ସାପୁଆରେ ହେବ ସେତୁ

ଢେଙ୍କାନାଳ ଅଫିସ, ୧୪।୯ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ରଥିଆପାଳ ଗ୍ରାମ ନିକଟରେ ପ୍ରବାହିତ ସାପୁଆ ନଦୀରେ ବିଜୁ ସେତୁ ଯୋଜନାରେ ଖୁବ୍‌ ଶୀଘ୍ର ବ୍ରିଜ୍‌ ନିର୍ମାଣ କରାଯିବ। ଏଥିଲାଗି ୫କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବାବେଳେ ଗ୍ରାମ୍ୟ ନିର୍ମାଣ ବିଭାଜନକୁ ଏହାର ଦାୟିତ୍ୱ ଦିଆଯାଇଛି। ଏହି ନଦୀରେ ବ୍ରିଜ୍‌ ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା କରିଥିଲେ। ଏଥିପାଇଁ ୫ କୋଟି ଟଙ୍କା ବ୍ୟୟ ଅଟକଳ ରହିଥିଲା। ପ୍ରଥମ ପର୍ଯ୍ୟାୟରେ ୨ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ହେଲେ ନିର୍ବାଚନ ଆସିଯିବାରୁ କାମ ତ୍ୱରାନ୍ବିତ ହୋଇପାରି ନ ଥିଲା। ବର୍ଷାଦିନ ସରିବା ପରେ ଏହି କାମ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହେବ ବୋଲି କହିଛନ୍ତି ବିଧାୟିକା ସୀମାରାଣୀ ନାୟକ।
ଓଡ଼ାପଡ଼ା ବ୍ଲକର ପାଖାପାଖି ୧୦ଖଣ୍ଡ ଗ୍ରାମର ଦୁଃଖ ପାଲଟିଛି ସାପୁଆ ନଦୀ। ବର୍ଷାଦିନ ଆସିଲେ ଜରିପାଳ, ରଥିଆପାଳ ଏବଂ ନଦୀ ଅପରପାର୍ଶ୍ୱରେ ଅବସ୍ଥିତ ସାନନଡ଼ବ, ବଡ଼ନଡ଼ବ, ଗୋବିନ୍ଦପ୍ରସାଦ ଅଞ୍ଚଳର ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଜରିପାଳ ଏବଂ ରଥିଆପାଳ ଅଞ୍ଚଳର ଛାତ୍ରୀଛାତ୍ରମାନେ ନଦୀ ଅପରପାର୍ଶ୍ୱରେ ଥିବା ରଥିଆପାଳ ୟୁପି ସ୍କୁଲ ଉପରେ ନିର୍ଭରଶୀଳ। ବର୍ଷାଦିନେ ଅଭିଭାବକମାନେ ପିଲାଙ୍କୁ କାନ୍ଧରେ ବସାଇ ଜୀବନକୁ ବାଜି ଲଗାଇ ସ୍କୁଲରେ ପହଞ୍ଚାଇଥାନ୍ତି। ଜରିପାଳ ଗ୍ରାମର ଗଣଶିକ୍ଷକ ବିନୋଦିନୀ ସାମଲ (୪୯) ଦୀର୍ଘ ୧୧ବର୍ଷ ହେଲା ବିପଦସଙ୍କୁଳ ଭାବେ ସାପୁଆ ନଦୀ ପାର ହୋଇ ରଥିଆପାଳ ସ୍କୁଲକୁ ଆସୁଛନ୍ତି। ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ପ୍ରଶାସନ। ଢେଙ୍କାନାଳ ସଦରଠାରୁ ମାତ୍ର ୧୫କିମି ଦୂରରେ ପ୍ରବାହିତ ସାପୁଆ ନଦୀ ଉପରେ ବ୍ରିଜ୍‌ ନିର୍ମାଣ କରିବାକୁ ଲୋକେ ଦୀର୍ଘଦିନ ହେଲା ଦାବି କରି ଆସୁଥିଲେ। ବିଧାୟିକାଙ୍କ ଆଶ୍ୱାସନା ପରେ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।
ଏ ନେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ଉକ୍ତ ଅଞ୍ଚଳର ଗମନାଗମନ ସୁବିଧା ପାଇଁ ଖୁବଶୀଘ୍ର ବିଜୁ ସେତୁ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି। ଜିଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡ଼ା କୁହନ୍ତି, ବିନୋଦିନୀଙ୍କ ସାହସିକତା ପାଇଁ ତାଙ୍କୁ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାଳ ଚାଲୁନି, ପେଟ ପୂରୁନି

ଭୁବନ, ୨୬ା୫ ରାତି ନ ପାହୁଣୁ ଶାଳ ଘରୁ ତାଲା ଖୋଲାଯାଉଥିଲା। ବରାଦ ଅନୁସାରେ ବାସନ ଗଢ଼ାଯାଉଥିଲା। ସେଥିରେ ପୁଣି ଭଳି କି ଭଳି କାରିଗରି।...

