ସାରାଙ୍କ ପାଇଁ କାର୍ତ୍ତିକ ଧରିଲେ ଛତା, ଫଟୋ ଭାଇରାଲ

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ୟନ ଶୈଫ୍‌ ଲଳନା ସାରା ଅଲ୍ଲୀ ଖାନ୍‌ଙ୍କ ପ୍ରେମରେ ଉବୁଟୁବୁ। ପ୍ରଥମେ ସାରା କରନ୍‌ ଜୋହରଙ୍କ ଶୋ’ରେ ତାଙ୍କୁ କ୍ରଶ୍‌ ବୋଲି କହିବା ପରଠାରୁ ପ୍ରେମ କାହାଣୀର ଆରମ୍ଭ ହୋଇଥିବା କୁହାଯାଏ। ପରେ ଉଭୟଙ୍କୁ ଭେଟାଇଥିଲେ ରଣବୀର ସିଂହ। ଏବେ ଉଭୟ ଏକତ୍ର ‘ଲଭ୍‌ ଆଜ କଲ-୨’ର ଶୁଟିଂ ଶେଷ କରିଛନ୍ତି। ନାୟକ-ନାୟିକା ସାଜିଥିବା ଯୋଗୁ ସେମାନଙ୍କୁ କିଛି ସମୟ ଏକାଠି ବିତାଇବାକୁ ସୁଯୋଗ ମିଳିଥିଲା। ସେହି ସମୟରେ ଉଭୟ ଉଭୟଙ୍କର ନିକଟତର ହୋଇଯାଇଛନ୍ତି। ଏବେ ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି। ଏନେଇ ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି କ୍ରମରେ କାର୍ତ୍ତିକ ହାତରେ ଛତା ଧରି ସାରାଙ୍କୁ ଓଦା ହେବାରୁ ବଞ୍ଚାଉଥିବାର କିଛି ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି। ପ୍ରଶଂସକମାନେ ଏହାକୁ ଦେଖି କାର୍ତ୍ତିକ ସାରାଙ୍କୁ ଯତ୍ନ କରୁଥିବା କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ନିୟମ ସହ ଏହି ଦିନ ଆରମ୍ଭ ହେବ ବିଗ୍‌ ବସ ସିଜିନ-୧୪

ମୁମ୍ବାଇ: ଟେଲିଭିଜନର ବେଶ୍‌ ଲୋକପ୍ରିୟ ରିୟଲିଟି ଶୋ’ ବିଗ୍‌ ବସର ନୂଆ ସିଜିନ୍‌ ପୁଣି ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାକୁ ଆସୁଛି। ଚଳିତ ବର୍ଷ ସେପ୍ଟେମ୍ବର...

ଦଶହରାରେ କର୍ମଚାରୀଙ୍କୁ କାର୍‌ ଉପହାର ଦେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ କେବଳ ଅଭିନୟ ପାଇଁ ନୁହେଁ, ବରଂ ତାଙ୍କ ଉଦାରତା ପାଇଁ ମଧ୍ୟ ଜଣାଶୁଣା। ସେ ଦଶହରା ଉପଲକ୍ଷେ ତାଙ୍କ...

ମୁହଁ ଲୁଚାଇ ଇଦ୍‌ ପାଳିଲେ ସାରା-କାର୍ତ୍ତିକ

ମୁମ୍ବାଇ,୬।୬: ବି ଟାଉନର ଚର୍ଚ୍ଚିତ ଯୋଡି ସାରା ଅଲ୍ଲୀ ଖାଁ ଓ କାର୍ତ୍ତିକ ଆର୍ୟନ ଏବେ ପୁଣି ଚର୍ଚ୍ଚା ପରିସରକୁ ଚାଲି ଆସିଛନ୍ତି। ବୁଧବାର ଇଦ୍‌...

ସୋସିଆଲ ମିଡିଆରେ କାମ ମାଗିଲେ ଅନୁପମ୍‌ ଖେରଙ୍କ ପୁଅ; ନିର୍ଦ୍ଦେଶକ ଦେଲେ ଏଭଳି ଜବାବ

ବମ୍ବେ: ସୋସିଆଲ ମିଡିଆରେ କାମ ମାଗିଲେ ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କ ପୁଅ ସିକନ୍ଦର। ଏହାକୁ ନେଇ ସେ ଏକ ପୋଷ୍ଟ କରିଛନ୍ତି ମଧ୍ୟ। ଇନ୍‌ଷ୍ଟାଗ୍ରାମରେ...

ଓଲଟା ଯୋଗମୁଦ୍ରା ପୋଜ୍‌ରେ ଏହି ଅଭିନେତ୍ରୀ

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ଏବେ ଲୋକଙ୍କୁ ଫିଟ୍‌ନେସ ମନ୍ତ୍ର ଦେଉଛନ୍ତି। ଯାହାକି ସମସ୍ତଙ୍କର ଆବଶ୍ୟକ। କିଛିଦିନ ପୂର୍ବରୁ ସେ ପ୍ଲାଣ୍ଟ ବେସ୍‌ଡ...

ଜାତୀୟ ଗଣମାଧ୍ୟମରେ ପ୍ରେମିକାଙ୍କୁ ପ୍ରପୋଜ କଲେ ରାହୁଲ ବୈଦ୍ୟ

ବମ୍ବେ: ଜାତୀୟ ଗଣମାଧ୍ୟମରେ ପ୍ରେମିକାଙ୍କୁ ବିବାହ ପାଇଁ ପ୍ରପୋଜକୁ ନେଇ ଚର୍ଚ୍ଚାରେ ରାହୁଲ ବୈଦ୍ୟ। ବିଗ୍‌ବସ୍‌ର ଚଳିତ ସଂସ୍କରଣରେ ସେ ପ୍ରତିଯୋଗୀ ଭାବେ ଓହ୍ଲାଇଛନ୍ତି। ଘରେ...

ବିଜୁବାବୁ ଓ ଓଡ଼ିଆ ଚଳଚ୍ଚିତ୍ର

ଜଣେ ଦୃଢ଼ମନା ରାଜନୀତିଜ୍ଞ ଏବଂ ଦକ୍ଷ ପ୍ରଶାସକ ଭାବେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ଯଥେଷ୍ଟ ଖ୍ୟାତି ରହିଛି। ଜୀବନର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ସକ୍ରିୟ...

ବଳାତ୍କାର ଅଭିଯୋଗ ଆଣିଲେ ଅଭିନେତ୍ରୀ

ବଲିଉଡ୍‌ର ଜଣେ କାଷ୍ଟିଂ ନିର୍ଦ୍ଦେଶକ ଛୋଟ ପରଦାର ଜନୈକା ଅଭିନେତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଓ୍ବେବ୍‌ ସିରିଜ୍‌ରେ କାମ କରୁଥିବା ଅଭିନେତ୍ରୀ କାଷ୍ଟିଂ ନିର୍ଦ୍ଦେଶକ...

Advertisement


Archives

Model This Week

Why Dharitri