ଭୁବନେଶ୍ୱର, ୨୫ ।୪(ବ୍ୟୁରୋ)- ରାଜଧାନୀରେ ନିର୍ବାଚନକୁ ନେଇ ପୋଲିସ ମଙ୍ଗଳବାର ବ୍ୟସ୍ତଥିବାବେଳେ ଏପଟେ ରାସ୍ତା ଓ ବଜାରରେ ମାତିଥିଲେ ଲୁଟେରା। ତେବେ ଲୁଟେରା ଜଣକ ଏକ ଦମ୍ପତିଙ୍କଠାରୁ ଲୁଟ୍ କରି ପଳାଉଥିବାବେଳେ ୪ଜଣ ସାମାଜିକ କର୍ମୀ ଗୋଡ଼ାଇ କାବୁ କରିବା ଓ ଲୁଟେରା ଜଣକ ହେଲ୍ମେଟ୍ରେ ଆକ୍ରମଣ କରି ଖସିିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଖାରବେଳନଗର ଥାନା ଅଞ୍ଚଳରେ ଘଟିଥିଲା ଏହି ଘଟଣା। ରାଜସ୍ଥାନର ସୁଧାକର ରତ୍ଓ୍ବା ଖଣ୍ଡଗିରି ଅଞ୍ଚଳରେ ପରିବାର ସହ ରହିବା ରୁହନ୍ତି। ସେ ଏକ ଘରୋଇ କଲେଜର କର୍ମଚାରୀ। ମଙ୍ଗଳବାର ସନ୍ଧ୍ୟାରେ ସୁଧାକର ତାଙ୍କ ସ୍ତ୍ରୀ ଭାରତୀଙ୍କ ସହ ମାଷ୍ଟର କ୍ୟାଣ୍ଟିନସ୍ଥିତ ଏକ ଜୁଏଲାରୀ ଦୋକନକୁ ଆସିଥିଲେ। ସେଠାରୁ ବାହାରିବାପରେ ଲୁଟେରା ଜଣକ ଭାରତୀଙ୍କ ହାତରୁ ଭ୍ୟାନିଟି ବ୍ୟାଗ ଝାମ୍ପିନେଇ ଫେରାର ହୋଇଯାଉଥିଲେ। ଚିତ୍କାର ଶୁଣି ସେଠାରେ ଉପସ୍ଥିତ ଥିବା ଫନିକ୍ସ ସେବାର ସଦସ୍ୟମାନେ ଦୁଇଟି ବାଇକରେ ଉକ୍ତ ଲୁଟେରାଙ୍କ ପିଛା କରିଥିଲେ। କିଛି ସମୟ ପରେ ସେମାନେ ଅତି ସାହସିକତାର ସହ ଉକ୍ତ ଲୁଟେରାଙ୍କୁ ଗୋଡାଇ ରବି ଟକିଜ ଛକ ନିକଟରେ କାବୁ କରିଥିଲେ। କିଛି ସମୟ ଧରି ଲୁଟେରାଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଶେଷରେ ଲୁଟେରା ଜଣକ ପିନ୍ଧିଥିବା ହେଲ୍ମେଟ୍ରେ ଆକ୍ରମଣ କରିବା ସହ ନିଜ ବାଇକ୍ ଓ ଲୁଟ୍ ଭ୍ୟାନିଟ ବ୍ୟାଗ୍ ଛାଡ଼ି ଦୌଡ଼ିଥିଲେ। ପରେ ସାମାଜିକ କର୍ମୀମାନେ ସେସବୁକୁ ଆଣି ପୋଲିସ ଜିମା ଦେଇଛନ୍ତି। ଉକ୍ତ ବ୍ୟାଗରେ ନଗଦ ୪ ହଜାର ଟଙ୍କା, ନୂଆ ଅଳଙ୍କାର ଓ ଜରୁରୀ କାଗଜ ପତ୍ର ରହିଥିଲା। ଏନେଇ ପୋଲିସ ୧୧୩/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ତେବେ ଲୁଟେରା ଛାଡ଼ିଯାଇଥିବା ବାଇକଟି ମଧ୍ୟ ଚୋରି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ସାମାଜିକ କର୍ମୀଙ୍କୁ ହେଲ୍ମେଟରେ ପିଟି ଖସିଗଲେ ଲୁଟେରା: ଚୋରି ବାଇକ, ଲୁଟ୍ ଭ୍ୟାନିଟି ପୋଲିସ ଜିମା

