ସାଡ଼ିଙ୍ଗିଆ, ପାଙ୍ଗା ପଞ୍ଚାୟତରେ ମାଓବାଦୀ ପୋଷ୍ଟର

ଫିରିଙ୍ଗିଆ, ୩ା୯- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ଓ ପାଙ୍ଗା ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ପୋଷ୍ଟର ଲଗାଇଛନ୍ତି। କେକେବିଏନ ଡିଭିଜନର କାନ୍ଥ ପତ୍ରିକା (ୱାଲ ମାଗାଜିନ) ବିପ୍ଲବୀ ଡେଙ୍ଗୁରା ନାମରେ ରବିବାର ରାତିରେ ଏସବୁ ପୋଷ୍ଟର ଲଗାଯାଇଛି ା ଏଥିରେ ସରକାର ଚାଷୀମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରାଯାଇଛି। ସେହିପରି କେନ୍ଦ୍ର ସରକାର କନ୍ଧମାଳରେ ଆହୁରି ୪ଟି ସିଆର୍‌ପିଏଫ୍‌ କ୍ୟାମ୍ପ ସ୍ଥାପନ କରୁଥିବାରୁ ତାହାକୁ ମଧ୍ୟ ବିରୋଧ କରାଯାଇଛି ା ଏଥିସହ ଗଣମାଧ୍ୟମକୁ ବି ଉକ୍ତ ପୋଷ୍ଟରରେ ସମାଲୋଚନା କରାଯାଇଛି ା ଏବେ ଯେଉଁସବୁ ଯୋଜନା ପ୍ରଣୟନ ହେଉଛି ଅବା ଉନ୍ନତି ହେଉଛି ତାହା କେବଳ ମାଓବାଦୀଙ୍କ ଆନ୍ଦୋଳନ ପାଇଁ ା ଗଣମାଧ୍ୟମ ଏହା ଉପସ୍ଥାପନ ନ କରି କେବଳ ସରକାରଙ୍କ ସ୍ବରରେ ସ୍ବର ମିଳାଉଛି ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ମାଓବାଦୀଙ୍କ ବାହାନା ଦେଖାଇ ନିଜ ଦାୟିତ୍ୱ ତୁଲାଉ ନ ଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ସିଆର୍‌ପିଏଫ କ୍ୟାମ୍ପ ସ୍ଥାପନ ବଦଳରେ ଜିଲାରେ ଖାଲିଥିବା ଅଧ୍ୟାପକ ଓ ଶିକ୍ଷକ ପଦବୀ ପୂରଣ କରିବା, ଅପହଞ୍ଚ ଇଲାକାରେ କୋମ୍ବିଂ ଅପରେଶନ ବନ୍ଦ କରି ମେଡିକାଲ କ୍ୟାମ୍ପ କରିବାକୁ ପୋଷ୍ଟରରେ ମାଓବାଦୀଙ୍କ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡରାଇଲାଣି ମୃତ୍ୟୁ ସଂଖ୍ୟା: ଆଉ ୨୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୬।୨(ବ୍ୟୁରୋ): ରାଜ୍ୟରେ ଆଉ ୨୩ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ଭଦ୍ରକର ୮୮ ବର୍ଷୀୟ ବୃଦ୍ଧ, ଭୁବନେଶ୍ୱରର ୫୬ ବର୍ଷୀୟ ମହିଳା, ୫୨ ବର୍ଷୀୟ...

ପୁଣି କରୋନା ଚିନ୍ତା: ଦିଲ୍ଲୀରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୪।୫(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ ଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଦିଲ୍ଲୀ ଓ ଏହାର...

ରେଲଓ୍ବେ ଓଭରବ୍ରିଜ ରାସ୍ତା ନିମ୍ନମାନର

ବୋଲଗଡ଼,୧୮ା୪(ଡି.ଏନ୍‌.ଏ.): କେନ୍ଦ୍ର ସରକାର ରେଲଓ୍ବେ ଓଭରବ୍ରିଜ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ କାର୍ଯ୍ୟାଦେଶ ପାଇଥିବା...

ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ମନ୍ତ୍ରୀଙ୍କୁ ପ୍ରସ୍ତାବ

ଭୁବନେଶ୍ୱର,୪ା୨(ବ୍ୟୁରୋ): ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର ଲୋକ ସେବା ଭବନଠାରେ ଓଡ଼ିଶା ପୌର କର୍ମଚାରୀ ମହାସଂଘର ଅସ୍ଥାୟୀ କର୍ମଚାରୀମାନଙ୍କୁ...

ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ଧୀବରଙ୍କ ଜାଲରେ ପଡ଼ିଲା କୁମ୍ଭୀର

ବାହାନଗା,୨।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ରୂପଖଣ୍ଡ ସମୁଦ୍ର ମଧ୍ୟରେ ରବିବାର ଧୀବରମାନଙ୍କ ଜାଲରେ ଏକ ବଉଳା କୁମ୍ଭୀର ପଡ଼ିଛି। ଭୋର ସମୟରେ ସମୁଦ୍ର ମଧ୍ୟକୁ...

ସ୍ବାଧୀନତା ଦିବସ ପାଇଁ ଗାଇଡ୍‌ଲାଇନ୍‌ ଜାରି: ଜାଣନ୍ତୁ କ’ଣ କରିବେ ନାହିଁ…

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ଚଳିତବର୍ଷ କୋଭିଡ୍‌ ନିୟମ ମାନି ପାଳିତ ହେବ ସ୍ବାଧୀନତା ଦିବସ। ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। କୋଭିଡ୍‌ ନିୟମ...

ବଡ଼ଚଣା ଥାନାବାବୁଙ୍କ ପାଇଁ ଥାନାରେ ସେବାୟତ, ନୋଟିସ୍‌ ଦେଇ ଛାଡ଼ିିଲା ପୋଲିସ

ପୁରୀ ଅଫିସ,୨୧ା୪:  କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି ନିଲମ୍ବିତ ଯାଜପୁର ଜିଲା ବଡ଼ଚଣା ଥାନାଧିକାରୀ ଦୀପକ କୁମାର ଜେନାଙ୍କୁ ସପରିବାର ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ନେବା...

ନିୟନ୍ତ୍ରଣ ବାହାରେ ଡେଙ୍ଗୁ

ବ୍ରହ୍ମପୁର ଅଫିସ,୮ା୧୦: ଗଞ୍ଜାମ ଜିଲାରେ ଡେଙ୍ଗୁ ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୩୯ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଗକୁ ଏହି...

Advertisement
Archives

Model This Week