ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୫ ଘଡ଼ିଆଳ

ବନ୍ତଳା, ୨୧ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ଡରେ ଶୁକ୍ରବାର ଅପରାହ୍ନରେ ୫ଟି ଘଡିଆଳ କୁମ୍ଭୀର ଛଡାଯାଇଛି। ଏହି କୁମ୍ଭୀରଗୁଡିକୁ ନନ୍ଦନକାନନରୁ ସେଠାକୁ ନିଆଯାଇଛି। ଘଡ଼ିଆଳଙ୍କ ଗତିବିଧି ଜାଣିବା ପାଇଁ ସ୍ବତନ୍ତ୍ର ଭାବରେ ୫ଟି ଟ୍ରାନ୍ସମିଟର ଲଗାଯାଇଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ବନ୍ୟପ୍ରାଣୀ(ପିସିସିଏଫ) ଅଜୟ ମହାପାତ୍ର, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ) ତଥା ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପ ରାଜ କରାଟେ, ମହାନଦୀ ବନ୍ୟପ୍ରାଣୀ ଡିଏଫଓ ଅଂଶୁପ୍ରଜ୍ଞା ଦାସ, ସାତକୋଶିଆ ବନ୍ୟପ୍ରାଣୀ ଡିଏଫଓ ପି ରାମସ୍ବାମୀ, ଏସିଏଫ ଶୁଭେନ୍ଦୁ ବେହେରା, ସରୋଜ କୁମାର ପଣ୍ଡା, ବିଜୟ ମହାନ୍ତି, ପି. କେ ସ୍ବାଇଁ, ସାତକୋଶିଆ ପ୍ରାଣୀ ଡାକ୍ତର କିଶୋର କୁମାର ସାହୁଙ୍କ ସହିତ ନନ୍ଦନକାନନରୁ ଯାଇଥିବା ସ୍ବତନ୍ତ୍ର ୫ ଜଣିଆ ଟିମ ଉପସ୍ଥିତିରେ ସୁରକ୍ଷିତ ଭାବେ କୁମ୍ଭୀରଗୁଡିକୁ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳରେ ଥିବା କୁସଙ୍ଗ ରେଞ୍ଜ ସୁନା ଖଣିଆ ଅଞ୍ଚଳରେ ଛଡାଯାଇଥିଲା। ୪ ବର୍ଷିଆ ଏହି ୫ଟି ଘଡିଆଳ ମଧ୍ୟରେ ଗୋଟିଏ ଅଣ୍ଡିରା ଓ ୪ ଟି ମାଈ ଘଡ଼ିଆଳ ରହିଛନ୍ତି। ସମସ୍ତଙ୍କ ଲମ୍ବ ୫ ଫୁଟ ମଧ୍ୟରେ ରହିଛି। ସ୍ବତନ୍ତ୍ର ଗାଡ଼ିରେ ୫ଟି ବାକ୍ସରେ କୁମ୍ଭୀରଗୁଡିକୁ ନୟାଗଡ଼ ଦେଇ କୁସଙ୍ଗକୁ ଅଣାଯାଇଥିଲା। ୫ ଜଣିଆ ଟିମରେ ନନ୍ଦନକାନନ ପ୍ରାଣୀ ଡାକ୍ତର, ଦୁଇଜଣ ସହକାରୀ ଡାକ୍ତର, ଜଣେ ସ୍ପେଶିଆଲିଷ୍ଟ ଓ ଜଣେ ଆନିମଲ କେୟାର ସାମିଲ ଥିଲେ।
ସାତକୋଶିଆ ଗଣ୍ଡରେ ମଗର ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଘଡ଼ିଆଳ ବଂଶ କମିବାରେ ଲାଗିଛି। ୨୦୧୯ ଜାନୁୟାରୀରେ କୁମ୍ଭୀର ଗଣନା ସମୟରେ ଗଣ୍ଡରେ ୮ଟି ଘଡ଼ିଆଳ ଥିବା ଜଣାପଡିଥିଲା। ଏବେ ଏହି ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏଥି ସହିତ ଗଣ୍ଡରେ ଛଡା ଯାଉଥିବା ଘଡ଼ିଆଳର ପତ୍ତା ମିଳୁ ନ ଥିବାରୁ ଏଗୁଡିକର ଗତିବିଧି ଜାଣିବା ପାଇଁ ସ୍ବତନ୍ତ୍ର ଭାବେ ରାଜସ୍ଥାନର ଏକ ସଂସ୍ଥାଠାରୁ ୫ଟି ଟ୍ରାନ୍ସମିଟର ଅଣାଯାଇ ଲଗାଯାଇଛି। ନନ୍ଦନକାନନରୁ ଏକ ବର୍ଷ ମଧ୍ୟରେ ୩୫ ଟି ଘଡ଼ିଆଳ ଆଣାଯାଇ ଛଡ଼ାଯିବ ବୋଲି ସୂଚନା ମିଳିଛି। ସାତକୋଶିଆ ପ୍ରାଣୀ ବିଶେଷଜ୍ଞ ରୁଦ୍ର ନାରାୟଣ ପ୍ରଧାନଙ୍କ ସମେତ କୁସଙ୍ଗର ଡେପୁଟି ରେଞ୍ଜର ପ୍ରଦୀପ ଭୂତିଆ, ଟିକରପଡା ରେଞ୍ଜର ଜୟନ୍ତ ପଟ୍ଟନାୟକ, ବାଣୀଗୋଛା ରେଞ୍ଜର ସଂସାର ବର୍ଗିଆ, କୁଆଁରିଆ ରେଞ୍ଜର ମାଧବ ନାଏକ, ଛାମୁଣ୍ଡିଆ ରେଞ୍ଜର ବେଣୁଧର ବେହେରା, ଜିଲିଣ୍ଡା ରେଞ୍ଜେର ହରିଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସିଲା କୁଲାଡ଼ ହାଟ: ଗହଳି ନ କରି ଶାନ୍ତିଶୃଙ୍ଖଳାରେ ପରିବା କିଣିଲେ ଲୋକେ

ବଅଁରପାଳ,୨୯।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲାର ବଅଁରପାଳ ବ୍ଲକ କୁଲାଡ ଏଫ୍‌ସିଆଇ ଛକଠାରେ ରବିବାର କୁଲାଡ଼ ହାଟ ବସିଛି। ଲକ୍‌ଡାଉନ୍‌ ଲାଗି ଅନୁଗୋଳ ହାଟ ବନ୍ଦ ହୋଇଥିବା ବେଳେ...

ତାଳଚେରରେ ସୁଧୁରୁନି ବିଦ୍ୟୁତ୍‌ ସେବା

ତାଳଚେର, ୨୩ା୭(ନି.ପ୍ର.) ଏନଜେନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ପରେ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ କର୍ମଚାରୀମାନେ ଚଳାଇଥିବା ଆନ୍ଦୋଳନ ୩ ମାସରେ ପହଞ୍ଚିଲାଣି।...

ମଦ ଭାଟି ମ୍ୟାନେଜରଙ୍କଠାରୁ ୫ ଲକ୍ଷ ଲୁଟ୍‌ ଘଟଣା : ଡକାୟତି ଗ୍ୟାଙ୍ଗର ୪ ଗିରଫ, ୩ ଫେରାର

ବଅଁରପାଳ, ୭।୭ (ଡି.ଏନ୍‌.ଏ) – ହିନ୍ଦୋଳ ମଦଭାଟି ମ୍ୟାନେଜର ସୌରଭ ଯାଦବଙ୍କଠାରୁ ୫ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ସମ୍ପୃକ୍ତ ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍‌ଙ୍କ ସମେତ...

ନରହନ୍ତା ଦନ୍ତାକୁ ଧରିବା ପାଇଁ ଚାଲିଥିବା ଅପରେଶନ ସଫଳ

ବନ୍ତଳା,୨୦।୧(ଡି.ଏନ୍‌.ଏ.):ଅନୁଗୋଳ ବନଖଣ୍ଡ ତାଳଚେର ରେଞ୍ଜ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ ଧରିବା ପାଇଁ ୪ ଦିନ ଧରି ଚାଲିଥିବା ଅପରେଶନ ସୋମବାର ସଫଳ...

ବଳାତ୍କାର ଅଭିଯୋଗ, ଯୁବକ ଗିରଫ

ପାଲଲହଡ଼ା, ୫ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡ଼ା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରିବା ଅଭିଯୋଗରେ ବରାହକୁଦର ଗ୍ରାମର ଚିତ୍ତରଞ୍ଜନ ମହନ୍ତଙ୍କୁ...

ହାତବାନ୍ଧି ବସିଛନ୍ତି ବଇଣ୍ଡା ବ୍ୟବସାୟୀ

ବଇଣ୍ଡା,୧୮।୫(ଡି.ଏନ.ଏ.) – ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୪ ବର୍ଷ ତଳେ ହୋଇଥିଲା ଉଚ୍ଛେଦ କାର୍ଯ୍ୟ। ଆଠମଲ୍ଲିକ ଉପଖଣ୍ଡର ମୁଖ୍ୟ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ବଇଣ୍ଡା...

କୁମ୍ପି ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୦ ହଜାର ଟଙ୍କା ଦାନକଲେ ଭଉଣୀ-ଭାଇ

ତାଳଚେର,୧୯ା୪(ନି.ପ୍ର.): କରୋନା ମୁକାବିଲା ପାଇଁ ସାରା ଦେଶ ଆଜି ଏକାଠି ହୋଇଛି । କରୋନା ଯୁଦ୍ଧରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବା...

ବଦଳାଇଲେ ରେଡ୍‌ଜୋନ୍‌ ନିଷ୍ପତ୍ତି

ଅନୁଗୋଳ ଅଫିସ, ୧୧।୫: ଅନୁଗୋଳ ଜିଲାର କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ସକାଳେ ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଥିଲା। ସେଥିମଧ୍ୟରୁ ଜଣେ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର ହୋଇଥିବା...

Advertisement
Archives

Model This Week