Posted inଜାତୀୟ

‘ସିଂଘମ ରିଟର୍ଣ୍ଣସ୍‌’ ଲେଖି କେଜରିଓ୍ବାଲଙ୍କ ଫଟୋସହ ପୋଷ୍ଟର ଦେଖାଇଲେ ପ୍ରଶଂସକ

ନୂଆଦିଲ୍ଲୀ,୧୬।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ତୃତୀୟ ଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ର ଭାବେ ଶପଥ ନେଇଛନ୍ତି। ଏହି ଅବସରରେ ଦିଲ୍ଲୀବାସୀଙ୍କ ଖୁସି କହିଲେ ନ ସରେ। କେହି କେହି କେଜରିଓ୍ବାଲଙ୍କୁ ‘ସିଂଘମ’ ବୋଲି ସମ୍ବୋଧନ କରିଥିବା ବେଳେ ଆଉ କିଏ ତାଙ୍କୁ ‘ନାୟକ’ ବୋଲି ମଧ୍ୟ କହିଛନ୍ତି। ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ସିଂଘମ’ ଷ୍ଟାଇଲରେ ଲୋକେ ପୋଷ୍ଟରରେ ‘ସିଂଘମ ରିଟର୍ଣ୍ଣସ୍‌’ ଲେଖିବା ସହ ଦଳୀୟ ଚିହ୍ନ ଧାଡୁ ଧରିଥିବା ଅବସ୍ଥାରେ କେଜରିଓ୍ବାଙ୍କ ଫଟୋକୁ ସେଥିରେ ସ୍ଥାନ ଦିଆଯାଇଛି। ଏହା ସହ ପୋଷ୍ଟରରେ ଆହୁରି ମଧ୍ୟ ଲେଖାଯାଇଛି ଦେଶ ଏବେ ହିନ୍ଦୁ ମୁସ୍‌ଲିମ ନୁହେଁ କାମ ଅନୁଯାୟୀ ଚାଲିବ। ପରୋକ୍ଷରେ ଏହା ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରି କୁହାଯାଇଛି ବୋଲି ଆଲୋଚନା ହେଉଛି। ଅନ୍ୟପଟେ ଆଉ ଏକ ପୋଷ୍ଟରରେ ‘ନାୟକ ୨ କମ୍‌ ବ୍ୟାକ୍‌ ଏଗେନ୍‌’ବୋଲି ଲେଖାଯିବା ସହ ବଲିଉଡ୍‌ ଫିଲ୍ମ ‘ନାୟକ’ର ଲିଡ ରୋଲରେ ଥିବା ଅନିଲ କପୁରଙ୍କ ଫଟୋ ସହ କେଜରିଓ୍ବାଲଙ୍କ ଫଟୋ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଗତ ବିଧାନସଭା ନିର୍ବାଚନରେ ଏଏପି ମୋଟ ୭୦ ଆସନରୁ ୬୨ରେ ବିଜୟ ଲାଭ କରି ଏବେ କେଜରିଓ୍ବାଲଙ୍କ ନେତୃତ୍ୱରେ ସରକାର ଗଠନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଅଧ୍ୟକ୍ଷ ଦୌଡ: ଆଗରେ ଗେହଲଟ

ନୂଆଦିଲ୍ଲୀ,୨୦।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ରାହୁଲ ଗାନ୍ଧୀଙ୍କ ସ୍ଥାନ ନେଇ ପାରନ୍ତି ବୋଲି ଆଲୋଚନା ହେଉଛି। ରାହୁଲଙ୍କ ପରେ...

୦.୧୮%ଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୨୦ା୧: ଭାରତରେ ଦିଆଯାଉଥିବା କରୋନା ଟିକା ସୁରକ୍ଷିତ। ଏବେ ସୁଦ୍ଧା ସାଢ଼େ ୪ ଲକ୍ଷରୁ ଅଧିକ ଲୋକଙ୍କୁ ଭାକ୍ସିନ ଦିଅ।ଯାଇସାରିଛି। ସେମାନଙ୍କ ମଧ୍ୟରୁ ମାତ୍ର...

ଚାଇନାକୁ ପୁଣି ବଡ଼ ଝଟ୍‌କା ଦେଲା ଭାରତୀୟ ରେଲଓ୍ବେ

ନୂଆଦିଲ୍ଲୀ, ୨୨।୮: ଚାଇନାକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିବାରେ ଲାଗିଛି। ଏବେ ଭାରତୀୟ ରେଲଓ୍ବେ ପୁଣି ଏକ ବଡ଼ ଝଟ୍‌କା ଚାଇନାକୁ ଦେଇଛି। ଭାରତୀୟ...

ଲଗାତାର ୪ର୍ଥ ଥର କମିଲା ରେପୋ ରେଟ୍‌

ମୁମ୍ବାଇ,୭।୮: ଲଗାତାର ୪ର୍ଥ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ରେପୋ ରେଟ୍‌ କମାଇଛି। ଏକ ବୈଠକରେ ରେପୋ ରେଟ୍‌କୁ ୩୫ ବେସିସ୍‌ ପଏଣ୍ଟ୍‌...

ସଙ୍କଟରେ ସମନ୍ବୟ ଜରୁରୀ

ନୂଆଦିଲ୍ଲୀ,୮ା୭: ମହାମାରୀ କରୋନା ଭାରତକୁ ଅନେକ ଯନ୍ତ୍ରଣାଦାୟକ ଶିକ୍ଷା ଦେଇଛି। ପ୍ରଥମଟି ହେଲା ଆମେ ପ୍ରକୃତିର ନିର୍ମମ ଶୋଷଣ ଜାରି ରଖିପାରିବା ନାହିଁ। ସେହିପରି ଜଳବାୟୁ...

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ପାଇଲଟ ସୁରକ୍ଷିତ

ଜମ୍ମୁ,୩।୨: ଜମ୍ମୁ-କଶ୍ମୀରରେ ସୋମବାର ସକାଳ ପ୍ରାୟ ୧୧ଟା ୧୫ରେ ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୨ ପାଇଲଟ ସୁରକ୍ଷିତ ବାହାରି...

ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ: ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ମୁମ୍ବାଇ,୯।୧, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ଭଣ୍ଡାରା ଜିଲା ଜେନେରାଲ ହସ୍ପିଟାଲରେ ନିଆଁ ଲାଗି ୧୦ ଶିଶୁଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।...

 ସିଡିଏସ୍‌ ବିପିନ ରାଓ୍ବତଙ୍କ ନାମରେ ହେବ ମେନ୍‌ପୁରୀ ସୈନିକ ସ୍କୁଲର ନାମ

ଲକ୍ଷ୍ନୌ,୬।୧: ତାମିଲନାଡୁର କୁନ୍ନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ପ୍ରତିରକ୍ଷା ଅଧ୍ୟକ୍ଷ(ସିଡିଏସ୍‌) ବିପିନ ରାୱତଙ୍କର ମୃତ୍ୟୁ ଘଟିଥିଲା। କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିଲା,...

Advertisement
Archives

Model This Week