ସାରଗାଁ ବଜାରରେ ଥିବା ମଦ ଦୋକାନ ଉଚ୍ଛେଦ ଦାବି: ଅବକାରୀ ଅଫିସ୍‌ ଘେରିଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ,୨୦।୮-ବାଲେଶ୍ୱର ଜିଲା ରେମୁଣା ବ୍ଲକ ସାରଗାଁ ବଜାର ମଧ୍ୟରେ ଥିବା ମଦ ଦୋକାନ ଉଚ୍ଛେଦ ପାଇଁ ଉକ୍ତ ପଞ୍ଚାୟତର ମହିଳା ଓ ପୁରୁଷ ମଙ୍ଗଳବାର ଜିଲା ଅବକାରୀ ଅଫିସ୍‌କୁ ଘେରାଉ କରିଥିଲେ। ସାରଗାଁ ସରପଞ୍ଚ ରବି ନାୟକଙ୍କ ତତ୍ତ୍ୱାବଧାନରେ ଗ୍ରାମବାସୀ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଉପଜିଲାପାଳ ନୀଲୁ ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଜିଲା ଅବକାରୀ ଅଧୀକ୍ଷକ ରାଜେଶ ଭୋତ୍ରାଙ୍କୁ ଭେଟି ମଦ ଦୋକାନ ଉଚ୍ଛେଦ ନିମନ୍ତେ ଆଲୋଚନା କରିଛନ୍ତି।

ସାରଗାଁ ବଜାରରେ ୩ଟି ବିଦ୍ୟାଳୟ, ଭିନ୍ନ ଭିନ୍ନ ମନ୍ଦିର ରହିଛି। ବଜାର ମଝିରେ ମଦ ଦୋକାନ କରାଯାଇ ଥିବାରୁ ବିଭିନ୍ନ ସମୟରେ ଯୁବକମାନେ ମଦ୍ୟପାନ କରି ଗଣ୍ଡଗୋଳ କରୁଛନ୍ତି। ଫଳରେ ସ୍କୁଲ ପିଲା ତଥା ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ମଦ ଦୋକାନ ଉଚ୍ଛେଦ ନେଇ ଆନ୍ଦୋଳନ କରାଯାଇଥିଲା। ପୂର୍ବତନ ଜିଲାପାଳ ରମେଶ ଚନ୍ଦ୍ର ରାଉତ ୭ଦିନ ମଧ୍ୟରେ ସ୍ଥାନାନ୍ତରିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତାହା କାର୍ଯ୍ୟକାରୀ ହୋଇପାରିଲା ନାହଁି। ସନ୍ଧ୍ୟା ୭ଟା ପରେ ରାସ୍ତାରେ ଯିବାକୁ ଝିଅବୋହୂମାନେ ସୁରକ୍ଷିତ ମଣୁନାହାନ୍ତି। ୧୫ଦିନ ମଧ୍ୟରେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ସାରଗାଁ ରାସ୍ତା ଅବରୋଧ ସହ ଅନଶନ କରାଯିବ ବୋଲି ଗ୍ରାମବାସୀ ଲମ୍ବୋଧର ପ୍ରଧାନ, ସତ୍ୟ କୁମାର ମିଶ୍ର, ରଣଜିତ ଦାସ, ଉମାକାନ୍ତ ମହାଳିକ, ଗୌତମ ଦାସ, ପର୍ଶୁରାମ ନାୟକ, ସସ୍ମିତା ବାରିକ, ପାର୍ବତୀ ସେଠୀ, ସବିତା ଦାସ, ସରସ୍ବତୀ ସାହୁ, ପ୍ରଭାତୀ ସାହୁ, ମାନସୀ ରାଉତ ପ୍ରମୁଖ ଚେତାବନୀ ଦେଇଛନ୍ତି।

ଏ ସମ୍ପର୍କରେ ଜିଲା ଅବକାରୀ ଅଧୀକ୍ଷକ ରାଜେଶ ଭୋତ୍ରା କହିଛନ୍ତି, ଅଭିଯୋଗ ହସ୍ତଗତ ହୋଇଛି। ଉକ୍ତ ମଦ ଦୋକାନ ସ୍ଥାନାନ୍ତରିତ କରିବା ପାଇଁ ପୂର୍ବରୁ ନୋଟିସ୍‌ ଦିଆଯାଇଥିଲା। ଏହାକୁ ବିରୋଧ କରି ମଦ ଦୋକାନ ମାଲିକ ହାଇକୋର୍ଟରେ ମାମଲା ରୁଜୁ କରିଥିବାବେଳେ ଏହା ଏବେ ବିଚାରାଧୀନ ରହିଛି। ମାମଲାର ସ୍ଥିତିକୁ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri