ସାତସିମିଳିରେ ପାନୀୟ ଜଳ ସାତ ସପନ: ଅଚଳ ଜଳ ପ୍ରକଳ୍ପ, ଭାଙ୍ଗିଲାଣି ଷ୍ଟାଣ୍ଡପୋଷ୍ଟ

ନନ୍ଦପୁର,୪ା୧୨(ଡି.ଏନ୍‌.ଏ.)- କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ଅନ୍ତର୍ଗତ ସାତସିମିଳି ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ୱାରା ନିର୍ମିତ ଜଳ ଯୋଗାଣ ପ୍ରକଳ୍ପ ସମ୍ପୂର୍ଣ ରୂପେ ବନ୍ଦ ହୋଇ ପଡ଼ିଛି। ଷ୍ଟାଣ୍ଡ ପୋଷ୍ଟଗୁଡ଼ିକ ମଧ୍ୟ ଭାଙ୍ଗିଗଲାଣି। ଏହି ଗ୍ରାମର ୧୦୦ରୁ ଊର୍ଦ୍ଧ୍ୱ ପରିବାର ପାଇଁ କୋଡ଼ିଏ ଲକ୍ଷ ଟଙ୍କା ବ୍ୟୟରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏଥିରେ ଗ୍ରାମରେ ୧୦ଟି ଷ୍ଟାଣ୍ଡ ପୋଷ୍ଟ କରାଯାଇ ଜଳ ଯୋଗାଣ ଆରମ୍ଭ ହୋଇଥିଲା। ଗ୍ରାମବାସୀ ଭାବିଥିଲେ ଜଳ ସମସ୍ୟା ଦୂର ହେବ। କିନ୍ତୁ କିଛି ଦିନ ଜଳ ଯୋଗାଣ ହେବ ପରେ ତାହା ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ଗ୍ରାମବାସୀ ଗୋଟିଏ କୂଅ ଏବଂ ଦୁଇଟି ନଲକୂପ ଉପରେ ନିର୍ଭର କରୁଛନ୍ତି। କୂଅ ଏବଂ ନଳକୂପର ପାଣି ଯଥେଷ୍ଟ ନ ହେବାରୁ ଚୁଆପାଣି ବ୍ୟବହାର କରିବାକୁ ସେମାନେ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ଜଳ ଯୋଗାଣ ବନ୍ଦ ହେବା ଯୋଗୁ ଷ୍ଟାଣ୍ଡପୋଷ୍ଟ ଭାଙ୍ଗିରୁଜି ଗଲାଣି। ବିଭାଗୀୟ ଉଦାସୀନତା ଯୋଗୁ ଜଳ ଯୋଗାଣ କେନ୍ଦ୍ର ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଲାଣି। ଏଠାକୁ ସଂଯୋଗ ହୋଇଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡ଼ିଯାଇ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ମରାମତି ହୋଇପାରିନାହିଁ। ଏହାପରେ ଏଠାରେ ସୌରଶକ୍ତି ସାହାଯ୍ୟରେ ଜଳ ଯୋଗାଣ ପାଇଁ ସୋଲାର ପ୍ଲେଟ୍‌ ଲଗାଇ ଦିଆଗଲା। କିନ୍ତୁ ଏହା ସତ୍ତ୍ୱେ ଜଳ ଯୋଗାଣ ସୁଚାରୁ ରୂପେ ହୋଇପାରିଲା ନାହିଁ। ଏଣୁ ଏହି ଜଳ ଯୋଗାଣ କେନ୍ଦ୍ରକୁ ଯଥା ଶୀଘ୍ର ମରାମତି କରି ଜଳ ଯୋଗାଇବା ପାଇଁ ଗ୍ରାମବାସୀ ତ୍ରିନାଥ ମାଛ, ଯୋଗେଶ ଖିଲ, ରମେଶ ଖିଲ, କେଶବ ଖିଲ, ଦୟାନିଧି ଖରା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଦକ୍ଷିଣମୋଡ଼, ଯାଞ୍ଚ ହେଲା ତିନି ରଥ

ପୁରୀ ଅଫିସ, ୨୭।୬: ନବ ଦିନାତ୍ମକ ଯାତ୍ରାରେ ଆସି ଆଡପ ମଣ୍ଡପରେ ଅବସ୍ଥାନ କରିଛନ୍ତି ମହାପ୍ରଭୁ। ବାହୁଡ଼ା ଯାତ୍ରାରେ ପୁଣି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଚତୁର୍ଦ୍ଧାବିଗ୍ରହ।...

କାନପୁର କେନାଲର ମାଟି ଉଠାଣ: ତହସିଲରେ ଅଭିଯୋଗ

ଝୁମ୍ପୁରା, ୨୪।୬(ଡି.ଏନ.ଏ.)-କାନପୁର ବୃହତ୍ତ ଜଳ ସେଚନ ପ୍ରକଳ୍ପର କେନାଲ ନିର୍ମାଣରେ ମାଟି ଉଠାଣକୁ ନେଇ ବିବାଦ ଦେଖାଦେବା ପରେ ତହସିଲରେ ଅଭିଯୋଗ ହେବା ସହିତ ପଳାଶପଙ୍ଗା...

ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବେ

ପୁରୀ ଅଫିସ,୨୯।୨: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁରୀ ଗସ୍ତରେ ଆସିଛନ୍ତି। ଭୁବନେଶ୍ୱରରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇ ଶୁକ୍ରବାର ରାତି ପ୍ରାୟ ୯ଟା ୧୦ରେ ଶାହା...

ରାଜ୍ୟସ୍ତରୀୟ ନୌଚାଳନା ପ୍ରତିଯୋଗିତା: ଅଭି-କିଶୋର ଯୋଡି ପ୍ରଥମ

ସୋନପୁର,୧୩।୧୧(ନି.ପ୍ର.)-କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସୋନପୁର ସହର ନିକଟସ୍ଥ ମହାନଦୀର ଲଙ୍କେଶ୍ୱରୀ ଗଣ୍ଡ ନିକଟରେ ରାଜ୍ୟସ୍ତରୀୟ ନୌକାଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୪୮ଟି ଦଳ...

ଟିକା ପାଇଁ ଉତ୍ତେଜନା

ବାଳକାଟୀ,୧୧।୫(ଡି.ଏନ୍‌.ଏ.): ରାଜ୍ୟର ସବୁ ଟିକା କେନ୍ଦ୍ରରେ ଲୋକେ ଟିକା ନେବା ପାଇଁ ଅସମ୍ଭାଳ ଭିଡ଼ ହେଉଛି। ଟିକା ନେବା ପାଇଁ ରାତି ୩ଟାରୁ ଲୋକେ ଆସି...

ଓଡ଼ିଶାକୁ ଜାତୀୟ, ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା

ଭୁବନେଶ୍ୱର,୨୧ା୪(ବ୍ୟୁରୋ): କରୋନା(କୋଭିଡ୍‌-୧୯)ସଂକ୍ରମଣ ମୁକାବିଲା ନେଇ ରାଜ୍ୟ ସରକାର ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତିି। ଏହି ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଆଗୁଆ ପଦକ୍ଷେପ...

ଗାଁ ଜଳାର୍ଣ୍ଣବ, ଧୋଇଗଲା ଅସ୍ଥାୟୀ ପୋଲ

ପାଟପୁର,୨୫ା୧୦(ଡି.ଏନ.ଏ.)- ସାନଖେମୁଣ୍ଡି ଅଞ୍ଚଳରେ ବୁଧବାର ସକାଳୁ ଜାରି ରହିଛି ଲଗାଣ ବର୍ଷା। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବୁଧବାର ପୋଚକା ନାଳ ଉପରମୁଣ୍ଡରେ ଲଗାଣ...

ଭବାନୀପାଟଣା ହାତୀଦାନ୍ତ ଓ ବାଘଛାଲ ଜବତ ଘଟଣା: ଆଉ ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୧୯।୧୨ (ବ୍ୟୁରୋ): ଭବାନୀପାଟଣାରୁ ଗତମାସ ୭ତାରିଖରେ ହାତୀଦାନ୍ତ ଓ ବାଘଛାଲ ଜବତ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ବୁଧବାର ଆଉ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ...

Advertisement


Archives

Model This Week

Why Dharitri