ନବ ଦାସଙ୍କ ହତ୍ୟା ହିଁ ଝାରସୁଗୁଡ଼ାର ମୁଖ୍ୟ ପ୍ରସଙ୍ଗ ହେବ: ଧର୍ମେନ୍ଦ୍ର
ଭୁବନେଶ୍ବର, ୧୪ା୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ଦଳୀୟ ପ୍ରସଙ୍ଗ କ’ଣ ରହିବ, ସେ ସମ୍ପର୍କିତ ପ୍ରଶ୍ନରେ ଧର୍ମେନ୍ଦ୍ର କହିଛନ୍ତି, ଦୁର୍ଭାଗ୍ୟବଶତଃ ଝାରସୁଗୁଡ଼ା ଉପନିର୍ବାଚନ ଯେଉଁଥିପାଇଁ ହେଉଛି, ତାହା...

୬ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି
ଭୁବନେଶ୍ୱର, ୧୦।୬(ବ୍ୟୁରୋ)-ରାଜ୍ୟର ୬ କୁଳପତିଙ୍କ କାର୍ଯ୍ୟକାଳ ବଢ଼ିଛି। ଉତ୍କଳ ବିଶ୍ୱବିଦ୍ୟାଳୟ, ରମାବେଦୀ ମହିଳା ବିଶ୍ୱବିଦ୍ୟାଳୟ, ଖଲିକୋଟ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ...

୧୩ରେ ଭୁବନେଶ୍ୱର ୟୁନିଟ-୧ ହାଟ ବନ୍ଦ
ଭୁବନେଶ୍ୱର, ୧୧।୯(ବ୍ୟୁରୋ): ନିଟ୍ ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଆସନ୍ତା ୧୩ ତାରିଖରେ ୟୁନିଟ-୧ ହାଟକୁ ୬ ଘଣ୍ଟା ପାଇଁ ବନ୍ଦ...

ସବୁଠୁ ବଳିଗଲା ସ୍ମାର୍ଟ ଜନପଥର ଦୃଶ୍ୟ
ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼ (ବିଏସ୍ସିଏଲ) ପକ୍ଷରୁ ଜନପଥକୁ ସ୍ମାର୍ଟ କରିବା ଲାଗି ପ୍ରଚେଷ୍ଟା ଚାଲିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ବିଭିନ୍ନ ପ୍ଲାନିଂ...

ଆକର୍ଷଣ ସାଜିଛି ହାତ ତିଆରି ସାମଗ୍ରୀ
ଭୁବନେଶ୍ୱର, ୨୫।୨ (ବ୍ୟୁରୋ) :ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନ ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ହସ୍ତଶିଳ୍ପ...

ଆଉ ୬ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୧୨।୯(ବ୍ୟୁରୋ): ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି କରୋନା। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ବାଲେଶ୍ୱର...

ରାଜ୍ୟ ଜମି ଦେଲେ ଭୁବନେଶ୍ୱରରେ ଶୀଘ୍ର ନୂଆ ଏୟାରପୋର୍ଟ: କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ଖୁବ୍ଶୀଘ୍ର ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ଅନ୍ତର୍ଜାତୀୟ ଏୟାରପୋର୍ଟ। ରାଜ୍ୟ ସରକାର ଯେତେଶୀଘ୍ର ଜମି ଯୋଗାଇ ଦେବେ, ସେତେ ଶୀଘ୍ର କାର୍ଯ୍ୟ ଆରମ୍ଭ...

୧୦ ଜିଲାର ଏସ୍ଏଚ୍ଜିଙ୍କୁ ଦକ୍ଷତା ତାଲିମ
ଭୁବନେଶ୍ୱର, ୨୨।୯(ବ୍ୟୁରୋ): ମିଳିତ ଜାତିସଂଘ ମହିଳା (ୟୁଏନ୍ ଓ୍ବିମେନ୍)ର ଭାରତ ପ୍ରତିନିଧି ସୁଶାନ ଜେନ୍ ଫର୍ଗୁଶନ୍ ପ୍ରଥମ ଓଡ଼ିଶା ଗସ୍ତରେ ଆସିଛନ୍ତି। ତାଙ୍କ ନେତୃତ୍ୱରେ ଆସିଥିବା...