ସାନବାବୁଙ୍କ ସଂରକ୍ଷଣ ନିୟମ

କମଳାକାନ୍ତ ଜେନା

ସୁନ୍ଦରଗଡ଼ କଲେଜରେ ଅଧ୍ୟାପନା କରିବା ସମୟରେ ସାନବାବୁ ମତେ ପଚାରିଲେ, ”ଆପଣ ଶକ୍ତି ସଂରକ୍ଷଣ ନିୟମ ପଢ଼ାନ୍ତି ପରା?“ ମୁଁ କହିଲି, ”ହଁ, କଞ୍ଜରଭେଶନ୍‌ ଅଫ୍‌ ଏନର୍ଜି। ପଦାର୍ଥ ବିଜ୍ଞାନର ଏହା ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ।“ ସେ କହିଲେ, ”ମୁଁ ତ ଆର୍ଟସ୍‌ ପଢୁଥିଲି। ଆପଣଙ୍କର ପାଠ ମୋ ମୁଣ୍ଡରେ ପଶିବନି। କିନ୍ତୁ ମୋର ବି ଗୋଟେ କଞ୍ଜରଭେଶନ୍‌ ନିୟମ ଅଛି, ଆପଣ ସହଜରେ ବୁଝିପାରିବେ।“ ମତେ ଲାଗିଲା, ସେ ମଜା କରୁଛନ୍ତି। ମୁଁ ହସିଦେଇ କହିଲି, ”ବଢ଼ିଆ କଥା।“ ତା’ପରେ ଆଗକୁ ବଢ଼ିଲି। ସେ ପଛରୁ ଡାକି କହିଲେ, ”ଆଜ୍ଞା, ମୋ ନିୟମଟା ନ ଶୁଣି ପଳେଇଗଲେ ଯେ?“ ମୁଁ ଫେରିଆସି ପଚାରିଲି, ”ସତରେ ନା ମଜା କରୁଛନ୍ତି? ଠିକ୍‌ ଅଛି, ତା’ହେଲେ ଆପଣଙ୍କ ସଂରକ୍ଷଣ ନିୟମଟା କୁହନ୍ତୁ।“
ସାନବାବୁ ପଚାରିଲେ, ”ଆପଣ ପଢ଼ିବା ସମୟରେ ବହୁତ ଲେଖୁଥିବେ ନିଶ୍ଚୟ?“ ମୁଁ କହିଲି, ”ହଁ, କ୍ଲାସ୍‌ରେ ସାର୍‌ଙ୍କ ପାଠ ଟିପିନିଏ। ତା’ ପରେ ଘରକୁ ଯାଇ ଗୋଟେ ଦୁଇଟା ବହିରେ ସେସବୁ ବିଷୟକୁ ପୁଣି ପଢ଼େ ଓ ନିଜର ନୋଟ୍‌ ଲେଖେ। ବହୁତ ଲେଖିଛି। କିନ୍ତୁ, ଆପଣ ଏକଥା କାହିଁକି ପଚାରିଲେ?“ ସେ କହିଲେ, ”ମୋ ନିୟମଟା ଠିକ୍‌ ଅଛିକି ନାହିଁ ପରୀକ୍ଷା କରୁଥିଲି।“ ମୁଁ ଆଗ୍ରହର ସହିତ ପଚାରିଲି, ”କ’ଣ ଦେଖିଲେ? ଆପଣଙ୍କ ନିୟମ ଠିକ୍‌ ଅଛି?“ ସେ ଟିକିଏ ରହିଯାଇ କହିଲେ, ”ହଁ, ଠିକ୍‌ ଅଛି।“ ପୁଣି ଉତ୍କଣ୍ଠାର ସହିତ ପଚାରିଲି, ”ଆଚ୍ଛା, ଆପଣଙ୍କ ନିୟମଟା ଏବେ କୁହନ୍ତୁ।“ସାନବାବୁ କହିଲେ, ”ମୁଁ ମାଟ୍ରିକ୍‌ ପରୀକ୍ଷା ଦେବା ପୂର୍ବରୁ ବାପା ଅନେକ ଥର କହିଥିଲେ ଯେ ମନ ଦେଇ ପାଠ ନ ପଢ଼ିଲେ ଜୀବନରେ ବଡ଼ ହୋଇପାରିବିନି। ହେଲେ ମୋର ପଢ଼ାରେ ଆଦୌ ମନ ଲାଗୁ ନ ଥିଲା। ତେଣୁ ବାପାଙ୍କର ସେମିତି କଥା ଶୁଣି ମତେ ବିରକ୍ତ ଲାଗୁଥିଲା। ମୁଁ ସବୁଦିନ ସ୍କୁଲ ଯାଉଥିଲି ସତ, କିନ୍ତୁ ଘରକୁ ଫେରିଲା ପରେ ପାଠକଥା ଭୁଲିଯାଉଥିଲି। ପୁଣି ପରଦିନ ସ୍କୁଲକୁ ଗଲେ ବହି ଖୋଲା ହେଉଥିଲା। ଶେଷରେ ମାଟ୍ରିକ୍‌ ପରୀକ୍ଷାରେ ତୃତୀୟ ଶ୍ରେଣୀରେ ପାସ୍‌ କଲି ଏବଂ କଲେଜରେ ଆର୍ଟସ୍‌ ପଢ଼ିଲି। ମୁଁ ଆର୍ଟସ୍‌ ପଢ଼ିଲି ବୋଲି ବାପାଙ୍କର ମନଟା ଭାଙ୍ଗିଗଲା। ଆର୍ଟସ୍‌ ପାଠକୁ ସହଜ ବୋଲି ଭାବି କଲେଜରେ ପାଠ ନ ପଢ଼ି ସାଙ୍ଗ ଧରି ବୁଲିଲି। ହେଲେ ପରୀକ୍ଷା ବେଳକୁ ବଡ଼ କଷ୍ଟ ପାଇଲି। ବହୁ କଷ୍ଟରେ ଆଇଏ ଓ ବିଏ ପାସ୍‌ କଲି। ବିଏ ପାସ୍‌ ସାର୍ଟିଫିକେଟ୍‌ ଧରି ଅନେକ ଦିନ ବେକାର ବୁଲିଲା ପରେ କଲେଜ ଅଫିସରେ ଏଇ ଚାକିରିଟା ପାଇଲି। ସେତେବେଳକୁ ବାପା ନ ଥିଲେ। ଏମିତି ମୋ ଜୀବନର ସଂଘର୍ଷ ଭିତରେ ମୁଁ ଗୋଟେ ନୂଆ ନିୟମ ଆବିଷ୍କାର କଲି।“
