀର କେତେଜଣ ବ୍ୟକ୍ତି ଅନ୍ୟ ଏକ ଗୋଷ୍ଠୀର ଲୋକଙ୍କ ଘର ଓ ରାସ୍ତା ଉପରକୁ ପଥର ମାଡ କରିଥିଲେ। ପରେ ଉଭୟ ଗୋଷ୍ଠୀ ମଧ୍ୟରେ ପଥର, ଇଟା ମାଡ ହୋଇ ପୁଣି ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଥମେ ଟାଉନ ଥାନା ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପଥରମାଡରେ ଟାଉନ ଥାନା ଆଇଆଇସି ବିଭିତ୍ସ ପ୍ରଧାନଙ୍କ ସମେତ ୫ଜଣ ପୋଲିସ କର୍ମଚାରୀ ଓ ଉଭୟ ଗୋଷ୍ଠୀର ମଧ୍ୟ ୪ରୁ ୫ ଜଣ ଆହତ ହୋଇଥିଲେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମୃଦୁ ଲାଠିଚାଳନା କରାଯାଇଥିଲା। ପୋଲିସ ପ୍ରଶାସନ ପକ୍ଷରୁ ସନ୍ଧ୍ୟାରେ ଏକ ଶାନ୍ତି କମିଟି ବୈଠକ ଡ଼କାଯାଇଥିଲା। ଏହି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?