ସାଧୁ ବେଶରେ ଚୋରି କରି ୨ ଗିରଫ

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ଚୋରି ପାଇଁ ସାଧୁବେଶ ଭଳି ଅଭିନବ ଉପାୟ ଆପଣେଇବା ଶେଷରେ ମହଙ୍ଗା ପଡ଼ିଛି। ମିଠା କହି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ଘରେ କଳାକନା ବୁଲାଉଥିବା ୨ ଅଭିଯୁକ୍ତଙ୍କୁ ରବିବାର ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶର ରାଜା ଯୋଗୀ ଓ ସୁରେଶ ଯୋଗୀ। ଦୁହେଁ ଭୁବନେଶ୍ୱରସ୍ଥ ପଟିଆ ଷ୍ଟେଶନ ଅଞ୍ଚଳରେ ରହୁଥିଲେ। ସୂଚନା ମୁତାବକ, ଚୋରି କରିବା ପାଇଁ ରାଜା ଓ ସୁରେଶ ସାଧୁବେଶ ଧାରଣ କରୁଥିଲେ। ଗତ ଜୁଲାଇ ୧୬ତାରିଖ ପୂର୍ବାହ୍ନ ପ୍ରାୟ ସାଢେ ୧୦ଟାରେ ଦୁହେଁ ଡମଣା ଅଞ୍ଚଳର ଶରତ ଚନ୍ଦ୍ର ମଲ୍ଲିକଙ୍କ ଘରେ ପହଞ୍ଚିଥିଲେ। ତାଙ୍କ କବାଟ ବାଡ଼େଇ ପିଇବାକୁ ପାଣି ମାଗିଥିଲେ। ପାଣି ପିଇବା ପରେ ମିଠା କଥା କହି ସେମାନଙ୍କ ପ୍ରତି ଶରତଙ୍କ ମନରେ ମିଛ ବିଶ୍ୱାସ ଜନ୍ମାଇଥିଲେ। ଏହାପରେ ଭବିଷ୍ୟବାଣୀ କହିବା ନାଁରେ ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପୂଜାରେ ଆଖି ବନ୍ଦ କରି ବସିବାକୁ କହିଥିଲେ। ଶରତ ଓ ପରିବାର ଲୋକେ ଆଖି ବନ୍ଦ କରି ବସିବା ସମୟରେ ସେମାନେ ତାଙ୍କ ଘରୁ ୬ହଜାର ୫ଶହ ଟଙ୍କା, ଏକ ଏଲ୍‌ଇଡି ଟିଭି ନେଇ ଫେରାର ହୋଇଯାଇଥିଲେ। ଶନିବାର ଦୁହିଁଙ୍କୁ ଶରତ ଦେଖି ଫଟୋ ଉଠାଇ ପୋଲିସକୁ ଜଣାଇବା ସହ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ପଟିଆ ଷ୍ଟେଶନ ଅଞ୍ଚଳରୁ ଧରିଆଣି ତଦନ୍ତ ଆରମ୍ଭ କରିଥିଲା। ପଚରାଉଚରା ବେଳେ ସେମାନେ ଏଭଳି ଭାବେ ଚୋରି କରୁଥିବା କହିଥିଲେ। ଏ ନେଇ ପୋଲିସ ୪୯୨/୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ: ୪ ଶିକ୍ଷକଙ୍କ ଦିନକର ଦରମା ବନ୍ଦ

ଚନ୍ଦାହାଣ୍ଡି,୧୯।୮(ଡି.ଏନ.ଏ)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ୪ ଜଣ ଶିକ୍ଷକ ସ୍କୁଲକୁ ଠିକ ସମୟରେ ଆସି ନଥିବାରୁ ସେମାନଙ୍କଙ୍କ ଦିନକର ଦରମା ବ୍ଲକ ଶିକ୍ଷା ଅଧିକାରୀ ଭଜନଲାଲ...

ଜନତା ମୋର ଷ୍ଟାର ପ୍ରଚାରକ: ରାଜେନ୍ଦ୍ର

ଭଦ୍ରକ ଅଫିସ, ୧୮।୧୦:ଧାମନଗର ଉପନିର୍ବାଚନ ପାଇଁ ବିଜେଡି ବିଦ୍ରୋହୀ ତଥା ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପ୍ରତିଦ୍ୱନ୍ଦ୍ୱିତା ନିଷ୍ପତ୍ତିରେ...

ରାତି ୧୦ରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ମାର୍ଚ୍ଚ ୧ରେ ପଡୁଛି ମହାଶିବରାତ୍ରି। ସେଥିପାଇଁ ବୁଧବାର ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ଖୋର୍ଦ୍ଧା ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି...

ସତ୍ୟସାଇ ଟ୍ରଷ୍ଟର କ୍ଷେତ୍ର ପରିଦର୍ଶନ

ଝାରସୁଗୁଡ଼ା ଅଫିସ,୧୮ା୧୦: ରାଜ୍ୟ ସରକାରଙ୍କ ତରଫରୁ ଝାରସୁଗୁଡ଼ାରେ ଏକ ହାର୍ଟ ହସ୍ପିଟାଲ୍‌ ବହୁଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହାକୁ ପିପିପି ମୋଡ୍‌ରେ ପରିଚାଳନା କରିବା ପାଇଁ...

ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ: ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୭୯ ଛୁଇଁଲା

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଏବେ କରୋନା ପଜିଟିଭଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି। ସେପଟେ...

ଅଙ୍ଗନୱାଡି କର୍ମୀଙ୍କ ନାଁରେ ଅଶାଳୀନ ଗୀତ ଭାଇରାଲ

ଭବାନୀପାଟଣା,୨୫।୨(ସ୍ବ.ପ୍ର.): ଅଙ୍ଗନୱାଡି କର୍ମୀଙ୍କ ଉପରେ ଏକ ଅଶାଳୀନ ଗୀତ ଗତ ୨ ଦିନ ହେଲା ଭାଇରାଲ ହୋଇଛି। ଏହାକୁ ନେଇ କଳାହାଣ୍ଡି ଜିଲାର ୧୩ଟି ବ୍ଲକର...

ରାଜ୍ୟରେ ୫୪ କରୋନା ଆକ୍ରାନ୍ତ ଚିହ୍ନଟ: ସମ୍ବଲପୁରରୁ ସର୍ବାଧିକ

ଭୁବନେଶ୍ୱର,୬।୩(ବ୍ୟୁରୋ): ରାଜ୍ୟରେ ଶନିବାର ୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୨ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୨ ଜଣ ଲୋକାଲ...

ହୋର୍ଡିଂ ଉପରୁ ଉଦ୍ଧାର ହେଲେ ମୁକ୍ତିକାନ୍ତ

ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ସ୍ଥାନୀୟ ଶିଶୁଭବନ ଛକରେ ଥିବା ବିଜ୍ଞାପନ ହୋର୍ଡିଂ ଉପରେ ବୁଧବାର ପୂର୍ବାହ୍ନରେ ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ଚଢ଼ି ଯାଇ ଆତ୍ମହତ୍ୟା...

Advertisement
Archives

Model This Week