ସାମ୍ନାକୁ ଆସିଲା ଦୁର୍ଘଟଣାଗ୍ରସ୍ତ ୟୁକ୍ରେନ୍‌ ବିମାନର ଭିଡିଓ

କିଏଭ୍‌,୧୦।୧: ଇରାନର ରାଜଧାନୀ ତେହେରାନ ବିମାନ ବନ୍ଦର ନିକଟରେ ବୁଧବାର ୟୁକ୍ରେନର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏବେ ଏହି ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖିବା ପରେ ବିମାନ ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିପାରିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଏହି ବିମାନ ଦୁର୍ଘଟଣାରେ ୧୭୬ ଜଣଙ୍କ ମୃତ୍ୟୁ ହୋଇଥିଲା। ମିଶାଇଲ ଆକ୍ରମଣରେ ଏହି ବିମାନ ଧ୍ୱଂସ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଉଡ଼ାଣର କିଛି ସମୟ ପରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପୂର୍ବରୁ ବିମାନଟି ଏୟାରପୋର୍ଟ ଆଡ଼କୁ ଫେରିଆସିଥିଲା ବୋଲି ଇରାନର ଅଧିକାରୀମାନେ କହିଥିଲେ। ବିମାନର ଦୁଇ ଡାଟା ରେକର୍ଡର (ବ୍ଲାକ୍‌ବକ୍ସ) ମିଳିଥିଲା। କିନ୍ତୁ ତାହା ନଷ୍ଟ ହୋଇଯାଇଥିବା ପ୍ରକାଶ। ବୋଇଙ୍ଗ ୭୩୭-୮୦୦ ବୁଧବାର ସକାଳ ୬ଟା ୧୨ ମିନିଟରେ ତେହେରାନର ଇମାମ ଖୋମେନି ଅନ୍ତର୍ଜାତୀୟ ବିମାନବନ୍ଦରରୁ ୟୁକ୍ରେନ ରାଜଧାନୀ କିଏଭ ଅଭିମୁଖେ ଯାତ୍ରା ପାଇଁ ବାହାରିଥିଲା। ହେଲେ ଉଡ଼ାଣ ଆରମ୍ଭର ମାତ୍ର ୨ ମିନିଟ୍‌ ପରେ ରାଡାର ବାହାରକୁ ଚାଲିଯାଇଥିଲା। କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର କିଛି ସମୟ ପରେ ୪୫ କି.ମି. ଦୂର ଶାହରିଆର କାଉଣ୍ଟିସ୍ଥିତ ଖଲଜ୍‌ର ଏକ ଚାଷଜମିରେ ବିମାନ ଖସିପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪୦ କୃଷକଙ୍କୁ ହତ୍ୟା

ମାଇଡୁଗୁରି, ୩୦।୧୧: ନାଇଜେରିଆର ବର୍ନୋ ରାଜ୍ୟରେ ଇସ୍‌ଲାମୀୟ ଆତଙ୍କବାଦୀ ସଂଗଠନ ବୋକୋ ହାରାମ ସଦସ୍ୟଙ୍କ ଆକ୍ରମଣରେ ୪୦ ଜଣ କୃଷକ ପ୍ରାଣ ହରାଇଛନ୍ତି। ସେମାନେ ଧାନ...

ଟ୍ରମ୍ପ୍‌ ପୁଣି ଫେଲ୍‌: ଓ୍ବିସକୋନସିନ୍‌ ଭୋଟ ଗଣନାରେ ବାଇଡେନ୍‌ ବିଜୟୀ,ପାଣିରେ ପଡ଼ିଲା ୩୦ ଲକ୍ଷ ଡଲାର

ଓ୍ବାଶିଂଟନ,୩୦।୧୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିରୋଧରେ କରିଥିବା ଦାବିରେ ପୁଣି ଅସଫଳ ହୋଇଛନ୍ତି। ସେ ଓ୍ବିସକୋନସିନ୍‌ ରାଜ୍ୟର ୨ଟି ବଡ଼ କାଉଣ୍ଟିର...

ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ

ଲଣ୍ଡନ,୨ା୬: ମାର୍ଚ୍ଚ ୨୦୨୦ ପରଠାରୁ ବ୍ରିଟେନରେ କରୋନା ଜନିତ ମୁତ୍ୟୁ ହୋଇନାହିଁ। ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ ରହିଛି।...

ଟ୍ରେନ୍‌ ଦୁର୍ଘଟଣାରେ ଗଲା ୨୯ଜଣଙ୍କ ଜୀବନ

ଇସ୍‌ଲାମାବାଦ,୩।୭: ପାକିସ୍ତାନରେ ଶୁକ୍ରବାର ଏକ ଟ୍ରେନ୍‌ ଦୁର୍ଘଟଣାରେ ୨୯ଜଣଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନର ପଞ୍ଜାବ ପ୍ରଦେଶର ଶେଖପୁରା ଅଞ୍ଚଳରେ ମାନବ ବିନୀନ ଫାଟକରେ ତୀର୍ଥଯାତ୍ରୀଙ୍କୁ ନେଇ...

ଅନ୍ତର୍ଜାତୀୟ ଯୋଗ ଦିବସ: ଆୟୁର୍ବେଦ ମୋବାଇଲ୍‌ ଆପ୍‌ ଲଞ୍ଚ୍‌ କରିବ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ନ୍ୟୁୟର୍କ,୧୮।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ଆୟୁର୍ବେଦ ଚିକିତ୍ସାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏକ ନୂତନ ପରିଚିତି ଦେବାକୁ ଯାଉଛି। ଏହି ଅବସରରେ ବିଶ୍ୱ...

ଗାଈ ଆଲିଙ୍ଗନ ପାଇଁ ୨୦୦ ଡଲାର…

ଓ୍ବାଶିଂଟନ,୩୧।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ ସାମାଜିକ ଦୂରତା ଯୋଗୁ ପରସ୍ପର ମଧ୍ୟରେ ସାକ୍ଷାତ୍‌ ହେବା ସମ୍ଭବ ହେଉନାହିଁ। ଆମେରିକାରେ ଏବେ ଗାଈ...

ଆୟୁଷ କମୁଛି ୭ ବର୍ଷ: ଇଣ୍ଡୋ-ଗାଙ୍ଗେଟିକ୍‌ ସମତଳ ଅଞ୍ଚଳ ଲୋକେ ଅଧିକ ପ୍ରଭାବିତ

ନୂଆଦିଲ୍ଲୀ/ସିକାଗୋ,୩୧।୧୦: ଭାରତରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏହାଦ୍ୱାରା ଲୋକଙ୍କ ହାରାହାରି ଆୟୁଷ ୭ ବର୍ଷ କମୁଛି ବୋଲି ସିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ୍‌...

ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ତାଲିବାନ୍‌ ପ୍ରତିଷ୍ଠାତା

କାବୁଲ,୧୫।୯: ତାଲିବାନ୍‌ ଉପ ପ୍ରତିଷ୍ଠାତା ତଥା ବର୍ତ୍ତମାନ ଆଫଗାନିସ୍ତାନର ଉପ ପ୍ରଧାନମନ୍ତ୍ରୀ ମୁଲା ଅବଦୁଲ ଘନି ବରାଦରଙ୍କୁ ଚଳିତ ବର୍ଷର ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ...

Advertisement


Archives

Model This Week