ସାମାଜିକ ଦୂରତା ନିୟମ ଉଲ୍ଲଂଘନ: ରୋମାନିଆ ପ୍ରଧାନମନ୍ତ୍ରୀ ଦେଲେ ୬୦୦ ଡଲାର ଜରିମାନା

ବୁକାରେଷ୍ଟ୍‌,୩୧।୫: କରୋନା ମହାମାରୀ ସଂକ୍ରମଣ ସଙ୍କଟ ସମୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପୃଥିବୀର ବିଭିନ୍ନ ଦେଶରେ ନିୟମ ଜାରି ହୋଇଛି। ଏହାର ଉଲ୍ଲଂଘନ କରି ରୋମାନିଆ ପ୍ରଧାନମନ୍ତ୍ରୀ ଲୁଡୋଭିକ୍‌ ଓର୍ବାନ୍‌ଙ୍କୁ ୬୦୦ ଡଲାର ଜରିମାନା ଦେବାକୁ ପଡ଼ିଛି। ସ୍ଥାନୀୟ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ବହିର୍ବ୍ୟାପାର ମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ସହିତ ମିଶି ଏକାଠି ବସିଥିବାର ଏକ ଫଟୋ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଏକ ଟେବୁଲରେ ମଦ ବୋତଲ ଏବଂ ଖାଦ୍ୟ ସାମଗ୍ରୀ ରହିଛି। ନିଜେ ପ୍ରଧାନମନ୍ତ୍ରୀ ଧୂମ୍ରପାନ କରୁଛନ୍ତି। ଫଟୋରେ କେହି ସାମାଜିକ ଦୂରତା ନିୟମକୁ ପାଳନ କରୁ ନ ଥିବା ଦେଖିବାକୁ ମିଳୁଛି। ମେ ୨୫ରେ ପ୍ରଧାନମନ୍ତ୍ରୀଙ୍କ ୫୭ତମ ଜନ୍ମ ଦିନରେ ଏହି ଫଟୋ ଉଠାଯାଇଥିଲା। ଫଟୋରେ ସାମାଜିକ ଦୂରତା ବଜାୟ ରଖା ଯାଇ ନ ଥିବାରୁ ଆଇନ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କୁ ଜରିମାନା ଦେବାକୁ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ଉପତ୍ୟକାରେ ନବଜାତ ଶିଶୁକନ୍ୟାଙ୍କର କୁଆଁ ରାବ: ମାଟି ତଳେ ଜନ୍ମ ନେଲେ, ୩୦ ଘଣ୍ଟା ପରେ ଉଦ୍ଧାର…

ଇସ୍ତାନବୁଲ,୮।୨ : ତୁର୍କୀ ଏବଂ ସିରିଆରେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ୩୦ ହଜାରରୁ ଅଧିକ ଲୋକଙ୍କ ଆହତ...

ଆଜି ରାଜ୍ୟରୁ ୧୧୪ ପଜିଟିଭ୍‌ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ରବିବାର ୧୧୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୦୭୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

୩୧ ଅଗଷ୍ଟ ଯାଏ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୩୦।୭: କରୋନାର ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣି ଥରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସେବା ଉପରେ ଥିବା ପ୍ରତିବନ୍ଧକକୁ...

୨୪ ଘଣ୍ଟା ମଧ୍ୟରେ ଆମେରିକାରେ ଦୁଇଟି ବଡ ଧରଣର ଗୁଳିକାଣ୍ଡ

ଓହିଓ,୪।୮: ଆମେରିକାର ଓହିଓରେ ହୋଇଥିବା ଦ୍ୱିତୀୟ ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଥିବା କୁହାଯାଉଛି।...

ଆମଠୁ ଟିକସ ନିଅ

ଡାଭୋସ୍‌, ୨୦ା୧: କୋଭିଡ୍‌ ମହାମାରୀବେଳେ ବିଶ୍ୱରେ ବିତ୍ତଶାଳୀଙ୍କ ସମ୍ପତ୍ତି ବହୁଗୁଣିତ ହୋଇଥିବା ଏବଂ ସେମାନଙ୍କଠାରୁ ଅତିରିକ୍ତ ଟିକସ ଆଦାୟ କରି ତାହାକୁ ଉନ୍ନତିମୂଳକ କାର୍ଯ୍ୟରେ ଲଗାଯିବା...

ଥରିଲା ଜାପାନ

ଟୋକିଓ,୧୧ା୬: ରବିବାର ଅପରାହ୍ନରେ ଜାପାନରେ ଭୂକମ୍ପ ଅନୁଭୂତ ହୋଇଛି। ଏଠାରେ ଥିବା ହୋକାଇଡୋରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨...

ପୁଣି ଖୋଲିଲା ପାକିସ୍ତାନର ଅସଲ ମୁଖା

ଇସଲାମାବାଦ୍‌,୨୯।୬: ପାକିସ୍ତାନର ପୁଣି ଥରେ ପୋଲ୍‌ ଖୋଲିଛି। ଏଥର ଦେଶର ଗୃହମନ୍ତ୍ରୀ ଶେଖ ରସିଦ ଅହମ୍ମଦ ତାଙ୍କ ଦେଶର ପୋଲ୍‌ ଖୋଲିଛନ୍ତି। ରସିଦ ସ୍ବୀକାର କରିଛନ୍ତି...

ପୁରୁଷୋତ୍ତମପୁର ଏନ୍‌ଏସିର ୩ ୱାଡ୍‌କୁ କଣ୍ଟେଟମେଣ୍ଟ ଜୋନ୍‌ ଘୋଷଣା, ରାସ୍ତା ସିଲ୍

ପୁରୁଷୋତ୍ତମପୁର, ୩୦।୬(ଡି.ଏନ୍‌ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ୫ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ କୋଭିଡ୍‌...

Advertisement
Archives

Model This Week