ସାକ୍ଷୀଗୋପାଳ ମନ୍ଦିରରେ କରୋନା କଟକଣା: ସିଂହଦ୍ୱାରରୁ ଫେରିଯାଉଛନ୍ତି ଭକ୍ତ

ସାକ୍ଷୀଗୋପାଳ, ୨୦।୩(ଡି.ଏନ.ଏ.): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାରଠାରୁ ସାକ୍ଷୀଗୋପାଳ ମନ୍ଦିରରେ କରୋନା ପାଇଁ କଟକଣା କରାଯାଇଛି। ସର୍ବସାଧରଣଙ୍କ ମନ୍ଦିର ପ୍ରବେଶକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ପାଳିଆ ସେବକ ଓ କର୍ମଚାରୀ ମାନେ ଦେବନିତୀ ସମ୍ପାଦନ ନିମନ୍ତେ ମନ୍ଦିରରେ ରହିଛନ୍ତି ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ କୁମାର ସ୍ବାଇଁ କହିଛନ୍ତି। ସିଂହଦ୍ୱାର ସମ୍ମୁଖରେ ମନ୍ଦିର ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ମିଶ୍ର କର୍ମଚାରୀ ମାନଙ୍କ ସହ ଉପସ୍ଥିତ ରହି ସେହିଠାରୁ ଠାକୁରଙ୍କୁ ମୁଣ୍ଡିଆ ମାରି ଫେରିଯିବାକୁ ନିବେଦନ କରୁଥିବା ଦେଖାଯାଇଛି। ମନ୍ଦିର ସୁପର ଭାଇଜର ବିଶ୍ୱନାଥ ମହାପାତ୍ର, କର୍ମଚାରୀମାନେ ହ୍ୟାଣ୍ଡୱାସ ସହ ହାତଧୋଇ ସଚେତନ ରହିବାକୁ ସେବାୟତ ମାନଙ୍କୁ ବୁଝାଇଛନ୍ତି। ପୂର୍ବରୁ ଗହଳି ଚହଳି ଲାଗିଥିବା ସାକ୍ଷୀଗୋପାଳ ମନ୍ଦିିର ଖାଁ ଖାଁ ହୋଇଛି। ସେହିପରି ସତ୍ୟବାଦୀରେ ବ୍ୟାପକ ସଚେତନା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଦୋକାନ ବଜାର ପ୍ରାୟ ବନ୍ଦ ହୋଇଥିବା ଲକ୍ଷ୍ୟ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଅନ୍ତର୍ଜାତୀୟ ମହିଳା ଦିବସ: ପେନ୍‌ସିଲ୍‌ ମୁନରେ ଈଶ୍ୱର ରାଓଙ୍କ କଳାକୃତି

ଭୁବନେଶ୍ୱର,୭ା୩(ବ୍ୟୁରୋ): ରବିବାର ଅନ୍ତର୍ଜାତୀୟ ମହିଳା ଦିବସ। ଦିନଟିକୁ ଖାସ୍‌ କରିବାକୁ ଯାଇ ମହିଳାମାନଙ୍କୁ ଫୁଲ, ଉପହାର ପ୍ରଭୃତି ଦିଆଯାଉଥିବାର ନଜିର ରହିଛି। ଏହି ଅବସରରେ ଶିଳ୍ପୀ...

୨୦ ଖଣି ନିଲାମ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ରାଜ୍ୟ ସରକାର ୨୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ ପାଇଁ ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି । ସେଥି ମଧ୍ୟରୁ ଶୁକ୍ରବାର ଇସ୍ପାତ ଓ...

ଆସନ୍ତା ସପ୍ତାହରୁ ଆଇଏଲ୍‌ଏସ୍‌ରେ ହେବ କରୋନା ଟେଷ୍ଟ

ଭୁବନେଶ୍ୱର,୮।୪(ବ୍ୟୁରୋ): ଭୁବନେଶ୍ୱର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ(ଆଇଏଲ୍‌ଏସ୍‌)ରେ କରୋନା ଟେଷ୍ଟ କରାଯିବ। ଏନେଇ ଅନୁମତି ମିଳିଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ସୂଚନା...

ବର୍ଷକୁ କୋଟିଏ ବଞ୍ଚାନ୍ତା ଗୋଟିଏ କେନ୍ଦ୍ର

ବଇଣ୍ଡା,୧୫ା୪: ଗାଁ ଗିଳିଦେଉଛି ନିଆଁ। ପ୍ରତିବର୍ଷ ପୋଡ଼ି ଛାରଖାର କରିଦେଉଛି କୋଟି କୋଟି ଟଙ୍କାର ସମ୍ପତ୍ତି। ଏହି ବଡ଼ ବିପତ୍ତିରୁ ୨୦ ପଞ୍ଚାୟତବାସୀଙ୍କୁ ବଞ୍ଚାଇବା ପାଇଁ...

ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ କୋମଣ୍ଡ ପଞ୍ଚାୟତକୁ ୭୨ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ଓଡ଼ଗାଁ,୧୨ା୬(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଓ ତହସିଲ କୋମଣ୍ଡ ପଞ୍ଚାୟତରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ସରପଞ୍ଚ ସୁଶାନ୍ତ କୁମାର ଦଳେଇ ଜିଲାପାଳ କ୍ଷମତା ପ୍ରୟୋଗ...

ପରୀ ମୃତ୍ୟୁ ମାମଲା: ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲେ ଏନ୍‌ସିପିସିଆର୍‌

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ନୟାଗଡ଼ ଜିଲା ପରୀ ମୃତ୍ୟୁ ଘଟଣାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ(ଏନ୍‌ସିପିସିଆର୍‌) ସୋମବାର ନିଜଆଡୁ ମାମଲାକୁ ଗ୍ରହଣକରି ଆସନ୍ତା ୧୦ ଦିନ ମଧ୍ୟରେ...

ସୁରଟରୁ ଗଞ୍ଜାମରେ ପହଞ୍ଚିଲା ୪ ବସ୍‌

ଛତ୍ରପୁର,୩୦।୪(ଡି.ଏନ୍‌.ଏ.): ବାହାର ରାଜ୍ୟରେ ଫସିଥିବା ଲୋକେ ସ୍ଥଳପଥ ଓ ଜଳପଥରେ ଗଞ୍ଜାମ ଜିଲାକୁ ଫେରିବାରେ ଲାଗିଛନ୍ତି। ଜିଲା ସୀମା ସିଲ୍‌ ଓ ସମୁଦ୍ରପଥକୁ ପୋଲିସ, କୋଷ୍ଟଗାର୍ଡ...

ଚିକିତ୍ସାରେ ବାଧକ ସାଜିଛି ଅର୍ଥ

ଫୁଲବାଣୀ ଅଫିସ, ୨୦ା୩ – ଖଜୁରିପଡା ବ୍ଲକ ବିଲାବାଡି ପଞ୍ଚାୟତର କିଲୁ ଗ୍ରାମର ଭାରତ ମଲ୍ଲିକ (୯)। ପାଠ ପଢ଼ିବା ବୟସରେ ଦେହ ଖରାପ ଯୋଗୁ...

Advertisement

BGU

Archives

Model This Week

Why Dharitri