ସାରଙ୍ଗଧର, ବାଜି ରାଉତ ସେତୁରେ ଆଲୋକୀକରଣ ବ୍ୟବସ୍ଥା ନୋହିଲା; ସଞ୍ଜ ନଇଁଲେ ଗୋଡ଼ାଉଛି ଭୟ

ଢେଙ୍କାନାଳ ଅଫିସ, ୧୨।୮: ଢେଙ୍କାନାଳ ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସାରଙ୍ଗଧର ସେତୁ ଏବଂ ବାଜି ରାଉତ ସେତୁ ଉପରେ ଆଲୋକୀକରଣ ବ୍ୟବସ୍ଥା ଫଳକରେ ସୀମିତ ରହିଛି। ଜିଲାବାସୀଙ୍କ ଲାଇଫ୍‌ ଲାଇନ କୁହାଯାଉଥିବା ଉକ୍ତ ଦୁଇ ବ୍ରିଜ୍‌ ଉପରେ ସଞ୍ଜ ଗଡ଼ିଲେ ରାଜୁତି କରୁଛି ଅନ୍ଧାର। ଅସାମାଜିକମାନେ ଦୌରାତ୍ମ୍ୟ ସୃଷ୍ଟି କରୁଛନ୍ତି। ଭୟ ଆତଙ୍କରେ ଜୀବନକୁ ବାଜି ଲଗାଇ ପଥଚାରୀମାନେ ଯାତାୟାତ କରୁଥିବାବେଳେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଳାଗିଛି।
ଢେଙ୍କାନାଳ-କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ବାହ୍ମଣୀ ନଦୀ ଉପରେ ନିର୍ମିତ ହୋଇଛି ସାରଙ୍ଗଧର ସେତୁ। ୧ କିମି ୩୩୫ ମିଟର ଦୈର୍ଘ୍ୟ ବିଶିଷ୍ଟ ଉକ୍ତ ବ୍ରିଜ୍‌ରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ପାଇଁ ୪୮ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ୨୦୧୯ ମାର୍ଚ୍ଚ ୩ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ କାମାକ୍ଷାନଗର ବିଧାୟକ ତଥା ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ସେହିପରି ଗଁଦିଆ ବ୍ଲକ ମନ୍ଦାର ଏବଂ ଭୁବନ ବ୍ଲକ ମଧ୍ୟରେ ଯାତାୟାତ ବ୍ୟବସ୍ଥା ସୁଗମ କରିବାକୁ ଲୋକାର୍ପିତ ହୋଇଛି ବାଜି ରାଉତ ସେତୁ, ଯାହାର ଦୈର୍ଘ୍ୟ ୧କିମି ୨୨୫ ମିଟର। ଏଥିରେ ଆଲୋକୀକରଣ ବ୍ୟବସ୍ଥା ପାଇଁ ୪୬ ଲକ୍ଷ ଟଙ୍କା ଅଟକଳ କରାଯାଇଛି। ଭିତ୍ତିପ୍ରସ୍ତର ସ୍ଥାପନର ୩ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା। ଏହାପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ବିଭାଗୀୟ ଯନ୍ତ୍ରୀ ଏବଂ ଅଧିକାରୀଙ୍କ ହାତବାରିସି ସାଜିଥିବା ଏକ ଠିକାସଂସ୍ଥା ଟେଣ୍ଡର ସମୟରେ ପ୍ରମୁଖ କମ୍ପାନୀର ଜାଲ କୋଟେଶନ ଦାଖଲ କରିଥିଲା। ଘଟଣା ପ୍ରଘଟ ହେବାପରେ ଏହାକୁ ନେଇ ପ୍ରତିବାଦର ସ୍ବର ଉଠିଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ବେଳେ କୋଟେଶନ ଜାଲ୍‌ ଥିବା ସ୍ପଷ୍ଟ ହୋଇଥିଲା ଏବଂ ଟେଣ୍ଡର ପ୍ରକ୍ରିୟା ବାତିଲ କରିଦିଆଯାଇଥିଲା। ଏହାପରେ ଆଲୋକୀକରଣ ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଭୁଲିଯାଇଛି ପୂର୍ତ୍ତ ବିଭାଗ। ଏ ନେଇ ଜିଲା ପ୍ରଶାସନଠାରୁ ଆରମ୍ଭ କରି ପୂର୍ତ୍ତ ବିଭାଗ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଗୁରୁତ୍ୱ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ଉଲ୍ଲେଖଯୋଗ୍ୟ, ସାରଙ୍ଗଧର ସେତୁ ଲୋକାର୍ପଣକୁ ୨୬ବର୍ଷ ପୂରଣ ହୋଇସାରିଥିବାବେଳେ ୨୦୧୬ରେ କାର୍ଯ୍ୟକ୍ଷମ ହୋଇଛି ବାଜି ରାଉତ ସେତୁ।
ଏ ସଂକ୍ରାନ୍ତରେ ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କୁହନ୍ତି, ଜାଲ କୋଟେଶନ ଧରାପଡ଼ିବା ପରେ ଟେଣ୍ଡର ବାତିଲ କରିଦିଆଯାଇଥିଲା। ଏହାପରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଗଲା। ଫଳରେ କାମ ଆଉ ଆଗେଇ ପାରିନାହିଁ। ଏବେ ପୁଣିଥରେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…

କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କୂଳ ଲଙ୍ଘିଲା ବ୍ରାହ୍ମଣୀ ନଦୀ, ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା

ପଟ୍ଟାମୁଣ୍ଡାଇ,୧୬।୮(କଳ୍ପତରୁ ନାୟକ): ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି…

ତାତିଲେ ଚାଷୀ, ଜେସିବି ଲଗାଇ କାଟିଦେଲେ ଘାଇ, ପାଣିରେ ବୁଡ଼ିଲା ଶହଶହ ଏକର ଚାଷଜମି

ମହାକାଳପଡ଼ା,୧୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାନଦୀରେ ବନ୍ୟା ଓ ବର୍ଷା ଜଳ ଖରିଫ ଋତୁରେ ଧାନ ଫସଲ ପ୍ରଭାବିତ ହୋଇଛି। ଫଳରେ ୫ ହଜାରରୁ ଅଧିକ ହେକ୍ଟର ଜମିରେ…

କାଲି ଏହି ଜିଲାରେ ସ୍କୁଲ ଛୁଟି, ଜାଣନ୍ତୁ…

କେନ୍ଦୁଝର,୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର…

କାର-ବୁଲେଟ୍ ମୁହାଁମୁହିଁ ଧକ୍କା, ଚାଲିଗଲା ବିଏସଏଫ ଯବାନଙ୍କ ଜୀବନ

ରିଆମାଳ,୧୬।୮(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ କୁଣ୍ଢେଇଗୋଳା ଥାନା କଟାସର ଶିବ ମନ୍ଦିର‌ ଘାଟିରେ ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା ।…

ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…

ବ୍ୟବସାୟୀ ଅପହରଣ ମାମଲା: ହନୁମାନ ପଇସା ପାଇଁ ଅଭିଯୁକ୍ତ ଦେଇଛନ୍ତି ୨ କୋଟି ୭୦ ଲକ୍ଷ, ଏସ୍‌ପି କହିଲେ ଆହୁରି…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ମାମଲାରେ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର କ୍ଷୀତିଶ ସାହୁଙ୍କୁ ଭୁବନେଶ୍ବରରୁ ଗିରଫ…

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri