ସିଆର୍‌ପିଏଫ୍‌ର ନୂଆ ମୁଖ୍ୟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ସିଆର୍‌ପିଏଫ୍‌ର ନୂଆ ମହାନିର୍ଦ୍ଦେଶକ ଭାବେ ୧୯୮୪ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଏ.ପି. ମାହେଶ୍ୱରୀଙ୍କ ନିଯୁକ୍ତିରେ କେତେକ ସମୀକ୍ଷକ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ମାହେଶ୍ୱରୀ ଆଇଟିବିପି (ଭାରତ-ତିବ୍ବତ ସୀମା ପୋଲିସ) ମହାନିର୍ଦ୍ଦେଶକ ଏସ.ଏସ୍‌. ଦେଶଓ୍ବାଲଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି, ଯିଏ ଗତମାସରେ ସିଆର୍‌ପିଏଫ୍‌ର ପୂର୍ବ ମହାନିର୍ଦ୍ଦେଶକ ରାଜୀବ ରାୟ ଭଟ୍ଟନାଗରଙ୍କ ସେବାନିବୃତ୍ତି ପରେ ସିଆର୍‌ପିଏଫ୍‌ର ଅତିରିକ୍ତ ଦାୟିତ୍ୱରେ ରହିଥିଲେ। ମାହେଶ୍ୱରୀ ଏବେ ୩.୨୫ ଲକ୍ଷ କର୍ମଚାରୀ ଥିବା ଭାରତର ସବୁଠୁ ବଡ଼ ଅର୍ଦ୍ଧସାମରିକ ବଳର ମୁଖ୍ୟ ହୋଇଛନ୍ତି। ସେ ଆଗାମୀ ବର୍ଷ ଅବସର ନେବା ପର୍ଯ୍ୟନ୍ତ ଦେଶର ମାଓବାଦବିରୋଧୀ ତଥା ଜମ୍ମୁ-କଶ୍ମୀରରେ ସନ୍ତ୍ରାସବାଦବିରୋଧୀ ଅଭିଯାନର ନେତୃତ୍ୱ ନେବେ। ସିଆର୍‌ପିଏଫ୍‌ରେ ଏହି ୟୁପି କ୍ୟାଡର ଅଧିକାରୀ ବିଭିନ୍ନ ପଦବୀରେ ୯ ବର୍ଷରୁ ଊର୍ଦ୍ଧ୍ୱ କାର୍ଯ୍ୟ କରିସାରିଥିବାବେଳେ ଏହା ତାଙ୍କର ତୃତୀୟ କାର୍ଯ୍ୟକାଳ। ସେ ପୋଲିସ ଅନୁସନ୍ଧାନ ଓ ବିକାଶ ବ୍ୟୁରୋର ଡି.ଜି., ସୀମା ସୁରକ୍ଷା ବଳର ସ୍ବତନ୍ତ୍ର ଡି.ଜି. (ଅପରେଶନ) ସହ ସିଆର୍‌ପିଏଫ୍‌ରେ ଆଇ.ଜି. (ଅପରେଶନ) ଏବଂ ଆଇ.ଜି. (ଶ୍ରୀନଗର ସେକ୍ଟର) ଭାବେ ସେବା କରିଛନ୍ତି। ଏହି ନିଯୁକ୍ତି ପୂର୍ବରୁ ସେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ସ୍ବତନ୍ତ୍ର ସଚିବ (ଆଭ୍ୟନ୍ତରୀଣ ସୁରକ୍ଷା) ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ତେବେ ଜଣେ ସ୍ବତନ୍ତ୍ର ସଚିବଙ୍କୁ ସିଆର୍‌ପିଏଫ୍‌ର ଡିଜି ଭାବେ ନିଯୁକ୍ତି ଦେବା ଅସ୍ବାଭାବିକ ମନେହୁଏ। ମାହେଶ୍ୱରୀଙ୍କୁ ତାଙ୍କ ସେବା ଲାଗି ଏପରିଭାବେ ପୁରସ୍କୃତ କରାଯାଇଥାଇପାରେ ବୋଲି ପର୍ଯ୍ୟବେକ୍ଷକମାନେ ମନେକରୁଛନ୍ତି।
ସିଆଇଡି ଲାଗି ବିବାଦ
ହରିୟାଣାର ଗୃହମନ୍ତ୍ରୀ ଅନିଲ ଭିଜ୍‌ ୧୯୮୪ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ତଥା ସିଆଇଡି ମୁଖ୍ୟ ଅନିଲ କୁମାର ରାଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ରାଜ୍ୟ ଗୃହସଚିବଙ୍କୁ ଲିଖିତଭାବେ ଜଣାଇଛନ୍ତି। କେବଳ ଏତିକି ନୁହେଁ, ରାଓଙ୍କ ବଦଳରେ ସେହି ପଦବୀରେ ୧୯୮୪ ବ୍ୟାଚ୍‌ର ଆଉ ଜଣେ ଅଧିକାରୀ ଶ୍ରୀକାନ୍ତ ଯାଦବଙ୍କୁ ଅବସ୍ଥାପିତ କରିବାକୁ ମଧ୍ୟ ଦାବି କରିଛନ୍ତି। ଗୃହ ସଚିବ ଭିଜ୍‌ଙ୍କ ଦାବିକୁ ଗ୍ରହଣ କରିବେ ବୋଲି ମନେହେଉଛି। ରାଜ୍ୟ ସିଆଇଡିର