ପାଦ ଚାଲିଲା ଦେଢ଼ଶହ କିମି

ଭୁବନ, ୧।୪(ଡି.ଏନ.ଏ.) – କରୋନା ପାଇଁ ଲକ୍‌ଡାଉନ୍‌ରେ ସାରା ଦେଶ। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଗରିବ ଖଟିଖିଆ ଏବଂ ଦିନ ମଜୁରିଆ। ହାତରେ କାମ...

ବୋଝ ଉପରେ ବୋଝ

ଏକଦା ହାତୀକୁ ନେଇ ଗର୍ବ କରୁଥିଲା ଢେଙ୍କାନାଳ। ହେଲେ ଏବେ ହାତୀ-ମଣିଷ ସଂଘର୍ଷ ପାଇଁ ଜାତୀୟସ୍ତରରେ ନିନ୍ଦିତ ହେଉଛି ଏହି ଜିଲା। ବର୍ଷତମାମ ହାତୀ ଉପଦ୍ରବ...

ପୃଥକ୍‌ ଦୁର୍ଘଟଣାରେ ୪ ମୃତ

ଢେଙ୍କାନାଳ ଅଫିସ,୨୮ା୫ଢେଙ୍କାନାଳ ସହରରେ ସୋମବାର ଦୁଇଟି ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି। ଏକ ଟ୍ରକ୍‌ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏକ ଟିପ୍ପର...

‘ସଙ୍କୋଚ କରନାହିଁ, ନାପ୍‌କିନ୍‌ ମାଗ’

କାମାକ୍ଷାନଗର, ୨୯।୫(ଡି.ଏନ୍‌.ଏ.): ଋତୁସ୍ରାବ ଏକ ଜୈବିକ ପ୍ରକ୍ରିୟା। ଏହା ଲଜ୍ଜାକର ବିଷୟ ନୁହେଁ, ବରଂ ଜଣେ ନାରୀ ପାଇଁ ଜରୁରୀ। ଏହା ବିନା ଜଣେ ମହିଳା...

ଜାତୀୟ ରାଜପଥ କାର୍ଯ୍ୟ ନିମ୍ନମାନର; ଭାଙ୍ଗିଯାଉଛି ନବନିର୍ମିତ ଡ୍ରେନ୍‌ ସ୍ଲାବ୍‌

କାମାକ୍ଷାନଗର, ୧୧।୧୧(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଦେଇ ଯାଇଥିବା ୨୦୦ନଂ. ଜାତୀୟ ରାଜପଥର ଦୋହରୀକରଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ହେଲେ ଏହି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା...

କଟକଣାରେ ଜୋରନ୍ଦା ମାଘ ମେଳା: ଏଥର ବି ଶ୍ରଦ୍ଧାଳୁଙ୍କୁ ମନା

ଢେଙ୍କାନାଳ ଅଫିସ, ୩୦।୧: ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମାଘ ମେଳାକୁ ଶ୍ରଦ୍ଧାଳଙ୍କୁ ମନା। ଏ ନେଇ ଜିଲା ପ୍ରଶାସନ କଟକଣା ଜାରି କରିିଛନ୍ତି। ଶ୍ରଦ୍ଧାଳୁଙ୍କୁ ସମ୍ପୂର୍ଣ୍ଣ...

ଢେଙ୍କାନାଳ ଜିଲା ଚିଠି: ଟ୍ରାଫିକ୍‌ ଟେନ୍‌ସନ

ଢେଙ୍କାନାଳ ସମେତ ଜିଲାର ପ୍ରମୁଖ ସହରରେ ଟ୍ରାଫିକ୍‌ ସମସ୍ୟା ଚିନ୍ତାଜନକ ହୋଇଛି। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ମୋଟରଯାନ ସଂଶୋଧିତ ଆଇନ ଲାଗୁ ହୋଇଛି ସତ, ହେଲେ...

Advertisement
Archives

Model This Week