ମୁଁ ପଚାରିଲି, ”ଆଚ୍ଛା, କଞ୍ଜରଭେଶନ୍‌ ନିୟମ?“ ସେ କହିଲେ, ”ହଁ, ଲେଖିବା କାମରେ କଞ୍ଜରଭେଶନ୍‌।“ ମୁଁ ଆଶ୍ଚର୍ଯ୍ୟ ହେଲି। ସେ ବୁଝାଇଦେଲେ, ”ଯେଉଁମାନେ ପଢ଼ିବା ସମୟରେ ବହୁତ ଲେଖନ୍ତି, ସେମାନେ ବଡ଼ ହେଲେ ବଡ଼ ଚାକିରି କରନ୍ତି ଏବଂ କମ୍‌ ଲେଖନ୍ତି। କିନ୍ତୁ ଯେଉଁମାନେ ପଢ଼ିବା ସମୟରେ କମ୍‌ ଲେଖନ୍ତି, ସେମାନେ ଚାକିରି କଲେ ମୋ ପରି ବହୁତ ଲେଖନ୍ତି।“ ସାନବାବୁ ପୁଣି କହିଲେ, ”ଆଉ ଗୋଟେ ଛୋଟିଆ କଥା ବି ଶିଖିଛି। ଆପଣ ତାକୁ ଉପସିଦ୍ଧାନ୍ତ କହିପାରିବେ।“ ମୁଁ କହିଲି, ”ଆଚ୍ଛା, କରୋଲାରି (corollary)। ହଉ କୁହନ୍ତୁ।“
ସେ ବୁଝାଇଦେଲେ, ”ଯିଏ କଲେଜରେ ୭ ବର୍ଷ ସବୁ ଆମୋଦପ୍ରମୋଦଠାରୁ ଦୂରରେ ରହି କଷ୍ଟ କରି ପାଠ ପଢ଼ିବ, ସେ ୭୦ ବର୍ଷ ପର୍ଯ୍ୟନ୍ତ ଆରାମ କରିବ। ଆଉ ଯିଏ ସେହି ୭ ବର୍ଷ ପାଠ ନ ପଢ଼ି ଆରାମ କରିବ, ସେ ୭୦ ବର୍ଷ ପର୍ଯ୍ୟନ୍ତ କଷ୍ଟ ପାଉଥିବ।“ କହିଲି, ଆପଣଙ୍କ ନିୟମ ଓ ଉପସିଦ୍ଧାନ୍ତ ମୋ ମନକୁ ପାଇଲା। ପଚାରିଲି, କେବଳ ବହୁତ ଲେଖିଲେ କି ପଢ଼ିଲେ ଜଣେ ବଡ଼ମଣିଷ ହେଇଯିବ କି? ସେ କହିଲେ, ”ବଢ଼ିଆ କଥାଟେ ପଚାରିଲେ। ଲେଖ, ପଢ଼, ଯାହା କର, ନିଜର ନିଷ୍ଠା ଓ ଏକାଗ୍ରତା ନ ଥିଲେ କିଛି ହୋଇପାରିବନି। ମୁଁ ଲେଖୁ ନ ଥିଲି, କି ମୋ ପଢ଼ାରେ ନିଷ୍ଠା ଓ ଏକାଗ୍ରତା ନ ଥିଲା। ତେଣୁ ମୋ ବାପାଙ୍କ ସ୍ବପ୍ନକୁ ମୁଁ ସାକାର କରିପାରିଲି ନାହିଁ।“
ସାନବାବୁ ଠିକ୍‌ କହିଥିଲେ। ଖାଲି ପଢ଼ିଲେ କିମ୍ବା ଲେଖିଲେ ଜୀବନର ସ୍ବପ୍ନକୁ ସାକାର କରିହେବନି। ଯାହା ବି କର, ନିଷ୍ଠା ଓ ଏକାଗ୍ରତା ଜରୁରୀ। କର୍ତ୍ତବ୍ୟରେ ନିଷ୍ଠା ଓ ଏକାଗ୍ରତା ମଣିଷକୁ ଅମର କରେ। ଠିକ୍‌ ଯେମିତି ଗୁସ୍ତଭ୍‌ ଆଇଫଲ୍‌ଙ୍କୁ ଫ୍ରାନ୍ସର ଆଇଫଲ୍‌ ଟାଓ୍ବାର ଅମର କରିଦେଲା। ନକ୍‌ସାକାର ଗୁସ୍ତଭ୍‌ ୧୮୮୯ ମସିହାରେ ପ୍ୟାରିସରେ ପ୍ରସିଦ୍ଧ ବିଶ୍ୱ ପ୍ରଦର୍ଶନୀ ସକାଶେ ସାମୟିକ ଭାବରେ ପ୍ରବେଶଦ୍ୱାରରେ ଏକ ମିନାର ନିର୍ମାଣ କରିବାର ଦାୟିତ୍ୱ ନେଇଥିଲେ। କିନ୍ତୁ ତାହା ସାମୟିକ ହେଉ କି ସ୍ଥାୟୀ, ଗୁସ୍ତଭ୍‌ ସେହି ମିନାରକୁ ନିଷ୍ଠା ଓ ଏକାଗ୍ରତାର ସହିତ ଅଳଙ୍କୃତ କରୁଥିଲେ। ସମୟ ସହ ତାଳ ଦେଇ ଲୁହାର ସେହି ଜଟିଳ କୀର୍ତ୍ତି ମାତ୍ର ଦିନ କେଇଟା ପାଇଁ ମୁଣ୍ଡ ଟେକୁଥିଲା। ପ୍ରଦର୍ଶନୀ ଶେଷ ହେଲା। କିନ୍ତୁ ସୁଦୃଶ୍ୟ ମିନାର ସମଗ୍ର ଫ୍ରାନ୍ସ ପାଇଁ ପ୍ରତୀକ ଭାବରେ ସେମିତି ଛିଡ଼ା ହୋଇ ରହିଲା ଏବଂ ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ ଭାବରେ ବର୍ଣ୍ଣିତ ହେଲା।
ସହକାରୀ ପ୍ରଫେସର, ଭଦ୍ରକ ଅଟୋନୋମସ
କଲେଜ, ଭଦ୍ରକ, ମୋ-୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

ରାମରାଜ୍ୟର ବାସ୍ତବ ଲକ୍ଷ୍ୟ

ଏବେ ‘ସନାତନ ଧର୍ମ’ ବାକ୍ୟାଂଶ ବା ସ୍ଲୋଗାନ ଅତି ସାଧାରଣ ଭାବରେ ବ୍ୟବହାର ହେଉଛି। ଏହାକୁ ଏକ ପ୍ରାଚୀନ ହିନ୍ଦୁ ଜୀବନଶୈଳୀ ରୂପେ ଉପସ୍ଥାପନ କରାଯାଉଛି, ଯାହା…

ଗୋଇନ୍ଦା ବିଫଳତା-ଉତ୍ତରଦାୟୀ କିଏ

ସାରା ରାଜ୍ୟରେ ବଡ଼ ଜୋରସୋରରେ କୁଖ୍ୟାତ ଅପରାଧୀମାନଙ୍କ ଧରପଗଡ଼ ଚାଲିଛି। କେତେଜଣ ଧରାହୋଇ ଜେଲ କୋଠରିକୁ ଫେରୁଛନ୍ତି ତ ପୁଣି କେତେକେ ପୋଲିସ ଆଖିରେ ଧୂଳିଦେଇ ଫେରାର…

୯ କିଲୋମିଟରର ଅକୁହା କାହାଣୀ

ପ୍ରଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri