Posted inଜାତୀୟ

ସାବରମତୀ ଆଶ୍ରମକୁ ଗସ୍ତ କରିବେ ଟ୍ରମ୍ପ: ଉପହାରରେ ମିଳିବ ଗାନ୍ଧୀଙ୍କ ପସନ୍ଦର ଜିନିଷ

ଅହମଦାବାଦ,୧୯।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଚଳିତ ମାସରେ ଆସୁଛନ୍ତି। ଫେବୃଆରୀ ୨୪ ଓ ୨୫ ଏହି ଦୁଇ ଦିନିଆ ଗସ୍ତରେ ସେ ଗୁଜରାଟର ଅହମଦାବାଦ ଓ ଦିଲ୍ଲୀରେ ରହିବେ। ଏହି ଗସ୍ତ ସମୟରେ ଟ୍ରମ୍ପ ଅହମଦାବାଦର ସାବରମତୀ ଆଶ୍ରମକୁ ମଧ୍ୟ ଯିବେ। ସେହି ସମୟରେ ତାଙ୍କୁ କିଛି ସ୍ବତନ୍ତ୍ର ଉପହାର ଦିଆଯିବ। ଗାନ୍ଧୀ ଆଶ୍ରମ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଉପହାରରେ ଗାନ୍ଧୀଙ୍କ ଚରଖା, ପେନ୍‌ସିଲ୍‌ରେ ତିଆରି ହୋଇଥିବା ପୋଟ୍ରେଟ୍‌ ଓ ଗାନ୍ଧୀଙ୍କ ଲିଖିତ ଏକ ବହି ଦିଆଯିବ ବୋଲି ଟ୍ରଷ୍ଟି ଅମୃତ ମୋଦି କହିଛନ୍ତି। ଏଥିସହ ସେ କହିଛନ୍ତି, ଯେତେବେଳେ ଜଣେ ଭିଆଇପି ବିଦେଶୀ ଏଠାକୁ ଗସ୍ତ କରିଥାନ୍ତି, ପରେ ସେମାନଙ୍କ ପାଇଁ ଏହା ଏକ ସୁନ୍ଦର ସ୍ମୃତି ପାଲଟିଯାଏ। ଏଭଳି କ୍ଷେତ୍ରରେ ଟ୍ରମ୍ପଙ୍କ ଏହି ଗସ୍ତକୁ ମଧ୍ୟ ସୁନ୍ଦର ସ୍ମୃତି କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଅହମଦାବାଦ ବିମାନବନ୍ଦରରୁ ଟ୍ରମ୍ପଙ୍କ ଆସିବା ପରେ ତାଙ୍କୁ ବହୁ ଆଡମ୍ବରରେ ସ୍ବାଗତ କରାଯିବ। ଏଥିପାଇଁ ଭାରତ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟ୍ରମ୍ପ ବିମାନ ବନ୍ଦରରୁ ଓହ୍ଲାଇବା ପରେ ୧୯ଜଣ ଶଙ୍ଖ ବଜେଇବା ସହ ନୃତ୍ୟ ଓ ଫୁଲର ବର୍ଷା କରାଇ ତାଙ୍କୁ ସ୍ବାଗତ କରାଯିବ। ଦୀର୍ଘ ୭କିଲୋମିଟର ପର୍ଯ୍ୟନ୍ତ ରୋଡ ଶୋ’ ହେବା ପରେ ସେ ଗାନ୍ଧୀ ଆଶ୍ରମ ଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ୧୦ ରାଜ୍ୟରେ ନାହିଁ ମହିଳା ହେଲ୍ପ୍‌ଲାଇନ୍‌: ସେଥିରେ ରହିଛି ଭାଜପା ଶାସିତ ୯ ରାଜ୍ୟ

ନୂଆଦିଲ୍ଲୀ,୨।୧୨: ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି। ଦେଶର ୧୦ଟି ରାଜ୍ୟରେ ମହିଳା ହେଲ୍ପ୍‌ଲାଇନ୍‌ ଆରମ୍ଭ ହୋଇ ନାହିଁ। ସେଥିମଧ୍ୟରେ...

ଏମ୍‌ପି ଭାଜପା ନେତୃତ୍ୱକୁ ଉମା ଭାରତୀଙ୍କ ବିରୋଧ

ଭୋପାଳ,୨।୧ : ମଧ୍ୟପ୍ରଦେଶରେ ଭାଜପା ନେତୃତ୍ୱକୁ ଦଳର ବରିଷ୍ଠ ନେତ୍ରୀ ଉମା ଭାରତୀ କିଛିଦିନ ହେଲା ଖୋଲାଖୋଲି ବିରୋଧ କରୁଥିବା ଦେଖାଯାଇଛି। ଏପରିକି ଆଗାମୀ ନିର୍ବାଚନରେ...

୬୩୨ ଗଛକୁ କରାଯିବ ସ୍ଥାନାନ୍ତରଣ…

ନୂଆଦିଲ୍ଲୀ,୧୦।୧୦: ସରକାରୀ ଆବାସିକ କଲୋନୀର ନବୀକରଣ ପାଇଁ ଦିଲ୍ଲୀରେୀ ୬୩୨ ଗଛକୁ ସ୍ଥାନାନ୍ତର କରାଯିବ। ଦକ୍ଷିଣ ଦିଲ୍ଲୀର କସ୍ତୁରବା ନଗରରେ ଥିବା ସରକାରୀ ଆବାସିକ କଲୋନୀର...

ସର୍ବଦଳୀୟ ବୈଠକ: ଗୃହରେ ବେରୋଜଗାରି ଉପରେ ଆଲୋଚନା ହେବାକୁ ଜୋର ଦେଲେ ମୋଦି

ନୂଆଦିଲ୍ଲୀ,୧୭।୧୧: ସଂସଦର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଛି। ଏହାପୂର୍ବରୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଗୃହରେ ସବୁ...

ସିଦ୍ଦାରାମାୟା କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୯ା୫: କର୍ନାଟକ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ୫ ଦିନ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଚଳାବସ୍ଥା ଦୂର ହୋଇଛି। ବରିଷ୍ଠ କଂଗ୍ରେସ ନେତା...

ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୫: ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତ ଶ୍ରମଜୀବିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏମାନେ ହିଁ ସୁନ୍ଦର ଓ ସମୃଦ୍ଧ ଭାରତର ଭିତ୍ତି...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ : ମାନକୋଟ ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼, ୨୯ ଦିନରେ ୪୫ ଥର

ଶ୍ରୀନଗର, ୨୯।୯: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାର ପୁଞ୍ଚ୍‌ ଜିଲାରେ ମଙ୍ଗଳବାର ଭୋର୍‌ ୪ଟା ୩୦ରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ...

କୃଷକ ଆନ୍ଦୋଳନରେ ହିଂସା ପାଇଁ ପାକିସ୍ତାନର ଷଡଯନ୍ତ୍ର

ନୂଆଦିଲ୍ଲୀ,୨୫ ।୧: ସାଧାରଣତନ୍ତ୍ର ଦିବସରେ କୃଷକମାନେ ଟ୍ରାକ୍ଟର ରାଲି କରିବାକୁ ଦିଲ୍ଲୀ ପୋଲିସ ରବିବାର ୩ଟି ମାର୍ଗରେ ଅଧିକାରୀ ସ୍ତରରେ ମଞ୍ଜୁରୀ ପ୍ରଦାନ କରିଛନ୍ତି ।...

Advertisement
Archives

Model This Week