ସାଧନା ଓ ଆତ୍ମବିଶ୍ୱାସ ଆଣିଦିଏ ସଫଳତା

ବନ୍ତ,୧୧।୯ (ସ୍ବ.ପ୍ର.)-ପିଲାଦିନୁ ଅଭିନୟ କଳା ପ୍ରତି ଥିବା ରୁଚି ତାଙ୍କୁ ଲକ୍ଷ୍ୟପଥରେ ଆଗେଇ ନେଇ ଚାଲିଛି। ପ୍ରଥମେ ରଙ୍ଗମଞ୍ଚରେ ଅଭିନୟ ଓ ନୃତ୍ୟ ପରିବେଷଣ କରି ନିଜର ଏକ ପରିଚୟ ସୃଷ୍ଟି କରିଥିଲେ। ପରେ ୨୦୧୮ରେ ମାଡ୍ରାସ ଇନ୍‌ଷ୍ଟିଚ୍ୟୁଟରେ ଅଭିନୟରେ ଡିପ୍ଲୋମା କୋର୍ସ ସମ୍ପୂର୍ଣ୍ଣ କରିବା ପରେ ଜଣେ ସମ୍ପର୍କୀୟା ମାଉସୀଙ୍କ ପ୍ରେରଣାରେ ସେ ସିନେ ଜଗତରେ ପ୍ରବେଶ କରି ନିଜ ପ୍ରତିଭା ଦେଖାଇ ପାରିଛନ୍ତି। ଫୁଲ୍‌ ଗଡବଡ, ଲୋକାଲ ଟୋକା ଲଭ ଚୋଖା ଧାରାବାହିକ (ଟେଲି)ରେ ଅଭିନୟ କରି ସଫଳ ହେବା ପରେ ସେ ଅଶୋକ ପତିଙ୍କ ନିର୍ଦ୍ଦେଶିତ ଓଡିଆ ଚଳଚ୍ଚିତ୍ର ‘ଅଜବ ସଞ୍ଜୁର ଗଜବ ଲଭ’ରେ ଅଭିନୟ କରିବା ସୁଯୋଗ ପାଇଛନ୍ତି। ଆଗକୁ ସିନେ ଜଗତରେ ଅଭିନୟ କ୍ଷେତ୍ରରେ ସେ ନିଜର ଏକ ସ୍ବତନ୍ତ୍ର ପରିିଚୟ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛନ୍ତି। ନିରନ୍ତର ସାଧନା ଓ ଆତ୍ମବିଶ୍ୱାସ ଯେ କୌଣସି କାମରେ ସଫଳତା ଆଣିଦିଏ ବୋଲି ସେ କହିଛନ୍ତି ।
ତାଙ୍କୁ ବୟସ ୨୨। ଘର ଭଦ୍ରକ ଜିଲା ବନ୍ତ ଥାନା ସିଲନ୍ଦି ଗ୍ରାମରେ । ତାଙ୍କ ମାତା ଜ୍ୟୋତ୍ସ୍ନାରାଣୀ ସାହ ୁଓ ପିତା ପଦ୍ମନାଭ ସାହୁ । ପରିବାରରେ ସେ ସବା ସାନପୁଅ । ୨୦୧୩ ରେ ମାଟ୍ରିକ ପାସ ପରେ ଭୁବନେଶ୍ୱରରେ ଯୁକ୍ତ ୨ ପଢିବା ପରେ ହୋଟେଲ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଶେଷ କରିଥିଲେ। ଚାକିରି ମୋହ ତାଙ୍କୁ ଅଭିନୟ କଳାଠାରୁ ଦୂରେଇ ରଖି ପାରି ନ ଥିଲା। ସେହିପରି ସମାଜସେବା କାର୍ଯ୍ୟପ୍ରତି ଛାତ୍ର ଜୀବନରୁ ସେ ରୁଚିରଖି ଆସିଛନ୍ତି। ସମାଜ ସେବାରେ ତାଙ୍କୁ ଆନନ୍ଦ ମିଳିଥାଏ। ଭବିଷ୍ୟତରେ ସେ ଅଭିନୟ ସହିତ ସମାଜସେବା କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ମାନସ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

୭୨ତମ ବନ୍ୟପ୍ରାଣୀ ସପ୍ତାହ ପୂର୍ବରୁ ଭଞ୍ଜନଗରରେ ଆଲୋଚନାଚକ୍ର: ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ସହଭାଗିତା ଉପରେ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ପୂର୍ବରୁ ମଙ୍ଗଳବାର ଭଞ୍ଜନଗର ଲାଲସିଂ ନର୍ସରୀଠାରେ ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?