Posted inଜାତୀୟ

ସିଏଏ-ଏନ୍‌ଆର୍‌ସି ଭୟ: କେଉଁଠି ଧୂଆଁ, କେଉଁଠି ନିଆଁ; ଆକ୍ରୋଶରୁ ଅରାଜକତା

ନୂଆଦିଲ୍ଲୀ/କୋଲକାତା, ୧୬ା୧୨: ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ ହେବା ପରେ ଉପୁଜିଥିବା ଅଡ଼ୁଆ ନ ଛିଣ୍ଡୁଣୁ ଏହାକୁ ଜାତୀୟ ସ୍ତରରେ ପ୍ରୟୋଗ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର। ଇତିମଧ୍ୟରେ ସଂଖ୍ୟା ଯୋଗାଡ଼ କରିବାରେ ସଫଳ ହୋଇଥିବା ମୋଦି ସରକାର ଗତ ସପ୍ତାହରେ ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଲ୍‌ (ସିଏବି)କୁ ଗୃହୀତ କରାଇନେଇଛନ୍ତି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନ (ସିଏଏ)ରେ ପରିଣତ ହୋଇଛି। ସିଏଏକୁ ବିରୋଧ କରି ସମଗ୍ର ଉତ୍ତରପୂର୍ବାଞ୍ଚଳରେ ଆନ୍ଦୋଳନର ନିଆଁ ଜଳୁଛି। ଆସାମ, ତ୍ରିପୁରା, ମଣିପୁର, ସିକିମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମେଘାଳୟ ଓ ମିଜୋରାମରେ ନବପ୍ରଣୀତ ନାଗରିକତ୍ୱ ଆଇନ ପ୍ରତିବାଦରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ବ୍ୟାପକ ଭଙ୍ଗାରୁଜା ଓ ଜଳାପୋଡ଼ା କରୁଥିବାବେଳେ କେବଳ ଆସାମ ହିଂସାରେ ୫ ଜଣଙ୍କ ଜୀବନ ଗଲାଣି। ମୃତକଙ୍କ ମଧ୍ୟରୁ ୪ ବିକ୍ଷୋଭକାରୀ ପୋଲିସ ଗୁଳିରେ ଟଳିପଡ଼ିଛନ୍ତି। ସେହିପରି ତ୍ରିପୁରାରେ ରାସ୍ତା ଅବରୋଧ ଯୋଗୁ ହସ୍ପିଟାଲକୁ ଯାଉଥିବା ଏକ ଦୁଇମାସର ଶିଶୁ ବାଟରେ ଆଖି ବୁଜିଦେଇଛି। ଉତ୍ତରପୂର୍ବାଞ୍ଚଳ ସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବାବେଳେ ଏହି ନିଆଁ କ୍ରମଶଃ ଦେଶର ଅନ୍ୟ ଭାଗକୁ ବ୍ୟାପିବାରେ ଲାଗିଛି। ପଶ୍ଚିମବଙ୍ଗରେ ଶନିବାର ସଂଖ୍ୟାଲଘୁ ବିକ୍ଷୋଭକାରୀମାନେ ୧୫ ବସ୍‌ ଓ ୫ଟି ଟ୍ରେନ୍‌ରେ ନିଆଁ ଲଗାଇଦେବା ସହ ଭଙ୍ଗାରୁଜା କରିଥିଲେ। ଏହାର ଦିନକ ପରେ ପୂର୍ବ ବର୍ଦ୍ଧମାନ ଜିଲାରେ ଏନ୍‌ଆର୍‌ସି ଭୟରେ ଜଣେ ମହିଳା ନିଜ ବେକରେ ମଫଲର ବାନ୍ଧି ଆମତ୍ହତ୍ୟା କରିଛନ୍ତି। ସେପଟେ ରାଜଧାନୀ ଦିଲ୍ଲୀରେ ମଧ୍ୟ ସିଏଏକୁ ନେଇ ବିରୋଧ, ବିକ୍ଷୋଭ ଓ ଆନ୍ଦୋଳନ ଥମିବାର ନାଁ ନେଉନାହିଁ। ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ(ଜେଏମ୍‌ଆଇୟୁ) ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର ଲାଠିମାଡ଼ ପରେ ଯନ୍ତରମନ୍ତରଠୁ ନେଇ ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ ଯାଏ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗିରହିଛି। ରବିବାର ଜାମିଆ ନଗର ଅଞ୍ଚଳରେ ପୋଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ବିକ୍ଷୋଭକାରୀମାନେ ୪ଟି ବସ୍‌ରେ ନିଆଁ ଲଗାଇଦେବା ସହ ପୋଲିସକୁ ଟାର୍ଗେଟ କରିଛନ୍ତି। ଏଭଳି ସ୍ଥିତିରେ ଶାସକ-ବିରୋଧୀଙ୍କ ଆରୋପ-ପ୍ରତ୍ୟାରୋପ ଜାତୀୟ ରାଜନୀତିର ତାପମାତ୍ରା ବଢ଼ାଇଦେଇଛି। କାରଣ ଉତ୍ତର-ପୂର୍ବ ସମେତ ପଶ୍ଚିମବଙ୍ଗ, ପଞ୍ଜାବ, କେରଳ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଭଳି ଅନେକ ରାଜ୍ୟର ସରକାର ସିଏଏକୁ ନିଜ ପ୍ରଦେଶରେ ଲାଗୁ କରିବାକୁ ମନାକରି ଦେଇଦେଇଛନ୍ତି। ହେଲେ କେନ୍ଦ୍ର ସରକାର କହୁଛନ୍ତି, ଏହା କେନ୍ଦ୍ରୀୟ ଆଇନ, ତୁମେ ମାନିବାକୁ ବାଧ୍ୟ। ସିଏଏ ଏବଂ ଏନ୍‌ଆର୍‌ସିକୁ ନେଇ ଦେଶବାସୀଙ୍କ ମନରେ ଥିବା ଭୟ କେତେବେଳେ କେଉଁ ରୂପ ନେବ ତାକୁ ନେଇ ଆକଳନ କରିବା କଷ୍ଟକର ବୋଲି ବିଶ୍ଳେଷକମାନେ କହିଲେଣି। କେନ୍ଦ୍ର ବିରୋଧରେ ଜନ ଆକ୍ରୋଶ ଏବେ ଅରାଜକତା ଆଡ଼କୁ ମୁହଁାଇଲାଣି।
ଦିଲ୍ଲୀରେ ସିଏଏ ବିରୋଧୀ ବିକ୍ଷୋଭ ରବିବାର ଉଗ୍ରରୂପ ଧାରଣ କରିଛି। ଏହି ଆଇନକୁ ବିରୋଧ କରି ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭର୍ସିଟିର ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ଉପରେ ପୋଲିସ ପୂର୍ବରୁ ଲାଠିଚାର୍ଜ କରିଥିଲା। ଏଥିରେ ଅନେକ ଛାତ୍ରୀଛାତ୍ର ଆହତ ହୋଇଥିଲେ। ଏହି ଦମନଲୀଳା ପ୍ରତିବାଦରେ ଦକ୍ଷିଣପୂର୍ବ ଦିଲ୍ଲୀର ମଥୁରା ରୋଡ୍‌ରେ ଛାତ୍ରୀଛାତ୍ର ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରୁଥିବାବେଳେ ପୋଲିସ ସେମାନଙ୍କ ଉପରେ ପୁଣି ବଳପ୍ରୟୋଗ କରିଥିଲା। ବିକ୍ଷୋଭକାରୀ ଏଥିରେ ଉତ୍ତ୍ୟକ୍ତ ହୋଇ ଦିଲ୍ଲୀ ପରିବହନ ନିଗମ (ଡିଟିସି)ର ଏକ ବସ୍‌ ଓ ଅଗ୍ନିଶମ ବାହିନୀର ଏକ ଗାଡ଼ିରେ ନିଆଁ ଲଗାଇଦେଇଥିଲେ। ଅପରାହ୍ନ ୪ଟା ୪୨ରେ ସେମାନେ ପୋଲିସକୁ ଟେକାମାଡ଼ କରିବା ସହ ପରେ ଆଉ ଦୁଇଟି ବସ୍‌କୁ ଜାଳିଦେଇଥିବା ଜଣାପଡ଼ିଛି। ତେବେ ଏହି କାଣ୍ଡରେ ବିଶ୍ୱବିଦ୍ୟାଳୟର କୌଣସି ଛାତ୍ରୀଛାତ୍ର ସମ୍ପୃକ୍ତ ନ ଥିବା ଜେଏମ୍‌ଆଇୟୁ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଅନ୍ୟପକ୍ଷରେ ହିଂସାରେ ସମ୍ପୃକ୍ତ ଛାତ୍ରଙ୍କୁ ଧରିବା ପାଇଁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌କୁ ପଶିଛି ଦିଲ୍ଲୀ ପୋଲିସ।
ଅନୁରୂପ ଭାବେ ପଶ୍ଚିମବଙ୍ଗରେ ସିଏଏକୁ ବିରୋଧ କରି ଚାଲିଥିବା ବିକ୍ଷୋଭ ତୃତୀୟ ଦିନରେ ପହଞ୍ଚତ୍ଛି। ମାଲଦା, ଉତ୍ତର ଦିନାଜପୁର, ମୁର୍ଶିଦାବାଦ, ହାଓଡା, ଉତ୍ତର ୨୪ ପ୍ରଗଣା ଓ ଦକ୍ଷିଣ ୨୪ ପ୍ରଗଣା ଜିଲାରେ ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟର ଲୋକେ ଏହାକୁ ନେଇ ଆନ୍ଦୋଳନ କରୁଛନ୍ତି। ସେମାନେ ନାଗରିକତ୍ୱ ଆଇନ କପି ପୋଡ଼ିବା ସହ ଭଙ୍ଗାରୁଜା କରୁଛନ୍ତି। ସୋସିଆଲ ମିଡିଆରେ ଫେକ୍‌ ନ୍ୟୁଜ୍‌ ପ୍ରସାରଣ ଓ ଗୁଜବ ରୋକିବା ପାଇଁ ୬ ଜିଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅନୁରୋଧକୁ କେହି ଶୁଣୁନାହାନ୍ତି। ନଦୀୟା, ବୀରଭୂମ, ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା ଏବଂ ହଓଡା ଜିଲାରେ ସାମ୍ପ୍ରଦାୟିକ ହିଂସା ସହ କେତେକ ଦୋକାନରୁ ଲୁଟ ଓ ରାହାଜାନି ହୋଇଥିବା ଖବର ଆସିଛି। ଆନ୍ଦୋଳନକାରୀ ରାସ୍ତା ଓ ରେଳପଥ ଅବରୋଧ କରିବା ଯୋଗୁ ବସ୍‌-ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବର୍ଦ୍ଧମାନ ଜିଲାର ସିପ୍ରା ଶିକ୍‌ଦେର ନାମ୍ନୀ ଜଣେ ୩୬ ବର୍ଷୀୟା ମହିଳା ନିଜ ବେକରେ ମଫଲର ଲଗାଇ ଆମତ୍ହତ୍ୟା କରିଛନ୍ତି। ଜଉଗ୍ରାମ ଅଞ୍ଚଳର ତେଲିସ୍ଥିତ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ପୋଲିସ ତାଙ୍କର ମୃତଦେହ ଜବତ କରିଛି। ପାର୍ଲାମେଣ୍ଟରେ ସିଏବି ପାସ୍‌ ହେବା ପରଠୁ ସେ ଚିନ୍ତା ଓ ଭୟରେ ଥିଲେ। ତାଙ୍କ ୧୯ ବର୍ଷୀୟ ପୁଅ ପାଖରେ ଆଧାର କାର୍ଡ ଥିଲା। ହେଲେ ଭୋଟର କାର୍ଡ ଓ ଜନ୍ମ ପ୍ରମାଣପତ୍ର ନ ଥିଲା। ତେଣୁ ଏନ୍‌ଆର୍‌ସି ଲାଗୁ ହେଲେ ତାଙ୍କୁ ଦେଶରୁ ବାହାର କରିଦିଆଯିବ ବୋଲି ସିପ୍ରା ଭୟଭୀତ ହୋଇ ଆମତ୍ହତ୍ୟା କରିଥିବା ତାଙ୍କ ସ୍ବାମୀ ସୁଭାଷ ଶିକଦେର ଅଭିଯୋଗ କରିଛନ୍ତି। ରାଜ୍ୟରେ ସୃଷ୍ଟି ହୋଇଥିବା ଦଙ୍ଗା ଓ ସଙ୍କଟର ସମାଧାନ ପାଇଁ ଭାଜପାର ଏକ ପ୍ରତିନିଧି ଦଳ ରବିବାର ଝାଡ଼ଖଣ୍ଡ ପ୍ରଚାର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି, କମାଏ ହୃଦ୍‌ରୋଗ ଆଶଙ୍କା

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ରାହୁଲଙ୍କ ନାକରୁ ବାହାରିଲା ରକ୍ତ: ଅଟକରୁ ମୁକ୍ତ ହେବା ପରେ ପିଏମ ମୋଦିଙ୍କୁ ଏମିତି ମେସେଜ୍‌ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ବାସବଭନ ବାହାରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ପରେ ହାଜତକୁ ନିଆଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri