ସାନକିରାସିରା ଗ୍ରାମରେ ଗ୍ୟାସ ଟାଙ୍କି ବିସ୍ଫୋରଣ: ଉଡିଗଲା ଆଜବେଷ୍ଟସ ଛପର, ଯୁବକ ମୃତ

ସୋନପୁର,୨୪।୪(ନି.ପ୍ର.)- ସୁବର୍ଣ୍ଣପୁର ଜିଲା ବୀରମହରାଜପୁର ବ୍ଲକ ସାନକିରାସିରା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଇନ୍ଧନ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟି ସିନୁ ପଧାନ(୨୪)ଙ୍କ ମୃତ୍ୟୁ ଘଟିଛି। ସିନୁ ରୋଷେଇ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ବିସ୍ଫୋରଣ ଏତେ ଜୋର ଥିଲା ଯେ ଘର କାନ୍ଥ ଭାଙ୍ଗିବା ସହିତ ଆଜବେଷ୍ଟସ ଛପର ଉଡି ଯାଇଥିଲା । ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମୃତ ଯୁବକ ଅବିବାହିତ ଥିଲେ । ସେ ଗାଁ ମୁଣ୍ଡରେ ଏକ ତେଜରାତି ଦୋକାନ କରିବା ସହିତ ପେଟ୍ରୋଲ ମଧ୍ୟ ବିକ୍ରି କରୁଥିଲେ ବୋଲି ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍‌ ଫେରାଇଦେଲେ ବିଜେଡି ଜିଲା ସଭାନେତ୍ରୀ

ନବରଙ୍ଗପୁର,୨୧।୧(ବି.ପ୍ର.): ନବରଙ୍ଗପୁର ଜିଲା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମିଳିଥିବା ଟିକେଟ୍‌ ଫେରାଇ ଦେଇଛନ୍ତି। ତାଙ୍କୁ ପଞ୍ଚାୟତ ନିର୍ବାଚନରେ ବିଜେଡି...

ଗୀତିକାର ନେତ୍ରାନନ୍ଦ ବାରିକଙ୍କ ପରଲୋକ

ବଲାଙ୍ଗୀର ଅଫିସ, ୬ା୧୨-ବିଶିଷ୍ଟ ଅଭିନେତା ତଥା ବହୁ ଲୋକପ୍ରିୟ ଗୀତର ସ୍ରଷ୍ଟା ନେତ୍ରାନନ୍ଦ ବାରିକ (୬୮)ଙ୍କ ରବିବାର ଅପରାହ୍ନରେ ତାଙ୍କ ବଲାଙ୍ଗୀର ସଦର ବ୍ଲକ ଖୁଜେନ୍‌ପାଲି...

ଝିଅକୁ ନିର୍ଯାତନା ଦେଇ ମାରିଦେଲେ

ଲୋଇସିଂହା,୧୯।୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା କନ୍ଦାଜୁରୀ ପଞ୍ଚାୟତ ଅଧୀନ ଫଟାମୁଣ୍ଡା ଗାଁରେ ବଧୂ ହତ୍ୟା ହୋଇଥିବା ନେଇ ଲୋଇସିଂହା ଥାନାରେ ଏକ ଅଭିଯୋଗ ହୋଇଛି।...

ସମ୍ପତ୍ତିରୁ ମିଳୁନି ଉତ୍ତରାଧିକାରୀ ସୁଯୋଗ

ଅନୁଗୋଳ ଅଫିସ, ୧।୧୧: ପୈତୃକ ସମ୍ପତ୍ତି ସତ୍ତ୍ୱେ ପୁତ୍ରକୁ ମିଳୁନି ଉତ୍ତରାଧିକାରୀ ପ୍ରମାଣପତ୍ର। ଏପରି କି ଦଖଲରେ ଥିଲେ ମଧ୍ୟ ଜାତି, ଆୟ ଓ ବାସିନ୍ଦା ପ୍ରମାଣପତ୍ର...

ଦୁଗ୍ଧ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ: ଚାଲିଗଲା ହେଲପର୍‌ଙ୍କ ଜୀବନ

କଟକ ସଦର,୯ା୭: କଟକ-ନୂଆଗାଁ ଜାତୀୟ ରାଜପଥ କନ୍ଦରପୁର ଥାନା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁଗ୍ଧ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ହେଲପର୍‌...

ହତ୍ୟା କରିଥିବା ସ୍ଥାନ ଦେଖାଇଲେ ଅଭିଯୁକ୍ତ, ଯୁବକଙ୍କ ଦରପୋଡ଼ା ମୃତଦେହ ଜବତ

କେସିଙ୍ଗା,୧୩।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନ ଗୋଦାମର ବୁଦା ନିକଟରୁ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ କର୍ଲାମୁଣ୍ଡା ବ୍ଲକ ରେଗଡ଼ା...

ଡିସେମ୍ବର ୧୫ରୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା:ଗୋଟିଏ ସ୍ଥାନରେ ଦେଶର ଉତ୍କୃଷ୍ଟ ହସ୍ତଶିଳ୍ପ, ହସ୍ତତନ୍ତ

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ) :ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଡିସେମ୍ବର ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ଚତୁର୍ଦ୍ଦଶ...

୭ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩ା୯(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାଛଡା ଝାଡଖଣ୍ଡ ଏବଂ ଓଡିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ...

Advertisement
Archives

Model This Week