କାର୍ଯ୍ୟଧାରାରେ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିବା ପ୍ରଥମ ଘଟଣା ନୁହେଁ। ଏହି ବିଭାଗକୁ କିଏ ଚଳାଇବ ସେ ନେଇ ତାଙ୍କର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ସହ ବି ବିବାଦ ଉପୁଜିଥିଲା। ବିଭାଗର କାର୍ଯ୍ୟରେ ଉନ୍ନତି ଆଣିବା ଲାଗି ଆବଶ୍ୟକ ପ୍ରସ୍ତାବ ଦେବାକୁ ସେ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ କମିଟି ଗଠନ କରିଥିଲେ। ସିଆଇଡି ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରହିବା ପରମ୍ପରା ରହିଆସିଛି, କିନ୍ତୁ ଭିଜ୍‌ଙ୍କ ମତ ଭିନ୍ନ। ଖଟ୍ଟର ସେହି ବିଭାଗ ଚଳାନ୍ତୁ ବୋଲି ସେ ଚାହାନ୍ତି ନାହିଁ। ଦୁର୍ଭାଗ୍ୟବଶତଃ ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଏବେ ସିଆଇଡି ମୁଖ୍ୟ ରାଓ ବଳିପଡିପାରନ୍ତି। ଏହି ଲଢ଼େଇରେ କିଏ ଜିତିବ ସେଥିରେ କିଛି ଫରକ ପଡିବନି, କିନ୍ତୁ ରାଜ୍ୟ ସିଆଇଡିର କାର୍ଯ୍ୟଧାରା ଏହାଦ୍ୱାରା ପ୍ରଭାବିତ ହେଉଛି।
ବିବାଦରୁ ବିଦା
ସମ୍ପ୍ରତି ମହାରାଷ୍ଟ୍ରରେ ବାବୁମାନଙ୍କର ଯେଉଁ ଅଦଳବଦଳ ହେଲା ସେଥିରେ ଗୋଟିଏ ଘଟଣାକୁ ଛାଡି ସେମିତି କିଛି ନୂଆକଥା ନ ଥିଲା। ମୁମ୍ବାଇ ମେଟ୍ରୋ ରେଲ କର୍ପୋରେଶନ (ଏମ୍‌ଏମ୍‌ଆର୍‌ସି)ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଅଶ୍ୱିନୀ ଭିଦେଙ୍କୁ ରାଜ୍ୟ ସରକାର ବିଦା କରିଦେଲେ। ପର୍ଯ୍ୟବେକ୍ଷକମାନଙ୍କ କହିବା ଅନୁସାରେ ଯେବେଠୁ ଆଦିତ୍ୟ ଠାକ୍‌ରେ ରାଜ୍ୟ ସଂସ୍କୃତି ଓ ପରିବେଶ ମନ୍ତ୍ରୀ ହେଲେଣି, ସେବେଠୁ ଏପରି ହୋଇପାରେ ବୋଲି ଜଣାପଡ଼ୁଥିଲା। ଗତବର୍ଷ ମେଟ୍ରୋ ପ୍ରୋଜେକ୍ଟ ଲାଗି ମୁମ୍ବାଇର ଆରେ କଲୋନୀରେ ଗଛ କାଟିବାକୁ ନିର୍ଦ୍ଦେଶ ଦେଇଥିବାରୁ ଭିଦେଙ୍କୁ ବଦଳି କରିବା ଲାଗି ସେ ସାଧାରଣରେ ଦାବି କରିଥିଲେ। ଏହା ପାଖାପାଖି ସେହି ସମୟର ଥିଲା ଯେତେବେଳେ ରାଜ୍ୟରେ ସରକାର ଗଢିବା ଅନିଶ୍ଚିତତା ଭିତରେ ଥିଲା ଏବଂ ମହା ବିକାଶ ଅଘାଡି ସରକାର ଗଠନ ହୋଇ ନ ଥିଲା। ୧୯୮୮ ବ୍ୟାଚ୍‌ ଆଇଏଏସ ଅଧିକାରୀ ଭିଦେ ମେଟ୍ରୋ ଶେଡ୍‌ ପ୍ରୋଜେକ୍ଟର ଜଣେ ଦୃଢ ସମର୍ଥକ ଥିଲେ ଏବଂ ରାଜନୈତିକ ଦଳ ଓ ଗ୍ରୀନ କାର୍ଯ୍ୟକର୍ତ୍ତାମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ। ତାଙ୍କ ସ୍ଥାନରେଏବେ ମହାରାଷ୍ଟ୍ର ସଡ଼କ ପରିବହନ ନିଗମର ଉପାଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଥିବା ରଣଜିତ୍‌ ସିଂ ଦେଓଲଙ୍କୁ ଅବସ୍ଥାପିତ କରାଯାଇଛି। କୌତୂହଳର କଥା ହେଉଛି ସେ ପ୍ରମୁଖ ସଚିବ ଭାବେ ପଦୋନ୍ନତି ପାଇବାର କିଛିଦିନ ପରେ ଏହି ବଦଳି କରାଯାଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

ବିନା ଉପହାରରେ ସମ୍ପର୍କ

ସାମାଜିକ ସମ୍ପର୍କର ଅସ୍ତିତ୍ୱ ବ୍ୟକ୍ତିକୈନ୍ଦ୍ରିକ ଯାହା ବ୍ୟକ୍ତି ନିର୍ଦ୍ଧାରଣ କରେ। ସମାଜ ଦ୍ୱାରା ମଣିଷର ସ୍ବଭାବ ତଥା ବ୍ୟକ୍ତିତ୍ୱ ମାପ କରାଯାଏ। ବ୍ୟକ୍ତିର ପ୍ରକୃତି, ଚରିତ୍ର ତଥା…

ଏଇ ଭାରତରେ

ଉଚ୍ଚ ଶିକ୍ଷାପ୍ରାପ୍ତ ଯୁବତୀଯୁବକ ଚାକିରି ପଛରେ ଦୌଡ଼ୁଥିବାବେଳେ ଉତ୍ତର ପ୍ରଦେଶର ଅନଶୁଲ ମିଶ୍ରା କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ କରିବା ପରେ ଚାଷକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି।…

ଜୀବନ ଗୀତାରେ ସତ

ଗୀତା ଧର୍ମ, କର୍ମ ଓ ବାସ୍ତବତାର ପ୍ରକୃତି ଉପରେ ଗଭୀର ଶିକ୍ଷା ପ୍ରଦାନ କରି ନିଃସ୍ବାର୍ଥପର କାର୍ଯ୍ୟ ଓ ଭକ୍ତିକୁ ଗୁରୁତ୍ୱ ଦେଇଥାଏ, ଯାହା ସଙ୍କଳ୍ପକୁ ଅନୁସନ୍ଧାନ…

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri