ସାରାଙ୍କୁ ଆଣିବାକୁ ଏୟାରପୋର୍ଟ ପହଞ୍ଚିଲେ ଆର୍ୟନ

ମୁମ୍ବାଇ: ନିକଟରେ ସୈଫଙ୍କ ଲଳନା ତଥା ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ଇମତିଆଜ୍‌ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲଭ୍‌ ଆଜ କଲ୍‌-୨’ର ଶୁଟିଂ ସାରିବା ପରେ ମା’ ଅମୃତା ଓ ଭାଇ ଇବ୍ରାହିମ୍‌ଙ୍କ ସହ ଲଣ୍ଡନ ଛୁଟି ମନାଇବାକୁ ଯାଇଥିଲେ। ବୁଧବାର ବିଳମ୍ବିତ ରାତିରେ ସାରା ତାଙ୍କ ପରିବାରଙ୍କ ସହ ମୁମ୍ବାଇ ଫେରିଥିବା ବେଳେ କାର୍ତ୍ତିକ ଆର୍ୟନ ତାଙ୍କୁ ଆଣିବା ପାଇଁ ଏୟାରପୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ସେ ମୁହଁ ଲୁଚାଇ ଚାଲିଯିବାର ଚେଷ୍ଟା କରୁଥିବା ବେଳେ କ୍ୟାମେରା ଆଖିରୁ କିନ୍ତୁ ଖସିଯାଇପାରି ନ ଥିଲେ। ଇମତିଆଜଙ୍କ ଫିଲ୍ମରୁ ସାରା ଓ କାର୍ତ୍ତିକ ପ୍ରଥମ ଥର ଏକାଠି ସ୍କ୍ରିନ ଶେୟାର କରୁଥିବା ବେଳେ ଉଭୟ ପରସ୍ପରଙ୍କୁ ଡେଟ୍‌ କରୁଥିବା ନେଇ ବି-ଟାଉନରେ ଚର୍ଚ୍ଚା ଲାଗିରହିଛି। ପୂର୍ବରୁ ସାରା କାର୍ତ୍ତିକଙ୍କୁ ପସନ୍ଦ କରନ୍ତି ବୋଲି ରିୟଲିଟି ଶୋ’ରେ ମଧ୍ୟ କହିସାରିଛନ୍ତି। ବହୁଥର ଦୁଇଜଣ ଏକାଠି ବୁଲୁଥିବାର ନଜର ଆସିଥିବା ବେଳେ ଉଭୟଙ୍କ ମଧ୍ୟରେ ଭଲ ବଣ୍ଡିଂ ଥିବା ଦେଖିବାକୁ ମିଳିଛି। ତେବେ ଦୁହିଁଙ୍କୁ ପରଦାରେ ଏକାଠି ଦେଖିବାକୁ ଫ୍ୟାନ୍ସମାନେ ଉତ୍ସାହିତ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତବର୍ଷ ଦୀପାବଳି ପାଳିବେନି ଆଲିଆ!

ନିଜର ଦମ୍‌ଦାର ଅଭିନୟ ଏବଂ କ୍ୟୁଟ୍‌ନେସ୍‌ ପାଇଁ ଖୁବ୍‌ କମ୍‌ ସମୟ ମଧ୍ୟରେ ବଲିଉଡ୍‌ରେ ନଁା କରିଥିବା ଅଭିନେତ୍ରୀ ଆଲିଆ ଭଟ୍ଟ। କୌଣସି ନା କୌଣସି...

ମାତ୍ର ୧୩ ବର୍ଷ ବୟସରୁ ହିଁ ଏହି ଅଭିନେତ୍ରୀ ମା’ ଚରିତ୍ରରେ ଆସିଥିଲେ ନଜର

ମୁମ୍ବାଇ: ନିଜର ଦମ୍‌ଦାର ଅଭିନୟ ଓ ଡ୍ୟାନ୍ସରେ ସମସ୍ତଙ୍କୁ ବାନ୍ଧି ରଖିଥିବା ବଲିଉଡ୍‌ର ଚାନ୍ଦିନୀଙ୍କ ମଙ୍ଗଳବାର ଜନ୍ମଦିନ। ୧୩ ଅଗଷ୍ଟ ୧୯୬୩ ଶିବକାଶୀରେ ଅଭିନେତ୍ରୀ ଶ୍ରୀଦେବୀଙ୍କ...

କରଣ ଜୋହରଙ୍କ ଫିଲ୍ମ ଅଫରକୁ ପ୍ରତ୍ୟାଖାନ କରିଥିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଚନ୍ଦ୍ରଚୂଡ଼ ସିଂ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ସମ୍ପର୍କରେ କିଛି କଥା ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ଏକ...

ଇଶାନ-ଜାହ୍ନବୀଙ୍କ ସମ୍ପର୍କକୁ ନେଇ କ’ଣ କହିଲେ ବାପା ବୋନି କପୁର

ମୁମ୍ବାଇ: ବି ଟାଉନରେ ଲଭ୍‌ବାର୍ଡ ଜାହ୍ନବୀ କପୁର ଓ ଇଶାନ ଖଟ୍ଟରଙ୍କ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ। ଫିଲ୍ମ ‘ଧଡକ’ରୁ ଜାହ୍ନବୀ ବଲିଉଡ୍‌ରେ ଡେବ୍ୟୁ...

ବିବାହକୁ ନେଇ ଦୁଃଖ ପ୍ରକାଶ କଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ଏବେ ୫୩ ବର୍ଷରେ ପଦାର୍ପଣ କଲେଣି। ହେଲେ ଏବେବି ସେ ବଲିଉଡ୍‌ର ମୋଷ୍ଟ ଓ୍ବାଣ୍ଟେଡ ବ୍ୟାଚେଲର। କିନ୍ତୁ ତାଙ୍କ ବିବାହକୁ ନେଇ...

‘ବେଲ୍‌ ବଟମ୍‌’ର ଫାଷ୍ଟ ଲୁକ୍‌ ରିଲିଜ୍‌: ଡିଫରେଣ୍ଟ ଲୁକ୍‌ରେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ବକ୍ସ ଅଫିସ୍‌ରେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇଆସୁଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର। ବକ୍ସ ଅଫିସରେ ଫିଲ୍ମ ହାଉସ୍‌ଫୁଲ-୪...

୩୫ ବର୍ଷରେ ସୋନମ୍‌ କପୁର

ମୁମ୍ବାଇ,୯।୬: ବଲିଉଡ୍‌ ନାୟିକା ସୋନମ୍‌ କପୁର ମଙ୍ଗଳବାର ୩୫ ବର୍ଷରେ ପାଦ ଥାପିଛନ୍ତି। ୧୯୮୫ ଜୁନ୍‌ ୯ରେ ମୁମ୍ବାଇର ଚେମ୍ବୁରଠାରେ ସେ ଜନ୍ମ ଗ୍ରହଣ କରିଥିଲେ।...

ଘର ଖର୍ଚ୍ଚ ପାଇଁ ଗହଣା ବିକିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ୍‌ (ପିଏମ୍‌ସି)ବ୍ୟାଙ୍କର ମାନ୍ଦାବସ୍ଥା ଏହାର ଗ୍ରାହକଙ୍କ ଜୀବନଶୈଳୀକୁ ପ୍ରଭାବିତ କରିଛି। ପରିସ୍ଥିତି ଏପରି ହୋଇଛି ଯେ, କେବଳ ସାଧାରଣ ଗ୍ରାହକ...

Coronavirus Update

Archives

Model This Week

Why Dharitri