ସାରଗାଁ ବଜାରରେ ଥିବା ମଦ ଦୋକାନ ଉଚ୍ଛେଦ ଦାବି: ଅବକାରୀ ଅଫିସ୍‌ ଘେରିଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ,୨୦।୮-ବାଲେଶ୍ୱର ଜିଲା ରେମୁଣା ବ୍ଲକ ସାରଗାଁ ବଜାର ମଧ୍ୟରେ ଥିବା ମଦ ଦୋକାନ ଉଚ୍ଛେଦ ପାଇଁ ଉକ୍ତ ପଞ୍ଚାୟତର ମହିଳା ଓ ପୁରୁଷ ମଙ୍ଗଳବାର ଜିଲା ଅବକାରୀ ଅଫିସ୍‌କୁ ଘେରାଉ କରିଥିଲେ। ସାରଗାଁ ସରପଞ୍ଚ ରବି ନାୟକଙ୍କ ତତ୍ତ୍ୱାବଧାନରେ ଗ୍ରାମବାସୀ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଉପଜିଲାପାଳ ନୀଲୁ ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଜିଲା ଅବକାରୀ ଅଧୀକ୍ଷକ ରାଜେଶ ଭୋତ୍ରାଙ୍କୁ ଭେଟି ମଦ ଦୋକାନ ଉଚ୍ଛେଦ ନିମନ୍ତେ ଆଲୋଚନା କରିଛନ୍ତି।

ସାରଗାଁ ବଜାରରେ ୩ଟି ବିଦ୍ୟାଳୟ, ଭିନ୍ନ ଭିନ୍ନ ମନ୍ଦିର ରହିଛି। ବଜାର ମଝିରେ ମଦ ଦୋକାନ କରାଯାଇ ଥିବାରୁ ବିଭିନ୍ନ ସମୟରେ ଯୁବକମାନେ ମଦ୍ୟପାନ କରି ଗଣ୍ଡଗୋଳ କରୁଛନ୍ତି। ଫଳରେ ସ୍କୁଲ ପିଲା ତଥା ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ମଦ ଦୋକାନ ଉଚ୍ଛେଦ ନେଇ ଆନ୍ଦୋଳନ କରାଯାଇଥିଲା। ପୂର୍ବତନ ଜିଲାପାଳ ରମେଶ ଚନ୍ଦ୍ର ରାଉତ ୭ଦିନ ମଧ୍ୟରେ ସ୍ଥାନାନ୍ତରିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତାହା କାର୍ଯ୍ୟକାରୀ ହୋଇପାରିଲା ନାହଁି। ସନ୍ଧ୍ୟା ୭ଟା ପରେ ରାସ୍ତାରେ ଯିବାକୁ ଝିଅବୋହୂମାନେ ସୁରକ୍ଷିତ ମଣୁନାହାନ୍ତି। ୧୫ଦିନ ମଧ୍ୟରେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ସାରଗାଁ ରାସ୍ତା ଅବରୋଧ ସହ ଅନଶନ କରାଯିବ ବୋଲି ଗ୍ରାମବାସୀ ଲମ୍ବୋଧର ପ୍ରଧାନ, ସତ୍ୟ କୁମାର ମିଶ୍ର, ରଣଜିତ ଦାସ, ଉମାକାନ୍ତ ମହାଳିକ, ଗୌତମ ଦାସ, ପର୍ଶୁରାମ ନାୟକ, ସସ୍ମିତା ବାରିକ, ପାର୍ବତୀ ସେଠୀ, ସବିତା ଦାସ, ସରସ୍ବତୀ ସାହୁ, ପ୍ରଭାତୀ ସାହୁ, ମାନସୀ ରାଉତ ପ୍ରମୁଖ ଚେତାବନୀ ଦେଇଛନ୍ତି।

ଏ ସମ୍ପର୍କରେ ଜିଲା ଅବକାରୀ ଅଧୀକ୍ଷକ ରାଜେଶ ଭୋତ୍ରା କହିଛନ୍ତି, ଅଭିଯୋଗ ହସ୍ତଗତ ହୋଇଛି। ଉକ୍ତ ମଦ ଦୋକାନ ସ୍ଥାନାନ୍ତରିତ କରିବା ପାଇଁ ପୂର୍ବରୁ ନୋଟିସ୍‌ ଦିଆଯାଇଥିଲା। ଏହାକୁ ବିରୋଧ କରି ମଦ ଦୋକାନ ମାଲିକ ହାଇକୋର୍ଟରେ ମାମଲା ରୁଜୁ କରିଥିବାବେଳେ ଏହା ଏବେ ବିଚାରାଧୀନ ରହିଛି। ମାମଲାର ସ୍ଥିତିକୁ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ପିଲାଙ୍କୁ ଛାଡ଼ି ପର ପୁରୁଷ ସହ ମହିଳା ଫେରାର

କଟକ ଅଫିସ,୨୪।୧୧: କଟକ ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପରକୀୟା ପ୍ରୀତିରେ ଅନ୍ଧହୋଇ ମା’ ତା’ର ଦୁଇ ଛୁଆଙ୍କୁ ଛାଡ଼ି ଅନ୍ୟ...

ଲକ୍‌ ଡାଉନ ସମୟରେ ସହଯୋଗର ହାତ ବଢାଇଲା ଡାକବିଭାଗ

ଭବାନୀପାଟଣା,୨୨।୪(ସ୍ବ.ପ୍ର)- କରୋନା ଭୁତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଗତ ୨୪ତାରିଖଠୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହାଦ୍ୱାରା ଅନେକ ଗରୀବ ଅସହାୟ ଲୋକଙ୍କ ଜୀବନ...

କରୋନା ମୁକାବିଲା ପାଇଁ ଗୁରୁକୂଳ ଆଶ୍ରମ ଦେଲା ସହାୟତା

ନୂଆପଡା ଅଫିସ,୧୭ା୪- କରୋନା ମୁକାବିଲା ପାଇଁ ନୂଆପଡା ହରିପୁରସ୍ଥିତ ଗୁରୁକୂଳ ଆଶ୍ରମ ତରଫରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା କରାଯାଇଛି ା ଶୁକ୍ରବାର...

ମହାପ୍ରଭୁଙ୍କ ଖସାପଡ଼ା ନୀତି ସମ୍ପନ୍ନ

ପୁରୀ ଅଫିସ, ୧୦।୮: ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କ ଖସାପଡ଼ା ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ୍ନ କରିଥିଲେ।...

ଷ୍ଟେଟ ବ୍ୟାଙ୍କ ଶାଖା ଉଚ୍ଛେଦକୁ ନେଇ ପ୍ରତିବାଦ: ଜିଲାପାଳ ଅଫିସ ଆଗରେ ଧାରଣା

ବରଗଡ଼ ଅଫିସ, ୧୮।୯: ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗାସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖା ଉଚ୍ଛେଦ ପ୍ରତିବାଦରେ ବୁଧବାର ବୁଗବୁଗା ଗ୍ରାମବାସୀ ଜିଲାପାଳ ଅଫିସ ଆଗରେ...

ନାବାଳିକା ଝିଅକୁ ବଳାତ୍କାର କରି ଜେଲ ଗଲେ ବାପା

ଲାଞ୍ଜିଗଡ଼,୪।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଥାନା ଅଞ୍ଚଳରେ ଏକ ଲଜ୍ଜାକର ଘଟଣା ଘଟିଛି। ୧୨ ବର୍ଷର ନିଜ ଝିଅକୁ ବଳାତ୍କାର କରି ବାପା...

ଅଧିକ ଦରରେ କିରୋସିନ ବିକିବା ଘଟଣା: ରିଟେଲରଙ୍କୁ ନିଲମ୍ବିତ କଲେ ଉପଜିଲାପାଳ

ଖପ୍ରାଖୋଲ, ୬।୬(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତର ବିଭିନ୍ନ ଗାଁରେ ଅଧିକ ଦରରେ କିରୋସିନ ବିକ୍ରି ଘଟଣାରେ ରିଟେଲର ନିଲମ୍ବିତ ହୋଇଛନ୍ତି। ପାଟଣାଗଡ଼ ଉପ...

ବଢୁଛି ମାଟିପାତ୍ର ଚା’ର ଚାହିଦା

ଖୋର୍ଦ୍ଧା ଅଫିସ,୧୫।୧୨: ଶୀତୁଆ ସକାଳେ ଚାହା ଟିକିଏ ମିଳିଗଲେ ମନ ଖୁସି ହୁଏ। ତେଣୁ ରାତି ପାହିଲେ ଲୋକେ ଚା’ ଦୋକାନରେ ଭିଡ଼ ଜମାନ୍ତି। ଖୋର୍ଦ୍ଧା...

Advertisement
Archives

Model This Week