ସିଆର୍‌ପିଏଫ୍‌କୁ ଜାଗା ଦେବାରୁ ଗ୍ରାମବାସୀଙ୍କ ବିରୋଧ

ବାଲିଗୁଡା,୧୧ା୧୦(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗଁା ବ୍ଲକ ମହାସିଙ୍ଗ ପଞ୍ଚାୟତରେ ଏକ ଜାଗାକୁ ସରକାର କେନ୍ଦ୍ରୀୟ ସଂରକ୍ଷଣ ପୋଲିସ ବାହିନୀ (ସିଆର୍‌ପିଏଫ୍‌)କୁ କ୍ୟାମ୍ପ କରିବାକୁ ଦେଇଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଗ୍ରାମବାସୀଙ୍କ କହିବା ପ୍ରକାରେ ଏହି ପଞ୍ଚାୟତରେ ପ୍ରାୟ ୬ହଜାରୁ ଅଧିକ ଲୋକ ବସବାସ କରନ୍ତି। ସରକାର ଘୋଷଣା କରିଥିବା ୧୬ଆର୍‌ (୧ଏକର-୪ଶହ ଆର୍‌) ଜାଗା କାହାକୁ ମଧ୍ୟ ମିଳିନାହିଁ। ଏହାର ସମାଧାନ ନକରି କେନ୍ଦ୍ରୀୟ ସଂରକ୍ଷଣ ପୋଲିସ ବାହିନୀକୁ ଦିଆଯାଇଥିବାରୁ ଏହାକୁ ଆମେ ପ୍ରବଳ ବିରୋଧ କରୁଛୁ, ଉକ୍ତ ଜାଗାରେ ଯଦି କଲେଜ, ମେଡିକାଲ,କିମ୍ବା ବିଦ୍ୟାଳୟ କରାଯିବ ତେବେ ଦିଆଯିବ ବୋଲି ଗ୍ରାମର ସରପଞ୍ଚ ନୀଳିମା ମଳିକ, ନାଏବ ସରପଞ୍ଚ ପାଜୀତ ପାତ୍ର, ପଞ୍ଚାୟତ ସ୍ତରୀୟ ସଭାନେତ୍ରୀ ସୁଷମା ବେହେରଦଳେଇ ଓ ପଞ୍ଚାୟତର ସମସ୍ତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଭାପତି, ସମ୍ପାଦକ, ସଦସ୍ୟ ପ୍ରମୁଖ କହିଛନ୍ତି l ଏହାର କୌଣସି ସମାଧାନ ନ ହେଲେ ଆଗାମୀ ଦିନରେ ରାସ୍ତାରୋକୋ ସହ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରସଙ୍ଗ, ଗଣ୍ଡିବେଡରେ ସ୍ବାବ ସଂଗ୍ରହ

ଖଇରା, ୨୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ଗରସଙ୍ଗ ପଞ୍ଚାୟତ ରାମଚନ୍ଦ୍ର ହାଇସ୍କୁଲ ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଗଣ୍ଡିବେଡ ହାଇସ୍କୁଲରେ ଚାଲିଥିବା ଅସ୍ଥାୟୀ କ୍ୱାରାଣ୍ଟାଇନ କେନ୍ଦ୍ରରୁ...

୫୪ ଶିକ୍ଷକ, କର୍ମଚାରୀଙ୍କ ଦରମା ବନ୍ଦ

ଢେଙ୍କାନାଳ ଅଫିସ,୨୪।୫ ନିର୍ଦ୍ଧାରିତ ସମୟ ଅନୁଯାୟୀ ସ୍କୁଲରେ ପହଞ୍ଚି ନ ଥିବାରୁ ଢେଙ୍କାନାଳ ଜିଲାର ୫୪ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି। ଏହି...

ଚିତ୍ରକୋଣ୍ଡାରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଘରେ ରହିବାକୁ କୁହାଯାଉଛି

ଚିତ୍ରକୋଣ୍ଡା, ୨୫।୩(ଡି.ଏନ୍‌.ଏ.): ସାରା ପୃଥିବୀରେ କରୋନା ଭୂତାଣୁ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପ୍ରଥମେ ମାର୍ଚ୍ଚ ୩୧ ଓ...

ନରମିଲେ ବିଷ୍ଣୁ, ଟ୍ରିପଲ୍‌ ତଲାକ୍‌ ମନ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କଲେ

ଭୁବନେଶ୍ୱର, ୨।୮(ବ୍ୟୁରୋ): ଟ୍ରିପଲ୍‌ ତଲାକ୍‌ ଉପରେ ବିବାଦୀୟ ବୟାନ ଲାଗି ଦୁଃଖପ୍ରକାଶ କରିଛନ୍ତି ଭାଜପା ବିଧାୟକ ଦଳ ଉପନେତା ବିଷ୍ଣୁଚରଣ ସେଠୀ। ଗୁରୁବାର ବିଧାନସଭା ଶୂନ୍ୟକାଳରେ...

ଗହଳି ପାରିଲେନି ସମ୍ଭାଳି

ଅନୁଗୋଳ ଅଫିସ, ୨୨।୪ – ଲକ୍‌ଡାଉନ୍‌ ଘୋଷଣା ପରଠାରୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସଂଖ୍ୟା ହ୍ରାସ ପାଇଥିଲା। ହେଲେ ୨୦ ତାରିଖରୁ କିଛିଟା...

ମହିଳାଙ୍କ ଉଦ୍ୟମରୁ ସମ୍ଭବ: ୧୭ବର୍ଷ ହେଲା ଖେମୁଣ୍ଡିଆମୁଣ୍ଡା ନିଶାମୁକ୍ତ

ସୋନପୁର,୨୨।୭: ଗାଁର ନା ଖେମୁଣ୍ଡିଆମୁଣ୍ଡା। ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ରେଙ୍ଗାଲି ପଞ୍ଚାୟତ ଅଧୀନ ଏହି ଗାଁ ବାରପାହାଡ ସଂରକ୍ଷିତ ଜଙ୍ଗଲପାର୍ଶ୍ୱରେ ଅବସ୍ଥିତ। ଲୋକସଂଖ୍ୟା ୩୦୦ରୁ...

ବାରିପଦାରେ ଭାରତ ବନ୍ଦର ପ୍ରଭାବ

ବାରିପଦା ଅଫିସ ୨୬।୧୧: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଗୁରୁବାର ଭାରତ ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ଯାନବାହନ ଚଳାଚଳ, ବ୍ୟାଙ୍କ, କଚେରୀ, ଡାକସେବା...

ବୁଗୁଡ଼ା ବ୍ଲକରେ ପୁଣି ୨ କରୋନା ପଜିଟିଭ

ବୁଗୁଡ଼ା,୨ା୬(ଡି.ଏନ.ଏ.)- ବୁଗୁଡ଼ା ବ୍ଲକରେ ପୁଣି ୨ କରୋନା ପଜିଟିଭ ଚିହ୍ନଟ ପରେ ସେମାନଙ୍କୁ ମଙ୍ଗଳବାର ଶୀତଳାପଲ୍ଲୀସ୍ଥିତ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଥିବା ବିଡିଓ ତନ୍ମୟ ପାତ୍ର କହିଛନ୍ତି।...

Advertisement
Archives

Model This Week